ବିଷମକଟକ/ମୁନିଗୁଡ଼ା,୨୬।୧୧(ଡି.ଏନ୍.ଏ.): ଭାରତୀୟ ସମାଜବାଦୀ ପାର୍ଟି(ବିଏସ୍ପି) ରାୟଗଡ଼ା ଜିଲା ସଭାପତି ତଥା ଆଦିବାସୀ ନେତା ଜିତୁ ଜାକାସିକାଙ୍କୁ ଟାର୍ଗେଟକରି ବିଷମକଟକ, ମୁନିଗୁଡ଼ା ଏବଂ ଅମ୍ବାଦଳା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ବିଷମକଟକ ବ୍ଲକ କାର୍ଯ୍ୟାଳୟ କାନ୍ଥ, ମୁନିଗୁଡ଼ା ଥାନା ଅଧୀନ ମୁନିଖୋଲ ପଞ୍ଚାୟତ କାର୍ଯାଳୟ କାନ୍ଥ ଏବଂ ଅମ୍ବାଦଳା ଥାନା ଅଧୀନ ହାଟଦହିଖାଲ ଛକରେ ଏହି ପୋଷ୍ଟର ଲାଗିଥିବା ଦୃଷ୍ଟିକୁ ଆସିଛି।
ବିଏସ୍ପି ନେତା ଜିତୁ ଜାକାକା କିଏ, ସେ କାହିଁକି ନିଜ ନାମକୁ ଜିତୁ ଜାକାସିକା ଲେଖୁଛନ୍ତି। ରାୟଗଡ଼ା ଜିଲା ସଦର ବ୍ଲକ ହାଲୁଆ ଗ୍ରାମର ଇନ୍ଦ୍ର ଜାକାକାଙ୍କ ପୁଅ ଜିତେନ୍ଦ୍ର ଜାକାକା ହୋଇଥିବା ବେଳେ ସେ ନିଜ ନାମ ଜିତୁ ଜାକାସିକା କହି ଡଙ୍ଗରିଆଙ୍କ ନଁାରେ ସମସ୍ତଙ୍କୁ ଲୁଟୁଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଜିତେନ୍ଦ୍ର ଜକାକା ଡଙ୍ଗରିଆ ସମ୍ପ୍ରଦାୟର ନ ହୋଇ ମଧ୍ୟ ନିଜକୁ ଡଙ୍ଗରିଆ ଭାବରେ ପରିଚୟ ଦେଉଛନ୍ତି। ଫେସ୍ବୁକ୍ରେ ଜିତୁ ଜାକାସିକା ନାମରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ସରକାରୀ ଫାଇଲରେ ଜିତେନ୍ଦ୍ର ଜାକାକା ନାମ ରହିଛି। ଜିତେନ୍ଦ୍ର ଜାକାକା ଓରଫ ଜିତୁ ଜାକାସିକା ନିୟମଗିରିର ସରଳ ଡଙ୍ଗରିଆଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ପ୍ରବର୍ତ୍ତାଉଛି ବୋଲି ଏଥିରେ ଉଲ୍ଲେଖ ରହିଛି। ଆଦିବାସୀଙ୍କ ନଁାରେ ଠିକାଦାର, ସରକାରୀ ଅଧିକାରୀ ଓ ବେପାରୀ ମାନଙ୍କୁ ବ୍ଲାକ୍ମେଲ କରି ଟଙ୍କା ଲୁଟୁଛନ୍ତି। ଏହାର ହିସାବ ପ୍ରଜାକୋର୍ଟରେ ହେବ ବୋଲି ମଧ୍ୟ ପୋଷ୍ଟରରେ ଲେଖାଯାଇଛି। ସାଦା କାଗଜରେ ଲାଲ୍ ସଲାମ ଲେଖି ବିଏସ୍ପି ନେତାଙ୍କୁ ଟାର୍ଗେଟ କରାଯାଇଥିବାବେଳେ ଏହି ହାତଲେଖା ପୋଷ୍ଟର ମାଓବାଦୀ ଲଗାଇଛନ୍ତି ନା ଆଉ କିଏ ତାହା ଅସ୍ପଷ୍ଟ ରହିଛି। ଅନ୍ୟପକ୍ଷରେ ପୋଷ୍ଟର ବିଷୟରେ ବିଏସ୍ପି ଜିଲା ସଭାପତି ଜିତୁ ଜାକାସିକାଙ୍କୁ ପଚାରିବାରୁ ସେ କହିଛନ୍ତି, ଏହା ମାଓବାଦୀଙ୍କ ପୋଷ୍ଟର ନୁହେଁ। ବିଏସ୍ପିର ଲୋକପ୍ରିୟତା ଯୋଗୁ କେତେଜଣ କୁଚକ୍ରୀ ଏଭଳି କାର୍ଯ୍ୟ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ଏଭଳି ପୋଷ୍ଟର ମାଧ୍ୟମରେ ଅପପ୍ରଚାର କରି ଦଳର କର୍ମକର୍ତ୍ତାଙ୍କୁ ଅପମାନିତ କରାଯାଇଛି ବୋଲି ବିଏସ୍ପି ପକ୍ଷରୁ ମୁନିଗୁଡ଼ା ଥାନାରେ ଏତଲା ଦିଆଯାଇଛି। ତଦନ୍ତକରି ପୋଷ୍ଟର ଲଗାଇଥିବା ଲୋକଙ୍କୁ ଗିରଫ କରା ନ ଗଲେ ଥାନା ପରିସରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ପୋଲିସ ପୋଷ୍ଟରଗୁଡ଼ିକୁ ଜବତକରି ତଦନ୍ତ ଚଳାଇଥିବା ବିଷମକଟକ ଏସ୍ଡିପିଓ ଆକାଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।
ଫଟୋ-ଜବତ କରାଯାଇଥିବା ପୋଷ୍ଟର।
ପୋଷ୍ଟରରେ ଜିତୁ ଜାକାସିକାଙ୍କୁ ଟାର୍ଗେଟ: ପ୍ରଜାକୋର୍ଟରେ ବିଚାର କରାଯିବ ବୋଲି ଚେତାବନୀ
Posted inଆମ ଜିଲା ଖବର, ରାୟଗଡା View All
ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ
ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…
‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ
ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…
ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ
ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…
ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର: ବାଇକ-ସ୍କୁଟି ଉପରେ…
ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଛି ମାଲବୋଝେଇ ଟ୍ରଲର। ଦୁର୍ଘଟଣାରେ…
ସମସ୍ୟା ନେଇ ଏନଏସି କାର୍ଯ୍ୟାଳୟ ଯାଇଥିଲେ ଯୁବଗୋଷ୍ଠୀ: କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ
ଗଞ୍ଜାମ, ୨୪।୯ (ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମାନସ ଜେନା ସ୍ଥାନୀୟ ଲୋକଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ବାତ୍ୟା ପ୍ରଭାବରେ…
ଗାଁରେ ପଶିଲା ସମୁଦ୍ର ଜୁଆର: ଅପହଞ୍ଚ ସାନ୍ତାଳୀ ଗାଁ ପାଣିଖିଆରେ ଦୁଇଟି ଘାଇ
ମହାକାଳପଡ଼ା, ୨୪।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଏକ…
ବାତ୍ୟା ଅର୍ଣ୍ଣବ ପ୍ରଭାବ: ପରିସ୍ଥିତିର ସମୀକ୍ଷା କରିବେ ବିଧାୟକ
କୋରାପୁଟ, ୨୪।୯ (ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କୋରାପୁଟ ଜିଲାରେ ଜାରି ରହିଛି ବର୍ଷା। ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ୨୪…
୭୧ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ବରିଷ୍ଠ ପଦକୁ ପଦୋନ୍ନତି: ଛୁଟୁଛି ଅଭିନନ୍ଦନର ସୁଅ
କେସିଙ୍ଗା, ୨୩।୯(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକରେ ୭୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବରିଷ୍ଠ ଶିକ୍ଷକ ପଦକୁ ପଦୋନ୍ନତି ମିଳିଛି। ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ବିଭାଗର…

