ପୋଷ୍ଟରରେ ଜିତୁ ଜାକାସିକାଙ୍କୁ ଟାର୍ଗେଟ: ପ୍ରଜାକୋର୍ଟରେ ବିଚାର କରାଯିବ ବୋଲି ଚେତାବନୀ

ବିଷମକଟକ/ମୁନିଗୁଡ଼ା,୨୬।୧୧(ଡି.ଏନ୍‌.ଏ.): ଭାରତୀୟ ସମାଜବାଦୀ ପାର୍ଟି(ବିଏସ୍‌ପି) ରାୟଗଡ଼ା ଜିଲା ସଭାପତି ତଥା ଆଦିବାସୀ ନେତା ଜିତୁ ଜାକାସିକାଙ୍କୁ ଟାର୍ଗେଟକରି ବିଷମକଟକ, ମୁନିଗୁଡ଼ା ଏବଂ ଅମ୍ବାଦଳା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ବିଷମକଟକ ବ୍ଲକ କାର୍ଯ୍ୟାଳୟ କାନ୍ଥ, ମୁନିଗୁଡ଼ା ଥାନା ଅଧୀନ ମୁନିଖୋଲ ପଞ୍ଚାୟତ କାର୍ଯାଳୟ କାନ୍ଥ ଏବଂ ଅମ୍ବାଦଳା ଥାନା ଅଧୀନ ହାଟଦହିଖାଲ ଛକରେ ଏହି ପୋଷ୍ଟର ଲାଗିଥିବା ଦୃଷ୍ଟିକୁ ଆସିଛି।
ବିଏସ୍‌ପି ନେତା ଜିତୁ ଜାକାକା କିଏ, ସେ କାହିଁକି ନିଜ ନାମକୁ ଜିତୁ ଜାକାସିକା ଲେଖୁଛନ୍ତି। ରାୟଗଡ଼ା ଜିଲା ସଦର ବ୍ଲକ ହାଲୁଆ ଗ୍ରାମର ଇନ୍ଦ୍ର ଜାକାକାଙ୍କ ପୁଅ ଜିତେନ୍ଦ୍ର ଜାକାକା ହୋଇଥିବା ବେଳେ ସେ ନିଜ ନାମ ଜିତୁ ଜାକାସିକା କହି ଡଙ୍ଗରିଆଙ୍କ ନଁାରେ ସମସ୍ତଙ୍କୁ ଲୁଟୁଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଜିତେନ୍ଦ୍ର ଜକାକା ଡଙ୍ଗରିଆ ସମ୍ପ୍ରଦାୟର ନ ହୋଇ ମଧ୍ୟ ନିଜକୁ ଡଙ୍ଗରିଆ ଭାବରେ ପରିଚୟ ଦେଉଛନ୍ତି। ଫେସ୍‌ବୁକ୍‌ରେ ଜିତୁ ଜାକାସିକା ନାମରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ସରକାରୀ ଫାଇଲରେ ଜିତେନ୍ଦ୍ର ଜାକାକା ନାମ ରହିଛି। ଜିତେନ୍ଦ୍ର ଜାକାକା ଓରଫ ଜିତୁ ଜାକାସିକା ନିୟମଗିରିର ସରଳ ଡଙ୍ଗରିଆଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ପ୍ରବର୍ତ୍ତାଉଛି ବୋଲି ଏଥିରେ ଉଲ୍ଲେଖ ରହିଛି। ଆଦିବାସୀଙ୍କ ନଁାରେ ଠିକାଦାର, ସରକାରୀ ଅଧିକାରୀ ଓ ବେପାରୀ ମାନଙ୍କୁ ବ୍ଲାକ୍‌ମେଲ କରି ଟଙ୍କା ଲୁଟୁଛନ୍ତି। ଏହାର ହିସାବ ପ୍ରଜାକୋର୍ଟରେ ହେବ ବୋଲି ମଧ୍ୟ ପୋଷ୍ଟରରେ ଲେଖାଯାଇଛି। ସାଦା କାଗଜରେ ଲାଲ୍‌ ସଲାମ ଲେଖି ବିଏସ୍‌ପି ନେତାଙ୍କୁ ଟାର୍ଗେଟ କରାଯାଇଥିବାବେଳେ ଏହି ହାତଲେଖା ପୋଷ୍ଟର ମାଓବାଦୀ ଲଗାଇଛନ୍ତି ନା ଆଉ କିଏ ତାହା ଅସ୍ପଷ୍ଟ ରହିଛି। ଅନ୍ୟପକ୍ଷରେ ପୋଷ୍ଟର ବିଷୟରେ ବିଏସ୍‌ପି ଜିଲା ସଭାପତି ଜିତୁ ଜାକାସିକାଙ୍କୁ ପଚାରିବାରୁ ସେ କହିଛନ୍ତି, ଏହା ମାଓବାଦୀଙ୍କ ପୋଷ୍ଟର ନୁହେଁ। ବିଏସ୍‌ପିର ଲୋକପ୍ରିୟତା ଯୋଗୁ କେତେଜଣ କୁଚକ୍ରୀ ଏଭଳି କାର୍ଯ୍ୟ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ଏଭଳି ପୋଷ୍ଟର ମାଧ୍ୟମରେ ଅପପ୍ରଚାର କରି ଦଳର କର୍ମକର୍ତ୍ତାଙ୍କୁ ଅପମାନିତ କରାଯାଇଛି ବୋଲି ବିଏସ୍‌ପି ପକ୍ଷରୁ ମୁନିଗୁଡ଼ା ଥାନାରେ ଏତଲା ଦିଆଯାଇଛି। ତଦନ୍ତକରି ପୋଷ୍ଟର ଲଗାଇଥିବା ଲୋକଙ୍କୁ ଗିରଫ କରା ନ ଗଲେ ଥାନା ପରିସରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ପୋଲିସ ପୋଷ୍ଟରଗୁଡ଼ିକୁ ଜବତକରି ତଦନ୍ତ ଚଳାଇଥିବା ବିଷମକଟକ ଏସ୍‌ଡିପିଓ ଆକାଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।
ଫଟୋ-ଜବତ କରାଯାଇଥିବା ପୋଷ୍ଟର।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ଅସୀମା ବାଣ୍ଟିଲେ ମାସ୍କ

ଢେଙ୍କାନାଳ ଅଫିସ, ୬।୫ – ଢେଙ୍କାନାଳର ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ ପକ୍ଷରୁ ହିନ୍ଦୋଳ ବ୍ଲକର ଦୁର୍ଗମ ଦଣ୍ଡିରି ପଞ୍ଚାୟତରେ ସହାୟତା ପହଞ୍ଚତ୍ଛି। କ୍ଲବର ନୂତନ...

ସରକାରୀ ଖାତାକୁ ଫେରିବ ହଜାରେ ଏକର

ଅନୁଗୋଳ ଅଫିସ,୧୨।୭ ସରକାରୀ ଜମିକୁ ପୈତୃକ ସମ୍ପତ୍ତି ଭଳି ବ୍ୟବହାର କରାଯାଉଛି। କେଉଁଠି ବହୁତଳ କୋଠା ତ ଆଉ କେଉଁଠି ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ାଯାଇ ଭଡ଼ାରେ...

ସମ୍ବର୍ଦ୍ଧନା ପରେ ସଙ୍ଗରୋଧ

କଟକ ଅଫିସ,୫ା୬: ପଶ୍ଚିମବଙ୍ଗରେ ସେଠାକାର ସରକାରଙ୍କ ଅନୁରୋଧକ୍ରମେ ବାତ୍ୟା ଅମ୍ଫନ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ଓଡ଼ିଶାର ଅଗ୍ନିଶମ ବାହିନୀ। ମୁଖ୍ୟ ଅଗ୍ନିଶମ ଅଧିକାରୀ ମହେଶ୍ୱର...

ଖାଦ୍ୟରେ ବିଛା ବାହାରିବା ଘଟଣା: ଅଙ୍ଗନୱାଡ଼ି କର୍ମୀ, ସହାୟିକାଙ୍କୁ କାରଣ ଦର୍ଶାଅ ନୋଟିସ

ଭୋଗରାଇ, ୧୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ମନ୍ଦାରସାହି ପଞ୍ଚାୟତ ହରିପୁର ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଦିଆଯାଉଥିବା ଭାତରେ ମଲା ବିଛା ବାହାରିଥିବା ଅଭିଯୋଗ...

ଗାଁ ସାଥୀ ସଂଘ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

ସୋରଡ଼ା,୯ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗାଁ ସାଥୀ ସଂଘର ୪ ଦଫା ଦାବିପତ୍ର ବିଡିଓ ସୀମାଞ୍ଚଳ ମଣ୍ଡଳଙ୍କୁ ଗୁରୁବାର ପ୍ରଦାନ କରାଯାଇଛି। ସଂଘ ସଭାନେତ୍ରୀ...

କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରିବା ଘଟଣା: ପାଟଣାଗଡ଼ ବିଧାୟକଙ୍କ ପାଇଁ ଅଡୁଆ ବଢ଼ିଲା

ବଲାଙ୍ଗିର ଅଫିସ/ଭୁବନେଶ୍ୱର, ୮ା୬(ବ୍ୟୁରୋ): ନିମ୍ନମାନର ରାସ୍ତା କାମ ପାଇଁ ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେର ଗତ ୫ତାରିଖରେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସମ୍ମୁଖରେ...

୨ ଦିନରେ ଟ୍ରେନ୍‌ରେ ଗଞ୍ଜାମ ଆସିଲେ ୫,୫୦୩ ପ୍ରବାସୀ

ଛତ୍ରପୁର,୫।୫(ଡି.ଏନ୍‌.ଏ.): କେରଳ ଓ ସୁରଟରୁ ଗତ ୨ଦିନ ହେଲା ସ୍ବତନ୍ତ୍ର ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରୁଛନ୍ତି। ରବିବାର କେରଳ ଓ ସୁରଟରୁ ଗୋଟିଏ...

ହାରିଗଲେ ବହୁ ଟାଣୁଆ ନେତା

ଚଣ୍ଡିଖୋଲ,୨।୩(ଡି.ଏନ.ଏ.): ଚଳିତ ପଞ୍ଚାୟତ ନିର୍ବାଚନରେ ବଡ଼ଚଣା ବ୍ଲକରେ ବହୁ ହେଭିୱେଟ୍‌ ନେତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି। ସମସ୍ତ ୫ଟି ଜିଲାପରିଷଦ ଜୋନ୍‌ ବିଜେଡି ହାତେଇ...

Advertisement
Archives

Model This Week