ରପ୍ତାନି ବନାମ ଅଭାବୀ ବିକ୍ରି

ଯାଜପୁର ଅଫିସ,୧୯ା୧୨:ଚାଉଳ ଉପତ୍ାଦନରେ ଓଡ଼ିଶା ବଳକା ରାଜ୍ୟ ଭାବେ ବିବେଚିତ ହୋଇଛି। ଚାଉଳ ରପ୍ତାନି ପାଇଁ ଓଡ଼ିଶାରେ ବ୍ୟାପକ ସୁଯୋଗ ଥିବା କୁହାଯାଉଛି। ଗତ ୫ ବର୍ଷ ମଧ୍ୟରେ ଚଳିତ ଧାନ ସଂଗ୍ରହ ବର୍ଷର ୨୧ା୧୧ା୨୦୨୨ ସୁଦ୍ଧା ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଜରିଆରେ ଓଡ଼ିଶା ୭୩୩୮୮୪୨.୩୬୬ ମେଟ୍ରିକ ଟନ(ଏମ୍‌ଟି) ଚାଉଳ ରପ୍ତାନି କରିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗତ ବିଧାନସଭାରେ ରଖିଥିବା ତଥ୍ୟରୁ ଏହା ଜଣାପଡିଛି। କିନ୍ତୁ ଧାନ ସଂଗ୍ରହରେ ଜାଲ୍‌ ଟୋକନ ବ୍ୟବହାର, ଜମି ନ ଥାଇ ଚାଷ, ଚାଷୀଙ୍କଠାରୁ ଧାନ ସଂଗ୍ରହ ନ କରି ଭେଣ୍ଡର ରସିଦ ଜାରି, ଠିକ୍‌ ସମୟରେ ପ୍ରାପ୍ୟ ପାଇବାରେ ସମସ୍ୟା ଆଦି ବ୍ୟାପକ ଅନିୟମିତତା ଅଭିଯୋଗ ଚାଷୀଙ୍କୁ ବ୍ୟଥିତ କରିଛି। ଏହାବାଦ ମିଲମାଲିକ ତଥା ଧାନକିଣା କମ୍ପାନୀ ମାଲାମାଲ ହେଉଥିବାବେଳେ ଚାଷୀ ଅଭାବୀ ବିକ୍ରିର ଫାଶରେ ପଡ଼ି ଛଟପଟ ହେଉଛି। ଚାଷରେ ହେଉଥିବା ଖର୍ଚ୍ଚ ତୁଳନାରେ ଚାଷୀ ଉପଯୁକ୍ତ ଲାଭ ପାଇପାରୁନାହିଁ। ତେଣୁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ମୂଲ୍ୟ ୩୦୦୦ ଟଙ୍କା ଦେବାକୁ ଦାବି କରାଯାଉଛି। ଚାଉଳ ରପ୍ତାନି ବଢୁଥିବାବେଳେ ଚାଷୀଙ୍କ ଉକ୍ତ ଦାବିକୁ ଅଣଦେଖା ବାସ୍ତବରେ ଅନ୍ୟାୟ ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି।
ରିପୋର୍ଟ ଅନୁସାରେ ୨୦୦୩-୦୪ ବର୍ଷରୁ ଭାରତ ସରକାରଙ୍କ ବିକେନ୍ଦ୍ରୀକୃତ ଧାନ ସଂଗ୍ରହ ବା ଡିସିପି ବ୍ୟବସ୍ଥାରେ ଓଡ଼ିଶା ସାମିଲ ହୋଇଛି। ସେବେଠାରୁ ନିଜର ଖାଦ୍ୟାନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ ସରକାର ଅନ୍ନ ସଂଗ୍ରହ ଯୋଜନାର ପରିଚାଳନା ଭାର ନିଜେ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ରାଜ୍ୟରେ ଚାଲୁ ରହିଥିବା ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ବିଭିନ୍ନ ଜନହିତକାରୀ ଯୋଜନାରେ ଆବଶ୍ୟକ ହେଉଥିବା ଚାଉଳକୁ ବିନିଯୋଗ କରାଯାଇ ବଳକା ଚାଉଳକୁ ଏଫ୍‌ସିଆଇ ମାଧ୍ୟମରେ କେନ୍ଦ୍ରୀୟ ଅନ୍ନ ଭଣ୍ଡାର(ସେଣ୍ଟ୍ରାଲ ପୁଲ)ରେ ଦାଖଲ କରାଯାଉଛି। ଏଫ୍‌ସିଆଇ ଏହି ବଳକା ଚାଉଳକୁ ନିଅଣ୍ଟ ରାଜ୍ୟକୁ ପ୍ରେରଣ କରୁଛି। ଏହିକ୍ରମରେ ୨୦୧୭-୧୮ରେ ୧୧,୬୧,୩୮୦.୨୨୯ ଏମ୍‌ଟି, ୨୦୧୮-୧୯ରେ ୧୭,୪୪,୬୭୮.୫୪୬ ଏମ୍‌ଟି, ୨୦୧୯-୨୦ରେ ୧୭,୧୬,୬୦୧.୮୧୦ ଏମ୍‌ଟି, ୨୦୨୦-୨୧ରେ ୧୮,୯୯,୫୪୮.୮୫୮ ଏମ୍‌ଟି ଏବଂ ୨୦୨୧-୨୨ ବର୍ଷର ୨୧ା୧୧ା୨୦୨୨ ସୁଦ୍ଧା ୮,୧୬,୬୩୨.୯୨୩ ଏମ୍‌ଟି ବଳକା ଚାଉଳ ଏଫ୍‌ସିଆଇକୁ ପ୍ରଦାନ କରାଯାଇଛି। ଓଡ଼ିଶାରୁ ଚାଉଳ ରପ୍ତାନି ପ୍ରକ୍ରିୟା ବୃଦ୍ଧି କରିବାରେ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନ ଏଗ୍ରିକଲଚର ଆଣ୍ଡ୍‌ ପ୍ରୋସେସ୍‌ ଫୁଡ୍‌ ପ୍ରଡକ୍ଟସ୍‌ ଏକ୍ସପୋର୍ଟ ଡେଭଲପ୍‌ମେଣ୍ଟ ଅଥରିଟି (ଏପିଇଡିଏ)କୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷେ ଓଡ଼ିଶାରେ ଯେଉଁ ପରିମାଣରେ ଧାନଚାଷ ପାଇଁ ସୁଯୋଗ ରହିଛି ଏବଂ ଚାଷୀଙ୍କଠାରୁ ଯେଉଁ ମୂଲ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା କରାଯାଉଛି, ସେହି ଅନୁପାତରେ ସ୍ବଚ୍ଛତା ଅବଲମ୍ବନ କଲେ ଚାଉଳ ରପ୍ତାନି ଆହୁରି ବୃଦ୍ଧି ପାଇପାରିବ ବୋଲି ମତପ୍ରକାଶ ପାଇଛି।
ରାଜ୍ୟ ତଥା କେନ୍ଦ୍ର ସରକାର ସବୁବେଳେ କୃଷି ଓ କୃଷକଙ୍କ ଉନ୍ନତି ସକାଶେ ଧାନର ମୂଲ୍ୟ ଯେତେ ବୃଦ୍ଧି କଲେ ମଧ୍ୟ ତେଲିଆମୁଣ୍ଡରେ ତେଲ ସଦୃଶ ହେଉଛି। ମିଲମାଲିକ ତଥା ଧାନକିଣା କମ୍ପାନୀ ଫାଇଦାରେ ରହୁଥିବାବେଳେ ପ୍ରାୟ ପ୍ରତିବର୍ଷ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ବର୍ତ୍ତମାନ ଖରିଫ ଋତୁର ଧାନ ଅମଳ ସରିଯାଇଛି। ଚାଷୀଙ୍କ ଧାନ ରଖିବାକୁ ଘରେ ଜାଗାନାହିଁ। ଅନ୍ୟପକ୍ଷେ ଧାନ ବିକ୍ରି କରି ତୁରନ୍ତ ଟଙ୍କା ପାଇବାର ଅଛି। କାରଣ ରବି ଚାଷ ପାଇଁ ସଜବାଜ ହେବାକୁ ପଡ଼ିବ। ଅନ୍ୟପକ୍ଷେ ପ୍ରଶାସନ କେବଳ କାଗଜ କଲମରେ ମଣ୍ଡି ଖୋଲି ବସିଛନ୍ତି। କେତେକ ଜିଲାରେ ଜାନୁୟାରୀ ପ୍ରଥମ ସପ୍ତାହରେ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ଚାଷୀମାନେ ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ମୂଲ୍ୟ କୁଇଣ୍ଟାଲ ପିଛା ୨୦୪୦ ଟଙ୍କା ପରିବର୍ତ୍ତେ ପ୍ରାୟ ୧୪୦୦ ଟଙ୍କାରେ ଅଣ୍ଡରରେଟ୍‌ରେ ବ୍ୟବସାୟୀଙ୍କୁ ବିକିବାକୁ ବାଧ୍ୟ ହେଉଛନ୍ତି। ଯାଜପୁର ଜିଲା କୋରେଇ ବ୍ଲକ ଅଞ୍ଚଳର ଚାଷୀ ଅନିରୁଦ୍ଧ ସ୍ବାଇଁ, ଅନାଦି ଚରଣ ସାହୁ, ସରୋଜ ଚନ୍ଦ୍ର ଜେନା, ଯୋଗେନ୍ଦ୍ର ସାହୁ ପ୍ରମୁଖ କହିଛନ୍ତି, ଅମଳ କରି ଧାନ ବିକ୍ରି କରିବା ଅପେକ୍ଷାରେ ରହିଛନ୍ତି। ହେଲେ ମଣ୍ଡି ନ ଖୋଲିବାରୁ ନିହାତି ଆବଶ୍ୟକ ସ୍ଥଳେ ବ୍ୟବସାୟୀଙ୍କ ନିକଟରେ ବିକ୍ରି କରିବାକୁ କେତେଜଣ ଚାଷୀ ମନସ୍ଥ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?