ଗୃହ ନାହିଁ, ସରପଞ୍ଚଙ୍କ ଘରେ ଚାଲିଛି ଅଫିସ କାମ

ପ୍ରୀତିପୁର,୧୯ା୧୨(ଡି.ଏନ୍‌.ଏ):ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ହଳଦିଡିହ ପଞ୍ଚାୟତ ଗଠନର ୨୦ ବର୍ଷ ପରେ ମଧ୍ୟ ଏଠାରେ ଅଫିସ ଗୃହ ନିର୍ମାଣ ହୋଇ ପାରିନାହିଁ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଅବହେଳାକୁ ଲୋକେ ସହଜେ ଗ୍ରହଣ କରି ପାରିନାହାନ୍ତି। ୨୦୦୨ରେ ଆଉଁରୀ ପଞ୍ଚାୟତରୁ ପୃଥକ୍‌ ହୋଇ ହଲଦିଡିହ ଏକ ନୂତନ ପଞ୍ଚାୟତ ଭାବେ ମାନ୍ୟତା ପାଇଥିଲା। ଇତି ମଧ୍ୟରେ ୨୦୦୨, ୨୦୦୭, ୨୦୧୨, ୨୦୧୭ ଏବଂ ୨୦୨୨ରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବା ସହିତ ସରପଞ୍ଚ ଓ ସମିତିସଭ୍ୟମାନେ ନିର୍ବାଚିତ ହୋଇଛନ୍ତି। ହଳଦିଡିହ, ଫଳପୁର, ଚମ୍ପାପାଳ, ଗୁହାଳୀ, ଅଣ୍ଢାଳ ଆଦି ରାଜସ୍ବ ଗ୍ରାମକୁ ନେଇ ଏହି ପଞ୍ଚାୟତ ଗଠିତ ହୋଇଛି। ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ବସବାସ କରୁଥିବା ଏହି ପଞ୍ଚାୟତଟି ସର୍ବଦା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥାଏ । ଚାଷ ଓ ଗୋପାଳନ ନିମନ୍ତେ ନିର୍ଭରଶୀଳ ଉକ୍ତ ପଞ୍ଚାୟତର ଜନସାଧାରଣ ପ୍ରତି ବର୍ଷ ଖରସ୍ରୋତାର ଶାଖାନଦୀ ନୂଆମାହାରାର ବନ୍ୟାଜଳ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥାନ୍ତି। ଫଳରେ ବନ୍ୟା ସମୟରେ ରିଲିଫ୍‌ ସାମଗ୍ରୀଠାରୁ ଆରମ୍ଭ ଭତ୍ତା ଓ ଅନ୍ୟାନ୍ୟ ସରକାରୀ ଯୋଜନାରେ ଆବେଦନ କରିବାକୁ ପଞ୍ଚୟତ କାର୍ଯ୍ୟାଳୟକୁ ଯିବାକୁ ପଡିଥାଏ। ମାତ୍ର ଏଠାରେ ପଞ୍ଚାୟତ କାର୍ଯ୍ୟାଳୟ ନ ଥିବା ଯୋଗୁ ଜନସାଧାରଣ ନାହିନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଯେଉଁମାନେ ସରପଞ୍ଚ ନିର୍ବାଚିତ ହେଉଛନ୍ତି ସେମାନ ନିଜ ଘରେ କାର୍ଯ୍ୟାଳୟ ଚଳାଇବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ ପକ୍ଷରୁ ପ୍ରାୟ ୨ ବର୍ଷ ତଳେ ଫଳପୁର ଗ୍ରାମଠାରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଆରମ୍ଭ ହୋଇଥିଲା ା ହେଲେ କୌଣସି ବାଦବିବାଦ ଯୋଗୁ ଅର୍ଦ୍ଦନିର୍ମିତ ଅବସ୍ଥାରେ ପଡିରହିଛି। ଏ ସଂକ୍ରାନ୍ତରେ ସରପଞ୍ଚ ଅନୂପମା ନାୟକଙ୍କୁ ପଚାରିବାରୁ ଜମି ଚିହ୍ନଟ ବିବାଦ ଯୋଗୁ ପଞ୍ଚାୟତ କାର୍ଯ୍ୟାଳୟ ଅଧପନ୍ତରିଆ ଭାବେ ପଡିରହିଛି। ଖୁବ୍‌ ଶୀଘ୍ର ଏହାର ସମାଧାନ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri