ଅବହେଳିତ ଶ୍ୟାମସୁନ୍ଦର ଜୀଉ ମନ୍ଦିର

କାଏମା,୧୯ା୧୨(ଡି.ଏନ୍‌.ଏ.):ପ୍ରାଚୀନ ଐତିହ୍ୟ, ମଠ, ମନ୍ଦିରକୁ ନେଇ ଯାଜପୁର ଜିଲା ସର୍ବଜନବିଦିତ। ତେବେ ସେଥିମଧ୍ୟରୁ ଧର୍ମଶାଳା ବ୍ଲକ ମିର୍ଜାପୁର ପଞ୍ଚାୟତର ଅରଙ୍ଗାବାଦ ଗ୍ରାମରେ ଥିବା ବୈଷ୍ଣବପୀଠ ଶ୍ୟାମସୁନ୍ଦର ଜୀଉ ମନ୍ଦିର ଅନ୍ୟତମ। ଜାରକାଠାରୁ ଶାନ୍ତି ବଜାର ଛକ ଏବଂ ସେଠାରୁ ସିଧା ରାସ୍ତା କାଏମା ବଜାର ମଧ୍ୟ ଦେଇ ବ୍ରାହ୍ମଣୀ ନଦୀର ପାଦ ଦେଶରେ ଏହି ମନ୍ଦିର ରହିଛି। ସପ୍ତଦଶ ଶତାବ୍ଦୀ ଆଦିକାଳରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିଙ୍କୁ ଏଠାରେ ଶ୍ୟାମସୁନ୍ଦର ନାମରେ ପୂଜା କରାଯାଏ। ଏହି ମନ୍ଦିର ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି। ଦେବୋତ୍ତର ବିଭାଗ ମଧ୍ୟ ଅଣଦେଖା କରିଛି। ଫଳରେ ଏହି ପୀଠ ସରକାରୀ ଅନୁଦାନରୁ ବଞ୍ଚିତ ହୋଇଛି ା
ମନ୍ଦିରକୁ ଚାରି ଭାଗରେ ବିଭକ୍ତ କଲେ ଜଣାଯାଏ ଯେ, ଏହାର ମୁଖ୍ୟ ଦ୍ୱାର ବହୁ ପୁରାତନ। ଜଗମୋହନ, ନାଟ୍ୟ ମନ୍ଦିର ଓ ସିଂହଦ୍ୱାର ୧୦୦ବର୍ଷ ଭିତରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ। ମନ୍ଦିରର ପ୍ରବେଶ ପଥ ସିଂହଦ୍ୱାର ସମ୍ମୁଖରେ ହାତୀ ଉପରେ ସିଂହ ବସିଥିବାର ଦେଖିବାକୁ ମିଳୁଛି। ଭିତର ପାର୍ଶ୍ୱରେ ପତିତପାବନ ବେଢ଼ା ମଧ୍ୟରେ ଦୁଇଟି ଗଣେଶ ମୂର୍ତ୍ତି ସହ ଏକ ବୁଦ୍ଧ ମୂର୍ତ୍ତିର ମସ୍ତକ ପୂଜା କରାଯାଏ। ନାଟ୍ୟ ମଧ୍ୟରେ ବିଭିନ୍ନ ପ୍ରକାର ମାର୍ବଲ ପ୍ରସ୍ତର ସହ ହନୁମାନ ଓ ଦେବଦେବୀ ପୂଜା ପାଆନ୍ତି। ଜଗମୋହନରେ ଗରୁଡ଼ ମୂର୍ତ୍ତି ପୂଜା ପାଇବା ସହ ଭକ୍ତଙ୍କ ଦ୍ୱାରା ଦାନରେ ଆସିଥିବା ଫଟୋଚିତ୍ର ମନ୍ଦିରର ଶୋଭା ବଢାଇ ଥାଏ। ମୁଖ୍ୟ ମନ୍ଦିର ମଧ୍ୟରେ ଶ୍ୟାମସୁନ୍ଦର ଜୀଉ ଏବଂ ଦୁଇ ଦଧିବାମନ ମୂର୍ତ୍ତି ପୂଜିତ ହେବା ସହ ପୁରୀ ଜଗନ୍ନାଥ ମନ୍ଦିର ପରି ଚାରିମୂର୍ତ୍ତିର ପରିକଳ୍ପନା କରାଯାଇଛି। ଶ୍ୟାମସୁନ୍ଦର ଓ ଦଧିବାମନ ମୂର୍ତ୍ତି କାଷ୍ଠ ନିର୍ମିତ ହେଇଥିବାବେଳେ ଅନେକ ମୂର୍ତ୍ତି ପିତଳ ଓ ପଥରରେ ନିର୍ମିତ। ମନ୍ଦିିରରେ ନେତ୍ର, ସ୍ନାନ ଉତ୍ସବ ଆଦି ଅନେକ ପୂଜାର୍ଚ୍ଚନା କରାଯାଏ। ପୁରୀରେ ନବକଳେବର ସମୟରେ ନୂତନ ଆବରଣ ଦିଆଯାଇ ରଙ୍ଗ କରାଯାଏ। ମନ୍ଦିରର ଉଚ୍ଚତା ୩୨ଫୁଟ, ଦୈର୍ଘ୍ୟ ୧୮ଫୁଟ ଓ ପ୍ରସ୍ଥ ୧୪ ଫୁଟ ହୋଇଥିବାରୁ ଏହା କୋଣାର୍କ ମୁଖଶାଳାର ଶୈଳୀରେ ନିର୍ମିତ ବୋଲି କୁହାଯାଏ। ଏହା ଉପରେ ଚୂନର ଆବରଣ ଥିବାରୁ ଏଥି ମଧ୍ୟରେ ଅନେକ କାରୁକାର୍ଯ୍ୟ ଲୁଚି ରହିଥିବା ଅନୁମାନ କରାଯାଏ। ଏହା ସହ ମନ୍ଦିରର ଉପର ଭାଗରେ ଉଲଗ୍ନ ମାନବ ଓ ସିଂହ ମୂର୍ତ୍ତି ଅଛି। ମନ୍ଦିରର ଭିତର ପାର୍ଶ୍ୱରେ ଅନେକ ଦେବଦେବୀ ଯଥା ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ହନୁମାନ, ବରାହ ନୃସିଂହ, ଗଣେଶ ଆଦି ପୂଜିତ ହୁଅନ୍ତି। ମନ୍ଦିରର ନିର୍ମାଣ କାଳ ବିଷୟରେ ଏଯାଏ କୌଣସି ଠିକ୍‌ ତଥ୍ୟ ମିଳିପାରିନାହିଁ । ପୂଜକମାନଙ୍କ କହିବା ଅନୁସାରେ, ପୁରୀ ଜିଲାର ଶ୍ରୀରାମପୁର ଶାସନ ଗ୍ରାମରୁ ସାଧୁ ଚରଣ ମିଶ୍ର ନାମକ ଜଣେ ବ୍ରାହ୍ମଣ ଲକ୍ଷ୍ମୀ ଓ ଦଧିବାମନ ମୂର୍ତ୍ତିକୁ ନେଇ ଆସି ଏଠାରେ ଅବସ୍ଥିତ କରି ପୂଜା କରିଥିଲେ। ସେ ସମୟରେ ପୁରୀରୁ ବ୍ରାହ୍ମଣ ଆସିବା ଖବର ପାଇ ସେହି ଅଞ୍ଚଳର ପଟ୍ଟନାୟକ ପରିବାର ତାଙ୍କ ଗୃହ ଦେବତାଙ୍କୁ ପୂଜା କରିବାକୁ ଅନୁରୋଧ କରିଥିଲେ। ସମୟ ବିତିବା ସହିତ ପଟ୍ଟନାୟକ ବଂଶଧରମାନେ ଶ୍ରୀ ଜୀଉଙ୍କ ପୂଜା ପାଇଁ ଜମି ଦେଇଥିଲେ। କାଳକ୍ରମେ ଶ୍ୟାମଚରଣ ନାମକ ବାବାଜି ଏ ଅଞ୍ଚଳକୁ ଏକ ନୃସିଂହ ମୂର୍ତ୍ତି ଧରି ଆସି ପହଞ୍ଚିଥିଲେ। ସମୟକ୍ରମେ ବାବାଜିଙ୍କ ଶେଷ ସମୟରେ ସେ ଏହି ମୂର୍ତ୍ତିକୁ ସାଧୁଚରଣଙ୍କୁ ପୂଜା କରିବାକୁ କହିଥିଲେ। କିନ୍ତୁ ମୂର୍ତ୍ତିଟି ନୃସିଂହ ଅବତାର ଥିବାରୁ ସେ ମନା କରିଥିଲେ । ତେଣୁ ବାବାଜି ଶ୍ରୀ ଜଗନ୍ନାଥ ରୂପକ ବିଗ୍ରହ ମଧ୍ୟରେ ନୃସିଂହ ମୂର୍ତ୍ତି ସ୍ଥାପନ କରି ଜୀବନ୍ୟାସ ଦେଇଥିଲେ। ପରେ ତାଙ୍କର ପରଲୋକ ଘଟିଥିଲା । ଏଣୁ ବାବାଜିଙ୍କ ନାମ ଅନୁସାରେ ମୂର୍ତ୍ତିର ନାମ ଶ୍ୟାମସୁନ୍ଦର ଜୀଉ ରଖାଯାଇଥିବା ଅନୁମାନ କରାଯାଏ। ଶ୍ୟାମସୁନ୍ଦର ମନ୍ଦିରକୁ ବହୁ ଦୂରଦୂରାନ୍ତରୁ ଭକ୍ତ ଦର୍ଶନ କରିବା ପାଇଁ ଆସନ୍ତି । ଅନେକ ଭକ୍ତ ମାନସିକ ପୂରଣ ପରେ ମଧ୍ୟ ନୀତି କରି ଭୋଗ ଦେଉଥିବା ଦେଖିବାକୁ ମିଳେ। ଏହି ଅଞ୍ଚଳର ପ୍ରାୟତଃ ବିବାହ ଉତ୍ସବ ଏଠାରେ କରାଯାଏ। ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣମୀରେ ଧର୍ମଶାଳାର ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କ ନେତୃତ୍ୱରେ ୧୯୭୫ରୁ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ। ଏହାକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ଘଟେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?