ଅବହେଳିତ ଶ୍ୟାମସୁନ୍ଦର ଜୀଉ ମନ୍ଦିର

କାଏମା,୧୯ା୧୨(ଡି.ଏନ୍‌.ଏ.):ପ୍ରାଚୀନ ଐତିହ୍ୟ, ମଠ, ମନ୍ଦିରକୁ ନେଇ ଯାଜପୁର ଜିଲା ସର୍ବଜନବିଦିତ। ତେବେ ସେଥିମଧ୍ୟରୁ ଧର୍ମଶାଳା ବ୍ଲକ ମିର୍ଜାପୁର ପଞ୍ଚାୟତର ଅରଙ୍ଗାବାଦ ଗ୍ରାମରେ ଥିବା ବୈଷ୍ଣବପୀଠ ଶ୍ୟାମସୁନ୍ଦର ଜୀଉ ମନ୍ଦିର ଅନ୍ୟତମ। ଜାରକାଠାରୁ ଶାନ୍ତି ବଜାର ଛକ ଏବଂ ସେଠାରୁ ସିଧା ରାସ୍ତା କାଏମା ବଜାର ମଧ୍ୟ ଦେଇ ବ୍ରାହ୍ମଣୀ ନଦୀର ପାଦ ଦେଶରେ ଏହି ମନ୍ଦିର ରହିଛି। ସପ୍ତଦଶ ଶତାବ୍ଦୀ ଆଦିକାଳରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିଙ୍କୁ ଏଠାରେ ଶ୍ୟାମସୁନ୍ଦର ନାମରେ ପୂଜା କରାଯାଏ। ଏହି ମନ୍ଦିର ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି। ଦେବୋତ୍ତର ବିଭାଗ ମଧ୍ୟ ଅଣଦେଖା କରିଛି। ଫଳରେ ଏହି ପୀଠ ସରକାରୀ ଅନୁଦାନରୁ ବଞ୍ଚିତ ହୋଇଛି ା
ମନ୍ଦିରକୁ ଚାରି ଭାଗରେ ବିଭକ୍ତ କଲେ ଜଣାଯାଏ ଯେ, ଏହାର ମୁଖ୍ୟ ଦ୍ୱାର ବହୁ ପୁରାତନ। ଜଗମୋହନ, ନାଟ୍ୟ ମନ୍ଦିର ଓ ସିଂହଦ୍ୱାର ୧୦୦ବର୍ଷ ଭିତରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ। ମନ୍ଦିରର ପ୍ରବେଶ ପଥ ସିଂହଦ୍ୱାର ସମ୍ମୁଖରେ ହାତୀ ଉପରେ ସିଂହ ବସିଥିବାର ଦେଖିବାକୁ ମିଳୁଛି। ଭିତର ପାର୍ଶ୍ୱରେ ପତିତପାବନ ବେଢ଼ା ମଧ୍ୟରେ ଦୁଇଟି ଗଣେଶ ମୂର୍ତ୍ତି ସହ ଏକ ବୁଦ୍ଧ ମୂର୍ତ୍ତିର ମସ୍ତକ ପୂଜା କରାଯାଏ। ନାଟ୍ୟ ମଧ୍ୟରେ ବିଭିନ୍ନ ପ୍ରକାର ମାର୍ବଲ ପ୍ରସ୍ତର ସହ ହନୁମାନ ଓ ଦେବଦେବୀ ପୂଜା ପାଆନ୍ତି। ଜଗମୋହନରେ ଗରୁଡ଼ ମୂର୍ତ୍ତି ପୂଜା ପାଇବା ସହ ଭକ୍ତଙ୍କ ଦ୍ୱାରା ଦାନରେ ଆସିଥିବା ଫଟୋଚିତ୍ର ମନ୍ଦିରର ଶୋଭା ବଢାଇ ଥାଏ। ମୁଖ୍ୟ ମନ୍ଦିର ମଧ୍ୟରେ ଶ୍ୟାମସୁନ୍ଦର ଜୀଉ ଏବଂ ଦୁଇ ଦଧିବାମନ ମୂର୍ତ୍ତି ପୂଜିତ ହେବା ସହ ପୁରୀ ଜଗନ୍ନାଥ ମନ୍ଦିର ପରି ଚାରିମୂର୍ତ୍ତିର ପରିକଳ୍ପନା କରାଯାଇଛି। ଶ୍ୟାମସୁନ୍ଦର ଓ ଦଧିବାମନ ମୂର୍ତ୍ତି କାଷ୍ଠ ନିର୍ମିତ ହେଇଥିବାବେଳେ ଅନେକ ମୂର୍ତ୍ତି ପିତଳ ଓ ପଥରରେ ନିର୍ମିତ। ମନ୍ଦିିରରେ ନେତ୍ର, ସ୍ନାନ ଉତ୍ସବ ଆଦି ଅନେକ ପୂଜାର୍ଚ୍ଚନା କରାଯାଏ। ପୁରୀରେ ନବକଳେବର ସମୟରେ ନୂତନ ଆବରଣ ଦିଆଯାଇ ରଙ୍ଗ କରାଯାଏ। ମନ୍ଦିରର ଉଚ୍ଚତା ୩୨ଫୁଟ, ଦୈର୍ଘ୍ୟ ୧୮ଫୁଟ ଓ ପ୍ରସ୍ଥ ୧୪ ଫୁଟ ହୋଇଥିବାରୁ ଏହା କୋଣାର୍କ ମୁଖଶାଳାର ଶୈଳୀରେ ନିର୍ମିତ ବୋଲି କୁହାଯାଏ। ଏହା ଉପରେ ଚୂନର ଆବରଣ ଥିବାରୁ ଏଥି ମଧ୍ୟରେ ଅନେକ କାରୁକାର୍ଯ୍ୟ ଲୁଚି ରହିଥିବା ଅନୁମାନ କରାଯାଏ। ଏହା ସହ ମନ୍ଦିରର ଉପର ଭାଗରେ ଉଲଗ୍ନ ମାନବ ଓ ସିଂହ ମୂର୍ତ୍ତି ଅଛି। ମନ୍ଦିରର ଭିତର ପାର୍ଶ୍ୱରେ ଅନେକ ଦେବଦେବୀ ଯଥା ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ହନୁମାନ, ବରାହ ନୃସିଂହ, ଗଣେଶ ଆଦି ପୂଜିତ ହୁଅନ୍ତି। ମନ୍ଦିରର ନିର୍ମାଣ କାଳ ବିଷୟରେ ଏଯାଏ କୌଣସି ଠିକ୍‌ ତଥ୍ୟ ମିଳିପାରିନାହିଁ । ପୂଜକମାନଙ୍କ କହିବା ଅନୁସାରେ, ପୁରୀ ଜିଲାର ଶ୍ରୀରାମପୁର ଶାସନ ଗ୍ରାମରୁ ସାଧୁ ଚରଣ ମିଶ୍ର ନାମକ ଜଣେ ବ୍ରାହ୍ମଣ ଲକ୍ଷ୍ମୀ ଓ ଦଧିବାମନ ମୂର୍ତ୍ତିକୁ ନେଇ ଆସି ଏଠାରେ ଅବସ୍ଥିତ କରି ପୂଜା କରିଥିଲେ। ସେ ସମୟରେ ପୁରୀରୁ ବ୍ରାହ୍ମଣ ଆସିବା ଖବର ପାଇ ସେହି ଅଞ୍ଚଳର ପଟ୍ଟନାୟକ ପରିବାର ତାଙ୍କ ଗୃହ ଦେବତାଙ୍କୁ ପୂଜା କରିବାକୁ ଅନୁରୋଧ କରିଥିଲେ। ସମୟ ବିତିବା ସହିତ ପଟ୍ଟନାୟକ ବଂଶଧରମାନେ ଶ୍ରୀ ଜୀଉଙ୍କ ପୂଜା ପାଇଁ ଜମି ଦେଇଥିଲେ। କାଳକ୍ରମେ ଶ୍ୟାମଚରଣ ନାମକ ବାବାଜି ଏ ଅଞ୍ଚଳକୁ ଏକ ନୃସିଂହ ମୂର୍ତ୍ତି ଧରି ଆସି ପହଞ୍ଚିଥିଲେ। ସମୟକ୍ରମେ ବାବାଜିଙ୍କ ଶେଷ ସମୟରେ ସେ ଏହି ମୂର୍ତ୍ତିକୁ ସାଧୁଚରଣଙ୍କୁ ପୂଜା କରିବାକୁ କହିଥିଲେ। କିନ୍ତୁ ମୂର୍ତ୍ତିଟି ନୃସିଂହ ଅବତାର ଥିବାରୁ ସେ ମନା କରିଥିଲେ । ତେଣୁ ବାବାଜି ଶ୍ରୀ ଜଗନ୍ନାଥ ରୂପକ ବିଗ୍ରହ ମଧ୍ୟରେ ନୃସିଂହ ମୂର୍ତ୍ତି ସ୍ଥାପନ କରି ଜୀବନ୍ୟାସ ଦେଇଥିଲେ। ପରେ ତାଙ୍କର ପରଲୋକ ଘଟିଥିଲା । ଏଣୁ ବାବାଜିଙ୍କ ନାମ ଅନୁସାରେ ମୂର୍ତ୍ତିର ନାମ ଶ୍ୟାମସୁନ୍ଦର ଜୀଉ ରଖାଯାଇଥିବା ଅନୁମାନ କରାଯାଏ। ଶ୍ୟାମସୁନ୍ଦର ମନ୍ଦିରକୁ ବହୁ ଦୂରଦୂରାନ୍ତରୁ ଭକ୍ତ ଦର୍ଶନ କରିବା ପାଇଁ ଆସନ୍ତି । ଅନେକ ଭକ୍ତ ମାନସିକ ପୂରଣ ପରେ ମଧ୍ୟ ନୀତି କରି ଭୋଗ ଦେଉଥିବା ଦେଖିବାକୁ ମିଳେ। ଏହି ଅଞ୍ଚଳର ପ୍ରାୟତଃ ବିବାହ ଉତ୍ସବ ଏଠାରେ କରାଯାଏ। ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣମୀରେ ଧର୍ମଶାଳାର ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କ ନେତୃତ୍ୱରେ ୧୯୭୫ରୁ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ। ଏହାକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ଘଟେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri