ମାଷ୍ଟରମାଇଣ୍ଡ୍‌ଙ୍କ ସମେତ ୨ ଗିରଫ

ଢେଙ୍କାନାଳ ଅଫିସ/ଦେବଗଡ଼(ଡି.ଏନ୍‌.ଏ.), ୧୯।୧୨:ଓଡ଼ିଶାରେ ବଡ଼ଧରଣର ଜାଲନୋଟ ରାକେଟ୍‌ ଚାଲିଛି। ପଶ୍ଚିମରୁ କେନ୍ଦ୍ର ଓଡ଼ିଶା ଯାଏ ଲମ୍ବିଛି ଏହାର ଚେର। ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ରଥପଦା ଗ୍ରାମ ନିକଟରୁ ଶୁକ୍ରବାର ବିଳମ୍ବିତ ରାତିରେ ୧ ଲକ୍ଷ ୯୦ ହଜାର ୬୦୦ ଟଙ୍କାର ନକଲି ନୋଟ ଜବତ ଘଟଣାର ଖୋଳତାଡ଼ ବେଳେ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଏବଂ ପୋଲିସ ହାତରେ ଲାଗିଛି ବହୁ ଚାଞ୍ଚଲ୍ୟକର ତଥ୍ୟ। ଏହି ଘଟଣାରେ ଦେବଗଡ଼ କଚେରିସାହିର ତୁଷାର କୁମାର ବିଶ୍ୱାଳ ଗିରଫ ହୋଇଥିଲେ। ଖୋଳତାଡ଼ ପରେ ଜାଲ ନୋଟ କାରବାରର ମାଷ୍ଟରମାଇଣ୍ଡ୍‌ ତଥା ଦେବଗଡ଼ ଗୁରୁସାହିର ତ୍ରିନାଥ ଦାସ ଏବଂ ତାଙ୍କର ଅନ୍ୟତମ ସହଯୋଗୀ ବରପାଲି ସାହିର ବିଶ୍ୱନାଥ ଆଚାର୍ଯ୍ୟ ଓରଫ୍‌ କାଳିଆ ବନ୍ଧା ହୋଇଛନ୍ତି। ଏହାପରେ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୩ରେ ପହଞ୍ଚତ୍ଛି।
ତ୍ରିନାଥଙ୍କ ନିକଟରୁ ଗୋଟିଏ ଲାପଟପ୍‌, ପ୍ରିଣ୍ଟର ଜବତ କରାଯାଇଛି। ସେ ଦେବଗଡ଼ ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟରେ ଜଣେ ଦଲାଲ ଭାବେ କାର୍ଯ୍ୟ କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏ ସଂକ୍ରାନ୍ତରେ ସଦର ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ସୂଚନାଯୋଗ୍ୟ, ଦେବଗଡ଼, ଅନୁଗୋଳ ଜିଲାର ଆଠମଲ୍ଲିକ ଏବଂ ଢେଙ୍କାନାଳ ଜିଲାରେ ଏକ ବଡ଼ଧରଣର ଜାଲ ନୋଟ୍‌ ରାକେଟ ଚାଲିଥିବା ସୂଚନା ପାଇବା ପରେ ସତର୍କ ହୋଇଉଠିଥିଲା ଏସ୍‌ଟିଏଫ୍‌। ତେବେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ସହଜ ନ ଥିଲା। ଏଥିଲାଗି ଏସ୍‌ଟିଏଫ୍‌ ଟିମ୍‌ ବିଛାଇଥିଲା ଜାଲ। ବିଭାଗୀୟ କର୍ମଚାରୀ ଗ୍ରାହକ ବେଶରେ ଅଭିଯୁକ୍ତଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ଏହାପରେ ସବୁ ଘଟଣାର ରହସ୍ୟ ଉନ୍ମୋଚିତ ହୋଇଥିଲା। ତେବେ ଏଥିରେ ଆଉ କାହାରି ସମ୍ପୃକ୍ତି ଅଛି ସେ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri