ଅଧା ଦେଲେ ଅଧା ଛାଡ଼ିଲେ

ନବରଙ୍ଗପୁର,୧୧।୧(ବି.ପ୍ର.): ନବରଙ୍ଗପୁର ଜିଲ୍ଲାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ଖାଲିଥିବା ଶିକ୍ଷକ ପଦବୀ ପୁରଣ ନେଇ ତାଲିକା ପ୍ରସ୍ତୁତି ଓ ନିଯୁକ୍ତି ନେଇ ପୁଣି ଥରେ ଅଡୁଆ ବଢ଼ିବାରେ ଲାଗିଛିବ ବିଜ୍ଞାପନ ତାଲିକାରେ ଶିକ୍ଷକ ପଦବୀ ନ ଥାଇ ଟିଜିଟି ବିଜ୍ଞାନ ଶିକ୍ଷୟିତ୍ରୀ ନିଯୁକ୍ତି ଚଞ୍ଚକତା ଧରାପଡିବା ପରେ ପଦବୀକୁ ପ୍ରତ୍ୟାହୃତ ପାଇଁ ଚିଠି କରିଦିଆଗଲା । ଏବେ ପୁଣି ଆଉ ଏକ ଘଟଣା ପଦାରେ ପଡ଼ିଲାଣି। ଆବଶ୍ୟକ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି ପାଇଁ ତାଲିକା କରାଗଲା। ପ୍ରସ୍ତୁତି ବିଜ୍ଞାପନ ବାହାର କରାଯାଇ ଅଧା ନିଯୁକ୍ତି ଦିଆଗଲା ଓ ଅଧା ଛଡାଗଲା ବୋଲି ଅଭିଯୋଗ ହେଉଛି। ଆଶାୟୀ ଶିକ୍ଷକମାନେ କରିଥିବା ଅଭିଯୋଗ ଅନୁଯାୟୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ କଳା, ବିଜ୍ଞାନ, କ୍ରୀଡ଼ା, ହିନ୍ଦି, ସଂସ୍କୃତ, ମ୍ୟୁଜିକ ଓ କଳା ବିଭାଗର ଶିକ୍ଷକ ପଦବୀ ପୂରଣ ନେଇ ଏକ ଯୋଗ୍ୟ ତାଲିକା ପ୍ରସ୍ତୁତ କରିବା ପାଇଁ ଗତ ମେ ମାସରେ ବିଜ୍ଞାପନ ବାହାର କରାଯାଇଥିଲା। ଆଶାୟୀ ଶିକ୍ଷକମାନେ ଜୁନ୍‌ ମାସରେ ଆବେଦନ କରିଥିଲେ। ଆବେଦନ କରିଥିବା ସମସ୍ତ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ଡିସେମ୍ବର ୧୩ରେ ଉଭୟ ପିଜିଟି ଓ ଟିଜିଟି ବର୍ଗର କେବଳ କଳା, ବିଜ୍ଞାନ ଓ ସଂସ୍କୃତ ବିଭାଗର ୩୭ ଜଣ ଶିକ୍ଷକଙ୍କୁ ମୌଖିକ ପରୀକ୍ଷା ପାଇଁ ଡକାଯାଇ ଏକ ଯୋଗ୍ୟ ତାଲିକା ପ୍ରସ୍ତୁତ କରାଯାଇଥିଲା। ସେଥି ମଧ୍ୟରୁ ଯୋଗ୍ୟ ଶିକ୍ଷକଙ୍କୁ ବିଭିନ୍ନ ଆଦର୍ଶ ବିଦ୍ୟାଳୟକୁ ଖାଲିଥିବା ପଦବୀ ଅନୁଯାୟୀ ପଠାଯାଇଥିଲା। କିନ୍ତୁ ଆର୍ଟସ, ମ୍ୟୁଜିକ, କ୍ରୀଡ଼ା ଓ ହିନ୍ଦୀ ଶିକ୍ଷକମାନଙ୍କୁ ମୌଖିକ ପରୀକ୍ଷା ପାଇଁ ଡକାଗଲା ନାହିଁକି ନିଯୁକ୍ତି ଦିଆଗଲା ନାହିଁ ବୋଲି ଆଶାୟୀ ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ଏ ନେଇ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ବାରମ୍ବାର ଜଣାଉଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ମିଳୁନାହିଁ ବୋଲି କହିଛନ୍ତି। ଏ ନେଇ ଜିଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଏହା ପୁରାପୁରି ଅସ୍ଥାୟୀ ଓ ସାମୟିକ ପଦବୀ। ଖାଲିଥିବା ଶିକ୍ଷକ ପଦବୀ ଏବେ ସିଧା ସଳଖ ସ୍କୁଲ ପକ୍ଷରୁ ନିୟୋଜିତ କରିବେ। ଆଶାୟୀମାନେ ସେହି ସ୍କୁଲରେ ଆବେଦନ କରିବେ ବୋଲି କହିଥିଲେ। ଯାହା ଫଳରେ ଏବେ ଆବେଦନ କରିଥିବା ହିନ୍ଦୀ, ଆର୍ଟସ, ମ୍ୟୁଜିକ, କ୍ରୀଡ଼ା ଆଶାୟୀ ଶିକ୍ଷକଙ୍କ ମହଲରେ ଅସନ୍ତୋଷ ବିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?