ଅଧା ଦେଲେ ଅଧା ଛାଡ଼ିଲେ

ନବରଙ୍ଗପୁର,୧୧।୧(ବି.ପ୍ର.): ନବରଙ୍ଗପୁର ଜିଲ୍ଲାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ଖାଲିଥିବା ଶିକ୍ଷକ ପଦବୀ ପୁରଣ ନେଇ ତାଲିକା ପ୍ରସ୍ତୁତି ଓ ନିଯୁକ୍ତି ନେଇ ପୁଣି ଥରେ ଅଡୁଆ ବଢ଼ିବାରେ ଲାଗିଛିବ ବିଜ୍ଞାପନ ତାଲିକାରେ ଶିକ୍ଷକ ପଦବୀ ନ ଥାଇ ଟିଜିଟି ବିଜ୍ଞାନ ଶିକ୍ଷୟିତ୍ରୀ ନିଯୁକ୍ତି ଚଞ୍ଚକତା ଧରାପଡିବା ପରେ ପଦବୀକୁ ପ୍ରତ୍ୟାହୃତ ପାଇଁ ଚିଠି କରିଦିଆଗଲା । ଏବେ ପୁଣି ଆଉ ଏକ ଘଟଣା ପଦାରେ ପଡ଼ିଲାଣି। ଆବଶ୍ୟକ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି ପାଇଁ ତାଲିକା କରାଗଲା। ପ୍ରସ୍ତୁତି ବିଜ୍ଞାପନ ବାହାର କରାଯାଇ ଅଧା ନିଯୁକ୍ତି ଦିଆଗଲା ଓ ଅଧା ଛଡାଗଲା ବୋଲି ଅଭିଯୋଗ ହେଉଛି। ଆଶାୟୀ ଶିକ୍ଷକମାନେ କରିଥିବା ଅଭିଯୋଗ ଅନୁଯାୟୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ କଳା, ବିଜ୍ଞାନ, କ୍ରୀଡ଼ା, ହିନ୍ଦି, ସଂସ୍କୃତ, ମ୍ୟୁଜିକ ଓ କଳା ବିଭାଗର ଶିକ୍ଷକ ପଦବୀ ପୂରଣ ନେଇ ଏକ ଯୋଗ୍ୟ ତାଲିକା ପ୍ରସ୍ତୁତ କରିବା ପାଇଁ ଗତ ମେ ମାସରେ ବିଜ୍ଞାପନ ବାହାର କରାଯାଇଥିଲା। ଆଶାୟୀ ଶିକ୍ଷକମାନେ ଜୁନ୍‌ ମାସରେ ଆବେଦନ କରିଥିଲେ। ଆବେଦନ କରିଥିବା ସମସ୍ତ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ଡିସେମ୍ବର ୧୩ରେ ଉଭୟ ପିଜିଟି ଓ ଟିଜିଟି ବର୍ଗର କେବଳ କଳା, ବିଜ୍ଞାନ ଓ ସଂସ୍କୃତ ବିଭାଗର ୩୭ ଜଣ ଶିକ୍ଷକଙ୍କୁ ମୌଖିକ ପରୀକ୍ଷା ପାଇଁ ଡକାଯାଇ ଏକ ଯୋଗ୍ୟ ତାଲିକା ପ୍ରସ୍ତୁତ କରାଯାଇଥିଲା। ସେଥି ମଧ୍ୟରୁ ଯୋଗ୍ୟ ଶିକ୍ଷକଙ୍କୁ ବିଭିନ୍ନ ଆଦର୍ଶ ବିଦ୍ୟାଳୟକୁ ଖାଲିଥିବା ପଦବୀ ଅନୁଯାୟୀ ପଠାଯାଇଥିଲା। କିନ୍ତୁ ଆର୍ଟସ, ମ୍ୟୁଜିକ, କ୍ରୀଡ଼ା ଓ ହିନ୍ଦୀ ଶିକ୍ଷକମାନଙ୍କୁ ମୌଖିକ ପରୀକ୍ଷା ପାଇଁ ଡକାଗଲା ନାହିଁକି ନିଯୁକ୍ତି ଦିଆଗଲା ନାହିଁ ବୋଲି ଆଶାୟୀ ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ଏ ନେଇ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ବାରମ୍ବାର ଜଣାଉଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ମିଳୁନାହିଁ ବୋଲି କହିଛନ୍ତି। ଏ ନେଇ ଜିଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଏହା ପୁରାପୁରି ଅସ୍ଥାୟୀ ଓ ସାମୟିକ ପଦବୀ। ଖାଲିଥିବା ଶିକ୍ଷକ ପଦବୀ ଏବେ ସିଧା ସଳଖ ସ୍କୁଲ ପକ୍ଷରୁ ନିୟୋଜିତ କରିବେ। ଆଶାୟୀମାନେ ସେହି ସ୍କୁଲରେ ଆବେଦନ କରିବେ ବୋଲି କହିଥିଲେ। ଯାହା ଫଳରେ ଏବେ ଆବେଦନ କରିଥିବା ହିନ୍ଦୀ, ଆର୍ଟସ, ମ୍ୟୁଜିକ, କ୍ରୀଡ଼ା ଆଶାୟୀ ଶିକ୍ଷକଙ୍କ ମହଲରେ ଅସନ୍ତୋଷ ବିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri