ଦିଗପହଣ୍ଡିରେ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବର ଲାଇଭ୍‌

ଦିଗପହଣ୍ଡି,୧୧ା୧(ଡି.ଏନ୍‌.ଏ.): ହକି ବିଶ୍ୱକପ୍‌ ପ୍ରତିଯୋଗିତା ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଲାଇଭ୍‌ ବୁଧବାର ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମରେ ପ୍ରଦର୍ଶିତ ହୋଇଛି। ବିଶ୍ବକପ୍‌ ହକି କ୍ରମାଗତ ଭାବରେ ଓଡ଼ିଶା ରାଜ୍ୟ ୨ ଥର ଆୟୋଜନ କରିଥିବା ବେଳେ ଏହାକୁ ଲୋକପ୍ରିୟ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍କୁଲ ଛାତ୍ରୀଛାତ୍ରଙ୍କ ଦ୍ବାରା ରାଲି ଆୟୋଜନ କରାଯାଇଥିଲା। ଅପରାହ୍ନରେ ଡାକ ବଙ୍ଗଳାଠାରୁ ରାଲି ବାହାରି ଷ୍ଟାଡିୟମରେ ପହଞ୍ଚିଥିଲା। ସେଠାରେ କଟକ ବାରବାଟୀ ଷ୍ଟାଡିୟମ ପରିସରରେ ଆୟୋଜିତ ଉଦଘାଟନୀ ଉତ୍ସବର ଲାଇଭ୍‌ କାର୍ଯ୍ୟକ୍ରମକୁ ବଡ଼ ଏଲ୍‌ଇଡି ପରଦାରେ ପ୍ରଦର୍ଶନ କରାଯାଇଥିଲା। ସେଠାରେ ସ୍କୁଲ ଛାତ୍ରୀଛାତ୍ରଙ୍କ ଉତ୍ସାହ ବୃଦ୍ଧି ନିମନ୍ତେ ବିଶ୍ୱ କପ୍‌ ଲୋଗୋ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଏବଂ ବିଶ୍ବକପ ଫଟୋ ସହ ସେଲ୍‌ଫି ପଏଣ୍ଟରେ ଫଟୋ ଉଠାଇବା ବ୍ୟବସ୍ଥା କରାଯାଇଥିଲା।
କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବିଜେଡି ନଗର ସଭାପତି ଭୀମସେନ ବେହେରା, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗ୍ରୀଟ୍‌ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବିଡିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଓ୍ବାର୍ଡ ସଭ୍ୟାସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ବହୁ ଦର୍ଶକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଲାଇଭ୍‌ ଶୋ’ର ମଜା ନେଇଥିଲେ। ପୂର୍ବରୁ ହକି ବିଶ୍ବ କପ୍‌ ପାଇଁ ଏସ୍‌ଏଚ୍‌ଜି ମହିଳା ଗ୍ରୁପ୍‌ଙ୍କ ଧ୍ୟରେ ଝୋଟି ଚିତ୍ର ଓ ଅନ୍ୟାନ୍ୟ ପ୍ରତିଯୋଗିତା ହୋଇଥିଲା। ସେହିପରି ବ୍ଲକର ନନ୍ଦିକଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବଡ଼ ପରଦାରେ ବିଶ୍ୱ କପ୍‌ ହକି ଉଦଘାଟନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଯାଇଛି। ସରପଞ୍ଚ କୃଷ୍ଣ ଭୋଳ, ବିଡିଓ ସୁବ୍ରତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବ୍ଲକର ସମସ୍ତ ପଞ୍ଚାୟତରେ ଓ ପୌରାଞ୍ଚଳର ବିଭିନ୍ନ ବସ୍ତି ଅଞ୍ଚଳ ର ହକି ବିଶ୍ବ କପ୍‌ ଉଦ୍‌ଘାଟନୀ ଉତ୍ସବର ଲାଇଭ୍‌ ପ୍ରଦର୍ଶିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ବୈଠକରେ ନିଷ୍ପତ୍ତି: ଟୋକନ ବ୍ୟବସ୍ଥା ଉଚ୍ଛେଦ ନ ହେଲେ ଧାନବିକ୍ରି ବନ୍ଦ

ବେଗୁନିଆପଡ଼ା,୨୬ା୧୧(ଡି.ଏନ.ଏ.)- ବେଗୁନିଆପଡ଼ା ବ୍ଲକ ସେବା ସମବାୟ ସମିତିରେ ମଙ୍ଗଳବାର ଧାନକ୍ରୟ ନିମନ୍ତେ ଏକ ଚାଷୀ ସଚେତନ ବୈଠକ ସମିତି ସଭାପତି ରବିନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ...

ବିଦ୍ୟାଳୟରେ ଶୋଇବା ଭିଡିଓ ଭାଇରାଲ: ନିଲମ୍ବିତ ହେଲେ ଶିକ୍ଷକ

ଶେରଗଡ,୮ା୧୧(ଡି.ଏନ୍‌.ଏ.)-ଶେରଗଡ଼ ବ୍ଲକ ଲକ୍ଷ୍ମୀପୁର ଗ୍ରାମ ଇନ୍ଦିରା ଆବାସ କଲୋନୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବାବୁ ଜେନାଙ୍କୁ ଗୁରୁବାର ନିଲମ୍ବିତ କରିଛି ଶେରଗଡ଼ ଶିକ୍ଷା ବିଭାଗ। କାମରେ...

ଜୁଆ ଆଡ୍ଡା ଉପରେ ଚଢ଼ାଉ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୦।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଭାଟକୁମରଡ଼ା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗୁରବାର ସନ୍ଧ୍ୟାରେ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ସମୟରେ...

ବୃଦ୍ଧି ପାଉଛି ଗୁଣିଗାରେଡ଼ି ଜନିତ ଅପରାଧ: ପ୍ରତିକାର ଦାବି କଲା ମାନବବାଦୀ ହେତୁବାଦୀ ସଙ୍ଗଠନ

ବ୍ରହ୍ମପୁର ଅଫିସ,୫ା୧୦-ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ହେଉଛି ା ଏହାସତ୍ତ୍ୱେ ସମାଜରେ ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସଜନିତ ଅପରାଧ ସଂଖ୍ୟା ଦିନକୁ ଦିନକୁ ବୃଦ୍ଧି ପାଇବାରେ...

ବ୍ୟାଙ୍କ ଋଣ ଶୁଝିବା ଆଳରେ ଠକେଇ, ୨ ଗିରଫ

ବ୍ରହ୍ମପୁର ଅଫିସ,୨୭ା୫: ମାଲିକଙ୍କ ମୃତ୍ୟୁ ପରେ ବ୍ୟାଙ୍କ ଋଣ ଶୁଝିବା ଆଳରେ ଗ୍ୟାରେଜ ଓ ସ୍ପେୟାର ପାର୍ଟସ ଦୋକାନର ଚାବି ନେଇ ୬୦ଲକ୍ଷ ଟଙ୍କାର ସାମଗ୍ରୀ...

ଖାଁ ଖାଁ ବ୍ରହ୍ମପୁର: ଘରୁ ବାହାରୁନାହାନ୍ତି ଲୋକେ

ବ୍ରହ୍ମପୁର ଅଫିସ,୨୭।୬- ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବନ୍ଦ ହେବାର ନା ନେଉନାହିଁ। ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି...

କାର୍ଯ୍ୟରେ ଲାଗୁନି ଅତ୍ୟାଧୁନିକ ପରିସ୍ରାଗାର

ବ୍ରହ୍ମପୁର ଅଫିସ,୨୧ା୧୦: ସ୍ବଚ୍ଛ ଓଡିଶା ଓ ସୁସ୍ଥ ଓଡିଶା ବାର୍ତ୍ତା ନେଇ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରରେ ଅତ୍ୟାଧୁନିକ ପରିସ୍ରାଗାର ସ୍ଥାପନ କରାଯାଇଛି।...

ଭ୍ୟାନ୍‌ ଧକ୍କାରେ ପରିବାରର ୪ ମୃତ

ଆସିକା,୬।୪(ଡି.ଏନ.ଏ.): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁର ଗ୍ରାମ ନିକଟରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି।...

Advertisement
Archives

Model This Week