ଶିକ୍ଷକ ନିଯୁକ୍ତି ପରେ ଖୋଲିଲା ବଡ଼କମଣ୍ଡରା ସ୍କୁଲ ଫାଟକ

କେନ୍ଦୁଝର,୧୧ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତ ବଡ଼କମଣ୍ଡରା ସ୍କୁଲରେ ବର୍ଷାଧିକ ଧରି ଶିକ୍ଷକ ଅଭାବ ନେଇ ଚାଲିଥିବା ଆନ୍ଦୋଳନ ତୃତୀୟ ଦିନରେ ସ୍କୁଲ କମିଟି,ଅଭିଭାବକ, ହରିଚନ୍ଦନପୁର ଶିକ୍ଷା ବିଭାଗ ମଧ୍ୟରେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ହୋଇଛି। ତେନ୍ତଳାପଶି ସିଆରସିସି ମାନସ ସେଠୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ହରିଚନ୍ଦନପୁର ଏବିଇଓ ବିକଳ ଚରଣ ସାହୁ ବୁଧବାର ବିଦ୍ୟାଳୟରେ ପହଞ୍ଚିଥିଲେ। ପୂର୍ବଥର ସେ ତାଙ୍କ ଲିଖିତ ପ୍ରତିଶ୍ରୁତି ପାଳନ କରି ନ ଥିବାରୁ ଗ୍ରାମବାସୀ ବିରକ୍ତି ପ୍ରକାଶ କରିବା ସହିତ ୩ ଶିକ୍ଷକଙ୍କ ପାଇଁ ଜିଦ୍‌ ଧରି ବସିଥିଲେ। ବିକଳ ସାହୁ ପୂର୍ବ ଭୁଲ୍‌କୁ ସ୍ବୀକାର କରିବା ସହ ନୂତନ ଭାବେ ନିଯୁକ୍ତ ସ୍ମୃତିରଞ୍ଜନ ସେଠୀ ଆଉ ଜଣେ ଶିକ୍ଷକ ନ ଆସିବା ପର୍ଯ୍ୟନ୍ତ ସ୍କୁଲ ଛାଡ଼ିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ସହିତ ନୂତନ ଶିକ୍ଷକ ନିଯୁକ୍ତି ହେଲେ ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ କହିଥିଲେ। ପ୍ରତିଶ୍ରୁତି ପାଇବା ପରେ ଗ୍ରାମବାସୀ ସ୍କୁଲ ଫାଟକ ଖୋଲିଥିଲେ। ଫାଟକ ଖୋଲିବାରୁ ସ୍କୁଲରେ ଦୁଇ ଦିନ ଧରି ବନ୍ଦ ଥିବା ଶିକ୍ଷାଦାନ ଚାଲିବା ସହିତ,ମଧ୍ୟାହ୍ନଭୋଜନ ମଧ୍ୟ ଚାଲୁ ହୋଇଥିଲା।

ପ୍ରକାଶଥାଉ କି, ବଡ଼କମଣ୍ଡରା ସ୍କୁଲରେ ୫ଟି ଶ୍ରେଣୀରେ ୧୧୧ ଜଣ ଛାତ୍ରୀଛାତ୍ର ପଢୁଥିଲା ବେଳେ ବର୍ଷେରୁ ଅଧିକ ସମୟ ହେବ ଜଣେ ମାତ୍ର ଶିକ୍ଷୟିତ୍ରୀ ଥିବାରୁ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍‌ ହେଇଯାଇଥିବା ଅଭିଯୋଗରେ ଗ୍ରାମବାସୀ ୨୮ ଦିନ ଭିତରେ ଦୁଇଦୁଇ ଥର ସ୍କୁଲ ଫାଟକରେ ତାଲା ମାରିଥିଲେ। ଦୁଇ ଜଣ ଶିକ୍ଷକରେ ସ୍କୁଲ ଚାଲିଥିବା ବେଳେ ୩ ଶିକ୍ଷକ ନ ମିଳିବାରୁ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିବା ସହିତ ଅସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Parliament Monsoon Session: ଜୁଲାଇ ୨୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ, ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ,୪।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବ। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ X ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଭାରତ ସରକାରଙ୍କ…

‘କକ୍ରୋଚ ଜନତା ପାର୍ଟି’ର ପ୍ରତିବାଦକୁ ସମର୍ଥନ କଲେ ମହୁଆ ମୋଇତ୍ରା

ନୂଆଦିଲ୍ଲୀ,୪।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଶୁକ୍ରବାର ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦରେ ଯୋଗ ଦେଇ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ସ୍ବର ଉଠାଇଥିଲେ। ଶିକ୍ଷା…

IND vs ENG 2nd T20: ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ? ତାଙ୍କୁ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ,୪।୭: ବୈଭବ ସୂର୍ଯ୍ୟବଂଶୀ କେବେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବେ? ଏହି ପ୍ରଶ୍ନ ବର୍ତ୍ତମାନ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ। ବୈଭବ ନିକଟରେ ଏକ ଇନଷ୍ଟାଗ୍ରାମ…

ଚର୍ଚ୍ଚା ସୃଷ୍ଟି କଲାଣି ବୈଭବ ସୂର୍ଯ୍ୟବଂଶୀଙ୍କ ‘New Chapter’ ଷ୍ଟୋରୀ, ଏହା ଡେବ୍ୟୁର ଏକ ସଙ୍କେତ ନା ଏକ ନୂଆ ସରପ୍ରାଇଜ? ଜାଣନ୍ତୁ…

ନୂଆଦିଲ୍ଲୀ,୪।୭: ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଭାରତର ପ୍ରତିଭାବାନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କେବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ। ଏହି ଶନିବାର ମାଞ୍ଚେଷ୍ଟରରେ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ସୁନା-ରୁପା ଅଳଙ୍କାର ଜବତ, ୪ ଡକାୟତଙ୍କୁ ଗିରଫ କରି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ମାସ ହେବ ଚୋରି, ଡକାୟତି ବଢ଼ିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।…

ମହଙ୍ଗା ମାଡ଼ରୁ ରକ୍ଷା ନାହିଁ; ସାଇତି ରଖନ୍ତୁ ଟମାଟୋ, ପୁଣି ବଢ଼ିଲା ଦର…

ନୂଆଦିଲ୍ଲୀ,୪ା୭: ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଟମାଟୋ ପୁଣି ଥରେ ଲୋକଙ୍କ ବଜେଟ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି। ଦେଶର ଅନେକ ରାଜ୍ୟରେ ଏହାର…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ…

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

କୋଲକାତା,୪।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଏବଂ ବଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri