ଚଳିତ ମାସରୁ ଆରମ୍ଭ ହେବ ସର୍ଭେ

ନବରଙ୍ଗପୁର, ୧୧।୧(ବି.ପ୍ର.):  ନବରଙ୍ଗପୁର ଜିଲାପାଳ କମଳଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତତ୍ତ୍ୱାବଧାନରେ ଜିଲା ପ୍ରଶାସନ ପକ୍ଷରୁ ହେବାକୁ ଥିବା ଏକାଦଶ କୃଷି ଗଣନା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି।
ପ୍ରାରମ୍ଭିକ ସୂଚନାରେ ଜିଲାପାଳ ଚଳିତ ଏକାଦଶ କୃଷି ଗଣନାର ଆଭିମୁଖ୍ୟ ସହ ଏଥିରେ ସାମିଲହେବାକୁ ଥିବା ନୂତନ ନିୟମାବଳୀକୁ ପାଳନକରି ସର୍ଭେ କାମ ଧାର୍ଯ୍ୟ ସମୟ ମଧ୍ୟରେ ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ। ଜାନୁୟାରୀରୁ କ୍ଷେତ୍ରୀୟ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି। ଏହି ଗଣନା କାର୍ଯ୍ୟରେ ଜିଲା ପରିସଂଖ୍ୟାନ ବିଭାଗର କ୍ଷେତ୍ର ସର୍ଭେୟର ଓ ନିରୀକ୍ଷକ, କୃଷି ବିଭାଗର ଗ୍ରାମ କୃଷି କର୍ମଚାରୀ ଓ ପରିଦର୍ଶକ ଏବଂ ରାଜସ୍ବ ବିଭାଗର ଅମିନ ଓ ଅତିରିକ୍ତ ରାଜସ୍ବ ନିରୀକ୍ଷକ ସାମିଲ ହେବେ। ସମସ୍ତ ଗଣନାକାରୀଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ପରିସଂଖ୍ୟାନ ବିଭାଗର ଅଧିକାରୀ ଏବଂ ରାଜସ୍ବ ନିରୀକ୍ଷକ ସୁପରଭାଇଜରଭାବେ କାମ କରିବେ। ଜିଲାର ୮୮୭ ରାଜସ୍ବ ଗ୍ରାମ ଓ ସହରାଞ୍ଚଳରେ ସର୍ଭେ କାମ କରାଯିବା। ଗଣନା କାର୍ଯ୍ୟ ତଦାରଖ ଓ ଧାର୍ଯ୍ୟ ସମୟରେ ସରିବା ନିମନ୍ତେ ସମସ୍ତ ଉପଜିଲାପାଳ ଉପଖଣ୍ଡସ୍ତରୀୟ ନୋଡାଲ ଅଧିକାରୀ ଏବଂ ସମସ୍ତ ତହସିଲଦାର ତହସିଲସ୍ତରୀୟ ନୋଡାଲ ଅଧିକାରୀଭାବେ କାର୍ଯ୍ୟ କରିବେ। ଏହି ଗଣନା କାର୍ଯ୍ୟରେ ଜମିର ମାଲିକାନା, ଜମିର ଆକାର ପ୍ରକାର, କ୍ଷୁଦ୍ର ନାମମାତ୍ର ଚାଷୀ, ବୃହତ୍‌ ଚାଷୀ, ବ୍ୟକ୍ତିଗତ ଜୋତ,ଯୁଗ୍ମ ଜୋତ, ଆନୁଷ୍ଠାନିକ ଜୋତ, କୃଷି ଯନ୍ତ୍ରପାତି ଉପଯୋଗ, ଜୈବିକ ଓ ରାସାୟନିକ ସାର, କୀଟନାଶକ ଆଦିର ବ୍ୟବହାର, ବ୍ୟବହୃତ ଚାଷଜମି ତଥା ଅନ୍ୟ କୃଷି ଆନୁଷାଙ୍ଗିକ ବ୍ୟବହାର, ଫସକଲ ପ୍ରଣାଳୀ ଉପରେ ତଥ୍ୟ ସଂଗ୍ରହ କରାଯିବ। ଏହି ସଂଯୋଜନା କମିଟି ବୈଠକ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଭାରପ୍ରାପ୍ତ ଉପନିର୍ଦ୍ଦେଶକ ଉଦୟନାଥ ବେହେରାଙ୍କ ଆବାହନରେ ଅନୁଷ୍ଠିତ ହୋଇଥିଲା। କମିଟି ସଦସ୍ୟ ତଥା ଜିଲା ମୁଖ୍ୟ କୃଷି ଅଧିକାରୀ ଜି. ଭେଙ୍କଟ ରେଡ୍ଡୀ, ଜିଲା ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ଭାବଗ୍ରାହୀ ବେହେରା, ଅତିରିକ୍ତ ପ୍ରାଣୀ ସମ୍ପଦ ଅଧିକାରୀ ଡ. ସୁନୀଲ କୁମାର ପ୍ରଧାନ, ସମବାୟ ସମିତି ଉପନିବନ୍ଧକ ମୋନିକା ରାୟ, ଡିଆଇପିଆର୍‌ଓ ହଲଧର ନିଆଲ, ଜିଲା ସୂଚନା ବିଜ୍ଞାନ ଉପନିର୍ଦ୍ଦେଶକ ବିଶ୍ୱରଞ୍ଜନ ଭୁକ୍ତା, ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ନିତ୍ୟାନନ୍ଦ ବେହେରା, ନରେନ୍ଦ୍ର ନାଏକ, ଭରତ ଚନ୍ଦ୍ର ଶୁଣ୍ଡୀ, ରୋନାଲି ନାୟକ ପ୍ରମୁଖ ଆଲୋଚନାବେଳେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri