ରତ୍ନମେଣ୍ଟି ଧାନ ଉଦ୍ଭାବନ କଲେ ଚାଷୀ
ରଘୁନାଥପୁର,୯ା୧୨(ଡି.ଏନ୍.ଏ.):ଦୀର୍ଘବର୍ଷର ସଂଘର୍ଷ ପରେ ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ ରେଢୁଆ ନୂଆଗଡ଼ସ୍ଥିତ ସଫଳ ଚାଷୀ ଅଶୋକ କୁମାର ବାରିକଙ୍କୁ ସଫଳତା ମିଳିଛି। ବୈଜ୍ଞାନିକ ନ ହୋଇବି ନିଜ ପ୍ରଚେଷ୍ଟାରେ ରତ୍ନମେଣ୍ଟି ଧାନ ଉଦ୍ଭାବନ କରି କେନ୍ଦ୍ର ସରକାରଙ୍କ ପ୍ଲାଣ୍ଟ ଭେରାଇଟିଜ ରେଜିଷ୍ଟ୍ରେଶନ…
ଚିଲିକାରେ ଫସିଲା ଡଙ୍ଗା: ୮ ପର୍ଯ୍ୟଟକ ଉଦ୍ଧାର
ବାଲୁଗଁା,୮ା୧୨(ଡି.ଏନ୍.ଏ.): କାଳିଜାଈ ଦର୍ଶନ ସାରି ୮ଜଣ ପର୍ଯ୍ୟଟକଙ୍କୁ ନେଇ ଫେରୁଥିବା ଏକ ଯାତ୍ରୀବାହୀ ଡଙ୍ଗା ଯାନ୍ତ୍ରିକ ତ୍ରୁଟି ଯୋଗୁ ଗୁରୁବାର ଦୀର୍ଘ ସମୟ ଧରି ଚିଲିକାରେ ଫସି ରହିଥିଲା। ଖବରପାଇ ବଡ଼କୂଳ ପାନ୍ଥନିବାସ ପରିଚାଳକ ସବ୍ୟସାଚ୍ଚୀ କର ଅନ୍ୟ ଏକ ବୋଟ୍ରେ…
ବାଲି ଉଠାଣ ପାଇଁ ନଦୀପଠାରୁ ଗଛ କାଟିଦେଲେ
ପାଣିକୋଇଲି,୯ା୧୨(ଡି.ଏନ.ଏ.):ନଦୀରୁ ବାଲି ଉଠାଇବା ପାଇଁ ରାତାରାତି ମେଶିନ ସାହାଯ୍ୟରେ ଶତାଧିକ ଗଛ କାଟି, ପିଣ୍ଡି ଭାଙ୍ଗି ରାସ୍ତା ନିର୍ମାଣ କରାଯାଇଛି। ଏନେଇ ଯାଜପୁର ଜିଲା ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି। ଲିଙ୍ଗେଶ୍ୱର ଉନ୍ନୟନ କମିଟି ସମ୍ପାଦକ ପ୍ରଦୀପ କୁମାର ଧଳ ଥାନାରେ…
କାଦୁଅରେ ଫସିଲେ ୨ ହାତୀ
ବାରିପଦା ଅଫିସ/ କୁଳିଅଣା,୯ା୧୨(ଡି.ଏନ.ଏ.):ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ କାଠରୁମା ଦେହୁରୀସାହିର ଏକ ପରିତ୍ୟକ୍ତ ଡଗ୍ୱେଲ ଭିତରେ ଖସି ପଡ଼ିଥିବା ୨ହାତୀ ଉଦ୍ଧାର ପାଇଛନ୍ତି। ଗ୍ରାମବାସୀ, ବନବିଭାଗ ଓ ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ୮ ଘଣ୍ଟା ପରେ ହାତୀ ଦୁଇଟି ସୁରକ୍ଷିତ ଭାବେ…
ଚିଲିକାରୁ ୧୦୫ ହେକ୍ଟର ଚିଙ୍ଗୁଡ଼ି ଘେରି ଉଚ୍ଛେଦ
ବାଲୁଗଁା,୯ା୧୨(ଡି.ଏନ୍.ଏ.):ଚିଲିକାକୁ ଘେରି ମୁକ୍ତ କରିବା ପାଇଁ ହାଇକୋର୍ଟ ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଖୋର୍ଦ୍ଧା ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁ ଓ ଜିଲା ମତ୍ସ୍ୟ ବିଭାଗ…
ଆଜି ପିଟିସିରେ ପାସିଂ ଆଉଟ ପରେଡ୍
ଅନୁଗୋଳ ଅଫିସ, ୯ା୧୨:ଅନୁଗୋଳ ପୋଲିସ ଟ୍ରେନିଂ କଲେଜ(ପିଟିସି)ରେ ୬୦ ତମ ଏସ୍ଆଇ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହ ଶୁକ୍ରବାର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ରାଧା କିଶାନ ଶର୍ମା,…
ଶ୍ରୀକ୍ଷେତ୍ରରେ ଶ୍ରୀଉତ୍ସବ
ପୁରୀ ଅଫିସ, ୯ା୧୨:ପବିତ୍ର ମାର୍ଗଶିର ମାସ ଶେଷ ଗୁରୁବାର ପୁରୀରେ ଶ୍ରୀଉତ୍ସବ ପାଳିତ ହୋଇଛି। ଲକ୍ଷ୍ମୀପୁରାଣର ବିଶ୍ୱବ୍ୟାପୀ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପଶ୍ଚିମଦ୍ୱାରସ୍ଥିତ ଶ୍ରୀଗୌରଗୋପାଳ ଆଶ୍ରମଠାରେ ଏହି ଉତ୍ସବ ପାଳନ କରାଯାଇଛି। ମହିଳାମାନେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା…
ସୁରଟରେ ଓଡ଼ିଆ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା
ଭଞ୍ଜନଗର,୯।୧୨(ଡି.ଏନ.ଏ):ଗୁଜରାଟର ସୁରଟରେ ଜଣେ ଓଡ଼ିଆ ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଗୁରୁବାର ସେଠାରେ ଉତ୍ତେଜନା ଦେଖାଦେବା ସହ ପ୍ରବାସୀ ଓଡ଼ିଆମାନେ ରାସ୍ତାରୋକୋ କରିଥିଲେ। ଗୁଜରାଟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ…
ସିରିଜ୍ ଚୋରି, ସାଇଣ୍ଟିଫିକ୍ ଟିମ୍ର ତଦନ୍ତ
ବେଗୁନିଆପଡ଼ା,୮ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସିରିଜ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ.ଛଚିନା ଗ୍ରାମର ସୁଦାମ ଆର୍ଟ ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ କବାଟ ସଟର ଭାଙ୍ଗି ଆଲମିରାରୁ ନଗଦ ୮୦ ହଜାର…
ବିଶ୍ୱକପରୁ ବିଦାୟ ପରେ କୋଚ୍ଙ୍କ ଇସ୍ତଫା
ଦୋହା,୮ା୧୨: ଫିଫା ବିଶ୍ୱକପରୁ ସ୍ପେନ୍ ଦଳର ବିଦାୟ ପରେ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି ଲୁଇସ୍ ଏନ୍ରିକ୍। ରାଉଣ୍ଡ ଅଫ୍ ୧୬ତମ ମ୍ୟାଚରେ ମରକ୍କୋ ନିକଟରୁ ଦଳ ପେନାଲ୍ଟି ଶୁଟଆଉଟରେ ୩-୦ରେ ପରାସ୍ତ ହୋଇଥିଲା। ମ୍ୟାଚର ଏକ୍ସଟ୍ରା ଟାଇମ ସୁଦ୍ଧା ଉଭୟ…
ବାଦାମପାହାଡରୁ କେନ୍ଦୁଝରକୁ ହେବ ରେଳ ସଂଯୋଗ
କେନ୍ଦୁଝର,୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରୁ ମୟୂରଭଞ୍ଜ ଜିଲା ବାଦାମପାହାଡକୁ ରେଳଲାଇନ୍ ସଂଯୋଗ ହେବ। ଦୀର୍ଘ ୮୦ କିମି ନୂଆ ରେଳଲାଇନ୍ କାମର ଫାଇନାଲ ଲୋକେଶନ ସର୍ଭେ ପାଇଁ ରେଳବାଇ ବିଭାଗ କୋଲକାତା ଦକ୍ଷିଣ ପଶ୍ଚିମତଟ ରେଳବାଇର ସାଧାରଣ ପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି। ଏହି…
୮ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନଓ୍ବାଡି କର୍ମୀ
ବାଲିଗୁଡା,୮।୧୨(ଡି.ଏନ.ଏ.): ବାଲିଗୁଡା ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନଓ୍ବାଡି କର୍ମୀମାନେ ଗତମାସ ୨୧ତାରିଖରୁ କାର୍ଯ୍ୟବନ୍ଦ କରି ୮ ଦଫା ଦାବିରେ ଆନ୍ଦୋଳନ କରୁଛନ୍ତି। ଅଙ୍ଗନଓ୍ବାଡି କର୍ମୀ ଏବଂ ସାହାର୍ଯ୍ୟକାରିଣୀଙ୍କୁ ସରକାରୀ ମାନ୍ୟତା, କର୍ମୀମାନଙ୍କୁ ୧୮ ହଜାର ଦରମା, ସାହାର୍ଯ୍ୟ କାରିଣୀଙ୍କୁ ୯ ହଜାର…

