ଶ୍ରୀକ୍ଷେତ୍ରରେ ଶ୍ରୀଉତ୍ସବ

ପୁରୀ ଅଫିସ, ୯ା୧୨:ପବିତ୍ର ମାର୍ଗଶିର ମାସ ଶେଷ ଗୁରୁବାର ପୁରୀରେ ଶ୍ରୀଉତ୍ସବ ପାଳିତ ହୋଇଛି। ଲକ୍ଷ୍ମୀପୁରାଣର ବିଶ୍ୱବ୍ୟାପୀ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପଶ୍ଚିମଦ୍ୱାରସ୍ଥିତ ଶ୍ରୀଗୌରଗୋପାଳ ଆଶ୍ରମଠାରେ ଏହି ଉତ୍ସବ ପାଳନ କରାଯାଇଛି। ମହିଳାମାନେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା ସାରି ଏକାଠି ଲକ୍ଷ୍ମୀପୁରାଣ ପାଠ କରିଥିଲେ। ସମାଜସେବୀ ଚିଦାତ୍ମିକା ଖଟୁଆ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବକୁ ଶୁଭାରମ୍ଭ କରିଥିଲେ। ପୁରୀର ବୋହୂମାନେ ମହାଲକ୍ଷ୍ମୀଙ୍କ ପୂଜା, ଆରତି ଓ ବନ୍ଦାପନା କରିବା ପରେ ଲକ୍ଷ୍ମୀ ପୁରାଣ ପାଠ କରିଥିଲେ। ଏହି ଉତ୍ସବ ଗତ ପାଞ୍ଚବର୍ଷ ଧରି ରାଜ୍ୟର ବିଭିନ୍ନ ଜିଲାରେ ପାଳିତ ହୋଇଆସୁଛି। ନୃତ୍ୟଶିଳ୍ପୀ ରୋଜାଲିନ୍‌ ପଣ୍ଡା, ବର୍ଷାରାଣୀ, ଉଷାରାଣୀ, ସୁକାନ୍ତି ବେହେରା, ସୋନାଲି, ବେବିନା, ଶୁଭଲକ୍ଷ୍ମୀ ଦାସ, ପୁଷ୍ପାଞ୍ଜଳି ଦାସ, ରଶ୍ମିତା ଗୁରୁ, ମୋନାଲିସା ଶ୍ରୀଚନ୍ଦନ ପ୍ରମୁଖ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଶ୍ରୀଜଗନ୍ନାଥ ଐତିହ୍ୟ ଓ ସାଂସ୍କୃତିକ ପରିଷଦର ନିର୍ଦ୍ଦେଶକ ଗୁରୁ କୁମାର ଭୀମସେନ୍‌, ଶ୍ରୀଉତ୍ସବ କମିଟି ଉପଦେଷ୍ଟା ପିନାକୀ ମହାନ୍ତି, ଅରବିନ୍ଦ ଅଗ୍ରୱାଲ, ବିଶ୍ୱଶାନ୍ତି ତ୍ରିପାଠୀ ଏବଂ ରାଜକିଶୋର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡାସି କୁଳର ଆଲୋଚନା ସଭା: କର୍ମକର୍ତ୍ତା ଚୟନ, ନୂତନ ସଭାପତି ଭାବେ ନିର୍ବାଚିତ ହେଲେ…

ଦିଗପହଣ୍ଡି, ୧୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡଡୁମ୍ବୁଳା ଗ୍ରାମରେ ଦଣ୍ଡାସି କୁଳ ବଡ଼ଖେମୁଣ୍ଡି ମୁଠା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା…

କୋରାପୁଟରୁ କେସିଙ୍ଗା ଦେଇ ଚାଲିବ ନୂତନ ଟ୍ରେନ, ରେଳ ମନ୍ତ୍ରୀ ଓ ଏମପିଙ୍କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ

କେସିଙ୍ଗା,୧୩ା୫:(ତୁମେଶ୍ୱର ସାହୁ): କେସିଙ୍ଗାରୁ ସିଧା ଭୁବନେଶ୍ୱରକୁ ଟ୍ରେନ ନଥିବାରୁ ବହୁବାର କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ କେସିଙ୍ଗା ଓ ଜେଡ ଏସ ଏସର ସଦସ୍ୟ ଡ଼ାହେମସାଗର…

ସାନଖେମୁଣ୍ଡିରେ ଭାଜପା ପକ୍ଷରୁ ଜନ ଆକ୍ରୋଶ ପଦଯାତ୍ରା

ଦିଗପହଣ୍ଡି,୧୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଭାଜପା ମଣ୍ଡଳ କମିଟି ପକ୍ଷରୁ ବୁଧବାର ଜନ ଆକ୍ରୋଶ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

କ୍ଷୁଦ୍ର ପଲୋର ଉଦଘାଟନ; ନାମ ଫଳକରେ ସରପଞ୍ଚ-ସମିତି ସଭ୍ୟାଙ୍କ ନାମରେ ତ୍ରୁଟି, ଗ୍ରାମର ନାମ ଭୁଲକୁ ନେଇ ଅସନ୍ତୋଷ

ପଟ୍ଟାଙ୍ଗି,୧୩ା୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ପେଟୁରୁ ପଞ୍ଚାୟତର ରାଇପାଡୁ ଗ୍ରାମରେ ନୂତନ କରି ଏକ କ୍ଷୁଦ୍ର ପୋଲ ନିର୍ମାଣ ହୋଇଛି ।…

କ୍ୟାମ୍ପ ନିକଟରୁ IRB ହାବିଲଦାରଙ୍କ ମୃତଦେହ ଉଦ୍ଧାର, ଋଣଭାର-ପାରିବାରିକ ଚିନ୍ତାରେ…

ଭଞ୍ଜନଗର,୧୩ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ଆଇଆରବି ୮ମ ସ୍ଵତନ୍ତ୍ର ବାଟାଲିୟନ ହାବିଲଦାରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଦେବାଶିଷ ବେହେରା…

ପଞ୍ଚାୟତ ନିର୍ବାଚନ ପାଇଁ ପାଗଭିଡ଼ା, ଭାଜପାରେ ସାମିଲ ହେଲେ ବହୁ….

ଗଞ୍ଜାମ,୧୩ା୫ (ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ଅନ୍ତର୍ଗତ ବଳରାମଚନ୍ଦ୍ର ପୁର ଗ୍ରାମର ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଭାଜପାର ମିଶ୍ରଣ…

ବାସନ ଧୋଉଥିଲେ ମହିଳା, ଟାଣିନେଲା କୁମ୍ଭୀର, ଦୀର୍ଘ ସମୟ ଲଢ଼େଇ ପରେ…

ମହାକାଳପଡ଼ା,୧୩ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଦଳିଛି ସରକାର। ବଦଳିନି ଜଙ୍ଗଲଘେରୀ ଶବରପଡ଼ାର ଚିତ୍ର। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ…

ସରକାରୀ ଓଜନ କଣ୍ଟାରେ ଲାଗିଲା ନିଆଁ: ଜଳିଗଲା ଗୁରୁତ୍ୱପୂର୍ଣ୍ଣ ନଥିପତ୍ର

କେନ୍ଦୁଝର,୧୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼କାଳିମାଟିତଠାରେ ଥିବା ସରକାରୀ ଓଜନ କଣ୍ଟାରେ ବୁଧବାର ନିଆଁ ଲାଗିଯିବାରୁ ଏହା ଭିତରେ ଥିବା ବହୁ କାଗଜପତ୍ର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri