ମହଙ୍ଗା ପଡ଼ିଲା ଟ୍ରେନ୍‌ରେ କଇଁଛ ଧରି ଯିବା: ଫଟୋ ଶେୟାର ପରେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ,୧୯ା୧: ବେଆଇନ ଭାବେ ବିରଳ ପ୍ରଜାତିର ପ୍ରାଣୀ କିମ୍ବା ପକ୍ଷୀଙ୍କୁ ରଖିବା ଦଣ୍ଡନୀୟ ଅପରାଧ। ଏଭଳି ପରିସ୍ଥିତିରେ ଏକ କଇଁଛକୁ ଧରି ପାଳିବା ପାଇଁ ଘରକୁ ନେଉଥିବା ବେଳେ ପଶ୍ଚିମବଙ୍ଗ ଛବିଶପ୍ରଗଣା ଜିଲାର ତପନ ମଣ୍ଡଳଙ୍କୁ ମହଙ୍ଗା ପଡିଛି। ଟ୍ରେନ୍‌ରେ ତପନ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରିରୁ ପଶ୍ଚିମବଙ୍ଗ ଘରକୁ ଯାଉଥିବା ବେଳେ ବ୍ରହ୍ମପୁର ଆରପିଏଫ୍‌ ତାଙ୍କୁ କାବୁ କରି ବନ ବିଭାଗକୁ ହସ୍ତାନ୍ତର କରିଛିି। କଇଁଛକୁ ବନ ବିଭାଗ ଜବତ କରିଥିବା ବେଳେ ତପନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଚଳିତ ମାସ ୨୭ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ। ଏନେଇ ମୁଦାଲାଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିବା ତାଙ୍କ ଓକିଲ ଅନିରୁଦ୍ଧ ପାତ୍ର ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ପଶ୍ଚିମବଙ୍ଗ ଅଞ୍ଚଳର ତପନ ଦୀର୍ଘ ବର୍ଷ ଧରି ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରିରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ଏକ ବିଲରୁ ଏକ କଇଁଛ ପାଇଥିଲେ। ତାହାକୁ ସେ ଟ୍ରେନ୍‌ରେ ଧରି ପଶ୍ଚିମବଙ୍ଗ ବାହାରିଥିଲେ। ଟ୍ରେନ୍‌ରେ ଯାଉଥିବା ବେଳେ ଯୁବକଙ୍କୁ କଇଁଛ ଦେଖାଇ ଫଟୋ ଉଠାଇଥିଲେ। ହେଲେ ଜଣେ ଯୁବକ କଇଁଛ ସହ ଫଟୋ ଉଠାଇ ଟୁଇଟରରେ ପୋଷ୍ଟ କରିବା ସହ ଟ୍ରେନ୍‌ ଓ ବଗି ନମ୍ବର ମଧ୍ୟ ଲେଖି ଥିଲେ। ଟୁଇଟରରେ କଇଁଛ ପୋଷ୍ଟ ଦେଖି ବନ୍ୟଯନ୍ତୁ ପ୍ରେମୀ ଉଦ୍‌ବେଗ ପ୍ରକାଶ କରିଥିଲେ। ଟୁଇଟ୍‌ କେନ୍ଦ୍ର ସରକାରଙ୍କ ବନ୍ୟଜନ୍ତୁ ସୁରକ୍ଷା ମନ୍ତ୍ରଣାଳୟ ନିକଟରେ ପହଞ୍ଚି ଥିଲା। ବନ୍ୟଜନ୍ତୁ ମନ୍ତ୍ରଣାଳୟ ବ୍ରହ୍ମପୁର ଆରପିଏଫ୍‌ ସହ ଯୋଗାଯୋଗ କରି ବୁଧବାର ରାତିରେ ବ୍ରହ୍ମପୁରରେ ଟ୍ରେନ୍‌ ପହଞ୍ଚିବା ପରେ ଚଢାଉ କରାଯାଇ କଇଁଛ ସହ ତପନଙ୍କୁ କାବୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri