ମହଙ୍ଗା ପଡ଼ିଲା ଟ୍ରେନ୍‌ରେ କଇଁଛ ଧରି ଯିବା: ଫଟୋ ଶେୟାର ପରେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ,୧୯ା୧: ବେଆଇନ ଭାବେ ବିରଳ ପ୍ରଜାତିର ପ୍ରାଣୀ କିମ୍ବା ପକ୍ଷୀଙ୍କୁ ରଖିବା ଦଣ୍ଡନୀୟ ଅପରାଧ। ଏଭଳି ପରିସ୍ଥିତିରେ ଏକ କଇଁଛକୁ ଧରି ପାଳିବା ପାଇଁ ଘରକୁ ନେଉଥିବା ବେଳେ ପଶ୍ଚିମବଙ୍ଗ ଛବିଶପ୍ରଗଣା ଜିଲାର ତପନ ମଣ୍ଡଳଙ୍କୁ ମହଙ୍ଗା ପଡିଛି। ଟ୍ରେନ୍‌ରେ ତପନ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରିରୁ ପଶ୍ଚିମବଙ୍ଗ ଘରକୁ ଯାଉଥିବା ବେଳେ ବ୍ରହ୍ମପୁର ଆରପିଏଫ୍‌ ତାଙ୍କୁ କାବୁ କରି ବନ ବିଭାଗକୁ ହସ୍ତାନ୍ତର କରିଛିି। କଇଁଛକୁ ବନ ବିଭାଗ ଜବତ କରିଥିବା ବେଳେ ତପନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଚଳିତ ମାସ ୨୭ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ। ଏନେଇ ମୁଦାଲାଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିବା ତାଙ୍କ ଓକିଲ ଅନିରୁଦ୍ଧ ପାତ୍ର ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ପଶ୍ଚିମବଙ୍ଗ ଅଞ୍ଚଳର ତପନ ଦୀର୍ଘ ବର୍ଷ ଧରି ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରିରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ଏକ ବିଲରୁ ଏକ କଇଁଛ ପାଇଥିଲେ। ତାହାକୁ ସେ ଟ୍ରେନ୍‌ରେ ଧରି ପଶ୍ଚିମବଙ୍ଗ ବାହାରିଥିଲେ। ଟ୍ରେନ୍‌ରେ ଯାଉଥିବା ବେଳେ ଯୁବକଙ୍କୁ କଇଁଛ ଦେଖାଇ ଫଟୋ ଉଠାଇଥିଲେ। ହେଲେ ଜଣେ ଯୁବକ କଇଁଛ ସହ ଫଟୋ ଉଠାଇ ଟୁଇଟରରେ ପୋଷ୍ଟ କରିବା ସହ ଟ୍ରେନ୍‌ ଓ ବଗି ନମ୍ବର ମଧ୍ୟ ଲେଖି ଥିଲେ। ଟୁଇଟରରେ କଇଁଛ ପୋଷ୍ଟ ଦେଖି ବନ୍ୟଯନ୍ତୁ ପ୍ରେମୀ ଉଦ୍‌ବେଗ ପ୍ରକାଶ କରିଥିଲେ। ଟୁଇଟ୍‌ କେନ୍ଦ୍ର ସରକାରଙ୍କ ବନ୍ୟଜନ୍ତୁ ସୁରକ୍ଷା ମନ୍ତ୍ରଣାଳୟ ନିକଟରେ ପହଞ୍ଚି ଥିଲା। ବନ୍ୟଜନ୍ତୁ ମନ୍ତ୍ରଣାଳୟ ବ୍ରହ୍ମପୁର ଆରପିଏଫ୍‌ ସହ ଯୋଗାଯୋଗ କରି ବୁଧବାର ରାତିରେ ବ୍ରହ୍ମପୁରରେ ଟ୍ରେନ୍‌ ପହଞ୍ଚିବା ପରେ ଚଢାଉ କରାଯାଇ କଇଁଛ ସହ ତପନଙ୍କୁ କାବୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri