୨୦ ଏକର ଜମିରେ କୋଟିଆରେ ଷ୍ଟ୍ରବେରି ଚାଷ

କୋରାପୁଟ,୧୯ା୧(ସ୍ବ.ପ୍ର.): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ଅଞ୍ଚଳରେ ଥଣ୍ଡା ଜଳବାୟୁ ଓ ଉତ୍ତମ ପରିବେଶ ଯୋଗୁ ଷ୍ଟ୍ରବେରି ଚାଷ ବେଶ୍‌ ଭଲ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଗତ ୨ ବର୍ଷ ହେଲା ଉକ୍ତ ଅଞ୍ଚଳରେ ଷ୍ଟ୍ରବେରି ଚାଷ ଆରମ୍ଭ କରିଛି। ଆଇଟିଡିଏ ଏହାର ଦାୟିତ୍ୱ ନେଇଛି। ଚଳିତ ବର୍ଷ ଏହି ଅଞ୍ଚଳରେ ସ୍ଥାନୀୟ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପ୍ରାୟ ୨୦ ଏକର ଜମିରେ ଜୈବିକ ପ୍ରଣାଳୀରେ ଷ୍ଟ୍ରବେରି ଚାଷ କରାଯାଉଥିବା ଜିଲାପାଳ ଅବଦାଲ ଏମ୍‌. ଅଖତାର କହିଛନ୍ତି। କୋଟିଆର ଜାନିଗୁଡ଼ା ଗ୍ରାମରେ ୩ ଏକର ଜମି, ଫାଟୁସିନେରି ଗ୍ରାମରେ ୯ ଏକର ଜମି ଓ ନୂଆଗଁା ପଞ୍ଚାୟତର ଗାଲିଗାବଦର ଗ୍ରାମରେ ୮ ଏକର ଜମିରେ ଏହି ଚାଷ କରାଯାଉଛି । ଜୈବିକ ପ୍ରଣାଳୀରେ କରାଯାଉଥିବା ଏହି କୋଟିଆ ଷ୍ଟ୍ରେବରିର ଦାମ କେଜି ପ୍ରତି ୫ ଶହ ଟଙ୍କା ରଖାଯାଇଛି। ପ୍ରତି ୨ ଶହ ଗ୍ରାମକୁ ନେଇ ଏକ ପ୍ୟାକେଟ କରାଯାଇଛି ା ଏହାର ମୂଲ୍ୟ ଶହେ ଟଙ୍କା ରଖାଯାଇଛି। ଫାଟୁସିନେରି ଗ୍ରାମରେ ୯ ଏକର ଜମିରେ ଏହି ଚାଷ ଗତ ମାସକ ତଳେ ଆରମ୍ଭ ହୋଇଥିବାବେଳେ ଜାନିଗୁଡା ଗ୍ରାମରେ ୩ ଏକର ଜମିରେ ହେଇଥିବା ଷ୍ଟ୍ରବେରି ଚାଷରୁ ବର୍ତ୍ତମାନ ଷ୍ଟ୍ରବେରି ଅମଳ ଆରମ୍ଭ ହୋଇଛି। ଗାଲିଗବଦର ଗ୍ରାମରେ ଆସନ୍ତା ସପ୍ତାହକ ମଧ୍ୟରେ ଅମଳ ହେବ ବୋଲି ଆଇଟିଡିଏର ଟେକନିକାଲ ଅଧିକାରୀ କାଶୀ ପ୍ରସାଦ ନାୟକ କହିଛନ୍ତି। ସେହିପରି ଏହି ଷ୍ଟ୍ରବେରି ଚାଷ ଓ ଏହାର ବିକ୍ରି ଦାୟିତ୍ୱ କୃଷି ପରାମର୍ଶଦାତା ଶିବ ବେହେରା ଓ ଯାନ୍ତ୍ରିକ ପରାମର୍ଶଦାତା ସତ୍ୟ ମହାନ୍ତି ନେଇଛନ୍ତି। ଜୈବିକ ପ୍ରଣାଳୀରେ କରାଯାଉଥିବା ଏହି ଷ୍ଟ୍ରବେରିର ଚାହିଦା ଜିଲା, ଜିଲା ବାହାରେ ଏବଂ ପଡୋଶୀ ଆନ୍ଧ୍ରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

ବରିଷ୍ଠ କଂଗ୍ରେସ ନେତା ଅମୁଲ୍ୟ ସାହୁ BJPରେ ସାମିଲ: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନଙ୍କ ଥିଲେ ସହକର୍ମୀ

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ତଥା ପୂର୍ବତନ କଂଗ୍ରେସ ନେତା ଅମୁଲ୍ୟ ସାହୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ…

ପ୍ରଶାସନର କଡ଼ା ଆଭିମୁଖ୍ୟ: ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡକୁ ଗଲା ସରକାରୀ ଓ ବେସରକାରୀ ବସ୍

ଦିଗପହଣ୍ଡି, ୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri