ଭିସେରା ରିପୋର୍ଟକୁ ଅପେକ୍ଷା

ଖୁଣ୍ଟୁଣୀ,୨୦ା୧(ଡି.ଏନ.ଏ.):ବହୁ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁର ୮ ଦିନ ପରେ ବି ରହସ୍ୟ ଉନ୍ମୋଚିତ ହୋଇନାହିଁ। ମଙ୍ଗଳବାର ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଥିଲେ ସୁଦ୍ଧା ଏହାକୁ ସାର୍ବଜନିନ କରାଯାଇନାହିଁ। ପୋଲିସ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି। ଆସନ୍ତା ୩ରୁ ୪ଦିନ ମଧ୍ୟରେ ଭିସେରା ରିପୋର୍ଟ ଓ ଏକ୍ସପର୍ଟ ଟିମ୍‌ର ମତାମତ ଆସିବା ପରେ ଉଭୟ ରିପୋର୍ଟକୁ ଆଧାର କରି ମୃତ୍ୟୁ ରହସ୍ୟ ସାର୍ବଜନୀନ କରାଯିବ ବୋଲି ଗୁରୁଡିଝାଟିଆ ଥାନା ଆଇଆଇସି ରଞ୍ଜନ କୁମାର ପ୍ରଧାନ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପୁରୀ ଜିଲା ରାମଚଣ୍ଡୀ ଥାନା ଭୁଆଗାଁର ଗୁଣନିଧି ସ୍ବାଇଁଙ୍କ ଝିଅ ରାଜଶ୍ରୀ କଟକ ବଜ୍ରକବାଟିଠାରେ ରହି ତାଙ୍କର ୨୫ ଜଣ ସାଙ୍ଗଙ୍କ ସହିତ କ୍ରିକେଟ ପ୍ରଶିକ୍ଷଣ ନେଉଥିଲେ। ଜାନୁୟାରୀ ୧୫ ତାରିଖରେ ପୁଡୁଚେରୀଠାରେ ହେବାକୁ ଥିବା ବରିଷ୍ଠ ମହିଳା କ୍ରିକେଟ ଟିମ୍‌ ପାଇଁ ଓଡିଶା ପକ୍ଷରୁ ୧୦ତାରିଖରେ ଟିମ୍‌ ସଦସ୍ୟ ଚୟନ କରାଯାଇଥିଲା। ହେଲେ ଚୟନ ଲିଷ୍ଟରେ ରାଜଶ୍ରୀଙ୍କ ନାମ ନ ଥିବାରୁ ସେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ। ୧୧ ତାରିଖରେ ଟାଙ୍ଗିସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡଠାରେ ଅଭ୍ୟାସ ମ୍ୟାଚ ପାଇଁ ତାଙ୍କୁ କୋଚ୍‌ ଡାକିଥିଲେ। ରାଜଶ୍ରୀ କିନ୍ତୁ ମନା କରିବା ସହିତ ଘରକୁ ଯାଉଛି ବୋଲି କହି ଚାଲି ଯାଇଥିଲେ। ସେ ଫେରିବା ବିଳମ୍ବ ହେବାରୁ କୋଚ୍‌ ତାଙ୍କ ଘର ସହ ଯୋଗାଯୋଗ କରିଥିଲେ। ହେଲେ ସେ ଘରକୁ ଯାଇ ନ ଥିବା ପରିବାର ଲୋକଙ୍କଠାରୁ ଶୁଣିବାକୁ ପାଇଥିଲେ। କୋଚ୍‌ ସେହି ଦିନ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ୧୨ ତାରିଖ ସକାଳୁ ଖୁଣ୍ଟୁଣୀ ବନାଞ୍ଚଳର ଜଣେ କର୍ମଚାରୀ ଏକ ସ୍କୁଟି ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲରେ ଥୁଆ ହୋଇଥିବା ଦେଖି ଗୁରୁଡ଼ିଝାଟିଆ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଆଇଆଇସି ପ୍ରଧାନ ମଙ୍ଗଳାବାଗ ଥାନାକୁ ଏହା ଜଣାଇଥିଲେ। ଉଭୟ ପୋଲିସ ଜଙ୍ଗଲ ମଧ୍ୟରେ ବହୁ ଖୋଜାଖୋଜି କରି ରାତି ହୋଇଯିବାରୁ ଫେରି ଆସିଥିଲେ ଓ ପରଦିନ ୧୩ ତାରିଖରେ ସ୍କୁଟିଥିବା ସ୍ଥାନରୁ ୩ଶହ ମିଟର ଦୂର ଘଞ୍ଚ ଜଙ୍ଗଲ ମଧ୍ୟରୁ ରାଜଶ୍ରୀଙ୍କ ମୃତ ଶରୀର ଝୁଲନ୍ତା ଅବସ୍ଥାରେ ଏକ ଗଛରୁ ଠାବ କରିଥିଲା। ସେତେବେଳେ ରାଜଶ୍ରୀଙ୍କ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇ ଗଛରେ ଟାଙ୍ଗି ଦିଆ ଯାଇଥିବା ସଙ୍ଗିନ ଅଭିଯୋଗ ଆଣିବା ସହ ରାଜଶ୍ରୀଙ୍କ ମୃତ୍ୟୁପାଇଁ ଓସିଏକୁ ଦାୟୀ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri