୩୭୧ ହିତାଧିକାରୀଙ୍କୁ ପୁଷ୍ଟି କିଟ୍
ବାଲେଶ୍ୱର ଅଫିସ,୨୦।୧୨: ବାଲେଶ୍ୱର ଜିଲା ସ୍ବାସ୍ଥ୍ୟ ପ୍ରଶାସନ ସହଯୋଗିତାରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନ ସହ ଯୋଡ଼ି ହୋଇଛି ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏଲ୍)। ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ‘ନି-କ୍ଷୟ ମିତ୍ର’ କାର୍ଯ୍ୟକ୍ରମକୁ ଲୋକାର୍ପଣ କରି ବିଭିନ୍ନ ଦିଗ…
ପର୍ଯ୍ୟଟକଙ୍କ ମନମୋହୁଛି ଗଣ୍ଡାହାତୀ
ପାରଳାଖେମୁଣ୍ଡି,୨୦ା୧୨(ଗିରିଧାରୀ ପରିଚ୍ଛା): ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗଜପତିର ଗଣ୍ଡାହାତୀ ଜଳପ୍ରପାତ। ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଗଜପତି ଜିଲାର ରହିଛି ସ୍ବତନ୍ତ୍ର ମାନ୍ୟତା। ଯେଉଁଠି ପ୍ରକୃତି ଅଜାଡ଼ି ଦେଇଛି ତା’ର ସବୁ କାରିଗରୀ, ତାହା ହେଉଛି ଗଣ୍ଡାହାତୀ ଜଳପ୍ରପାତ। ଜିଲା ସଦର ମହକୁମା…
ତ୍ରୁଟିପୂର୍ଣ୍ଣ ମାର୍କିଂକୁ ନେଇ ପୁଣି ଛାତ୍ର ଅଶାନ୍ତି
ବାରିପଦା ଅଫିସ,୨୦ା୧୨: ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟରେ ତ୍ରୁଟିପୂର୍ଣ୍ଣ ମାର୍କିଂକୁ ନେଇ ପୁନର୍ବାର ଛାତ୍ର ଅଶାନ୍ତି ଦେଖାଦେଇଛି। ପ୍ରତିଶ୍ରୁତି ମୁତାବକ ସମାଧାନ କରାଯାଇ ନ ଥିବାରୁ ଛାତ୍ରୀଛାତ୍ରମାନେ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ପୂର୍ବକ ବିକ୍ଷୋଭ…
ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ
ବାରିପଦା ଅଫିସ,୨୦।୧୨: ଆଦିବାସୀ ଭାଷା ଓ ଲିପି ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ମଙ୍ଗଳବାର ମିଳିତ ଆଦିବାସୀ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ରହିବ।…
୨୨ରେ ବାଲେଶ୍ୱର ଆସିବେ ମୁଖ୍ୟମନ୍ତ୍ରୀ
ବାଲେଶ୍ୱର ଅଫିସ,୨୦।୧୨: ଆସନ୍ତା ୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଗସ୍ତରେ ଆସିବେ। ବିଭିନ୍ନ ବିଭାଗର ଉନ୍ନତିମୂଳକ କାର୍ଯ୍ୟର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ବାଲେଶ୍ୱର ପୋଲିସ ରିଜର୍ଭ ପଡ଼ିଆରେ ଅବତରଣ କରି ଆୟୋଜିତ ସମାବେଶରେ ଜିଲାବାସୀଙ୍କୁ…
୨୦୦ ଟଙ୍କାର ହିସାବ ମିଳୁନି
ହାଟଡିହୀ,୨୦।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳା ସଂସ୍କୃତି ସଂଘକୁ ଆସିଥିବା ଅନୁଦାନ ଏବଂ ଉକ୍ତ ଅନୁଦାନର ଖର୍ଚ୍ଚରୁ ୨୦୦ ଟଙ୍କାର ହିସାବ ମିଳୁନି। ଖର୍ଚ୍ଚ ସମ୍ପର୍କିତ ରିପୋର୍ଟକୁ ଦେଖିଲେ ଏ କଥା ସ୍ପଷ୍ଟ ହୋଇଛି। ୨୦୦ ଟଙ୍କା ବଡ଼ କଥା…
୩ ଦିନ ପରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଆରମ୍ଭ
ପଟ୍ଟାଙ୍ଗି,୨୦।୧୨(ଡି.ଏନ୍.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାଠାରୁ ୨କିମି ଦୂରରେ ଏକ ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତହୋଇ ପଡି ରହିଥିଲା। ଘଟଣାର ୩ ଦିନ ପରେ ଟ୍ୟାଙ୍କରରୁ ୯୭ ପ୍ରତଶତ ଗ୍ୟାସ କାଢିବା ପରେ ମଙ୍ଗଳବାର ସକାଳୁ ରାଜପଥରେ ଗାଡି…
ରେଞ୍ଜ୍ ଦାୟିତ୍ୱରେ ତଳିଆ କର୍ମଚାରୀ
ବାରିପଦା ଅଫିସ,୨୦।୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ରେଞ୍ଜ କାର୍ଯ୍ୟାଳୟ ଦାୟିତ୍ୱରେ ରହୁଛନ୍ତି ତଳିଆ କର୍ମଚାରୀ। ଦୀର୍ଘଦିନ ଛୁଟି ଦର୍ଶାଇ ସହରରେ ରେଞ୍ଜରମାନେ ବୁଲୁଥିବା ବେଳେ ଦାୟିତ୍ୱକୁ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇପଡୁଥିବା…
ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ବେଳେ ଉତ୍ତେଜନା
ସଇଁତଳା, ୨୦ା୧୨ (ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ଜେଏମ୍ଏଫସି କୋର୍ଟରେ ସୋମବାର ଜଣେ ଅଭିଯୁକ୍ତଙ୍କୁ ପୋଲିସ ହାଜର କରିବା ସମୟରେ ତୁମଳକାଣ୍ଡ ଘଟିଛି। ଜିଲା ଯୁବ କନ୍ଧ ସମାଜର କେତେଜଣ କର୍ମକର୍ତ୍ତା ସ୍ଥାନୀୟ କୋର୍ଟ ସମ୍ମୁଖରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନାରାବାଜି…
ସ୍ବାସ୍ଥ୍ୟାବସ୍ଥା ପଚାରିଲେ, ସାହସକୁ ଜିଲାପାଳଙ୍କ ପ୍ରଶଂସା
ବଲାଙ୍ଗୀର ଅଫିସ, ୨୦ା୧୨: ବଲାଙ୍ଗୀର ଜିଲା ଆଗଲପୁର ପଞ୍ଚାୟତ ହାଇସ୍କୁଲ କ୍ରୀଡା ପ୍ରତିଯୋଗିତା ଚାଲିଥିବାବେଳେ ଏକ ଜାଭେଲିନ୍ ଗଳିଯିବା ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଛାତ୍ର ସଦାନନ୍ଦ ମେହେରଙ୍କ ସ୍ବାସ୍ଥାବସ୍ଥା ଜିଲାପାଳ ଚଞ୍ଚଳ ରାଣା ପଚାରି ବୁଝିଥିଲେ। ଜିଲାପାଳ ରାଣା…
ଲାଗିରହିଛି ଆରୋପ ପ୍ରତ୍ୟାରୋପ
ଝାରସୁଗୁଡ଼ା ଅଫିସ/ବେଲପାହାଡ଼,୨୦ା୧୨: ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର ଓ ବେଲପାହାଡ ପୌର ପରିଷଦ ପରିଚାଳନାକୁ ନେଇ ଏବେ ଦେଖାଦେଇଛି ଅଚଳାବସ୍ଥା। ଅଧିକାରୀ, କର୍ମଚାରୀ ଓ ଜନପ୍ରତିନିଧିଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଥିବାବେଳେ ଅନ୍ୟପଟେ ପୌରାଞ୍ଚଳରେ ଉନ୍ନୟନ କାମ ଆଗେଇ ପାରୁନାହିଁ। ସରକାର ଓ…
ସେତୁ ନିର୍ମାଣ କାର୍ଯ୍ୟ ବିଳମ୍ବିତ
କୁତ୍ରା, ୨୦।୧୨(ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଞ୍ଚଳରେ ନିର୍ମାଣ ହେଉଥିବା ସେତୁଗୁଡିକୁ ପରିଦର୍ଶନ କରିବା ସହ ନିର୍ମାଣ ବିଳମ୍ବ ହେଉଥିବା ଯୋଗୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ତଥା ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ।…

