୩ ମାସରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ ଅଫିସ,୨୯।୧: ଶ୍ରୀକ୍ଷେତ୍ରରେ ଚାଲିଥିବା ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜୋରସୋର୍‌ରେ ଚାଲିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ମୁଖ୍ୟ ଶାସନ ସଚିବ ପୁରୀ ଆସି ପ୍ରଥମେ ସ୍ବର୍ଗଦ୍ୱାର ଯାଇ ସେଠାରେ କିପରି ଶବଦାହ କରାଯାଉଛି ଦେଖିଥିଲେ। ଶବ ସହ ଆସିଥିବା ପରିଜନ ବର୍ଗଙ୍କ ନିମନ୍ତେ ବ୍ୟବସ୍ଥା, ସେମାନଙ୍କ ପ୍ରତି ବ୍ୟବହାର, ଟୋକନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି କି ନାହିଁ ଏ ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ। ପରେ ସଚିବ ମହାପାତ୍ର ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ନିକଟକୁ ଯାଇ ସେଠାରେ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କ ସହ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକୁ ୩ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟ ଭିତରେ ଚାଲିଥିବା ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍‌ ପ୍ରକଳ୍ପ। ଏହି ଐତିହ୍ୟ ପ୍ରକଳ୍ପକୁ ଚଳିତ ରଥଯାତ୍ରା ପୂର୍ବରୁ ସାରିବା ପାଇଁ ସରକାରଙ୍କ ପକ୍ଷରୁ ଜୋର୍‌ଦାର ଉଦ୍ୟମ ଚାଲିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅନେକ ସମୟରେ ୫-ଟି ସଚିବ, ଜିଲାପାଳ ଏହି ପ୍ରକଳ୍ପ ନିର୍ମାଣ ଅଗ୍ରଗତିର ସମୀକ୍ଷା କରୁଥିବା ବେଳେ ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଆସି ପ୍ରକଳ୍ପ କାର୍ଯ୍ୟ ଦେଖିଛନ୍ତି। ଏଥିସହ ସହରରେ ଚାଲିଥିବା ଅନ୍ୟ ଉନ୍ନୟନ କାର୍ଯ୍ୟର ସେ ସମୀକ୍ଷା କରିଥିଲେ। ତେବେ ସ୍ବର୍ଗଦ୍ୱାରରେ ସମୀକ୍ଷା ବେଳେ ହରିଶ୍ଚନ୍ଦ୍ର ଯୋଜନା, ପରିମଳ ବ୍ୟବସ୍ଥା ଓ ଖୁବ୍‌ କମ ଦରରେ କିଭଳି ଶବଦାହ ହୋଇପାରିବ ସେନେଇ ସଚିବ ସ୍ବର୍ଗଦ୍ୱାର ସେବା ସମିତି ସହ ଆଲୋଚନା କରିଥିଲେ। ଏହାପରେ ସେ ପରିକ୍ରମା ପ୍ରକଳ୍ପ ତଦାରଖ ବେଳେ ଟାଟା ପାୱାର ଅଧିକାରୀ ଓ ଓବିସିସି ଅଧିକାରୀମାନେ ପ୍ରକଳ୍ପ ନିର୍ମାଣର ନକ୍ସା ଦେଖିବା ସହ ସେ ଅନୁଯାୟୀ ଗ୍ରୀନ୍‌, ୟେଲୋ ଓ ବଫର୍‌ ଜୋନ୍‌ରେ ଚାଲିଥିବା କାର୍ଯ୍ୟ ସମ୍ପର୍କରେ ବୁଝିଥିଲେ। ବର୍ତ୍ତମାନ ଆଉଟର ଆସେସ ରୋଡ୍‌ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଏହାପରେ ଇନର ଆସେସ୍‌ ରୋଡ, ମେଘନାଦ ପାଚେରି ସହ ଆଉଟର ଆସେସ ରୋଡର ସଂଯୋଗ, ଯାତ୍ରୀଙ୍କ ପ୍ରତୀକ୍ଷା ଓ ଧ୍ୟାନ କେନ୍ଦ୍ର, କରିଡର ସମ୍ପର୍କରେ ମୁଖ୍ୟ ଶାସନ ସଚିବ ପଚାରି ବୁଝିଥିଲେ।
ଗତବର୍ଷ ଡିସେମ୍ବର ୨୦ରେ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ବା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଏନ୍‌ଏମଏ ଅଧ୍ୟକ୍ଷ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ୧୩ ମିଟର ଉଚ୍ଚତା ବୃଦ୍ଧି ସହ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ୧୦୦ ମିଟର ବାହାରେ କେଉଁ ଜାଗାରେ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧ୍ୟକ୍ଷଙ୍କ ସହ ଆଲୋଚନା ହୋଇଥିଲା। ଶୌଚାଳୟ, କ୍ଲକରୁମ୍‌, ମିନି କ୍ଲକ୍‌ ରୁମ୍‌, ସେଲ୍ଟର ପାଭିଲିଅନ୍‌ ଓ ଇଲେକ୍ଟ୍ରିକାଲ ରୁମ୍‌ ଆଦି କାର୍ଯ୍ୟ ଶେଷ ହୋଇଛି। ଗସ୍ତ ସାରି ମୁଖ୍ୟ ଶାସନ ସଚିବ ମହାପାତ୍ର କହିଛନ୍ତି, ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଫ୍ଲୋରିଂ ଓ ସ୍ଲାବ ନିମନ୍ତେ ଖଣ୍ଡେଲାଇଟ ପଥର ବ୍ୟବହାର କରାଯାଉଛି। ଉଭୟ ଇନର ଓ ଆଉଟର ପରିକ୍ରମା ମାର୍ଗ ଦେଖିବା ସହ ଆସନ୍ତା ୩ ମାସ ମଧ୍ୟରେ ପ୍ରକଳ୍ପର ସମସ୍ତ କାର୍ଯ୍ୟ ସାରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଶ୍ରୀସେତୁ ପ୍ରକଳ୍ପର ବହୁସ୍ତରୀୟ ପାର୍କିଂ କାର୍ଯ୍ୟ ସରିବା ପରେ ସେଠାରୁ ବ୍ୟାଟେରି ଚାଳିତ ଗାଡି ମାଧ୍ୟମରେ ଭକ୍ତମାନେ ମନ୍ଦିରକୁ ଯାତାୟାତରେ ସୁବିଧା ହେବ ବୋଲି ସେ କହିଥିଲେ। ସମୀକ୍ଷା ସମୟରେ ଜିଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲାପାଳ(ପ୍ରଶାସନ) ପ୍ରଦୀପ ସାହୁ, ଉପଜିଲାପାଳ ଭବତାରଣ ସାହୁ, ଓଡ଼ିଶା ସେତୁ ନିର୍ମାଣ ନିଗମ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାତ ପାଣିଗ୍ରାହୀ, ନିର୍ବାହୀ ଯନ୍ତ୍ରୀ ଦେବୀପ୍ରସାଦ ଘୋଷ, ସହାୟକ ଯନ୍ତ୍ରୀ ଦୁର୍ଲ୍ଲଭ ସାମଲ, ଯନ୍ତ୍ରୀ ଅଭିଷେକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri