ଅପରାଜିତାଙ୍କ ଗସ୍ତଙ୍କୁ ନେଇ ଚର୍ଚ୍ଚା

କେନ୍ଦ୍ରାପଡ଼ା ଅଫିସ,୨୯।୧: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଶନିବାର କେନ୍ଦ୍ରାପଡ଼ା ଜିଲା ଗସ୍ତ କରିଥିଲେ। ସହରର ତିନିମୁହାଣୀଠାରୁ ଇଚ୍ଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ସେ ପଦଯାତ୍ରା କରିଥିଲେ ା ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲା ଭାଜପାର ଅନେକ ନେତାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ସହର ଓ ଆଖପାଖ ଅଞ୍ଚଳର କର୍ମକର୍ତ୍ତାଙ୍କୁ ଏକାଠି କରି ଅପରାଜିତା ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ା ଏବେ ଜିଲା ଭାଜପା ସଙ୍ଗଠନ ୪ ନେତୃତ୍ୱ ଆଡକୁ ଯାଉଛି ବୋଲି ଆଲେଚନା ଆରମ୍ଭ ହୋଇଯାଇଛି ା
ଏ ସମ୍ପର୍କରେ ରାଜନୈତିକ ବିଶ୍ଲେଷକ ଅମରବର ବିଶ୍ୱାଳ, ବିଧୁଭୂଷଣ ମହାପାତ୍ର, ବାନାମ୍ବର ସାହୁ ପ୍ରମୁଖ କହିଛନ୍ତି, ଗତ ସାଧାରଣ ନିର୍ବାଚନରେ ଜିଲାରେ ବିଜେଡି ଦବଦବା ସ୍ପଷ୍ଟ ହୋଇଥିଲା। ଏମ୍‌ପି, ୫ ବିଧାୟକ, ୯ ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦ ଅଧ୍ୟକ୍ଷ ବିଜେଡିରୁ ନିର୍ବାଚିତ ହୋଇଛନ୍ତି ା ଏହାସତ୍ତ୍ୱେ ଜିଲାର ବିକାଶ ଅଗ୍ରଗତି ହେଉ ନ ଥିବା ଦର୍ଶାଇ ବିରୋଧୀ ଭାଜପା ଓ କଂଗ୍ରେସ ଆନ୍ଦୋଳନ ତଥା ରାଲିକୁ ଓହ୍ଲାଇଛନ୍ତି ା ଗତ ନିର୍ବାଚନରେ ଜିତିଥିବା ବିଜେଡି ଏମ୍‌ପି ଅନୁଭବ ମହାନ୍ତି କେନ୍ଦ୍ରାପଡ଼ା ଜିଲା ରାଜନୀତିରେ ଅଦୃଶ୍ୟ ହୋଇଥିବାରୁ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏହି ନିର୍ବାଚନ କ୍ଷେତ୍ର ଦଖଲ ପାଇଁ ନିଜ ଅନୁଯାୟୀ ସାଙ୍ଗଠନିକ କର୍ମକର୍ତ୍ତା ଚୟନ କରିଛନ୍ତି ା ତେବେ ଏଠାରେ ଜିଲା ଭାଜପା ବୈଜୟନ୍ତଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଏବେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ଗୋଷ୍ଠୀରେ ବିଭକ୍ତ ହୋଇଛି ା ବୈଜୟନ୍ତଙ୍କ ଅନୁଗତମାନେ ଶନିବାର ଅନୁଷ୍ଠିତ ଜିଲା କାର୍ଯ୍ୟକାରିଣୀ ବୈଠକରେ ସାମିଲ ହୋଇଥିଲେ ମଧ୍ୟ ଏମ୍‌ପିଙ୍କ ପଦଯାତ୍ରାରେ ସାମିଲ ହୋଇ ନ ଥିଲେ ା ଅନ୍ୟପକ୍ଷେ କାର୍ଯ୍ୟକାରିଣୀ ବୈଠକ ଓ ଅପରାଜିତାଙ୍କ ପଦଯାତ୍ରାରେ କେନ୍ଦ୍ର୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ବିଜୟ ମହାପାତ୍ରଙ୍କ ଅନୁଗତମାନେ ବି ସାମିଲ ହୋଇ ନ ଥିଲେ ା ବିଜୟ ମହାପାତ୍ର ଶୁକ୍ରବାର ଏହି ଜିଲା ଗସ୍ତ କରିଥିଲେ ା ମାତ୍ର ଶନିବାର ଏମ୍‌ପିଙ୍କ ପଦଯାତ୍ରା ଅଥବା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ନ ଥିବାରୁ ଭାଜପା ସହିତ ତାଙ୍କ ତାଳମେଳ ନ ଥିବା ସ୍ପଷ୍ଟ ହୋଇଛି ା ଅପରପକ୍ଷେ ଧର୍ମେନ୍ଦ୍ରଙ୍କ ଅନୁଗତ ଭାବେ ଜଣାଶୁଣା ଭୁବନମୋହନ ଜେନା, ଦୁର୍ଯ୍ୟୋଧନ ସାହୁ ପ୍ରମୁଖଙ୍କୁ ଏହି ଦୁଇ କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନ ଥିଲା ା ନଗର ସଭାପତି ଦିଲୀପ ଦାଶଙ୍କ ନେତୃତ୍ୱରେ ଏମ୍‌ପି ଷଡ଼ଙ୍ଗୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ ହେବା ଓ ନଗର ସହ ଜିଲାର କେତେଜଣ କର୍ମକର୍ତ୍ତା ଯୋଗ ଦେବା ଘଟଣା ଏକ ନୂଆ ଗୋଷ୍ଠୀ ସୃଷ୍ଟି ହୋଇଥିବା ରାଜନୈତିକ ବିଶ୍ଲେଷକମାନେ ପ୍ରକାଶ କରିଛନ୍ତି ା
ଏସମ୍ପର୍କରେ ବରିଷ୍ଠ ନେତା ଭୁବନମୋହନ ଜେନା କହିଛନ୍ତି, ପୁରୀ ଜିଲା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିବାରୁ ଜିଲାର ଦୁଇ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିନାହାନ୍ତି ା ଜିଲା ସଭାପତି କିଶୋର ଚନ୍ଦ୍ର ପଣ୍ଡା କହିଛନ୍ତି, କାର୍ଯ୍ୟକାରିଣୀ ବୈଠକ ଥିବାରୁ ସେ ପଦଯାତ୍ରାରେ ସାମିଲ ହୋଇ ନ ଥିଲେ ା ତେବେ ଦୁହୁରିଆଠାରେ ଏମ୍‌ପି ଷଡ଼ଙ୍ଗୀଙ୍କୁ ସ୍ବାଗତ ଜଣାଇଛନ୍ତି ା ଅପରାଜିତାଙ୍କୁ ଜିଲାରେ ସାଙ୍ଗଠନିକ ଶକ୍ତି ବହୁଧା ବିଭକ୍ତ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ଗସ୍ତ କାର୍ଯ୍ୟକ୍ରମ ଥିଲା ା ତେବେ ପଦଯାତ୍ରା ସମୟରେ ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କ ଉତ୍ସାହ ରହିଥିଲା ା ଫଳରେ ଆଶାଠାରୁ ଅଧିକ ଦଳୀୟ ଲୋକ ପଦଯାତ୍ରାରେ ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri