ଅପରାଜିତାଙ୍କ ଗସ୍ତଙ୍କୁ ନେଇ ଚର୍ଚ୍ଚା

କେନ୍ଦ୍ରାପଡ଼ା ଅଫିସ,୨୯।୧: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଶନିବାର କେନ୍ଦ୍ରାପଡ଼ା ଜିଲା ଗସ୍ତ କରିଥିଲେ। ସହରର ତିନିମୁହାଣୀଠାରୁ ଇଚ୍ଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ସେ ପଦଯାତ୍ରା କରିଥିଲେ ା ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲା ଭାଜପାର ଅନେକ ନେତାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ସହର ଓ ଆଖପାଖ ଅଞ୍ଚଳର କର୍ମକର୍ତ୍ତାଙ୍କୁ ଏକାଠି କରି ଅପରାଜିତା ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ା ଏବେ ଜିଲା ଭାଜପା ସଙ୍ଗଠନ ୪ ନେତୃତ୍ୱ ଆଡକୁ ଯାଉଛି ବୋଲି ଆଲେଚନା ଆରମ୍ଭ ହୋଇଯାଇଛି ା
ଏ ସମ୍ପର୍କରେ ରାଜନୈତିକ ବିଶ୍ଲେଷକ ଅମରବର ବିଶ୍ୱାଳ, ବିଧୁଭୂଷଣ ମହାପାତ୍ର, ବାନାମ୍ବର ସାହୁ ପ୍ରମୁଖ କହିଛନ୍ତି, ଗତ ସାଧାରଣ ନିର୍ବାଚନରେ ଜିଲାରେ ବିଜେଡି ଦବଦବା ସ୍ପଷ୍ଟ ହୋଇଥିଲା। ଏମ୍‌ପି, ୫ ବିଧାୟକ, ୯ ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦ ଅଧ୍ୟକ୍ଷ ବିଜେଡିରୁ ନିର୍ବାଚିତ ହୋଇଛନ୍ତି ା ଏହାସତ୍ତ୍ୱେ ଜିଲାର ବିକାଶ ଅଗ୍ରଗତି ହେଉ ନ ଥିବା ଦର୍ଶାଇ ବିରୋଧୀ ଭାଜପା ଓ କଂଗ୍ରେସ ଆନ୍ଦୋଳନ ତଥା ରାଲିକୁ ଓହ୍ଲାଇଛନ୍ତି ା ଗତ ନିର୍ବାଚନରେ ଜିତିଥିବା ବିଜେଡି ଏମ୍‌ପି ଅନୁଭବ ମହାନ୍ତି କେନ୍ଦ୍ରାପଡ଼ା ଜିଲା ରାଜନୀତିରେ ଅଦୃଶ୍ୟ ହୋଇଥିବାରୁ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏହି ନିର୍ବାଚନ କ୍ଷେତ୍ର ଦଖଲ ପାଇଁ ନିଜ ଅନୁଯାୟୀ ସାଙ୍ଗଠନିକ କର୍ମକର୍ତ୍ତା ଚୟନ କରିଛନ୍ତି ା ତେବେ ଏଠାରେ ଜିଲା ଭାଜପା ବୈଜୟନ୍ତଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଏବେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ଗୋଷ୍ଠୀରେ ବିଭକ୍ତ ହୋଇଛି ା ବୈଜୟନ୍ତଙ୍କ ଅନୁଗତମାନେ ଶନିବାର ଅନୁଷ୍ଠିତ ଜିଲା କାର୍ଯ୍ୟକାରିଣୀ ବୈଠକରେ ସାମିଲ ହୋଇଥିଲେ ମଧ୍ୟ ଏମ୍‌ପିଙ୍କ ପଦଯାତ୍ରାରେ ସାମିଲ ହୋଇ ନ ଥିଲେ ା ଅନ୍ୟପକ୍ଷେ କାର୍ଯ୍ୟକାରିଣୀ ବୈଠକ ଓ ଅପରାଜିତାଙ୍କ ପଦଯାତ୍ରାରେ କେନ୍ଦ୍ର୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ବିଜୟ ମହାପାତ୍ରଙ୍କ ଅନୁଗତମାନେ ବି ସାମିଲ ହୋଇ ନ ଥିଲେ ା ବିଜୟ ମହାପାତ୍ର ଶୁକ୍ରବାର ଏହି ଜିଲା ଗସ୍ତ କରିଥିଲେ ା ମାତ୍ର ଶନିବାର ଏମ୍‌ପିଙ୍କ ପଦଯାତ୍ରା ଅଥବା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ନ ଥିବାରୁ ଭାଜପା ସହିତ ତାଙ୍କ ତାଳମେଳ ନ ଥିବା ସ୍ପଷ୍ଟ ହୋଇଛି ା ଅପରପକ୍ଷେ ଧର୍ମେନ୍ଦ୍ରଙ୍କ ଅନୁଗତ ଭାବେ ଜଣାଶୁଣା ଭୁବନମୋହନ ଜେନା, ଦୁର୍ଯ୍ୟୋଧନ ସାହୁ ପ୍ରମୁଖଙ୍କୁ ଏହି ଦୁଇ କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନ ଥିଲା ା ନଗର ସଭାପତି ଦିଲୀପ ଦାଶଙ୍କ ନେତୃତ୍ୱରେ ଏମ୍‌ପି ଷଡ଼ଙ୍ଗୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ ହେବା ଓ ନଗର ସହ ଜିଲାର କେତେଜଣ କର୍ମକର୍ତ୍ତା ଯୋଗ ଦେବା ଘଟଣା ଏକ ନୂଆ ଗୋଷ୍ଠୀ ସୃଷ୍ଟି ହୋଇଥିବା ରାଜନୈତିକ ବିଶ୍ଲେଷକମାନେ ପ୍ରକାଶ କରିଛନ୍ତି ା
ଏସମ୍ପର୍କରେ ବରିଷ୍ଠ ନେତା ଭୁବନମୋହନ ଜେନା କହିଛନ୍ତି, ପୁରୀ ଜିଲା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିବାରୁ ଜିଲାର ଦୁଇ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିନାହାନ୍ତି ା ଜିଲା ସଭାପତି କିଶୋର ଚନ୍ଦ୍ର ପଣ୍ଡା କହିଛନ୍ତି, କାର୍ଯ୍ୟକାରିଣୀ ବୈଠକ ଥିବାରୁ ସେ ପଦଯାତ୍ରାରେ ସାମିଲ ହୋଇ ନ ଥିଲେ ା ତେବେ ଦୁହୁରିଆଠାରେ ଏମ୍‌ପି ଷଡ଼ଙ୍ଗୀଙ୍କୁ ସ୍ବାଗତ ଜଣାଇଛନ୍ତି ା ଅପରାଜିତାଙ୍କୁ ଜିଲାରେ ସାଙ୍ଗଠନିକ ଶକ୍ତି ବହୁଧା ବିଭକ୍ତ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ଗସ୍ତ କାର୍ଯ୍ୟକ୍ରମ ଥିଲା ା ତେବେ ପଦଯାତ୍ରା ସମୟରେ ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କ ଉତ୍ସାହ ରହିଥିଲା ା ଫଳରେ ଆଶାଠାରୁ ଅଧିକ ଦଳୀୟ ଲୋକ ପଦଯାତ୍ରାରେ ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri