ଋଷିକୁଲ୍ୟାରେ ବିଦେଶୀ ପକ୍ଷୀଙ୍କ ସମାଗାମ
ଗଞ୍ଜାମ,୨୬ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ଋଷିକୁଲ୍ୟା ନଦୀରେ ବିଦେଶୀ ପକ୍ଷୀଙ୍କ ସମାଗାମ ହୋଇଥିବା ଦେଖିବାକୁ ମିଳିଛି। ଖାଦ୍ୟ ଅନ୍ବେଷଣରେ ସେମାନେ ଶୀତରେ ହଜାର ହଜାର କିଲୋମିଟର ଅତିକ୍ରମ କରି ଓଡ଼ିଶାର ବିଭିନ୍ନ ଜଳାଶ୍ରୟକୁ ଆସିଥାନ୍ତି ବୋଲି ଗଞ୍ଜାମର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବାଧାରକ ରବୀନ୍ଦ୍ର…
ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ
ପାରଳାଖେମୁଣ୍ଡି, ୨୬ା୧୨ (ଡି.ଏନ୍.ଏ): ପାରଳାଖେମୁଣ୍ଡି ଜିଲ ଦୋରାଜଜ୍ ପ୍ରଣବ କୁମାର ରାଉତରାୟ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ସାମୁଏଲ ପାଲକାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୨୦ ମସିହାରେ କାଶୀନଗର ଥାନା ଅନ୍ତର୍ଗତ ହାଡ଼ୁଭଙ୍ଗୀ…
ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ
ବାରିପଦା ଅଫିସ,୨୬।୧୨: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ(୨) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ ଡ.ଦୀପକ ରଞ୍ଜନ ସାହୁ ଏହାର ବିଚାର କରି ଅଭିଯୁକ୍ତଙ୍କୁୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଣି…
ସହର ଉପକଣ୍ଠରେ ଗୋଠଛଡ଼ା ଦନ୍ତା
ବାରିପଦା ଅଫିସ,୨୬ା୧୨: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠରେ ସୋମବାର ସକାଳେ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ସୃଷ୍ଟି କରିଥିଲା। ବାରିପଦା ରେଞ୍ଜ ଅଧୀନ ଭୁଗୁଡ଼ାକଟା ଓ ଦାମୋଦରପୁର ଦେଇ ଯାଇଥିବା ୧୮ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏହି ଦନ୍ତା ବୁଲୁଥିଲା।…
୮ ବର୍ଷ ପରେ ହେଲା ବିଦ୍ୟୁତ୍ ସଂଯୋଗ
କୋଦଳା,୨୬।୧୨(ଡି.ଏନ୍.ଏ.): ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ୮ ବର୍ଷ ଧରି ଅନ୍ଧକାରରେ ରହୁଥିବା ସାହିବାସିନ୍ଦାଙ୍କ ମୁହଁରେ ହସ ଫୁଟିଛି। ସୋମବାର ବିଦ୍ୟୁତ୍ ସଂଯୋଗ ପରେ ସାହିବାସିନ୍ଦା ଖୁସି ପ୍ରକଟ କରିଛନ୍ତି। ଗଞ୍ଜାମ ଜିଲା କୋଦଳା କିଶୋରନଗରରେ ୪୦ରୁ ଊଦ୍ଧର୍ବ ଲୋକ…
ଶଙ୍ଖ ଧରିଲେ ସରସଦା ସମିତି ସଭାପତି
ଭଣ୍ଡାରିପୋଖରୀ,୨୬।୧୨(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ସମବାୟ ସମିତି ସଭାପତି ଅବିନାଶ ରାଉତ ସୋମବାର ବିଜେଡିରେ ସାମିଲ ହୋଇଛନ୍ତି। ଏହି ଅବସରରେ ଦଳୀୟ କାର୍ଯ୍ୟାଳୟଠାରେ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ…
ଚାଷ ଉପରେ ଗୁରୁତ୍ୱ ଦିଅନ୍ତୁ ଆଦିବାସୀ: ମହାସଂଘ
ଝାରସୁଗୁଡ଼ା ଅଫିସ, ୨୬।୧୨: ଝାରସୁଗୁଡ଼ା ଜିଲା କିର୍ମିରା ବ୍ଲକ ଗଉଡ ପାନପାଲି ପଞ୍ଚାୟତ ତୁମ୍ବାଡିହି ଗ୍ରାମରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଦିବାସୀଙ୍କ ପରିଚୟ ଉପରେ ଆଲୋଚନା ହୋଇଥିଲା। ଏପରିକି ଆଦିବାସୀଙ୍କ ଶିକ୍ଷା…
ରେଳଧାରଣାରୁ ମିଳିଲା କଲେଜ ଛାତ୍ରୀଙ୍କ ମୃତଦେହ
କୋରାପୁଟ,୨୬।୧୨(ସ୍ବ.ପ୍ର.): କୋରାପୁଟ-କିରଣ୍ଡଲ ରେଳଧାରଣାରୁ ସୋମବାର ଜଣେ କଲେଜ ଛାତ୍ରୀଙ୍କ ମୃତଦେହ କୋରାପୁଟ ସଦର ଜିଆର୍ପି ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରୀ ଜଣକ ହେଲେ ଗୀତା ଜାନୀ(୧୮)। ତାଙ୍କ ଘର କୋରାପୁଟ ମ୍ୟୁନିସିପାଲଟି ଅଧୀନ ବଡ଼ଚିନ୍ଦ୍ରୀ ଗ୍ରାମରେ। ସେ ଜୟପୁର ବିକ୍ରମଦେବ…
ଜାତୀୟ ରାଜପଥରେ ଡିଭାଇଡର ଭଙ୍ଗାକୁ ନେଇ ବଢୁଛି ଅସନ୍ତୋଷ
କେନ୍ଦୁଝର,୨୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ୨୦ ନଂ ଜାତୀୟ ରାଜପଥ କଡରେ ଥିବା ଏକ ପେଟ୍ରୋଲ ପମ୍ପକୁ ଗାଡି ଚଳାଚଳ କରିବା ପାଇଁ ୨୦ ନଂ ଜାତୀୟ ରାଜପଥର ଡିଭାଇଡରକୁ ଭାଙ୍ଗି ଦିଆଯାଇଛି। ଏହି ଘଟଣାକୁ ନେଇ…
ଟ୍ରକ ଧକ୍କାରେ ଚାଲିଗଲା ଜୀବନ: ସ୍ଥାନୀୟ ଲୋକଙ୍କ ଉତ୍ତେଜନା, ରସ୍ତାରୋକୋ
ଭବାନୀପାଟଣା,୨୬।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ୨୬ନମ୍ବର ଜାତୀୟ ରାଜପଥ ଚାରବାହାଲ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ସୋମବାର ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜୟପାଟଣା ବ୍ଲକ ଟେମେରି ଗ୍ରାମର ଜଗମୋହନ ବିହାରୀ। ଜଗମୋହନ ବ୍ୟାଙ୍କ…
ନିଶା ଦେଇ ଲୁଟିନେଲେ ଟଙ୍କା, ଗହଣା
ବ୍ରହ୍ମପୁର ଅଫିସ,୨୬।୧୨: ବ୍ରହ୍ମପୁର ସହରରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହେବାରେ ଲାଗିଛନ୍ତି। ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଗ୍ୟାଙ୍ଗ ଜଣଙ୍କ ପରେ ଜଣଙ୍କୁ ଟାର୍ଗେଟ କରୁଛନ୍ତି। ଦୁଇଦିନ ତଳେ ଜଣେ ଯୁବକଙ୍କୁ ମାଡ଼ ମାରି ତାଙ୍କଠାରୁ ଟଙ୍କା ଓ ମୋବାଇଲ ଫୋନ ଲୁଟି…
ବାଇକ୍ ଚୋରି, ସିସିଟିଭିରେ କଏଦ୍ ହେଲା ଦୃଶ୍ୟ
ଜୁନାଗଡ଼,୨୬।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ପୁରୁଣା ଷ୍ଟେଟବ୍ୟାଙ୍କ ନିକଟରେ ଥିବା ଏକ ଘର ସମ୍ମୁଖରୁ ଜଣେ ଦୁର୍ବୁତ୍ତ ବାଇକ ଚୋରି କରିଥିବା ଅଭିଯୋଗ ହୋଇଛି। ଚୋରି ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ଦୁର୍ବୁତ୍ତ ଜଣକ ବାଇକ୍ ପାଖକୁ ଆସି କିଛି ସମୟ…

