ଜମି ଅଧିଗ୍ରହଣରେ ଚଞ୍ଚକତା

ବାଲିଆପାଳ,୪।୨(ସ୍ବ.ପ୍ର.): ବାଲେଶ୍ୱର ଜିଲା ଦକ୍ଷିଣ ବାଲିଆପାଳରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ରେଳ ରାସ୍ତା ପାଇଁ ଚଞ୍ଚକତା କରାଯାଇ ଜମି ଅଧିଗ୍ରହଣ କରାଯାଇଥିବା ନେଇ ଶୁକ୍ରବାର ପୂର୍ବାହ୍ନରେ ବାଲିଆପାଳ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କେତେଜଣ ଜମି ମାଲିକ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବାଲିଆପାଳ ଥାନା ନାଭଡ଼ା ଗ୍ରାମର ଲୋକମାନଙ୍କର ପୈତୃକ ସମ୍ପତ୍ତିିରେ ଭାଇ ଭାଇ ମଧ୍ୟରେ ଥିବା ବିବାଦରୁ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ବନ୍ଦର କର୍ତ୍ତୃପକ୍ଷ। ଉକ୍ତ ଗ୍ରାମର ବିଧବା ମହିଳା ଭାରତୀ ରଣଜିତ, ସୁମତୀ ରଣଜିତ, ସରସ୍ବତୀ ରଣଜିତ ଓ ମାଳତୀ ରଣଜିତଙ୍କ ପରିବାରରେ ଦୀର୍ଘ ଦିନ ଧରି ପୈତୃକ ସମ୍ପତ୍ତିକୁ ନେଇ ସାର୍ଥକ ରଣଜିତଙ୍କ ମଧ୍ୟରେ ବାଦବିବାଦ ଲାଗି ରହିଥିଲା। ବନ୍ଦର ପକ୍ଷରୁ ରେଳପଥ ନିର୍ମାଣ ପାଇଁ ଜମି ଚିହ୍ନଟ କାର୍ଯ୍ୟ ବେଳେ ଖାତା ନମ୍ବର-୬୩୧ରେ ଦୁଇଟି ପ୍ଲଟ ନଂ.- ୮୭୨/୮୯୬ ଉପରେ ରେଳପଥ ପାଇଁ ଚିହ୍ନଟ ହୋଇଥିଲା। ଗତ ୪ା୮ା୨୦୨୨ ତାରିଖରେ ଠିକାଦାର ଖତିଆନରେ ଥିବା ଅଂଶୀଦାରମାନଙ୍କୁ ଦସ୍ତଖତ ନ ଦେଲେ ସରକାର ସମସ୍ତ ଜମି ନେଇ ଯିବେ ଆଉ ପଇସା ମିଳିବ ନାହିଁ ବୋଲି ଭୟଭୀତ କରାଇ ସାଧା କାଗଜରେ ଦସ୍ତଖତ କରାଇ ନେଇଥିଲେ। ମାତ୍ର ଦସ୍ତଖତ ନେଇ ଯିବାର କିଛି ଦିନ ପରେ ଉକ୍ତ ଜମିକୁ ସାର୍ଥକ ରଣଜିତ ସମସ୍ତ ଅଂଶୀଦାରଙ୍କ ଜମିକୁ ରେଜିଷ୍ଟ୍ରେସନ କରାଇ ସମସ୍ତ ଟଙ୍କା ହଡ଼ପ କରି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏ ସମ୍ପର୍କରେ ଠିକାଦାରଙ୍କୁ ଅନ୍ୟ ଅଂଶୀଦାରମାନେ ପଚାରିବାକୁ ଚେଷ୍ଟା କରିବାରୁ ଠିକାଦାରଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି ତଥା ଅନ୍ୟ ଅଂଶୀଦାର ସାର୍ଥକ ରଣଜିତଙ୍କ ଧମକର ଶିକାର ହୋଇ ବାଲିଆପାଳ ଥାନା ଅଧିକାରୀ ଏବଂ ତହସିଲଦାରଙ୍କଠାରେ ଗୁହାରି କରିଥିଲେ। ମାତ୍ର କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ନିବେଦନ କରିଥିବା ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସାଧାରଣରେ ଜମି ବିକ୍ରି କରିବା ପାଇଁ ପକ୍ଷମାନଙ୍କ ମଧ୍ୟରେ ସେୟାର କାଟି ଜମି ବିକ୍ରୟ କରିବାକୁ ନାକେଦମ୍‌ ହେବାକୁ ପଡୁଥିବା ବେଳେ କିପରି ସାଧା କାଗଜରେ ଦସ୍ତଖତ ନେଇ ଜମି ରେଜିଷ୍ଟ୍ରେସନ ହୋଇପାରୁଛି ବୋଲି ଦେବରଞ୍ଜିତ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ବରୀରେ ପ୍ରାର୍ଥୀ ଘୋଷଣା କରିପାରୁନି ଭାଜପା

ବରୀ,୨୮ା୪(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲାର ବରୀ ନିର୍ବାଚନମଣ୍ଡଳୀରେ ଭାଜପା ଏଯାଏ ପ୍ରାର୍ଥୀ ଦେଇପାରିନାହିଁ। ଏଠାରେ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକ ଓ କଂଗ୍ରେସ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିବା...

ଭାଜପା,ବିଜେଡି କଳହପ୍ରିୟ: ଅଜୟ କୁମାର

କଟକ, ୨୮ା୪(ଶିଳ୍ପା ପ୍ରିୟଦର୍ଶିନୀ)ବାରବାଟୀ-କଟକ କଂଗ୍ରେସ ପକ୍ଷରୁ କଂଗ୍ରେସ ସମାବେଶ କଟକସ୍ଥିତ ଖ୍ରୀଷ୍ଟିଆନ୍‌ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ...

ଡବଲ ଇଞ୍ଜିନ ନୁହେଁ, ଯୋଡି ଶଙ୍ଖ ଦରକାର: ପାଣ୍ଡିଆନ

ନୂଆପଡ଼ା,୨୮ା୪ (ମକାରୁ ବେମାଲ)୫-ଟି ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ନୂଆପଡ଼ା ଜିଲା ଗସ୍ତରେ ଆସି ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆୟୋଜିତ...

ଅପରାଧପ୍ରବଣ ରାଉରକେଲା ରେଳଷ୍ଟେଶନ

ରାଉରକେଲା,୨୮ା୪(ସଙ୍ଗୀତା ଜେନା)ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ରାଉରକେଲା ରେଳ ଷ୍ଟେଶନର ପ୍ରମୁଖତା ରହିଆସିଛି। ଦୂରଦୂରାନ୍ତକୁ ଯାତ୍ରା କରିବା ପାଇଁ ପ୍ରତିଦିନ ଏହି ଷ୍ଟେଶନକୁ ହଜାର...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri