ଜମି ଅଧିଗ୍ରହଣରେ ଚଞ୍ଚକତା

ବାଲିଆପାଳ,୪।୨(ସ୍ବ.ପ୍ର.): ବାଲେଶ୍ୱର ଜିଲା ଦକ୍ଷିଣ ବାଲିଆପାଳରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ରେଳ ରାସ୍ତା ପାଇଁ ଚଞ୍ଚକତା କରାଯାଇ ଜମି ଅଧିଗ୍ରହଣ କରାଯାଇଥିବା ନେଇ ଶୁକ୍ରବାର ପୂର୍ବାହ୍ନରେ ବାଲିଆପାଳ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କେତେଜଣ ଜମି ମାଲିକ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବାଲିଆପାଳ ଥାନା ନାଭଡ଼ା ଗ୍ରାମର ଲୋକମାନଙ୍କର ପୈତୃକ ସମ୍ପତ୍ତିିରେ ଭାଇ ଭାଇ ମଧ୍ୟରେ ଥିବା ବିବାଦରୁ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ବନ୍ଦର କର୍ତ୍ତୃପକ୍ଷ। ଉକ୍ତ ଗ୍ରାମର ବିଧବା ମହିଳା ଭାରତୀ ରଣଜିତ, ସୁମତୀ ରଣଜିତ, ସରସ୍ବତୀ ରଣଜିତ ଓ ମାଳତୀ ରଣଜିତଙ୍କ ପରିବାରରେ ଦୀର୍ଘ ଦିନ ଧରି ପୈତୃକ ସମ୍ପତ୍ତିକୁ ନେଇ ସାର୍ଥକ ରଣଜିତଙ୍କ ମଧ୍ୟରେ ବାଦବିବାଦ ଲାଗି ରହିଥିଲା। ବନ୍ଦର ପକ୍ଷରୁ ରେଳପଥ ନିର୍ମାଣ ପାଇଁ ଜମି ଚିହ୍ନଟ କାର୍ଯ୍ୟ ବେଳେ ଖାତା ନମ୍ବର-୬୩୧ରେ ଦୁଇଟି ପ୍ଲଟ ନଂ.- ୮୭୨/୮୯୬ ଉପରେ ରେଳପଥ ପାଇଁ ଚିହ୍ନଟ ହୋଇଥିଲା। ଗତ ୪ା୮ା୨୦୨୨ ତାରିଖରେ ଠିକାଦାର ଖତିଆନରେ ଥିବା ଅଂଶୀଦାରମାନଙ୍କୁ ଦସ୍ତଖତ ନ ଦେଲେ ସରକାର ସମସ୍ତ ଜମି ନେଇ ଯିବେ ଆଉ ପଇସା ମିଳିବ ନାହିଁ ବୋଲି ଭୟଭୀତ କରାଇ ସାଧା କାଗଜରେ ଦସ୍ତଖତ କରାଇ ନେଇଥିଲେ। ମାତ୍ର ଦସ୍ତଖତ ନେଇ ଯିବାର କିଛି ଦିନ ପରେ ଉକ୍ତ ଜମିକୁ ସାର୍ଥକ ରଣଜିତ ସମସ୍ତ ଅଂଶୀଦାରଙ୍କ ଜମିକୁ ରେଜିଷ୍ଟ୍ରେସନ କରାଇ ସମସ୍ତ ଟଙ୍କା ହଡ଼ପ କରି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏ ସମ୍ପର୍କରେ ଠିକାଦାରଙ୍କୁ ଅନ୍ୟ ଅଂଶୀଦାରମାନେ ପଚାରିବାକୁ ଚେଷ୍ଟା କରିବାରୁ ଠିକାଦାରଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି ତଥା ଅନ୍ୟ ଅଂଶୀଦାର ସାର୍ଥକ ରଣଜିତଙ୍କ ଧମକର ଶିକାର ହୋଇ ବାଲିଆପାଳ ଥାନା ଅଧିକାରୀ ଏବଂ ତହସିଲଦାରଙ୍କଠାରେ ଗୁହାରି କରିଥିଲେ। ମାତ୍ର କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ନିବେଦନ କରିଥିବା ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସାଧାରଣରେ ଜମି ବିକ୍ରି କରିବା ପାଇଁ ପକ୍ଷମାନଙ୍କ ମଧ୍ୟରେ ସେୟାର କାଟି ଜମି ବିକ୍ରୟ କରିବାକୁ ନାକେଦମ୍‌ ହେବାକୁ ପଡୁଥିବା ବେଳେ କିପରି ସାଧା କାଗଜରେ ଦସ୍ତଖତ ନେଇ ଜମି ରେଜିଷ୍ଟ୍ରେସନ ହୋଇପାରୁଛି ବୋଲି ଦେବରଞ୍ଜିତ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri