ଚୋରା କାଠ ବୋଝେଇ ଗାଡ଼ି ଜବତ

ନୀଳଗିରି,୪।୨(ସ୍ବ.ପ୍ର)- ବାଲେଶ୍ୱର ଜିଲା ନୀଳଗିରି ବନ ବିଭାଗ ଶୁକ୍ରବାର ଚଢ଼ାଉ କରି ଚୋରାକାଠ ବୋଝେଇ ଏକ ପିକଅପ୍‌ ଭ୍ୟାନ ଜବତ କରିଛି। ଅଯୋଧ୍ୟାରୁ ସଜନାଗଡ଼କୁ ସଂଯୋଗ କରୁଥିବା ରାସ୍ତାର ଆନନ୍ଦପୁରଠାରେ ଏହି ଗାଡ଼ି ଜବତ କରାଯାଇଛି। ଚଢ଼ାଉ ବେଳେ ଗାଡ଼ି ଛାଡ଼ି ଡ୍ରାଇଭର ଓ ଅନ୍ୟମାନେ ଫେରାର ହୋଇଯାଇଥିଲେ। ଏହି ଗାଡ଼ିରେ ୬୦ ସିଫ୍ଟ ବାଲି ଶିଶୁ ଓ ନିମ ଗଣ୍ଡି ଥିବା ବନବିଭାଗ ପ୍ରକାଶ କରିଛି। ଚଢ଼ାଉରେ ନୀଳଗିରି ରେଞ୍ଜର ଆଇଶା ଅକତାରି ନିଶା, କୁଲଡ଼ିହା ରେଞ୍ଜର ଅନନ୍ତ କୁମାର ଜେନା, ଫରେଷ୍ଟର ରାମ ଲେଙ୍କା ଓ ସରୋଜ ପ୍ରଧାନ, ଫରେଷ୍ଟ ଗାର୍ଡ କବିତା ମହାକୁଡ଼ଙ୍କ ସମେତ ସ୍କ୍ବାଡ୍‌ ଏବଂ ଗଜ ସାଥୀ କର୍ମଚାରୀ ସାମିଲ୍‌ ଥିଲେ। ଉଲ୍ଲେଖଯୋଗ୍ୟ, ନୂତନ ରେଞ୍ଜର କାର୍ଯ୍ୟରେ ଯୋଗଦେବାର ଏକ ମାସ ମଧ୍ୟରେ ୩ କାଠ ବୋଝେଇ ଗାଡ଼ି ଜବତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁର ରୋଡ୍‌ ଜିଆର୍‌ଓପି ହେବ ଜିଆର୍‌ପିଏସ୍‌

ଯାଜପୁର,୨୮ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନ (ଜେଜେକେଆର) ‘ଏ’ ବର୍ଗ ସତ୍ତ୍ବେ ଏଠାରେ ଦୀର୍ଘଦିନ ଧରି ଗର୍ଭମେଣ୍ଟ ରେଲଓ୍ବେ ଆଉଟପୋଷ୍ଟ (ଜିଆର୍‌ଓପି) ରହିଛି। ମାତ୍ର ୨ ଜଣ...

ନୂଆ ବସ୍‌ଷ୍ଟାଣ୍ଡରେ ରହୁନାହିଁ ବସ୍‌

ଆଳି,୨୮ା୪(ବନମାଳୀ ସେନାପତି)ଦୀର୍ଘ ଦଶନ୍ଧି ଧରି କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଦେଇ ଆଳିରୁ ଦୈନିକ ୫୦ରୁ ଊର୍ଦ୍ଧ୍ୱ ଘରୋଇ ବସ୍‌ କଟକ ଭୁବନେଶ୍ୱର ଯାତାୟାତ କରୁଛି। ବସ୍‌ରେ...

୬୪ ଗାଁ ଚିହ୍ନଟରେ ସୀମିତ ସୁନାମି ମୁକାବିଲା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ। ଏହି ଜିଲାକୁ ପ୍ରତିବର୍ଷ ବନ୍ୟା, ବାତ୍ୟା ସହିତ ସୁନାମି ଭୟ ରହିଛି। ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ...

ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ

ଜଗତ୍‌ସିଂହପୁର, ୨୮ା୪ (ପ୍ରମୋଦ କୁମାର ନାୟକ)୨୦୧୦ରେ ତିର୍ତ୍ତୋଲ ବ୍ଲକ ପୁଟିଙ୍ଗ ଗ୍ରାମ ଅଧୀନ ୪ନଂ. ୱାର୍ଡରେ ଅଙ୍ଗନୱାଡି କେନ୍ଦ୍ର-୨ ଖୋଲା ଯାଇଥିଲା। କିନ୍ତୁ ଏହି କେନ୍ଦ୍ରରେ...

କମିଲାନି ଅପାଠୁଆ ଡାକ୍ତରଙ୍କ ରୋଗୀସେବା

ନୟାଗଡ଼,୨୮।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଅପାଠୁଆ ନକଲି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ଯୋଗୁ ଦୌରାମତ୍‌ୟ କମିବା ପରିବର୍ତ୍ତେ ବଢ଼ି ଚାଲିଛି । ରଣପୁର ବ୍ଲକ...

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri