‘ଶିକ୍ଷକଙ୍କୁ ଗୁରୁତ୍ୱ ଦେଲେ ଶିକ୍ଷାର ମାନ ବଢ଼ିବ’

ଭୁବନ, ୪।୨(ଡି.ଏନ.ଏ.): କାରିଗର ମାଟି ପିଣ୍ଡୁଳାକୁ ଜୀବନ୍ତ ରୂପ ଦେଇଥାଏ। ଠିକ୍‌ ସେହିପରି ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢ଼ିଥାଆନ୍ତି। ତେଣୁ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଅଭିଭାବକ, ଶିକ୍ଷାର୍ଥୀ ଉପଯୁକ୍ତ ସମ୍ମାନ ଏବଂ ଗୁରୁତ୍ୱ ଦେଲେ ଶିକ୍ଷାର ମାନ ବଢ଼ିବ ବୋଲି କହିଛନ୍ତି ଭୁବନ ବ୍ଲକ ଶିକ୍ଷାଧିକାରୀ ରୁଦ୍ରନାରାୟଣ ସାମଲ। ନୂଆଭୁବନ ନୋଡାଲ ହାଇସ୍କୁଲର ୪୦ତମ ବାର୍ଷିକ ଉତ୍ସବ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ଜାତୀୟ ଖ୍ୟାତିସମ୍ପନ୍ନ ନାଟ୍ୟ ନିର୍ଦ୍ଦେଶକ ଦୀନେଶ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ, ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଆଜିକାର ସମୟର ଆହ୍ବାନ। ବିଜ୍ଞାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ପଢ଼ିବାଠାରୁ ଅଧିକ ବୁଝିବା ଏବଂ ସମୀକ୍ଷା କଲେ ସୁଫଳ ମିଳିବ ବୋଲି ସେ କହିଥିଲେ।
ପରିଚାଳନା କମିଟିର ସଭାପତି ବିପିନ ବିହାରୀ ସେଠୀଙ୍କ ଅଧ୍ୟକ୍ଷତାରେ ବାଜି ରାଉତ କଲେଜର ଅଧ୍ୟକ୍ଷ ଅଜିତ ବେହେରା, ମହିଳା ଡିଗ୍ରୀ କଲେଜ ଅଧ୍ୟକ୍ଷ ଦିଲୀପ ଦାସ, ମୋ’ ସ୍କୁଲ ଅଭିଯାନ ସଭାପତି ପ୍ରଭାସ ସାହୁ, ଏବିଇଓ ପୁଷ୍ପାଞ୍ଜଳି ମିଶ୍ର, କାଉନ୍‌ସିଲର କୃପାସିନ୍ଧୁ ବେହେରା, ଶିକ୍ଷାବିତ୍‌ ଜଗବନ୍ଧୁ ଜେନା, ଲକ୍ଷ୍ମୀନାରାୟଣ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ବିଜୟ ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହି ଛାତ୍ରୀଛାତ୍ରଙ୍କ ମାର୍ଗଦର୍ଶନ କରିଥିଲେ। ପ୍ରଧାନ ଶିକ୍ଷକ ଖଗେଶ୍ବର ବେହେରା, ଶିକ୍ଷକ ଗୁରୁପ୍ରସାଦ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସନ୍ଧ୍ୟାରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ମୁଖ୍ୟବକ୍ତା ନାଟ୍ୟକାର ଅରୁଣ ନାୟକ, ସମ୍ମାନିତ ଅତିଥି ଉପନଗରପାଳ ମାନିନୀ ସାହୁ, ଚଳଚ୍ଚିତ୍ର ନିର୍ଦ୍ଦେଶକ ମହେଶ ହାଜରା, ଅଭିନେତା ବୀରେନ ମିଶ୍ର, ହାସ୍ୟାଭିନେତା ବ୍ରଜ ସିଂ, ସିଆର୍‌ସିସି ରାଜଲକ୍ଷ୍ମୀ ଟୁଡୁ, ସ୍କୁଲ ପ୍ରତିଷ୍ଠାତା ହରିହର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରୀଛାତ୍ରଙ୍କ ମାର୍ଗଦର୍ଶନ କରାଇଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ହରିହର ସାହୁ, ବିପିନ ବିହାରୀ ସେଠୀ, ରାଜକିଶୋର ପାତ୍ର, ଜ୍ୟୋତିଷ ସାହୁ, ସୁବାସ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ରୀଡ଼ାରେ ଚାମ୍ପିୟନ ହୋଇଥିବା ଦୀପାଞ୍ଜଳି ପୋଥାଳ, ଜ୍ଞାନ ପ୍ରସାଦ ମିଶ୍ର, ଆଶାରାଣୀ ବେଜ, ଶୁଭମ୍‌ ବେହେରା ପୁରସ୍କୃତ ହୋଇଥିଲେ। ଛାତ୍ରୀଛାତ୍ରଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍କୁଲ କଳା ଶିକ୍ଷକଙ୍କ ଦ୍ୱାରା ପ୍ଲାଷ୍ଟିକ ମୁକ୍ତ ପରିବେଶ ଥିମ୍‌କୁ ନେଇ ବାଲୁକା କଳା, ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରଙ୍ଗୋଲି ଚିତ୍ର, ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ଗ୍ୟାଲେରି ପ୍ରଦର୍ଶିତ ହୋଇଥିଲା। ସ୍କୁଲ କମିଟି ସଦସ୍ୟଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୋରିପଡ଼ା, ଖଲିଆପଡ଼ାରେ ଜଳ ସଙ୍କଟ: ପାଣି ଟୋପେ ପାଇଁ ହନ୍ତସନ୍ତ

ନୂଆପଡ଼ା,୨୩ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଜଟଗଡ଼ ପଞ୍ଚାୟତ ସୋରିପଡ଼ା ଓ ଖଲିଆପଡ଼ାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସୂଚନା ଅନୁଯାୟୀ ସୋରିପଡ଼ା ଗଁାରେ ୫୦ରୁ…

ଅଧରାତିରେ ଚାଲାଣ ହେଉଥିଲା ଗୋରୁ, ମାଡ଼ିବସିଲେ ଗ୍ରାମବାସୀ: ଆଉ ତା’ପରେ…

ମହାକାଳପଡ଼ା,୨୩।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ପିତାପାଟ ଗ୍ରାମ ପାଇଟାଳ କନ୍ଧା ବାଲି ମାଉଣ୍ଟଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଗାଡ଼ିରେ…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

ଡୋନାଲ୍ଡ ଟ୍ରମ୍ପଙ୍କ ଝିଅକୁ ହତ୍ୟା କରିବାକୁ ଉଦ୍ୟମ! ହେଲା ବଡ଼ ପର୍ଦ୍ଦାଫାଶ, ଷଡ଼ଯନ୍ତ୍ର ରଚିଥିଲା…

ଓ୍‌ବାଶିଂଟନ୍‌,୨୩।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଖବର ଆସିଛି। ପ୍ରକୃତରେ, ତାଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଜିଲା ଟପ୍ପର ହେଲେ ଛାତ୍ରୀ ପ୍ରତୀକ୍ଷାରାଣୀ: ଭବିଷ୍ୟତରେ ଏହି କାମ କରିବାକୁ ଲକ୍ଷ୍ୟ

ଲୋଇସିଂହା,୨୩।୫(ସୁଶାନ୍ତ ବାରିକ):ନିକଟରେ ସିଏଚ୍‌ଏସଇ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି ା ଏଥିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସକମାସ୍ଥିତ ଯୁବୋଦୟ କଲେଜର…

ଟ୍ରମ୍ପ ପ୍ରଶାସନର ବଡ଼ ନିଷ୍ପତ୍ତି! ଗ୍ରୀନ କାର୍ଡ ନିୟମରେ ହେଲା ବଡ଼ ପରିବର୍ତ୍ତନ, ନୂଆ ସର୍ତ୍ତ ଶୁଣି ସଭିଏଁ ଆଶ୍ଚର୍ଯ୍ୟ

ଓ୍‌ବାଶିଂଟନ୍‌,୨୩।୫: ଆମେରିକାରେ ସ୍ଥାୟୀ ନାଗରିକତା କିମ୍ବା ଗ୍ରୀନ କାର୍ଡ ପାଇଁ ଅପେକ୍ଷା କରିଥିବା ହଜାର ହଜାର ଭାରତୀୟଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଡୋନାଲ୍ଡ ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri