କୃଷକ ବୈଜ୍ଞାନିକ ସମନ୍ବୟ ରହିଲେ କୃଷି ଉତ୍ପାଦନ ବଢ଼ିବ

ଭଞ୍ଜନଗର,୪।୨(ଡି.ଏନ.ଏ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ୩୧ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଜ୍ଞାନିକମାନଙ୍କ ବିନା ପରାମର୍ଶରେ ଜମିରେ ଆବଶ୍ୟକଠାରୁ ଅଧିକ ରାସାୟନିକ ସାର ପ୍ରୟୋଗ କରାଯାଉଛି। ଏହାଦ୍ୱାରା ଧିରେଧିରେ ଜମିର ଉର୍ବରତା କମିଯାଉଛି । ତେଣୁ ଚାଷୀମାନେ ଜୈବିକ ପଦ୍ଧତିରେ ଚାଷ କରିବାକୁ ପଡ଼ିବ। ବନ ବିଭାଗ ସହଯୋଗରେ ଜଗନ୍ନାଥପ୍ରସାଦ ଅଞ୍ଚଳର ସ୍ବୟଂ ସହାୟିକା ଗୋଷ୍ଠୀମାନେ କୁକୁଡ଼ା ଚାଷ କରି ମାଂସ ଏବଂ ଅଣ୍ଡା ଉତ୍ପାଦନ ବୃଦ୍ଧି କରୁଛନ୍ତି। ସେମାନଙ୍କ ପାଇଁ ଉପଯୁକ୍ତ ବଜାର ସୃଷ୍ଟି କରିବାକୁ ପଡ଼ିବ। ଧାନ ଅମଳ ପରେ ପାଳକୁ ଚାଷୀ ନିଆଁ ଲଗାଇ ଦେବା ଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି, ଯାହାର ପ୍ରଭାବ ଜମିରେ ପଡ଼ୁଛି। ଜିଲାରେ କାଗଜ କଳ ସ୍ଥାପନ କରାଗଲେ ଚାଷୀମାନେ ଆଉ ପାଳକୁ ନ ପୋଡ଼ି କାଗଜ କଳକୁ ବିକ୍ରି କରିବେ । ଭଞ୍ଜନଗର ଅଞ୍ଚଳରେ ହାତୀପଲ ଚାଷୀଙ୍କ ଫସଲ କ୍ଷତି କରୁଛନ୍ତି। ହାତୀ ଦାଉରୁ ଫସଲ ରକ୍ଷା ପାଇଁ ମହୁ, ପାଳୁ ଭଳି କିଛି ଚାଷ କରିବାକୁ ପଡ଼ିବ ବୋଲି ବୈଠକରେ ଯୋଗଦେଇ ବକ୍ତାମାନେ ଏପରି ମତବ୍ୟକ୍ତ କରିଥିଲେ।
ଓୟୁଏଟି କୁଳପତିଙ୍କ ପ୍ରତିନିଧି ଡ଼.ସୁମନ୍ତ କୁମାର ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଓୟୁଏଟିର ସଂପ୍ରସାରଣ ନିର୍ଦ୍ଦେଶାଳୟର ଡିଇଇ ଡ଼.ହେମନ୍ତ କୁମାର ସାହୁ ସଭାକୁ ସଂଯୋଜନା କରିଥିଲେ। ଗଞ୍ଜାମ ସିଡିଏଓ ଦିଲୀପ ଖୁଣ୍ଟିଆ, ଓୟୁଏଟିର ଡିନ୍‌ ପ୍ରଫେସର ଏସ୍‌ ନନ୍ଦ, ଜି.ଉଦୟଗିରିର ଆରଆରଟିଏସ୍‌ ଏଡ଼ିଆର ଡ଼. ଜ୍ଞାନଲୋକ ଦାସ, ଭଞ୍ଜନଗର କେଭିକେର ବରିଷ୍ଠ ବୈଜ୍ଞାନିକ ଡ଼.ସୁତନୁ କୁମାର ଶତପଥୀ, ସିପିଆର ବ୍ରହ୍ମପୁରର ଡ଼.ରାଧାକ୍ରିଷ୍ଣା ପାଣିଗ୍ରାହୀ, ନାବାର୍ଡ଼ ଡ଼ିଡ଼ିଏମ୍‌ ଏସ୍‌.ମିଶ୍ର, ଏଡ଼ିଓ ଶଶିଭୂଷଣ ସେନାପତି, ଏଡ଼ିଏଚ୍‌ ଏସ୍‌.ରାମା ରାଓ, ବ୍ରହ୍ମପୁର କେଭିକେର ମୁଖ୍ୟା ଡ଼.ସୁସ୍ମିତା ମହାନ୍ତି, ଡ଼.ସନ୍ତୋଷ କୁମାର ସାମନ୍ତରାୟ, ସିଦ୍ଧାର୍ଥ ରଣବିଜୁଳି, ଡ଼ି.ବିଷ୍ଣୁପଦ ଗିରି, ଭଞ୍ଜନଗର ବ୍ଲକ ସିଡ଼ିପିଓ ବିଷ୍ଣୁପ୍ରିୟା ସେଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ କୋଲକାତା ଆଇସିଆରର ବରିଷ୍ଠ ବୈଜ୍ଞାନିକ ଡ଼.ପି.ପି ପାଲ ଅନଲାଇନ୍‌ ମାଧ୍ୟମରେ ଯୋଗଦେଇ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ବୈଜ୍ଞାନିକ ପ୍ରଶାନ୍ତ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଅନିତା ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ଅତିଥିମାନେ ବିଭିନ୍ନ ପୁସ୍ତକ, ସ୍ମରଣିକାକୁ ଉନ୍ମୋଚନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri