ଖେଳାଳିଙ୍କୁ ପଡ଼ିଆ ମନା, ବ୍ୟବସାୟୀଙ୍କୁ ଅନୁମତି

ଭଞ୍ଜନଗର,୧୭।୨(ଡି.ଏନ.ଏ.): ଭଞ୍ଜନଗର କବିସମ୍ରାଟ ଆଥ୍‌ଲେଟିକ୍‌ ଆସୋସିଏଶନ ଦ୍ୱାରା ପରିଚାଳିତ ଭଞ୍ଜନଗର ଜେଲ ପଡ଼ିଆକୁ ବାଣିଜ୍ୟ ମେଳା ପାଇଁ ଅନୁମତି ଦିଆଯାଇଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ପଡ଼ିଆରେ ଗୁରୁବାର ଭଞ୍ଜନଗର ବାଣିଜ୍ୟ ମେଳା-୨୦୨୩ ଆରମ୍ଭ ହୋଇଥିବାରୁ ଭଞ୍ଜନଗରର କ୍ରୀଡ଼ା ପ୍ରେମୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
କିଛିଦିନ ପୂର୍ବେ ଏଠାରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ହେବାର ଥିଲା । କାର୍ଯ୍ୟକ୍ରମ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ପ୍ରଶାସନ ପକ୍ଷରୁ ହଠାତ୍‌ ଟୁର୍ନାମେଣ୍ଟକୁ ବନ୍ଦ କରି ଦିଆଯାଇଥିଲା। ଯାହାକୁ ନେଇ କ୍ରୀଡ଼ା ପ୍ରେମୀମାନେ ହତୋସତ୍ାହିତ ହୋଇପଡ଼ିଥିଲେ। ପଡ଼ିଆ ସଭାପତି ଦାୟିତ୍ୱରେ ଥିବା ପୁର୍ବତନ ବାଚସ୍ପତି ସୋମନାଥ ରଥଙ୍କ ଇତିମଧ୍ୟରେ ପରଲୋକ ହୋଇସାରିଛି। ତେଣୁ ଖେଳ ପଡ଼ିଆ ଦାୟିିତ୍ୱରେ ବର୍ତମାନ କିଏ ଅଛନ୍ତି ସହରବାସୀ ଏନେଇ ଜାଣନ୍ତି ନାହ। ପଡ଼ିଆ ଅନୁମୋଦନରେ କେତେକ ତ୍ରୁଟିଥିବ ଭାବି ସେ ସମୟରେ ଆୟୋଜକ କର୍ମକର୍ତ୍ତାମାନେ ବାଧ୍ୟ ହୋଇ ନୀରବ ରହିଯାଇଥିଲେ । ଏଭଳି ସ୍ଥିତିରେ ଏଠାରେ ଖେଳାଳିମାନଙ୍କୁ ଖେଳିବାକୁ ସୁଯୋଗ ମିଳୁନଥିବା ବେଳେ ବ୍ୟବସାୟୀମାନଙ୍କୁ ବ୍ୟବସାୟ କରିବା ପାଇଁ କିଭଳି ସୁଯୋଗ ମିଳୁଛି ବୋଲି କ୍ରୀଡ଼ାପ୍ରେମୀ ପ୍ରଶ୍ନ ଉଠାଇଛନ୍ତି । ଏହି ମେଳା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଫଳରେ କ୍ରୀଡ଼ାବିତ୍‌ ମାନେ ସେଠାରେ ଏହି ସମୟରେ ଖେଳକୁଦ ଅଭ୍ୟାସ କରିବା ସମ୍ଭବପର ନୁହେଁ । ଆସୋସିଏଶନ ପକ୍ଷରୁ ବିଭିନ୍ନ ମରାଯାଇଥିବା ପୋଷ୍ଟରରେ ମଧ୍ୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମ ବଦଳରେ କବିସମ୍ରାଟ ଖେଳ ପଡ଼ିଆ ଲେଖାଯାଇଛି । ଯାହାକୁ ନେଇ ଭଞ୍ଜ ପ୍ରେମୀମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅପରପକ୍ଷେ ଆୟୋଜକ କର୍ମକର୍ତ୍ତାଙ୍କ ସହ ପରୋକ୍ଷରେ ଜଡ଼ିତ ଜଣେ କର୍ମକର୍ତ୍ତା କହିଛନ୍ତି। ଆଇନ ଅନୁଯାଇ ପ୍ରଶାସନିକ ଅନୁମୋଦନ ନିଆଯାଇଛି । ଏଥିସହ ଆଥ୍‌ଲେଟିକ୍‌ ଆସୋସିଏଶନକୁ ଭଡ଼ା ଅର୍ଥ ପରିଶୋଧ କରି ଅନୁମୋଦନ ନିଆଯାଇଛି । ମେଳା ଦ୍ୱାରା ଅନେକ ଗରିବ ବ୍ୟବସାୟୀ ତାହାର ଉପକୃତ ହେବେ । ସନ୍ଧ୍ୟାରେ ମେଳାକୁ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏନଏସି ଉପାଧ୍ୟକ୍ଷା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶୁଳପାଣି ଶତପଥୀ ସଭାକୁ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri