ଖେଳାଳିଙ୍କୁ ପଡ଼ିଆ ମନା, ବ୍ୟବସାୟୀଙ୍କୁ ଅନୁମତି

ଭଞ୍ଜନଗର,୧୭।୨(ଡି.ଏନ.ଏ.): ଭଞ୍ଜନଗର କବିସମ୍ରାଟ ଆଥ୍‌ଲେଟିକ୍‌ ଆସୋସିଏଶନ ଦ୍ୱାରା ପରିଚାଳିତ ଭଞ୍ଜନଗର ଜେଲ ପଡ଼ିଆକୁ ବାଣିଜ୍ୟ ମେଳା ପାଇଁ ଅନୁମତି ଦିଆଯାଇଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ପଡ଼ିଆରେ ଗୁରୁବାର ଭଞ୍ଜନଗର ବାଣିଜ୍ୟ ମେଳା-୨୦୨୩ ଆରମ୍ଭ ହୋଇଥିବାରୁ ଭଞ୍ଜନଗରର କ୍ରୀଡ଼ା ପ୍ରେମୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
କିଛିଦିନ ପୂର୍ବେ ଏଠାରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ହେବାର ଥିଲା । କାର୍ଯ୍ୟକ୍ରମ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ପ୍ରଶାସନ ପକ୍ଷରୁ ହଠାତ୍‌ ଟୁର୍ନାମେଣ୍ଟକୁ ବନ୍ଦ କରି ଦିଆଯାଇଥିଲା। ଯାହାକୁ ନେଇ କ୍ରୀଡ଼ା ପ୍ରେମୀମାନେ ହତୋସତ୍ାହିତ ହୋଇପଡ଼ିଥିଲେ। ପଡ଼ିଆ ସଭାପତି ଦାୟିତ୍ୱରେ ଥିବା ପୁର୍ବତନ ବାଚସ୍ପତି ସୋମନାଥ ରଥଙ୍କ ଇତିମଧ୍ୟରେ ପରଲୋକ ହୋଇସାରିଛି। ତେଣୁ ଖେଳ ପଡ଼ିଆ ଦାୟିିତ୍ୱରେ ବର୍ତମାନ କିଏ ଅଛନ୍ତି ସହରବାସୀ ଏନେଇ ଜାଣନ୍ତି ନାହ। ପଡ଼ିଆ ଅନୁମୋଦନରେ କେତେକ ତ୍ରୁଟିଥିବ ଭାବି ସେ ସମୟରେ ଆୟୋଜକ କର୍ମକର୍ତ୍ତାମାନେ ବାଧ୍ୟ ହୋଇ ନୀରବ ରହିଯାଇଥିଲେ । ଏଭଳି ସ୍ଥିତିରେ ଏଠାରେ ଖେଳାଳିମାନଙ୍କୁ ଖେଳିବାକୁ ସୁଯୋଗ ମିଳୁନଥିବା ବେଳେ ବ୍ୟବସାୟୀମାନଙ୍କୁ ବ୍ୟବସାୟ କରିବା ପାଇଁ କିଭଳି ସୁଯୋଗ ମିଳୁଛି ବୋଲି କ୍ରୀଡ଼ାପ୍ରେମୀ ପ୍ରଶ୍ନ ଉଠାଇଛନ୍ତି । ଏହି ମେଳା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଫଳରେ କ୍ରୀଡ଼ାବିତ୍‌ ମାନେ ସେଠାରେ ଏହି ସମୟରେ ଖେଳକୁଦ ଅଭ୍ୟାସ କରିବା ସମ୍ଭବପର ନୁହେଁ । ଆସୋସିଏଶନ ପକ୍ଷରୁ ବିଭିନ୍ନ ମରାଯାଇଥିବା ପୋଷ୍ଟରରେ ମଧ୍ୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମ ବଦଳରେ କବିସମ୍ରାଟ ଖେଳ ପଡ଼ିଆ ଲେଖାଯାଇଛି । ଯାହାକୁ ନେଇ ଭଞ୍ଜ ପ୍ରେମୀମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅପରପକ୍ଷେ ଆୟୋଜକ କର୍ମକର୍ତ୍ତାଙ୍କ ସହ ପରୋକ୍ଷରେ ଜଡ଼ିତ ଜଣେ କର୍ମକର୍ତ୍ତା କହିଛନ୍ତି। ଆଇନ ଅନୁଯାଇ ପ୍ରଶାସନିକ ଅନୁମୋଦନ ନିଆଯାଇଛି । ଏଥିସହ ଆଥ୍‌ଲେଟିକ୍‌ ଆସୋସିଏଶନକୁ ଭଡ଼ା ଅର୍ଥ ପରିଶୋଧ କରି ଅନୁମୋଦନ ନିଆଯାଇଛି । ମେଳା ଦ୍ୱାରା ଅନେକ ଗରିବ ବ୍ୟବସାୟୀ ତାହାର ଉପକୃତ ହେବେ । ସନ୍ଧ୍ୟାରେ ମେଳାକୁ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏନଏସି ଉପାଧ୍ୟକ୍ଷା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶୁଳପାଣି ଶତପଥୀ ସଭାକୁ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?