ରାୟଗଡ଼ା ଜିଲାରେ କୃଷି, ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ରାୟଗଡ଼ା,୧୭ା୨(ସ୍ବ.ପ୍ର.): ରାୟଗଡ଼ା ଜିଲା ପରିଷଦର ୭୬ତମ ବୈଠକରେ କୃଷି ବିଭାଗର ଅଲୋଚନାବେଳେ ଜିଲା ମୁଖ୍ୟ କୃଷି ଅଧିକାରୀ ସୁମନ ସିଂ ପଟ୍ଟନାୟକ ନିଜ ବିଭାଗର ତଥ୍ୟ ପ୍ରଦାନ କରିଥିଲେ। ଏହି ସମୟରେ ଏମ୍‌ପିଙ୍କ ପ୍ରତିନିଧି ସୁନୀଲ ଚନ୍ଦ୍ର ପଣ୍ଡା ବିଭାଗରେ ରହିଥିବା ବିଭିନ୍ନ ଅବ୍ୟବସ୍ଥା ଓ ବେପରୁଆ କାର୍ଯ୍ୟ ଉପରେ ଅଭିଯୋଗ କରିଥିଲେ। କୃଷି ବିଭାଗର ଅଧିକାରୀ ଓ କର୍ମଚାରୀ କ୍ଷେତ୍ରକୁ ନ ଯାଇ ଖାଲି କାଗଜ କଲମରେ ଚାଷ କରୁଛନ୍ତି ବୋଲି ବିଭିନ୍ନ ବ୍ଲକରୁ ଆସିଥିବା ଅଧ୍ୟକ୍ଷା ଓ ଅଧ୍ୟକ୍ଷମାନେ ଅଭିଯୋଗ କରିଥିଲେ। ଏମିତିକି ବୈଠକରେ ଉପସ୍ଥାପନ କରାଯାଇଥିବା ସମସ୍ତ ତଥ୍ୟ ମିଥ୍ୟା ବୋଲି ଜିଲା ପରିଷଦ ସଭ୍ୟାସଭ୍ୟ ଅଭିଯୋଗ କରିଥିଲେ। ଚାଷୀଙ୍କ ଧାନ ବିକ୍ରିରେ ବିଭିନ୍ନ ସମସ୍ୟା ରହିଛି ା ଏକର ପିଛା ୧୩ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କିଭଳି କରାଗଲା ବୋଲି ଜିଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀଙ୍କୁ ଘେରିଥିଲେ। ତେବେ ଯାହାର ଜମିରେ ଏକର ପିଛା ୧୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ଉପତ୍ାଦନ ହେଉଛି ସେମାନେ ବଳକା ଧାନ କେଉଁଠି ବିକ୍ରି କରିବେ ବୋଲି ପ୍ରଶ୍ନ ଉଠିଥିଲା। ଯେଉଁ ଚାଷୀ ଧାନ ବିକ୍ରି କରିଛନ୍ତି ସେମାନଙ୍କ ଟଙ୍କା ଦୁଇ ଦିନରେ ଆସିବା ବଦଳରେ ଦୁଇ ସପ୍ତାହ ପରେ ମଧ୍ୟ ଆକାଉଣ୍ଟକୁ ଆସୁ ନ ଥିବା ଅଭିଯୋଗ ହୋଇଥିଲା। ରବି ଋତୁରେ ଚାଷ ପାଇଁ ଆବଶ୍ୟକ ସାମଗ୍ରୀ କୃଷି ବିଭାଗ ପ୍ରଦାନ କରୁନାହିଁ ବୋଲି ମଧ୍ୟ ଅଭିଯୋଗ ହୋଇଥିଲା।
ଅପରପକ୍ଷେ ଜିଲାରେ ସ୍ବାସ୍ଥ୍ୟ ସେବାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା। ଉପଯୁକ୍ତ ସ୍ବାସ୍ଥ୍ୟ ସେବା ନ ପାଇ ରୋଗୀ ବହୁ କଷ୍ଟ ଭୋଗୁଛନ୍ତି। ଏଭଳିକି କିଛି ରୋଗୀ ପ୍ରାଣ ମଧ୍ୟ ହରାଉଛନ୍ତି। ବୈଠକରେ ସ୍ବାସ୍ଥ୍ୟ ବିଭାଗ ଆଲୋଚନା ଆରମ୍ଭରୁ ଜିଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି ଅସନ୍ତୋଷ ବ୍ୟକ୍ତ କରିଥିଲେ। ସିଡିଏମଓ ଡା. ଲାଲମୋହନ ରାଉତରାୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ପ୍ରଦାନ ସମୟରେ ଅଧ୍ୟକ୍ଷା ଟିକିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀଙ୍କ ପ୍ରସବ କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଉଛି। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ କାହିଁକି ଡାକ୍ତର ନିଯୁକ୍ତ ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାପରେ ଜିଲା ପରିଷଦ ସଭ୍ୟ ତାଙ୍ଗୁଡ଼ୁ ଶ୍ରୀଧର ଦୁଇ ଜଣଙ୍କ ମୃତ୍ୟୁର ଉଦାହରଣ ଦେଇ ଥିବା ବେଳେ କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠେଶ୍ୱର ମାଝି ଜିଲାରେ ସ୍ବାସ୍ଥ୍ୟ ବିଭାଗ କିଭଳି କାର୍ଯ୍ୟ କରୁଛି ସେ ବିଷୟରେ ଆଲୋକପାତ କରିଥିଲେ। ଏହିଭଳି ସ୍ବାସ୍ଥ୍ୟ ସେବା ଓ କୃଷି ବିଭାଗକୁ ନେଇ ଉପସ୍ଥିତ ବ୍ଲକ ଅଧ୍ୟକ୍ଷା, ଅଧ୍ୟକ୍ଷ ଓ ଜିଲା ପରିଷଦ ସଭ୍ୟାସଭ୍ୟ ଅଭିଯୋଗ କରିଥିଲେ। ବୈଠକରେ କୃଷି ଓ ସ୍ବାସ୍ଥ୍ୟ ବ୍ୟତୀତ ଗ୍ରାମ୍ୟ ଉନ୍ନୟନ, ସାଧାରଣ ବଣ୍ଟନ ବ୍ୟବସ୍ଥା, ଶିକ୍ଷା ବିଭାଗ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, ଜଳଛାୟା ମିଶନ ଉପରେ ମଧ୍ୟ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri