ରାୟଗଡ଼ା ଜିଲାରେ କୃଷି, ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ରାୟଗଡ଼ା,୧୭ା୨(ସ୍ବ.ପ୍ର.): ରାୟଗଡ଼ା ଜିଲା ପରିଷଦର ୭୬ତମ ବୈଠକରେ କୃଷି ବିଭାଗର ଅଲୋଚନାବେଳେ ଜିଲା ମୁଖ୍ୟ କୃଷି ଅଧିକାରୀ ସୁମନ ସିଂ ପଟ୍ଟନାୟକ ନିଜ ବିଭାଗର ତଥ୍ୟ ପ୍ରଦାନ କରିଥିଲେ। ଏହି ସମୟରେ ଏମ୍‌ପିଙ୍କ ପ୍ରତିନିଧି ସୁନୀଲ ଚନ୍ଦ୍ର ପଣ୍ଡା ବିଭାଗରେ ରହିଥିବା ବିଭିନ୍ନ ଅବ୍ୟବସ୍ଥା ଓ ବେପରୁଆ କାର୍ଯ୍ୟ ଉପରେ ଅଭିଯୋଗ କରିଥିଲେ। କୃଷି ବିଭାଗର ଅଧିକାରୀ ଓ କର୍ମଚାରୀ କ୍ଷେତ୍ରକୁ ନ ଯାଇ ଖାଲି କାଗଜ କଲମରେ ଚାଷ କରୁଛନ୍ତି ବୋଲି ବିଭିନ୍ନ ବ୍ଲକରୁ ଆସିଥିବା ଅଧ୍ୟକ୍ଷା ଓ ଅଧ୍ୟକ୍ଷମାନେ ଅଭିଯୋଗ କରିଥିଲେ। ଏମିତିକି ବୈଠକରେ ଉପସ୍ଥାପନ କରାଯାଇଥିବା ସମସ୍ତ ତଥ୍ୟ ମିଥ୍ୟା ବୋଲି ଜିଲା ପରିଷଦ ସଭ୍ୟାସଭ୍ୟ ଅଭିଯୋଗ କରିଥିଲେ। ଚାଷୀଙ୍କ ଧାନ ବିକ୍ରିରେ ବିଭିନ୍ନ ସମସ୍ୟା ରହିଛି ା ଏକର ପିଛା ୧୩ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କିଭଳି କରାଗଲା ବୋଲି ଜିଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀଙ୍କୁ ଘେରିଥିଲେ। ତେବେ ଯାହାର ଜମିରେ ଏକର ପିଛା ୧୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ଉପତ୍ାଦନ ହେଉଛି ସେମାନେ ବଳକା ଧାନ କେଉଁଠି ବିକ୍ରି କରିବେ ବୋଲି ପ୍ରଶ୍ନ ଉଠିଥିଲା। ଯେଉଁ ଚାଷୀ ଧାନ ବିକ୍ରି କରିଛନ୍ତି ସେମାନଙ୍କ ଟଙ୍କା ଦୁଇ ଦିନରେ ଆସିବା ବଦଳରେ ଦୁଇ ସପ୍ତାହ ପରେ ମଧ୍ୟ ଆକାଉଣ୍ଟକୁ ଆସୁ ନ ଥିବା ଅଭିଯୋଗ ହୋଇଥିଲା। ରବି ଋତୁରେ ଚାଷ ପାଇଁ ଆବଶ୍ୟକ ସାମଗ୍ରୀ କୃଷି ବିଭାଗ ପ୍ରଦାନ କରୁନାହିଁ ବୋଲି ମଧ୍ୟ ଅଭିଯୋଗ ହୋଇଥିଲା।
ଅପରପକ୍ଷେ ଜିଲାରେ ସ୍ବାସ୍ଥ୍ୟ ସେବାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା। ଉପଯୁକ୍ତ ସ୍ବାସ୍ଥ୍ୟ ସେବା ନ ପାଇ ରୋଗୀ ବହୁ କଷ୍ଟ ଭୋଗୁଛନ୍ତି। ଏଭଳିକି କିଛି ରୋଗୀ ପ୍ରାଣ ମଧ୍ୟ ହରାଉଛନ୍ତି। ବୈଠକରେ ସ୍ବାସ୍ଥ୍ୟ ବିଭାଗ ଆଲୋଚନା ଆରମ୍ଭରୁ ଜିଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି ଅସନ୍ତୋଷ ବ୍ୟକ୍ତ କରିଥିଲେ। ସିଡିଏମଓ ଡା. ଲାଲମୋହନ ରାଉତରାୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ପ୍ରଦାନ ସମୟରେ ଅଧ୍ୟକ୍ଷା ଟିକିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀଙ୍କ ପ୍ରସବ କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଉଛି। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ କାହିଁକି ଡାକ୍ତର ନିଯୁକ୍ତ ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାପରେ ଜିଲା ପରିଷଦ ସଭ୍ୟ ତାଙ୍ଗୁଡ଼ୁ ଶ୍ରୀଧର ଦୁଇ ଜଣଙ୍କ ମୃତ୍ୟୁର ଉଦାହରଣ ଦେଇ ଥିବା ବେଳେ କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠେଶ୍ୱର ମାଝି ଜିଲାରେ ସ୍ବାସ୍ଥ୍ୟ ବିଭାଗ କିଭଳି କାର୍ଯ୍ୟ କରୁଛି ସେ ବିଷୟରେ ଆଲୋକପାତ କରିଥିଲେ। ଏହିଭଳି ସ୍ବାସ୍ଥ୍ୟ ସେବା ଓ କୃଷି ବିଭାଗକୁ ନେଇ ଉପସ୍ଥିତ ବ୍ଲକ ଅଧ୍ୟକ୍ଷା, ଅଧ୍ୟକ୍ଷ ଓ ଜିଲା ପରିଷଦ ସଭ୍ୟାସଭ୍ୟ ଅଭିଯୋଗ କରିଥିଲେ। ବୈଠକରେ କୃଷି ଓ ସ୍ବାସ୍ଥ୍ୟ ବ୍ୟତୀତ ଗ୍ରାମ୍ୟ ଉନ୍ନୟନ, ସାଧାରଣ ବଣ୍ଟନ ବ୍ୟବସ୍ଥା, ଶିକ୍ଷା ବିଭାଗ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, ଜଳଛାୟା ମିଶନ ଉପରେ ମଧ୍ୟ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?