ନିଆଁ କରିଦେଲା ନିଃସ୍ବ

ପରଜଙ୍ଗ,୧୭।୨(ଡି.ଏନ୍‌.ଏ.): ମାତ୍ର ଘଣ୍ଟାଏ ଭିତରେ ସବୁ କିଛି ଶେଷ ହୋଇଯାଇଛି। ନିଆଁ ଧ୍ୱଂସ କରିଦେଇଛି ସାଇତା ସମ୍ପତ୍ତି। ପିନ୍ଧା ଲୁଗା ଛଡ଼ା ପାଖରେ କିଛି ନାହିଁ। ଜଣେ ନିଶାସକ୍ତ ବ୍ୟକ୍ତ ହିତାହିତ ଜ୍ଞାନ ହରାଇ ନିଜ ଘରେ ନିଆଁ ଲଗାଇଦେବା ପରେ ଏହାର ଦୁଃଖଦ ପରିଣାମ ଭୋଗିଛନ୍ତି ସମଗ୍ର ସାହିବାସୀ। ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗ୍ରାମ ପୁରୁଣା ଦଳିତ ସାହିରେ ଗତ ବୁଧବାର ଘଟିଥିବା ଅଗ୍ନିକାଣ୍ଡ ୨୫ ପରିବାରକୁ ନିଃସହାୟ କରିଦେଇଥିବାବେଳେ ବିପନ୍ନମାନେ କେମିତି ବଞ୍ଚତ୍ବେ, କ’ଣ ଖାଇବେ, କେଉଁଠି ମୁଣ୍ଡ ଗୁଞ୍ଜିବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପଟେ ଘଟଣା ଘଟାଇ ଅଭିଯୁକ୍ତ ଶରତ ନାଏକ ଫେରାର ଅଛନ୍ତି। ସରପଞ୍ଚ ବଳଭଦ୍ର ସାହୁ ଏବଂ ସାହିବାସୀଙ୍କ ଅଭିଯୋଗକ୍ରମେ ତାଙ୍କ ନାମରେ ଗୁରୁବାର କାମାକ୍ଷାନଗର ଥାନାରେ ମାମଲା ରୁଜୁ ହୋଇଛି।
ନିଆଁ ଲିଭିଯାଇଛି। ଛାଡ଼ିଯାଇଛି ଅକଳ୍ପନୀୟ ଦୁଃଖ। ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପଲିଥିନ୍‌କୁ ଆଶ୍ରା କରି ଖୋଲା ଆକାଶ ତଳେ ଅସହାୟ ଅବସ୍ଥାରେ ଅଛନ୍ତି ପଥରଖମ୍ବ ଅଗ୍ନି ବିପନ୍ନ। ଏହି ଭୟାବହ ଅଗ୍ନିକାଣ୍ଡରେ ୨୫ ପରିବାରର ପ୍ରାୟ ୫୦ ବଖରା ଛାରଖାର ହୋଇଯାଇଥିବା ତହସିଲ ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ଏହି ଦୁଃଖଦ ଘଟଣା ସାହିବାସୀଙ୍କୁ ଦୋହଲାଇ ଦେଇଥିବାବେଳେ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ବଦାନ୍ୟ ବ୍ୟକ୍ତି ବଢ଼ାଇଛନ୍ତି ସହାୟତାର ହାତ। ଏମ୍‌ପି ମହେଶ ସାହୁ, ବିଧାୟକ ଡା. ନୃସିଂହ ଚରଣ ସାହୁ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ଜିଲା ପରିଷଦ ଉପସଭାନେତ୍ରୀ ବିଳାସିନୀ ସେଠୀ, ଜିଲା ପରିଷଦ ସଭ୍ୟ ନିରାକାର ପ୍ରଧାନ, ନରୋତ୍ତମ ସାହୁ, ବିଜେଡି ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ଯୁବ ବିଜେଡି ସଭାପତି ସୁବ୍ରତ ଦାସ, ଯୁବ ସଙ୍ଗଠକ ଅସିତ୍‌ କୁମାର ରାୟଚୌଧୁରୀ, ଛାତ୍ର ବିଜେଡି ସଭାପତି ପ୍ରିୟଜିତ୍‌ ସାମଲ, ଆତ୍ମା ଅଧ୍ୟକ୍ଷ ଅକ୍ଷୟ ବେହେରା, ଭାଜପା ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଦୀପକ ଗୋଚ୍ଛାୟତ, ବ୍ଲକ ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ସାହୁ ପ୍ରମୁଖ କ୍ଷତିଗ୍ରସ୍ତଙ୍କୁ ଭେଟି ଶୁଖିଲା ଖାଦ୍ୟ, ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଭଳି କଷ୍ଟକର ସମୟରେ ସମସ୍ତେ କ୍ଷତିଗ୍ରସ୍ତଙ୍କ ସହ ଅଛନ୍ତି ବୋଲି ଜନପ୍ରତିନିଧିମାନେ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଆବାସ ଯୋଜନାରେ ଗୃହ କାର୍ଯ୍ୟାଦେଶ ମଞ୍ଜୁର କରାଯିବ ବୋଲି ସେମାନେ ଆଶ୍ୱାସନା ଦେଇଛନ୍ତି।

ଘଣ୍ଟାଏ ଭିତରେ ସବୁ ଶେଷ

ସବୁଦିନ ଭଳି ବୁଧବାର ମଧ୍ୟ ସ୍ବାଭାବିକ ଭାବେ ଚଳଚଞ୍ଚଳ ହୋଇଉଠିଥିଲା ପଥରଖମ୍ବ ପୁରୁଣା ଦଳିତସାହି। ସାହିର ଅଧିକାଂଶ ପରିବାର ଶ୍ରମିକ ଶ୍ରେଣୀର ହୋଇଥିବାରୁ ପୁରୁଷ ବ୍ୟକ୍ତି କାମ କରିବାକୁ ଚାଲିଯାଇଥିଲେ। ପିଲାମାନେ ସ୍କୁଲକୁ ଚାଲିଯାଇଥିବାବେଳେ ଛୋଟପିଲା ଏବଂ ମହିଳା ଘରେ ଥିଲେ। ଅପରାହ୍ନ ପ୍ରାୟ ୧ଟାରେ ହଠାତ୍‌ ନିଆଁ ଲାଗିଯାଇଥିବା ଚିତ୍କାର ଶୁଣି ସମସ୍ତେ ପ୍ରାଣ ବିକଳରେ ବାହାରକୁ ଚାଲି ଆସିଥିଲେ। ତେବେ ମାତ୍ର ଘଣ୍ଟାଏ ଭିତରେ ସମ୍ପୂର୍ଣ୍ଣ ସାହି ନିଆଁକୁ ଚାଲିଯାଇଥିଲା। ଝାଟିମାଟି, ଛପର ଘର ପୋଡ଼ି ପାଉଁଶ ହୋଇଯାଇଛି। କଳା ଆବରଣ ପଡ଼ିଥିବା ବାଉଁଶ, କାଠ ଅଗ୍ନିକାଣ୍ଡର ଲୋମଟାଙ୍କୁରା କାହାଣୀ ବଖାଣୁଛି। ଅଗ୍ନିକାଣ୍ଡ ପରେ ଦଳିତ ସାହି ଅସ୍ତିତ୍ୱ ଖୋଜୁଥିବାବେଳେ ବାହୁନି ବାହୁନି ଲୁହ ଗଡ଼ାଉଛନ୍ତି ବିପନ୍ନ।

ପାଉଁଶ ତଳୁ ସମ୍ପତ୍ତି ଖୋଜା

ସବୁକିଛି ଛଡ଼ାଇନେଇଛି ନିଆଁ । ଛାଡ଼ିଯାଇଛି ଅବ୍ୟକ୍ତ ଯନ୍ତ୍ରଣା। ଛାତ୍ରୀଛାତ୍ରଙ୍କ ବହିବସ୍ତାନିଠାରୁ ଆରମ୍ଭ କରି ଝାଳବୁହା ପରିଶ୍ରମ କରି ଅର୍ଜିଥିବା ସବୁକିଛି ପୋଡ଼ିଯାଇଛି। ନିଆଁ ମୁହଁରୁ ଯାହା ବଞ୍ଚତ୍ୟାଇଛି, ତାହା ବି ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ତଥାପି ବୁଡ଼ିଲା ମଣିଷକୁ କୁଟା ଖିଅ ସାହା ପରି ଏବେ ପାଉଁଶ ତଳୁ ବଞ୍ଚତ୍ୟାଇଥିବା ସମ୍ପତ୍ତି ଖୋଜୁଛନ୍ତି ବିପନ୍ନ ପରିବାର। ଅନ୍ୟପଟେ ଏବେ ତାପମାତ୍ରା ବଢ଼ି ଚାଲିଥିବାବେଳେ ରାତିରେ ଶୀତ ଅନୁଭୂତ ହେଉଛି। ଏଭଳି ସ୍ଥିତିରେ ମୁଣ୍ଡ ଉପରୁ ବାସ ଚାଲିଯିବା ଦଳିତ ସାହିବାସୀଙ୍କ ପାଇଁ ଯନ୍ତ୍ରଣା ଆଣିଦେଇଛି।

କଠୋର ଦଣ୍ଡ ମିଳୁ

ପଥରଖମ୍ବ ପୁରୁଣା ଦଳିତ ସାହିରେ ଘଟିଥିବା ଅଗ୍ନିକାଣ୍ଡ ମନୁଷ୍ୟକୃତ। ପାରିବାରିକ ବିବାଦରୁ ଉତ୍ତ୍ୟକ୍ତ ହୋଇ ଶରତ ନାଏକ ନିଜ ଘରେ ନିଆଁ ଲଗାଇଦେଇଥିଲେ। ଏହାପରେ ଚାରିଆଡ଼କୁ ନିଆଁ ବ୍ୟାପୀ ସମ୍ପୂର୍ଣ୍ଣ ସାହି ଛାରଖାର ହୋଇଗଲା। ଏଭଳି ନାରକୀୟ କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ଲାଗି ସରପଞ୍ଚ ବଳଭଦ୍ର ସାହୁ, ସାହିର ଚିନ୍ତାମଣି ନାଏକ, ପ୍ରାଣବନ୍ଧୁ ନାଏକ, ଡିଲେଶ୍ୱର ନାଏକ, ଅଲେଖ ପଧାନ, ମଙ୍ଗରାଜ ନାଏକ, ମକୁନ୍ଦ ନାଏକ, ଛବି ନାଏକ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?