୪ କିଲୋ କାଟିବା ପାଇଁ ମିଲର୍ସଙ୍କ ଧମକ

କୁତ୍ରା,୧୭।୨(ଡି.ଏନ୍‌.ଏ.): ଧାନମଣ୍ଡିରେ ଏବର୍ଷ କଟ୍‌ନୀଛଟ୍‌ନୀ ସମ୍ପୂର୍ଣ୍ଣ ମାତ୍ରାରେ ବନ୍ଦ କରିବା ପାଇଁ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଦୃଢୋକ୍ତି ପ୍ରକାଶ କରିଥିଲେ। କଟ୍‌ନୀ ଛଟ୍‌ନୀ ହେଲେ ମିଲର୍ସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। କିନ୍ତୁ ଏହାର ଖୋଲାଖୋଲି ଭାବରେ ଉଲ୍ଲଂଘନ କରାଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା କୁତ୍ରା ଲ୍ୟାମ୍ପସରେ। ଧାନ କିଣିବାକୁ ନେଇ ମିଲର୍ସଙ୍କ ଧମକ ଦେଖିବାକୁ ମିଳୁଛି। ବିଭିନ୍ନ ଆଳଦେଖାଇ ୪ କିଲୋ ଧାନ କାଟିବା ନେଇ ମିଳର୍ସ ଚାଷୀଙ୍କୁ ଧମକ ଦେଉଛନ୍ତି। ୪ କିଲୋ ଧାନ କାଟିବୁ ନ ହେଲେ ଧାନ ଉଠାଇବୁ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରୁଛନ୍ତି। ଲ୍ୟାମ୍ପସ କର୍ମଚାରୀଙ୍କ ସହିତ ସଲାସୁତୁରା କରି ଏଭଳି କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। କୁତ୍ରା ଲ୍ୟାମ୍ପସରେ ରାଜଗାଙ୍ଗପୁର ବ୍ଲକ ଝଗରପୁରସ୍ଥିତ ରାଇସ ମିଲ ପକ୍ଷରୁ ଧାନ ଉଠାଯାଉଛି। କିନ୍ତୁ ଏଠି ମିଲର୍ସଙ୍କ ଖୋଲାଖୋଲି ଦାଦାଗିରି ଚାଲିଥିବା ଦେଖିବାକୁ ମିଳୁଛି। ବିନା ବିଏମ୍‌ସି ଟେଷ୍ଟ କରି ଧାନ ଖରାପ ଥିବା କହୁଛନ୍ତି। ଏଭଳି କରିବା ପାଇଁ ସାହାସ କାହା ପାଖରୁ ମିଳୁଛି ତାହା ମନରେ ପ୍ରଶ୍ନ ସୃଷ୍ଟି କରୁଛି। ଲ୍ୟାମ୍ପସ କର୍ମଚାରୀଙ୍କ ସହଯୋଗରେ ଏଭଳି ହେଉନାହିଁ ତ ବୋଲି ପ୍ରଶ୍ନ ମନ ଭିତରେ ଉଙ୍କି ମାରୁଛି। ଏହାକୁ ନେଇ ଲ୍ୟାମ୍ପସ କର୍ମଚାରୀଙ୍କୁ ପଚାରିବାରୁ ଲ୍ୟାମ୍ପସ ଏମ୍‌ଡି କାଟିବା ପାଇଁ କହିଥିବା ପ୍ରକାଶ କରିଥିଲେ। ଏହାକୁ ନେଇ ଏମ୍‌ଡିଙ୍କୁ ପଚାରିବାରୁ ଏଭଳି କହିନାହିଁ। ଆମର ବୈଠକରେ ୩ କିଲୋ କାଟିବା ପାଇଁ ନିଷ୍ପତ୍ତି ହୋଇଥିବା ପ୍ରକାଶ କରିଛନ୍ତି। ତେବେ କେଉଁ ଆଧାରରେ ୩ କିଲୋ କାଟୁଛନ୍ତି ତାହା ନିଶ୍ଚିତ ଭାବରେ ତଦନ୍ତ ସାପେକ୍ଷ। ୩ କିଲୋ କାଟି ଲ୍ୟାମ୍ପସ କର୍ମଚାରୀ ଏବଂ ମିଲର୍ସ ମାଲେମାଲ ହେଉଛନ୍ତି। କୁତ୍ରା ବ୍ଲକ ଅଞ୍ଚଳ ହେଉଛି ଏକ ଆଦିବାସୀ ବହୁଳ ଅଞ୍ଚଳ। ଏଠାରେ ୮୦ ପ୍ରତିଶତ ଲୋକ ଚାଷ ପ୍ରତି ନିର୍ଭରଶୀଳ। ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷ କାର୍ଯ୍ୟ କରିଥାନ୍ତି। ଏଭଳି ସ୍ଥଳେ କଟ୍‌ନୀଛଟ୍‌ନୀ ଦ୍ବାରା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗୁଛି। ତେଣୁ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri