କିଲିମାଞ୍ଜାରୋ ପର୍ବତ ଆରୋହଣ କଲେ ମଧୁସ୍ମିତା

ବ୍ରହ୍ମପୁର ଅଫିସ, ୧୯।୨: ବ୍ରହ୍ମପୁର ଗୋଷାଣୀନୂଆଗାଁ ନିବାସୀ ମଧୁସ୍ମିତା ପାତ୍ର ଜଣେ ତାଲିମ୍‌ପ୍ରାପ୍ତ ପର୍ବତାରୋହୀ। ସେ ଆଫ୍ରିକା ମହାଦେଶର ଉଚ୍ଚତମ ଗିରିଶୃଙ୍ଗ କିଲିମାଞ୍ଜାରୋ ସଫଳତାର ସହ ଆରୋହଣ ପରେ ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଖୁସିରେ ମଧୁସ୍ମିତାଙ୍କ ପରିବାର ସମେତ ସହରର ବହୁ ବୁଦ୍ଧିଜୀବୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି।
ସୂଚନାଯୋଗ୍ୟ, ମଧୁସ୍ମିତା ଏକ ଘରୋଇ କମ୍ପାନୀରେ ଆଇଟି ଇଞ୍ଜିନିୟର ଭାବେ କାର୍ଯ୍ୟରତ। ସେ ଜଣେ ତାଲିମ୍‌ପ୍ରାପ୍ତ ପର୍ବତାରୋହୀ। ୨୦୨୨ରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ହିମାଚଳ ପର୍ବତ ଆରୋହଣ ସଂସ୍ଥା (ଏଚ୍‌ଏମ୍‌ଆଇ) ଶିକ୍ଷାନୁଷ୍ଠାନରୁ ତାଲିମ୍‌ ଗ୍ରହଣ କରିଛନ୍ତି। ଏଠାରୁ ଶିକ୍ଷାଲାଭ ପରେ ସେ ବର୍ତ୍ତମାନ ସୁଦ୍ଧା ମାଉଣ୍ଟରେନକ, ଚାଦର ଓ କେଦାରକଳ୍ପ ଭଳି ଗିରିଶୃଙ୍ଗର ଶିଖର ସଫଳତାର ସହ ଛୁଇଁ ରେକର୍ଡ ହାସଲ କରିଛନ୍ତି। ମଧୁସ୍ମିତା ଗତ ୧୦ ତାରିଖରେ କିଲିମାଞ୍ଜାରୋ ପର୍ବତାରୋହଣ ନିମନ୍ତେ ଆଫ୍ରିକା ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ପହଞ୍ଚତ୍ ମରାଙ୍ଗୁ ଫାଟକ ଦେଇ ନିଜ ଟିମ୍‌ ସହ ସେ ପର୍ବତାରୋହଣ ଆରମ୍ଭ କରିଥିଲେ। ଦୈନିକ ପ୍ରାୟ ୫ରୁ ୭ ଘଣ୍ଟା ପରିଶ୍ରମ କରି ନିଜ ଟିମ୍‌ ସହ ୧୩ ତାରିଖ ସୁଦ୍ଧା କିଲିମାଞ୍ଜାରୋ ଶିଖରରେ ପହଞ୍ଚିଥିଲେ। ଶନିବାର ବ୍ରହ୍ମପୁର ପ୍ରତ୍ୟାବର୍ତ୍ତନ ପରେ ମଧୁସ୍ମିତା କହିଛନ୍ତି, ଆଗାମୀ ଦିନରେ ଏସିଆ ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟରେ ପହଞ୍ଚତ୍ବା ମୋ ଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri