ଗାଁକୁ ଫେରିଲେ ତେଲଙ୍ଗାନାରେ ବନ୍ଧକ ଦାଦନ

ନୂଆପଡ଼ା ଅଫିସ,୨୫।୨: ତେଲଙ୍ଗାନାରେ ବନ୍ଧକ ଥିବା ନୂଆପଡା ସଦର ବ୍ଲକ ବୋଇରଭାଡି ପଞ୍ଚାୟତ ସରାଇପାଲି ଗାଁର ୬ଜଣ ଦାଦନ ଶ୍ରମିକ ଗାଁକୁ ଫେରିଛନ୍ତି। ତେଲଙ୍ଗାନାରେ ବନ୍ଧକ ଥିବା ନେଇ ଗତ ବୁଧବାର ଧରିତ୍ରୀରେ ପ୍ରକାଶ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ତପତ୍ର ଦେଖାଇ ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରି ଗାଁକୁ ଫେରାଇ ଆଣିଛି। ସୂଚନା ମୁତାବକ ସରେଇପାଲି ଗାଁର ଜୀବନ ବରିହା, ସବିତା ବରିହା, ଘାନା ବରିହା, ସୋହଦ୍ରା ବରିହା, ଅଲେଖ ବରିହା, ଜନକ ବରିହା ପ୍ରମୁଖ ଗତ ଡିସେମ୍ବରରେ ତେଲଙ୍ଗାନାର କାରିମନଗରକୁ ଇଟା ତିଆରି କରିବାକୁ ଯାଇ ସେଠାରେ ବନ୍ଧକ ରହିଥିଲେ। ଇଟାଭାଟି ମାଲିକ ଖାଇବା ବାବଦକୁ ଦେଉଥିବା ଖର୍ଚ୍ଚ ଅତି କମ ହେଉଥିବାରୁ ସେମାନେ ସେଠାରେ କାମ ନ କରି ଫେରି ଆସିବାକୁ କହିଥିଲେ। ଅଗ୍ରୀମ ଟଙ୍କା ନେଇଛ, କାମ ନ କରି କିପରି ଏଠାରୁ ଯିବ କହି ମାଲିକ ସେମାନଙ୍କୁ ଅତ୍ୟାଚାର ଆରମ୍ଭ କରି ଦେଇଥିଲା। ଜୀବନ ବରିହାଙ୍କ କହିବା ମୁତାବକ ମହିଳାମାନଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ପୁରୁଷମାନଙ୍କୁ ପଶୁ ପରି ପିଟୁଥିଲେ। ନିର୍ଯାତନା ସହି ନ ପାରି ଗାାଁ ଲୋକଙ୍କୁ ଖବର ଦେଇଥିଲୁ। ଗାଁ ଲୋକେ ପରିବାରଙ୍କୁ ଯାଇ କହିବାରୁ ପରିବାର ଲୋକେ ଦାରକରଜ କରି ଅଗ୍ରୀମ ଆଣିଥିବା ଟଙ୍କା ଦାଦନ ସର୍ଦ୍ଧାରଙ୍କୁ ପାଖକୁ ଯାଇ ଫେରସ୍ତ କରିଥିଲେ। ଟଙ୍କା ଫେରସ୍ତ ପରେ ମଧ୍ୟ ଆମକୁ ଘର ଆସିବାକୁ ଦେଉ ନ ଥିଲେ। କାମ କରିବା ପାଇଁ ବାଧ୍ୟ କରୁଥିଲା କାମ କରି ନ ଗଲେ ମାଡିବା ସହ ଅନେକ ନିର୍ଯାତନା ଦେଉଥିଲେ। ସେମାନଙ୍କଠାରୁ ୩ଟି ମୋବାଇଲ ନେଯାଇଥିଲେ। ଗାଁ ଲୋକଙ୍କ ସହିତ କଥା ହେବାକୁ ଦେଉ ନ ଥିଲେ। ବୋଇରଭାଡି ସମିତି ସଭ୍ୟ ଚନ୍ଦନ ବଞ୍ଜାରାଙ୍କ ଉଦ୍ୟମକ୍ରମେ ପ୍ରଥମେ ଧରିତ୍ରୀରେ ଖବର ପ୍ରକାଶ ପରେ ଜିଲା ଶ୍ରମ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ତେଲଙ୍ଗାନାର ସହଯୋଗୀ ଅଧିକାରୀଙ୍କ ସହ ଯୋଗସୂତ୍ର ରକ୍ଷା କରି ଦାଦନ ଶ୍ରମିକଙ୍କୁ ସେଠାରୁ ଉଦ୍ଧାର କରିଥିଲା। ନୂଆପଡା ସହକାରୀ ଜିଲା ଶ୍ରମ ଅଧିକାରୀ ଦିବ୍ୟ ଶଙ୍କର ଧରୁଆ ନିଜେ ତଦାରଖ କରଥିବା ବେଳେ ଜିଲା ଶ୍ରମ ଅଧିକାରୀ ରବିନ୍ଦ୍ର ବାର୍ଲା ମଧ୍ୟ ଘଟଣାକୁ ଗୁରୁତ୍ୱ ସହ ନେଇ ତୁରନ୍ତ ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପଦକ୍ଷେପ ନେଇଥିଲେ। ଦାଦନ ଶ୍ରମିକମାନେ ଗୁରୁବାର ତେଲେଙ୍ଗାନାରୁ ବାହାରି ଶୁକ୍ରବାର ସକାଳେ ନିଜ ଗାଁରେ ପହଞ୍ଚତ୍ଥିଲେ। ଗାଁରେ ପହଞ୍ଚତ୍ବା ପରେ ଶ୍ରମିକମାନେ ତାଙ୍କର ଦୁଃଖ କାହାଣୀ ବଖାଣି କାନ୍ଦି ପକାଇଥିଲେ। ଏହି ଖବର ପ୍ରକାଶ ପରେ ଦାଦନ ଶ୍ରମିକମାନେ ଉଦ୍ଧାର ହୋଇଥିବାରୁ ଧରିତ୍ରୀ ଖବରଦାତାଙ୍କୁ ଧନ୍ୟବାଦ ଜଣାଇବା ସହ ସମିତି ସଭ୍ୟ ଚନ୍ଦନ ବଞ୍ଜାରାଙ୍କୁ ଓ ଜିଲ୍ଲା ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?