ଗାଁକୁ ଫେରିଲେ ତେଲଙ୍ଗାନାରେ ବନ୍ଧକ ଦାଦନ

ନୂଆପଡ଼ା ଅଫିସ,୨୫।୨: ତେଲଙ୍ଗାନାରେ ବନ୍ଧକ ଥିବା ନୂଆପଡା ସଦର ବ୍ଲକ ବୋଇରଭାଡି ପଞ୍ଚାୟତ ସରାଇପାଲି ଗାଁର ୬ଜଣ ଦାଦନ ଶ୍ରମିକ ଗାଁକୁ ଫେରିଛନ୍ତି। ତେଲଙ୍ଗାନାରେ ବନ୍ଧକ ଥିବା ନେଇ ଗତ ବୁଧବାର ଧରିତ୍ରୀରେ ପ୍ରକାଶ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ତପତ୍ର ଦେଖାଇ ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରି ଗାଁକୁ ଫେରାଇ ଆଣିଛି। ସୂଚନା ମୁତାବକ ସରେଇପାଲି ଗାଁର ଜୀବନ ବରିହା, ସବିତା ବରିହା, ଘାନା ବରିହା, ସୋହଦ୍ରା ବରିହା, ଅଲେଖ ବରିହା, ଜନକ ବରିହା ପ୍ରମୁଖ ଗତ ଡିସେମ୍ବରରେ ତେଲଙ୍ଗାନାର କାରିମନଗରକୁ ଇଟା ତିଆରି କରିବାକୁ ଯାଇ ସେଠାରେ ବନ୍ଧକ ରହିଥିଲେ। ଇଟାଭାଟି ମାଲିକ ଖାଇବା ବାବଦକୁ ଦେଉଥିବା ଖର୍ଚ୍ଚ ଅତି କମ ହେଉଥିବାରୁ ସେମାନେ ସେଠାରେ କାମ ନ କରି ଫେରି ଆସିବାକୁ କହିଥିଲେ। ଅଗ୍ରୀମ ଟଙ୍କା ନେଇଛ, କାମ ନ କରି କିପରି ଏଠାରୁ ଯିବ କହି ମାଲିକ ସେମାନଙ୍କୁ ଅତ୍ୟାଚାର ଆରମ୍ଭ କରି ଦେଇଥିଲା। ଜୀବନ ବରିହାଙ୍କ କହିବା ମୁତାବକ ମହିଳାମାନଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ପୁରୁଷମାନଙ୍କୁ ପଶୁ ପରି ପିଟୁଥିଲେ। ନିର୍ଯାତନା ସହି ନ ପାରି ଗାାଁ ଲୋକଙ୍କୁ ଖବର ଦେଇଥିଲୁ। ଗାଁ ଲୋକେ ପରିବାରଙ୍କୁ ଯାଇ କହିବାରୁ ପରିବାର ଲୋକେ ଦାରକରଜ କରି ଅଗ୍ରୀମ ଆଣିଥିବା ଟଙ୍କା ଦାଦନ ସର୍ଦ୍ଧାରଙ୍କୁ ପାଖକୁ ଯାଇ ଫେରସ୍ତ କରିଥିଲେ। ଟଙ୍କା ଫେରସ୍ତ ପରେ ମଧ୍ୟ ଆମକୁ ଘର ଆସିବାକୁ ଦେଉ ନ ଥିଲେ। କାମ କରିବା ପାଇଁ ବାଧ୍ୟ କରୁଥିଲା କାମ କରି ନ ଗଲେ ମାଡିବା ସହ ଅନେକ ନିର୍ଯାତନା ଦେଉଥିଲେ। ସେମାନଙ୍କଠାରୁ ୩ଟି ମୋବାଇଲ ନେଯାଇଥିଲେ। ଗାଁ ଲୋକଙ୍କ ସହିତ କଥା ହେବାକୁ ଦେଉ ନ ଥିଲେ। ବୋଇରଭାଡି ସମିତି ସଭ୍ୟ ଚନ୍ଦନ ବଞ୍ଜାରାଙ୍କ ଉଦ୍ୟମକ୍ରମେ ପ୍ରଥମେ ଧରିତ୍ରୀରେ ଖବର ପ୍ରକାଶ ପରେ ଜିଲା ଶ୍ରମ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ତେଲଙ୍ଗାନାର ସହଯୋଗୀ ଅଧିକାରୀଙ୍କ ସହ ଯୋଗସୂତ୍ର ରକ୍ଷା କରି ଦାଦନ ଶ୍ରମିକଙ୍କୁ ସେଠାରୁ ଉଦ୍ଧାର କରିଥିଲା। ନୂଆପଡା ସହକାରୀ ଜିଲା ଶ୍ରମ ଅଧିକାରୀ ଦିବ୍ୟ ଶଙ୍କର ଧରୁଆ ନିଜେ ତଦାରଖ କରଥିବା ବେଳେ ଜିଲା ଶ୍ରମ ଅଧିକାରୀ ରବିନ୍ଦ୍ର ବାର୍ଲା ମଧ୍ୟ ଘଟଣାକୁ ଗୁରୁତ୍ୱ ସହ ନେଇ ତୁରନ୍ତ ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପଦକ୍ଷେପ ନେଇଥିଲେ। ଦାଦନ ଶ୍ରମିକମାନେ ଗୁରୁବାର ତେଲେଙ୍ଗାନାରୁ ବାହାରି ଶୁକ୍ରବାର ସକାଳେ ନିଜ ଗାଁରେ ପହଞ୍ଚତ୍ଥିଲେ। ଗାଁରେ ପହଞ୍ଚତ୍ବା ପରେ ଶ୍ରମିକମାନେ ତାଙ୍କର ଦୁଃଖ କାହାଣୀ ବଖାଣି କାନ୍ଦି ପକାଇଥିଲେ। ଏହି ଖବର ପ୍ରକାଶ ପରେ ଦାଦନ ଶ୍ରମିକମାନେ ଉଦ୍ଧାର ହୋଇଥିବାରୁ ଧରିତ୍ରୀ ଖବରଦାତାଙ୍କୁ ଧନ୍ୟବାଦ ଜଣାଇବା ସହ ସମିତି ସଭ୍ୟ ଚନ୍ଦନ ବଞ୍ଜାରାଙ୍କୁ ଓ ଜିଲ୍ଲା ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରୁ ଖସି ଯୁବକଙ୍କ ଜୀବନ ଗଲା

ଅନୁଗୋଳ ଅଫିସ,୨।୧: ସହରର ଗାନ୍ଧୀମାର୍ଗରେ ବାଇକ୍‌ରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ରାହ୍ମଣୀଦେଇପଡ଼ାର ସୁବାସ ଅଗ୍ରଓ୍ବାଲଙ୍କ ପୁଅ ବିକାଶ ଅଗ୍ରଓ୍ବାଲ(୩୭)। ମୃତ...

ରାଜ୍ୟ ସରକାର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନୋଟିସ

କଟକ ଅଫିସ, ୨୮।୧୦: ହାଇକୋର୍ଟରେ ବାଣ ବିକ୍ରି ମାମଲାର ଶୁଣାଣି ବୁଧବାର ହୋଇଥିଲା। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ...

ବୈଠକକୁ ଆସିଲେନି ବିଦ୍ୟୁତ୍‌ ବିଭାଗ ଅଧିକାରୀ: କାରଣ ଦର୍ଶାଅ ନୋଟିସ ନିର୍ଦ୍ଦେଶ ଦେଲେ ଜିଲାପାଳ

ବାରିପଦା ଅଫିସ,୪।୬: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆସନ୍ତା ଜୁଲାଇ ୫ ଓ ୬ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ପାଇଁ ଜିଲା ପ୍ରଶାସନ...

ସମସ୍ୟାରେ ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ରସୁଲପୁର,୧୩।୧୧(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି) ଅଧୀନରେ ପରିଚାଳିତ ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି)ରେ ନାନା ସମସ୍ୟା ଲାଗିରହିଛି। ହେଲେ ପ୍ରଶାସନିକ ଦୃଷ୍ଟି ଦିଆଯାଉ...

ବିବାହିତ ସତ୍ତ୍ୱେ ପ୍ରେମିକଙ୍କ ସହ ହୋଇଯାଇଥିଲେ ଫେରାର; ବବୁଲ ଗଛରେ ଝୁଲୁଛି ମୃତଦେହ

ଚନ୍ଦାହାଣ୍ଡି,୨୫।୯(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ ଶରଧାପୁର ଗ୍ରାମର ଅଳ୍ପ ଦୂରରେ ଥିବା ଏକ ବବୁଲ ଗଛରେ ସେହି ଗ୍ରାମର ପ୍ରେମୀଯୁଗଳ ବେକରେ ରଶି...

ଡିକି ଭାଙ୍ଗି ୧ ଲକ୍ଷ ୩୬ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା,୨୮ା୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଚାରିଛକସ୍ଥିତ ଆଲିଶାନ ହୋଟେଲ ସମ୍ମୁଖରୁ ବୁଧବାର ସ୍ପଷ୍ଟ ଦିବାଲୋକରେ ଡିକି ଭାଙ୍ଗି ୧ ଲକ୍ଷ ୩୬ ହଜାର ଟଙ୍କା ଲୁଟି...

ହୋମ କ୍ବାରାଣ୍ଟାଇନରେ ଥାନା ଅଧିକାରୀ

ବରଗଡ଼ ଅଫିସ୍‌,୨୫।୪- ବରଗଡ଼ ଜିଲା ମେଲଛାମୁଣ୍ଡା ଥାନା ଅଧିକାରୀ ସ୍ବପ୍ନାରାଣୀ ଗୋଚ୍ଛାୟତ ହୋମ କ୍ବାରାଣ୍ଟାଇନରେ ରହିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ,...

ଦୁର୍ଦ୍ଦିନରେ ୫୦୦ ବୁଣାକାର ପରିବାର

ଖୋର୍ଦ୍ଧା ଅଫିସ,୨୧ା୩: କରୋନା ମହାମାରୀ ଯୋଗୁ ଏକ ବର୍ଷ ହେବ ଖୋର୍ଦ୍ଧା ଜିଲା ବେଗୁନିଆ ଏବଂ ବୋଲଗଡ଼ ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ ବୁଣାକାରଙ୍କ ପରିବାର ହାତ...

Advertisement
Archives

Model This Week