ଏସ୍‌ଏଚ୍‌ଜି ଗ୍ରୁପ୍‌ର ସମସ୍ତ କାଗଜପତ୍ର ଚିରି ଜାଳିଦେଲେ ସଦସ୍ୟାଙ୍କ ଝିଅ, ଥାନାରେ ପହଞ୍ଚିଲା ମାମଲା

କୋରୁକୋଣ୍ଡା,୨୫ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓର୍କେଲ ଥାନା ଅନ୍ତର୍ଗତ ତାରଲାକୋଟା ପଞ୍ଚାୟତ ଅଧିନସ୍ଥ ତାରଲାକୋଟା-ବି ଗ୍ରାମରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ତାରଲାକୋଟା-ବି ଗ୍ରାମରେ ଥିବା ୧୦ ଜଣ ମହିଳା ମିଳିତ ଭାବେ ମା’ ତାରାତାରିଣୀ ନାମକ ଏକ ମହିଳା ସୟଂସହାୟିକା ଗୋଷ୍ଠୀ ଗଠନ କରି ମାସିକ ୧୦୦ ଟଙ୍କା ପ୍ରତି ସଦସ୍ୟ ଆଦାୟ କରି ବାଲିମେଳାସ୍ଥିତ ବ୍ୟାଙ୍କରେ ଦୀର୍ଘଦିନ ଧରି ଜମା କରି ଆସୁଥିଲେ। କିନ୍ତୁ ଗତ ୧୯ ତାରିଖ ସନ୍ଧ୍ୟାରେ ଉକ୍ତ ଗୋଷ୍ଠୀର ସଦସ୍ୟା ସୁନ୍ଦୁରା ବାଙ୍ଗୁରୁଙ୍କ ଝିଅ ରାଧିକା ସେଠୀ ମା’ ତାରାତାରିଣୀ ମହିଳା ସୟଂସହାୟିକା ଗୋଷ୍ଠୀର ସଭାପତି ଅମ୍ବିକା ବୁରୁଜା ଓ ଅନ୍ୟ ସଦସ୍ୟମାନଙ୍କୁ ମା’ଙ୍କ ଦେହ ଅସୁସ୍ଥ ଥିବା ଜଣାଇବା ସହ ଚିକିତ୍ସା ନିମନ୍ତେ ଗୋଷ୍ଠୀର ଜମା ଟଙ୍କାରୁ ୧୦ ହଜାର ଟଙ୍କା ଧାର ଆକାରରେ ମାଗିଥିଲେ। ଏହା ପର ଦିନ ୨୦ ତାରିଖରେ ସମସ୍ତ ସଦସ୍ୟ ବ୍ୟାଙ୍କ ଯାଇ ୨୦ ହଜାର ଟଙ୍କା ଉଠାଇ ରାଧାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ। ବ୍ୟାଙ୍କକୁ ଯିବା ସମୟରେ ନେଇଥିବା ବ୍ୟାଙ୍କ ପାସ୍‌ ବୁକ,ଏଟିଏମ୍‌, ଚେକ୍‌ ବୁକ୍‌ ସମେତ ଗୋଷ୍ଠୀର ସମସ୍ତ ନଥିପତ୍ର ଏକ ବ୍ୟାଗରେ ରାଧାଙ୍କ ନିକଟରେ ରହିଯାଇଥିବା ବେଳେ ଗତ ୨୨ ତାରିଖ ସନ୍ଧ୍ୟାରେ ମହିଳା ସୟଂସହାୟିକା ଗୋଷ୍ଠୀର ସଭାପତି ଅମ୍ବିକା ଯାଇ ନଥିପତ୍ର ଥିବା ବ୍ୟାଗଟିକୁ ମାଗିବାରୁ ସମସ୍ତ ସଦସ୍ୟା ନ ଆସିଲେ ବ୍ୟାଗ ଦେବିନାହିଁ କହିଥିଲେ। ପରେ ସଭାପତି ସମସ୍ତ ସଦସ୍ୟଙ୍କୁ ଏକତ୍ର କରି ପୁନଃ ରାଧାଙ୍କ ଘରକୁ ଯିବାରୁ, ଘରଦାଣ୍ଡରେ ବସାଇ ଘର ଭିତରୁ ସବୁ କଗଜପତ୍ର ଚିରି ନିଆଁରେ ପୋଡ଼ିଦେଇ ଅଧ ପୋଡ଼ା କାଗଜପତ୍ର ଆଣିବା ସହ ଖରାପ ଭାଷାରେ ଗାଳିଗୁଲଜ କରୁଥିଲେ। ଏନେଇ ଗତ ୨୩ ତାରିଖ ସନ୍ଧ୍ୟାରେ ଓର୍କେଲ ଥାନାରେ ସଭାପତି ଅମ୍ବିକା ବୁରୁଦା ଏକ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଓର୍କେଲ ପୋଲିସ ପକ୍ଷରୁ ୧୨୩/୨୩ରେ ଏକ ମାମଲା ରୁଜୁ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଗୋଷ୍ଠୀ ମହିଳା ଆଭିଯୋଗ କରିଛନ୍ତି। ଏନେଇ ଓର୍କେଲ ଥାନାଧିକାରୀ ଜୋନ୍‌ କୁଜୁରଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିବାରୁ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଗୁଣପୁର,୨୯ା୩(ଡି.ଏନ୍‌.ଏ.): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଥିବା ମାଲାକନଗିରି ଜିଲା ଗ୍ରାମ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କୁ...

ମାଓବାଦୀ ଅଞ୍ଚଳରେ ଉଦାହରଣ ପାଲଟିଛନ୍ତି ସ୍ବାସ୍ଥ୍ୟକର୍ମୀ ପୁଷ୍ପା

ମାଲକାନଗିରି,୨୯ା୭(ଡି.ଏନ.ଏ.)- ଦୀର୍ଘ ୧୧ ବର୍ଷ ଧରି ମାଓବାଦୀ ଅଞ୍ଚଳରେ ଲୋକଙ୍କ ସେବାରେ ଲାଗିଛନ୍ତି ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ। ଗତ ବର୍ଷେ ହେଲା ସେ ନିଜେ କ୍ୟାନସର...

ମେଳି କରି ଭୋଟ ଦେବାକୁ ଶପଥ କରାଇଲେ ବିଧାୟକଙ୍କ ପୁଅ

ମାଲକାନଗିରି,୧୭ା୨(ଡି.ଏନ୍‌.ଏ.): ଗଣତନ୍ତ୍ରିକ ରାଷ୍ଟ୍ରରେ ଭୋଟ ଦେବାର ଅଧିକାର ସମସ୍ତଙ୍କର ରହିଛି। ଜଣେ ଭୋଟର କୌଣସି ଚାପ କିମ୍ବା ଅର୍ଥ ଲୋଭର ନ ପଡି ନିଜ ଇଚ୍ଛାରେ...

ଦୁର୍ଘଟଣାମୁକ୍ତ କରିବାକୁ ପୋଲିସ ଅଧିକାରୀଙ୍କ ପ୍ରୟାସ

ଚିତ୍ରକୋଣ୍ଡା,୨୧।୩: ମାଲକାନଗିରି ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲାକୁ ଦୁର୍ଘଟଣାମୁକ୍ତ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି l ପ୍ରତ୍ୟେକ ମଙ୍ଗଳବାର...

୩ ଇଞ୍ଜେକ୍ସନ ଦେବାରୁ ୨ ମାସର ଶିଶୁ ମୃତ

ଦଶମନ୍ତପୁର, ୨୭।୧୦(ଡି.ଏନ.ଏ.): ଏକା ସାଙ୍ଗରେ ୩ଟି ଇଞ୍ଜେକ୍ସନ ଦେବାରୁ ଏକ ୨ ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ପରିବାର...

ବିଡିଓଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କଲେ ୫୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ଚିତ୍ରକୋଣ୍ଡା,୧୭ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳର ୭ଟି ପଞ୍ଚାୟତ ଦୋରାଗୁଡ଼ା, ନୂଆଗୁଡ଼ା, ଗୁଣ୍ଠାଓ୍ବାର୍ଡl, କପାତୁଟି, କୁରୁମାନୁର, ପାପୁଲୁର ଓ ଟନେଲକ୍ୟାମ୍ପ ପଞ୍ଚାୟତର...

ମହୁପଦରରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର

ମାଲକାନଗିରି,୨୦।୧ (ଡି.ଏନ.ଏ.)  ମାଲକାନଗିରି ଜିଲା ମାଥିଲି ବ୍ଲକ ମହୁପଦର ପଞ୍ଚାୟତ କେରିମିଟି ଗ୍ରାମର ନିରୀହ ଆଦିବାସୀ ଯୁବକ ଆନନ୍ଦ ସାହୁଙ୍କୁ ପୋଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ ହତ୍ୟା...

ରୋଗାକ୍ରାନ୍ତ ଶାଶୁଙ୍କ ପାଇଁ ଔଷଧ କିଣିବାକୁ ଅର୍ଥ ବାଧକ

ମାଲକାନଗିରି,୮।୫ (ଡି.ଏନ.ଏ.) ମାଲକାନଗିରି ଜିଲା ଖଇରପୁଟ ବ୍ଲକ ସଦର ପଞ୍ଚାୟତ ଝରିଆଗୁଡ଼ା ଗ୍ରାମରେ ରହନ୍ତି ତୁଳସୀ ସିରଗାମଙ୍କ ପରିବାର। ସ୍ବାମୀ ସନ୍ନ୍ୟାସୀ ସିରଗାମଙ୍କର ଯକ୍ଷ୍ମାରେ ପରଲୋକ...

Advertisement
Archives

Model This Week