୧୩ରୁ ୧୨ ଡାକ୍ତର ପଦ ଖାଲି

ବିନିକା,୨୫।୨(ରାମଗୋପାଳ ବାଘ) ) ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବା କହୁଛନ୍ତି। ହେଲେ ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ ସ୍ବାସ୍ଥ୍ୟସେବାର ରୁଗଣ ପ୍ରତିଛବି ଦେଖିବାକୁ ମିଳୁଛି। ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକର ମାନବସମ୍ବଳ ପ୍ରତି ସରକାର ଆଦୌ ଗୁରୁତ୍ୱ ଦେଉନାହାନ୍ତି। ଗୁରୁତ୍ୱପୂର୍ଣ୍ଣ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମଞ୍ଜୁରୀପ୍ରାପ୍ତ ମୋଟ ୧୩ ଡାକ୍ତର ପଦବୀରୁ ୧୨ ପଦବୀ ଫାଙ୍କା ରହିଛି। କେବଳ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟନାରାୟଣ ପାଣିଗ୍ରାହୀଙ୍କୁ ସରକାର ଏଠାରେ ନିଯୁକ୍ତି ଦେଇଛନ୍ତି। ଶିଶୁ, ସର୍ଜରୀ, ଭେଷଜ ଓ ଦନ୍ତ ରୋଗ ବିଶେଷଜ୍ଞଙ୍କ ସମେତ ୫ଜଣ ଏମବିବିଏସ ଡାକ୍ତର ପଦ ଖାଲି ପଡିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଅନୁସାରେ ପ୍ରତି ହଜାରେ ଲୋକରେ ଜଣେ ଡାକ୍ତର ରହିବା କଥା। ମାତ୍ର ଏଠାରେ ବ୍ୟତିକ୍ରମ ଦେଖାଦେଇଛି। ସେହିପରି ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୩ଜଣ ଷ୍ଟାଫନର୍ସ, ୨ଜଣ ମହିଳା ସ୍ବାସ୍ଥ୍ୟକର୍ମୀ, ୫ଜଣ ପୁରୁଷ ସ୍ବାସ୍ଥ୍ୟକର୍ମୀ, ୨ଜଣ ଫାର୍ମାସିଷ୍ଟ ଓ ୬ଜଣ ସୁଇପର ପଦ ଖାଲି ଅଛି। ବ୍ଲକର ବାଙ୍କିଘିର୍ଡି, ଶଙ୍କରା ଓ ମହାଦେବପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଶୂନ୍ୟ ରହିଛି। ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ନୂଆ କୋଠା ଓ ରଙ୍ଗ ମାରିଦେଇ ନୂଆ ରୂପ ଦିଆ ଯାଉଥିଲେ ମଧ୍ୟ ବାସ୍ତବତା ହେଲା ଚିକିତ୍ସା କରିବାକୁ ଡାକ୍ତର ନାହାନ୍ତି ।
ବିନିକା ସହର ଓ ବ୍ଳକର ପ୍ରାୟ ୨ଲକ୍ଷ ଜନସାଧାରଣ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ରୋଗୀମାନେ ବହୁ ଆଶା ଓ ବିଶ୍ୱାସ ନେଇ ଆସୁଛନ୍ତି। ମାତ୍ର ଡାକ୍ତର ଅଭାବରୁ ସେମାନଙ୍କୁ ସୁବର୍ଣ୍ଣପୁର, ବୁର୍ଲା ଓ ବଲାଙ୍ଗୀରକୁ ରେଫର କରାଯାଉଛି। ସ୍ଥିତିକୁ ଅନୁଧ୍ୟାନ କଲେ ଅଞ୍ଚଳର ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ସ୍ପଷ୍ଟ ହେଉଛି। ଏଥିପାଇଁ କ୍ୱାକ୍‌ଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ସେମାନେ ଚିକିତ୍ସା ନାଁରେ ସରଳ ଲୋକଙ୍କୁ ଠକୁଛନ୍ତି। ଅନ୍ୟପକ୍ଷେ ସରକାରୀ ଡାକ୍ତରଖାନାରେ ଡାକ୍ତର ନଥିବାରୁ ଗରିବ ଲୋକ କ୍ଲିନିକ୍‌କୁ ଯାଇ ଆଥିର୍ତ୍କ ଶୋଷଣର ଶିକାର ହେଉଛି। ନିକଟରେ ପ୍ରାକ୍ତନ ବିନିକା ବିଧାୟକ ତଥା ଏବର ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ତେଣୁ ବିନିକା ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ତଭଣ୍ଡାର, ଅଲଟ୍ରାସାଉଣ୍ଡ, ଏକ୍ସ-ରେ ଓ ଶଯ୍ୟା ସଂଖ୍ୟା ୬୦କୁ ବୃଦ୍ଧି ତଥା ଡାକ୍ତର ସମସ୍ୟା ଦୂର ପାଇଁ ଅଞ୍ଚଳବାସୀ ଆଶା ରଖିଛନ୍ତି ।

ଜନସାଧାରଣ ଚିକିତ୍ସା ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଗରିବ ଲୋକ ରୋଗରେ ପଡି ହୀନସ୍ତା ହେଉଛି। ମାତ୍ର ରାଜ୍ୟ ସରକାରଙ୍କର ସେଥିପ୍ରତି ଦୃଷ୍ଟି ନାହିଁ। ସ୍ଥାନୀୟ ଜନ ପ୍ରତିନିଧି ଏ ସମ୍ପର୍କରେ ନୀରବତା ଅବଲମ୍ବନ କରୁଛନ୍ତି। ଶୀଘ୍ର ଡାକ୍ତର ପଦବୀ ପୂରଣ ନ ହେଲେ ବିଧାୟକ ଓ ମନ୍ତ୍ରୀଙ୍କୁ ବିରୋଧ କରାଯିବ।
-ପ୍ରଶାନ୍ତ କୁମାର ଡନସେନା, ଆଇନଜୀବୀ

ବିନିକା ସ୍ବାସ୍ଥ୍ୟକେନ୍ଦ୍ର ଓ ଗ୍ରାମାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଡାକ୍ତର ଓ କର୍ମଚାରୀ ନାହାନ୍ତି। ସାଧାରଣ ରୋଗ ପାଇଁ ଚିକିତ୍ସା ମିଳୁନି। ଏହା ଜନସାଧାରଣଙ୍କୁ ବ୍ୟଥିତ କରିଛି। ବିନିକା ହେଉଛି ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଚାକିରି ଜୀବନର ପ୍ରଥମ କର୍ମକ୍ଷେତ୍ର। ତାଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଗଲେ କିଛି ସୁଫଳ ମିଳି ପାରନ୍ତା ।
-ଶୀତଳ ପ୍ରସାଦ ମହାକୁଡ, ବରିଷ୍ଠ ନାଗରିକ

ସ୍ବାସ୍ଥ୍ୟକେନ୍ଦ୍ରରେ ମାନବ ସମ୍ବଳର ଅଭାବ । କଂଗ୍ରେସ ସରକାର ସମୟରେ ଯେଉଁ ପଦବୀ ସୃଷ୍ଟି ହୋଇଥିଲା ସେଥିରେ ଏ ପର୍ଯ୍ୟନ୍ତ କାମ ଚାଲିଛି । ଲୋକସଂଖ୍ୟା ଦୃଷ୍ଟିରୁ ବିନିକା ଡାକ୍ତରଖାନାରେ ୩୩ ଜଣ ଡାକ୍ତର ରହିବ କଥା । ମାତ୍ର ସରକାର ଜଣେ ଡାକ୍ତରଙ୍କୁ ନିଯୁକ୍ତି ନେଇ ସ୍ବାସ୍ଥ୍ୟସେବାର ଉନ୍ନତି କଥା କହୁଛନ୍ତି । ଆଗାମୀ ଦିନରେ ଏଥିପାଇଁ ଆନ୍ଦୋଳନ କରାଯିବ ।
-ରାମ ଗୋପାଳ ହୋତା, ଜିଲା ଛାତ୍ର କଂଗ୍ରେସ କାର୍ଯ୍ୟକାରୀ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା ବସ୍‌: ୧୫ ଚକ୍ଷୁ ଅପରେଶନ ରୋଗୀ ଆହତ

ନୟାଗଡ ଅଫିସ୍‌,୩୦।୧: ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନାର ଫାଲପାଦୁ ନିକଟରେ ଡିଭାଇଡରକୁ ଧକା ଦେଇ ଏକ ବସ ଜଳି ଯାଇଛି। ବସରେ ୩୦...

ଶିକ୍ଷା ବିଭାଗ କର୍ମଚାରୀଙ୍କୁ କଂସଙ୍କ ଡାକରା

ଚନ୍ଦାହାଣ୍ଡି,୧୬।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମାରେ ଚାଲିଥିବା ବାଲିଯାତ୍ରାର ଅଷ୍ଟମ ରଜନୀରେ ଅଷ୍ଟମଲ୍ଲ ସଖା ବଧ ମଞ୍ଚସ୍ଥ ହୋଇଛି। ମହାରାଜ କଂସଙ୍କୁ ଚନ୍ଦାହାଣ୍ଡି...

ସୀମା ପାର ହୋଇ ଚାଉଳ, ବହି ନେବାକୁ ଆସୁଥିବା ଛାତ୍ରୀଛାତ୍ରଙ୍କୁ ଫେରାଇଲା ପୋଲିସ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୬।୪(ଡି.ଏନ୍‌.ଏ.)- ଲକ୍‌ଡାଉନ ପରେ କନ୍ଧମାଳ ଜିଲାର ସବୁ ସୀମାକୁ ସିଲ୍‌ କରାଯାଇଛି। କନ୍ଧମାଳ-ଗଜପତି ଜିଲାର ସୀମା ବ୍ରାହ୍ମଣୀଗଁା ଥାନା ଝିଞ୍ଜିରିଗୁଡାଠାରେ ସଶସ୍ତ୍ର ପୋଲିସ ମୁତୟନ ହୋଇଛଡ଼୍‌ତି।...

ଲାଞ୍ଚ ନେଇ ଆୟୁଷ ଡାକ୍ତର ଗିରଫ

କୁତ୍ରା, ୨୩।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଗଏରବାହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ଶୁକ୍ରବାର ଭିଜିଲାନ୍ସ ହାତରେ ଧରିପଡ଼ିଛନ୍ତି।...

ରାଜ୍ୟ ସାରା ବୁଲିିବୁଲି ଲୁଟୁଥିଲେ

ଝାରସୁଗୁଡ଼ା ଅଫିସ,୯ା୯: ଝାରସୁଗଡ଼ା ପୋଲିସ ୨ ଆନ୍ତଃ ଜିଲା ଲୁଟେରାଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜଗତ୍‌ସିଂହପୁର ଜିଲା ଏରସମା...

୪ ଦିନ ଧରି ନିଖୋଜ ଥିଲେ ଧୀବର, ଘୋଡ଼ାହାଡ଼ ଡ୍ୟାମ୍‌ରୁ ମିଳିଲା ମୃତଦେହ

ଦିଗପହଣ୍ଡି,୪ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ନିକଟ ଘୋଡ଼ାହାଡ଼ ଡ୍ୟାମକୁ ମାଛ ଧରିବାକୁ ଯାଇଥିବା ଜଣେ ଧୀବର ରବିବାରଠାରୁ ନିଖୋଜ ଥିଲେ। ତେବେ...

ବାଙ୍କୀଝୋଳା ଓ ଚଢିଆପଦା ଗାଁର ବିକାଶ ଅପହଞ୍ଚ : ଗମନାଗମନ ପାଇଁ କାଠପୋଲ ଭରସା

ଚନ୍ଦ୍ରଗିରି,୪।୮(ଡି.ଏନ୍‌.ଏ.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ଲାଗି ବିଭିନ୍ନ ଯୋଜନା ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ଉଦ୍ଦେଶ୍ୟ ରହିଛି...

ନୋଟିସ୍‌ ପରେ ଦୋକାନ ସ୍ଥାନାନ୍ତର କଲେ ବ୍ୟବସାୟୀ

ଆନନ୍ଦପୁର,୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍‌ଛକ ରାସ୍ତା ନିର୍ମାଣରେ ସୃଷ୍ଟି ହେଉଥିବା ସମସ୍ୟା ନେଇ ସରକାରୀ ଜାଗାରେ ଗଢ଼ି ଉଠିଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଉଚ୍ଛେଦ ନିମନ୍ତେ...

Advertisement
Archives

Model This Week