୧୩ରୁ ୧୨ ଡାକ୍ତର ପଦ ଖାଲି

ବିନିକା,୨୫।୨(ରାମଗୋପାଳ ବାଘ) ) ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବା କହୁଛନ୍ତି। ହେଲେ ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ ସ୍ବାସ୍ଥ୍ୟସେବାର ରୁଗଣ ପ୍ରତିଛବି ଦେଖିବାକୁ ମିଳୁଛି। ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକର ମାନବସମ୍ବଳ ପ୍ରତି ସରକାର ଆଦୌ ଗୁରୁତ୍ୱ ଦେଉନାହାନ୍ତି। ଗୁରୁତ୍ୱପୂର୍ଣ୍ଣ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମଞ୍ଜୁରୀପ୍ରାପ୍ତ ମୋଟ ୧୩ ଡାକ୍ତର ପଦବୀରୁ ୧୨ ପଦବୀ ଫାଙ୍କା ରହିଛି। କେବଳ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟନାରାୟଣ ପାଣିଗ୍ରାହୀଙ୍କୁ ସରକାର ଏଠାରେ ନିଯୁକ୍ତି ଦେଇଛନ୍ତି। ଶିଶୁ, ସର୍ଜରୀ, ଭେଷଜ ଓ ଦନ୍ତ ରୋଗ ବିଶେଷଜ୍ଞଙ୍କ ସମେତ ୫ଜଣ ଏମବିବିଏସ ଡାକ୍ତର ପଦ ଖାଲି ପଡିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଅନୁସାରେ ପ୍ରତି ହଜାରେ ଲୋକରେ ଜଣେ ଡାକ୍ତର ରହିବା କଥା। ମାତ୍ର ଏଠାରେ ବ୍ୟତିକ୍ରମ ଦେଖାଦେଇଛି। ସେହିପରି ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୩ଜଣ ଷ୍ଟାଫନର୍ସ, ୨ଜଣ ମହିଳା ସ୍ବାସ୍ଥ୍ୟକର୍ମୀ, ୫ଜଣ ପୁରୁଷ ସ୍ବାସ୍ଥ୍ୟକର୍ମୀ, ୨ଜଣ ଫାର୍ମାସିଷ୍ଟ ଓ ୬ଜଣ ସୁଇପର ପଦ ଖାଲି ଅଛି। ବ୍ଲକର ବାଙ୍କିଘିର୍ଡି, ଶଙ୍କରା ଓ ମହାଦେବପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଶୂନ୍ୟ ରହିଛି। ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ନୂଆ କୋଠା ଓ ରଙ୍ଗ ମାରିଦେଇ ନୂଆ ରୂପ ଦିଆ ଯାଉଥିଲେ ମଧ୍ୟ ବାସ୍ତବତା ହେଲା ଚିକିତ୍ସା କରିବାକୁ ଡାକ୍ତର ନାହାନ୍ତି ।
ବିନିକା ସହର ଓ ବ୍ଳକର ପ୍ରାୟ ୨ଲକ୍ଷ ଜନସାଧାରଣ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ରୋଗୀମାନେ ବହୁ ଆଶା ଓ ବିଶ୍ୱାସ ନେଇ ଆସୁଛନ୍ତି। ମାତ୍ର ଡାକ୍ତର ଅଭାବରୁ ସେମାନଙ୍କୁ ସୁବର୍ଣ୍ଣପୁର, ବୁର୍ଲା ଓ ବଲାଙ୍ଗୀରକୁ ରେଫର କରାଯାଉଛି। ସ୍ଥିତିକୁ ଅନୁଧ୍ୟାନ କଲେ ଅଞ୍ଚଳର ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ସ୍ପଷ୍ଟ ହେଉଛି। ଏଥିପାଇଁ କ୍ୱାକ୍‌ଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ସେମାନେ ଚିକିତ୍ସା ନାଁରେ ସରଳ ଲୋକଙ୍କୁ ଠକୁଛନ୍ତି। ଅନ୍ୟପକ୍ଷେ ସରକାରୀ ଡାକ୍ତରଖାନାରେ ଡାକ୍ତର ନଥିବାରୁ ଗରିବ ଲୋକ କ୍ଲିନିକ୍‌କୁ ଯାଇ ଆଥିର୍ତ୍କ ଶୋଷଣର ଶିକାର ହେଉଛି। ନିକଟରେ ପ୍ରାକ୍ତନ ବିନିକା ବିଧାୟକ ତଥା ଏବର ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ତେଣୁ ବିନିକା ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ତଭଣ୍ଡାର, ଅଲଟ୍ରାସାଉଣ୍ଡ, ଏକ୍ସ-ରେ ଓ ଶଯ୍ୟା ସଂଖ୍ୟା ୬୦କୁ ବୃଦ୍ଧି ତଥା ଡାକ୍ତର ସମସ୍ୟା ଦୂର ପାଇଁ ଅଞ୍ଚଳବାସୀ ଆଶା ରଖିଛନ୍ତି ।

ଜନସାଧାରଣ ଚିକିତ୍ସା ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଗରିବ ଲୋକ ରୋଗରେ ପଡି ହୀନସ୍ତା ହେଉଛି। ମାତ୍ର ରାଜ୍ୟ ସରକାରଙ୍କର ସେଥିପ୍ରତି ଦୃଷ୍ଟି ନାହିଁ। ସ୍ଥାନୀୟ ଜନ ପ୍ରତିନିଧି ଏ ସମ୍ପର୍କରେ ନୀରବତା ଅବଲମ୍ବନ କରୁଛନ୍ତି। ଶୀଘ୍ର ଡାକ୍ତର ପଦବୀ ପୂରଣ ନ ହେଲେ ବିଧାୟକ ଓ ମନ୍ତ୍ରୀଙ୍କୁ ବିରୋଧ କରାଯିବ।
-ପ୍ରଶାନ୍ତ କୁମାର ଡନସେନା, ଆଇନଜୀବୀ

ବିନିକା ସ୍ବାସ୍ଥ୍ୟକେନ୍ଦ୍ର ଓ ଗ୍ରାମାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଡାକ୍ତର ଓ କର୍ମଚାରୀ ନାହାନ୍ତି। ସାଧାରଣ ରୋଗ ପାଇଁ ଚିକିତ୍ସା ମିଳୁନି। ଏହା ଜନସାଧାରଣଙ୍କୁ ବ୍ୟଥିତ କରିଛି। ବିନିକା ହେଉଛି ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଚାକିରି ଜୀବନର ପ୍ରଥମ କର୍ମକ୍ଷେତ୍ର। ତାଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଗଲେ କିଛି ସୁଫଳ ମିଳି ପାରନ୍ତା ।
-ଶୀତଳ ପ୍ରସାଦ ମହାକୁଡ, ବରିଷ୍ଠ ନାଗରିକ

ସ୍ବାସ୍ଥ୍ୟକେନ୍ଦ୍ରରେ ମାନବ ସମ୍ବଳର ଅଭାବ । କଂଗ୍ରେସ ସରକାର ସମୟରେ ଯେଉଁ ପଦବୀ ସୃଷ୍ଟି ହୋଇଥିଲା ସେଥିରେ ଏ ପର୍ଯ୍ୟନ୍ତ କାମ ଚାଲିଛି । ଲୋକସଂଖ୍ୟା ଦୃଷ୍ଟିରୁ ବିନିକା ଡାକ୍ତରଖାନାରେ ୩୩ ଜଣ ଡାକ୍ତର ରହିବ କଥା । ମାତ୍ର ସରକାର ଜଣେ ଡାକ୍ତରଙ୍କୁ ନିଯୁକ୍ତି ନେଇ ସ୍ବାସ୍ଥ୍ୟସେବାର ଉନ୍ନତି କଥା କହୁଛନ୍ତି । ଆଗାମୀ ଦିନରେ ଏଥିପାଇଁ ଆନ୍ଦୋଳନ କରାଯିବ ।
-ରାମ ଗୋପାଳ ହୋତା, ଜିଲା ଛାତ୍ର କଂଗ୍ରେସ କାର୍ଯ୍ୟକାରୀ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୧।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?