୧୩ରେ ରାଜଭବନ ଘେରିବ କଂଗ୍ରେସ
ଢେଙ୍କାନାଳ ଅଫିସ,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଜପା ସରକାର ନିର୍ଦ୍ଦିଷ୍ଟ ଅଳ୍ପ କିଛି ପୁଞ୍ଜିପତିଙ୍କୁ ଭାରତର ସମସ୍ତ ଜାତୀୟ ସମ୍ପତ୍ତି ଟେକି ଦେଇଛନ୍ତି ବୋଲି ଗୁରୁବାର ଢେଙ୍କାନାଳଠାରେ ଜିଲା କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦଳର ପର୍ଯ୍ୟବେକ୍ଷକ ତଥା…
ଜଙ୍ଗଲରୁ ମିଳିଲା ମହିଳା, ପୁରୁଷଙ୍କ ଗଳିତ ମୃତଦେହ
ଖୁଣ୍ଟୁଣୀ,୨୩।୨(ଡି.ଏନ୍.ଏ): କଟକ ଜିଲା ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ ଗୁରୁବାର ଜଣେ ମହିଳା ଏବଂ ପୁରୁଷଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ହେଲେ ଉଭୟଙ୍କ ପରିଚୟ ଜଣାପଡ଼ିନାହିଁ। ତେବେ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ଘଟିଛି ସେନେଇ…
ଗୋପବନ୍ଧୁ ଆମ ପାଇଁ ପ୍ରେରଣାଦାୟୀ: ମୁଖ୍ୟମନ୍ତ୍ରୀ
ସାକ୍ଷୀଗୋପାଳ,୨୩।୨(ଡି.ଏନ୍.ଏ): ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳର ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଆକର୍ଷଣୀୟ ଐତିହ୍ୟ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକାର୍ପଣ କରିଛନ୍ତି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ବଳିଦାନର ଅମ୍ଳାନ୍ ସ୍ମୃତି…
ବିଜୟ ମହାପାତ୍ରଙ୍କ ପୁଅଙ୍କୁ ନେଇ ପାଟକୁରା ରାଜନୀତି ସରଗରମ
ପାଟକୁରା,୨୩ା୨(ଡି.ଏନ୍.ଏ.): ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ନେଇ ପାଟକୁରା ରାଜନୀତି ସରଗରମ ରହିଛି। ନିଜର ଶତାଧିକ ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଯାଇ ଅରବିନ୍ଦ ଗରଦପୁର ବ୍ଲକ ଅଫିସ ଆଗରେ ପ୍ରତିବାଦ ସଭା କରିଛନ୍ତି। ଆବାସ ଯୋଜନାରୁ…
ଧାନ କିଣାଯାଉ ନ ଥିବା ନେଇ ଦାବିପତ୍ର ଦେଲେ ଚାଷୀ
ସୋରଡ଼ା,୨୩ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକର ଏକଲପୁର ପଞ୍ଚାୟତର ୪୦ରୁ ଊର୍ଦ୍ଧ୍ୱ ଚାଷୀ ଗୁରୁବାର ଧାନ କିଣାଯାଉ ନ ଥିବା ଅଭିଯୋଗରେ ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କୁ ୧୬ ଜଣିଆ ଦସ୍ତଖତ ସମ୍ବଳିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ,ଯୋଗାଣ ବିଭାଗ,ଜିଲାପାଳ…
ମେଡିକାଲ କଲେଜକୁ କଲେ ଶରୀର ଦାନ
ବଲାଙ୍ଗୀର ଅଫିସ, ୨୩ା୨: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଫର୍ମାସିଷ୍ଟ ଶୁଭେନ୍ଦ୍ର ନେପାକ ଚାକିରିରୁ ଅବସର ଗ୍ରହଣ ପରେ ଦେଖାଇଛନ୍ତି ମହତାଦର୍ଶ। ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଶିକ୍ଷା ଏବଂ ଗବେଷଣା ପାଇଁ ମୃତ୍ୟୁ ପରେ ସେ ତାଙ୍କ ମରଶରୀରକୁ…
ଅପରାଧୀଙ୍କ ଘରେ ଚଢ଼ିଲା ବୁଲଡୋଜର
ବଲାଙ୍ଗୀର ଅଫିସ,୨୩ା୨: ବଲାଙ୍ଗୀର ସହର ଶାସ୍ତ୍ରୀନଗରଠାରେ ପୋଲିସ ଟିମ୍ ଉପସ୍ଥିତିରେ ପ୍ରଶାସନିକ ଟିମ୍ ଅଭିଯୁକ୍ତ ମନବାହାଦୂର ମଟାରୀଙ୍କ ଘରକୁ ଭାଙ୍ଗିଦେଇଛି। ଏଠାରେ ମୁଖ୍ୟ ରାସ୍ତା କଡରେ ଥିବା ସରକାରୀ ଜମିରେ ଘର କରି ମନବାହାଦୂର ଓ ତାଙ୍କ ପୁଅ ଆପରାଧିକ କାର୍ଯ୍ୟ…
ସରକାରୀ ଜମିରେ ବେଆଇନ ଇଟାଭାଟି
ସଇଁତଳା, ୨୩ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ତହସିଲ ଅଞ୍ଚଳରେ ସରକାରୀ ଜମିରେ ବେଆଇନ ଇଟାଭାଟିମାନ ଗଢି ଉଠିଛି। ସଇଁତଳା ବ୍ଲକର ଟିକ୍ରାପଡ଼ା, ଝିଙ୍କିଡୁଙ୍ଗୁରୀ, କରମତଲା, ଧରପଗଡ଼, କୁମ୍ଭାରୀ, ଡ଼େଙ୍ଗ, ଭଦ୍ରା, ଡୁଙ୍ଗୁରୀପାଲି ଓ ଆମ୍ବପାଲି ପଞ୍ଚାୟତ ଦେଇ ପ୍ରବାହିତ ହୋଇଛି ଲାନ୍ଥନଦୀ…
ଫାର୍ମାସିଷ୍ଟ ଭରସାରେ ରୋଗୀ ସେବା
ଭବାନୀପାଟଣା,୨୩।୨(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ଫେଲ ମାରୁଥିବା ଦେଖିବାକୁ ମିଳୁଛି। ଏବେ ବି ଅନେକ ଡାକ୍ତରଖାନାରେ ଡାକ୍ତର ପଦବୀ ଖାଲି…
ମାଲବନ୍ଧ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଝରଣା ପାଣି
ତେନ୍ତୁଳିଖୁଣ୍ଟି, ୨୩।୨(ଡି.ଏନ୍.ଏ.): ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତର ଡଙ୍ଗାସିଲ ରାଜସ୍ବ ଗ୍ରାମର ମାଲବନ୍ଧ ଗ୍ରାମବାସୀ ପାଣି ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି। ଗ୍ରାମଠାରୁ ଅଧା କି.ମି. ଦୂରରେ ରହୁଥିବା ପର୍ବତ ତଳର ଝରୁଥିବା ପାଣିକୁ ବ୍ୟବହାର କରି ନିଜର ଜୀବନ ନିର୍ବାହ କରୁଛନ୍ତି।…
ବିକାଶଠାରୁ ଦୂରରେ ସ୍ବାଭିମାନ ଅଞ୍ଚଳବାସୀ
ମାଲକାନଗିରି,୨୩ା୨(ଡି.ଏନ୍.ଏ.): ଦେଶ ସ୍ବାଧୀନତା ପ୍ରାପ୍ତିର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏବେ ବି ଆନ୍ଧ୍ର ସୀମାନ୍ତବର୍ତ୍ତୀ ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଅନେକ ଗ୍ରାମ ବିକାଶଠୁ ବହୁ ଦୂରରେ ରହିଛି। କେଉଁଠି ପାନୀୟ ଜଳ ସମସ୍ୟା…
ଋଷିକୂଲ୍ୟା ମୁହାଣରେ ଅଲିଭ୍ ରିଡ୍ଲେଙ୍କ ଗଣଅଣ୍ଡାଦାନ
ଗଞ୍ଜାମ,୨୩ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ମୁହାଣ ବେଳାଭୂମିରେ ଅଲିଭ୍ ରିଡ୍ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଗୁରୁବାର ଆରମ୍ଭ ହୋଇଛି। ପୂର୍ବରୁ ଦୀର୍ଘ ୭ ବର୍ଷ ପରେ ଚଳିତ ବର୍ଷ ଏହି ଅଲିଭ ରିଡ୍ଲେ କଇଁଛମାନେ ଦିନବେଳା (ଦିନରେ…

