ଏପ୍ରିଲ ୧୮ରେ ହାଇକୋର୍ଟରେ ଏକତ୍ର ଶୁଣାଣି ଧାର୍ଯ୍ୟ

ଛତ୍ରପୁର,୨୯।୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ କାଳିପଲ୍ଲୀଠାରେ ପ୍ରସ୍ତାବିତ ସ୍ମାର୍ଟକେମ୍‌ ଟେକ୍ନୋଲୋଜି କମ୍ପାନୀ ବିରୋଧରେ ହାଇକୋର୍ଟରେ ପୁଣି ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି ା ଏହାକୁ ମିଶାଇ ୩ ଟି ମାମଲା ହାଇକୋର୍ଟରେ ରୁଜୁ ହେଲାଣି ା ଉକ୍ତ ମୂଳ କେଶ ସହ ଆଉ ୨ କେଶର ଏକତ୍ରିତ ପରିବର୍ତ୍ତି ଶୁଣାଣି କରିବାକୁ ପାଇଁ ହାଇକୋର୍ଟ ଏପ୍ରିଲ ୧୮ ତାରିଖରେ ଦିନ ଧାର୍ଯ୍ୟ କରିଛନ୍ତି ା ଏନେଇ ଭାରତୀୟ ବିକାଶ ପରିଷଦ ର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ମଙ୍ଗଳବାର ଏକ ପ୍ରେସ ବାର୍ତ୍ତାରେ ସୂଚନା ଦେଇଛନ୍ତି ା କମ୍ପାନୀ ରେଜିଷ୍ଟ୍ରେସନ ପାଇଁ ବିନା ଜନଶୁଣାଣିରେ ଜିଲାପାଳ ଏନଓସି ପ୍ରମାଣପତ୍ର ପ୍ରଦାନ ଓ ମିଥ୍ୟା ରିପୋର୍ଟ, କିଛି ତଥ୍ୟ ଲୁଚାଇ ବିନା ଜନଶୁଣାଣିରେ ପରିବେଶ ପ୍ରମାଣପତ୍ର ବେନିୟମ ଭାବେ ପ୍ରଦାନ କରିଥିବା ଯୋଗୁଁ କମ୍ପାନୀ ବନ୍ଦ କରିବା ପାଇଁ ତୃତୀୟ ମାମଲା ଦାୟର ହୋଇଛି ା ମାଟିଖାଲ ର ଦଣ୍ଡପାଣି ପ୍ରଧାନ ଓ ଗୋପାଳ ପ୍ରଧାନ, ଆର୍ଯ୍ୟପଲ୍ଲୀର ଜି.ଭୀମ ବେହେରା, ଲକ୍ଷ୍ମୀପୁରର ଜେ. ରାଣୀ ଏବଂ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ମାମଲା (ଡବ୍ଲ୍ୟୁପିସି ନଂ-୮୭୮୭/୨୩) ହୋଇଛି ା ଏଥିପୂର୍ବରୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ପ୍ରଥମ ମାମଲା (ଡବ୍ଲ୍ୟୁପିସି ନଂ-୨୯୧୧୫/୨୨) ଏବଂ ବଡପୁଟି, ହରିପୁଣ, ତିଆରବସା , କାଳିପଲ୍ଳୀ ଓ ଅନ୍ୟାନ୍ୟ ଗ୍ରାମବାସୀଙ୍କ ପକ୍ଷରୁ ଦ୍ୱିତୀୟ ମାମଲା (ଡବ୍ଲ୍ୟୁପିସି ନଂ-୮୭୮୫/୨୩) ରୁଜୁ ହୋଇଥିଲା ା ପ୍ରଥମ ମାମଲା ର ଶୁଣାଣି ମାର୍ଚ୍ଚ ୨୩ ତାରିଖରେ ହାଇକୋର୍ଟରେ ଶୁଣାଣି ହୋଇଥିଲା ା ସେଥିରେ ମହକିଲ ଯୁକ୍ତି ବାଢିଥିଲେ ଯେ ୨୦୨୩ ଜାନୁଆରୀ ୧୮ରେ ସମସ୍ତ ପକ୍ଷକୁ କୈଫୟତ ନୋଟିସ ଓ ପିଟିଶନ କପି ଗ୍ରହଣ କରି ଏକମାସ ମଧ୍ୟରେ ଲିଖିତ ଉତ୍ତର ଦେବାକୁ କୁହାଯାଇଥିଲା। ଗଞ୍ଜାମ ଜିଲାପାଳ ଓ କେନ୍ଦ୍ର ସରକାରଙ୍କ ପରିବେଶ ବିଭାଗ ଲିଖିତ ଉତ୍ତର ଦେଇନାହାନ୍ତି ା ଏଥିସହ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ, ଚମାଖଣ୍ଡିରେ କୌଣସି ସ୍ବାର୍ଟକେମ୍‌ ଟେକ୍ନୋଲୋଜି କମ୍ପାନୀ ଅଫିସ ନାହିଁ ବୋଲି ଛତ୍ରପୁର ପୋଷ୍ଟଅଫିସ ନୋଟିସ ଫେରାଇ ଦେଇଥିଲେ। ଏଣୁ ସ୍ମାର୍ଟକେମ୍‌ ଟେକ୍ନୋଲୋଜି ପୁଣେର ମୁଖ୍ୟ କାର୍ଯ୍ୟାଳୟର ଜେନେରାଲ ମ୍ୟାନେଜର ଓ ଚମାଖଣ୍ଡି ବ୍ରାଞ୍ଚ ଅଫିସକୁ ନୋଟିସ ୩ ଦିନ ମଧ୍ୟରେ ରେଜିଷ୍ଟ୍ରି ପୋଷ୍ଟ ମାଧ୍ୟମରେ ପଠାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହାପରେ ସ୍ମାର୍ଟକେମ୍‌ କମ୍ପାନୀ ବିରୋଧରେ ଆଉ ୨ ମାମଲା ଦାୟର ହୋଇଥିବାରୁ ମୂଳ କେଶ ସହିତ ଏହାର ଏକତ୍ରିତ ଶୁଣାଣି ପାଇଁ ଏପ୍ରିଲ ୧୮ ତାରିଖରେ ଦିନ ଧାର୍ଯ୍ୟ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri