ଏପ୍ରିଲ ୧୮ରେ ହାଇକୋର୍ଟରେ ଏକତ୍ର ଶୁଣାଣି ଧାର୍ଯ୍ୟ

ଛତ୍ରପୁର,୨୯।୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ କାଳିପଲ୍ଲୀଠାରେ ପ୍ରସ୍ତାବିତ ସ୍ମାର୍ଟକେମ୍‌ ଟେକ୍ନୋଲୋଜି କମ୍ପାନୀ ବିରୋଧରେ ହାଇକୋର୍ଟରେ ପୁଣି ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି ା ଏହାକୁ ମିଶାଇ ୩ ଟି ମାମଲା ହାଇକୋର୍ଟରେ ରୁଜୁ ହେଲାଣି ା ଉକ୍ତ ମୂଳ କେଶ ସହ ଆଉ ୨ କେଶର ଏକତ୍ରିତ ପରିବର୍ତ୍ତି ଶୁଣାଣି କରିବାକୁ ପାଇଁ ହାଇକୋର୍ଟ ଏପ୍ରିଲ ୧୮ ତାରିଖରେ ଦିନ ଧାର୍ଯ୍ୟ କରିଛନ୍ତି ା ଏନେଇ ଭାରତୀୟ ବିକାଶ ପରିଷଦ ର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ମଙ୍ଗଳବାର ଏକ ପ୍ରେସ ବାର୍ତ୍ତାରେ ସୂଚନା ଦେଇଛନ୍ତି ା କମ୍ପାନୀ ରେଜିଷ୍ଟ୍ରେସନ ପାଇଁ ବିନା ଜନଶୁଣାଣିରେ ଜିଲାପାଳ ଏନଓସି ପ୍ରମାଣପତ୍ର ପ୍ରଦାନ ଓ ମିଥ୍ୟା ରିପୋର୍ଟ, କିଛି ତଥ୍ୟ ଲୁଚାଇ ବିନା ଜନଶୁଣାଣିରେ ପରିବେଶ ପ୍ରମାଣପତ୍ର ବେନିୟମ ଭାବେ ପ୍ରଦାନ କରିଥିବା ଯୋଗୁଁ କମ୍ପାନୀ ବନ୍ଦ କରିବା ପାଇଁ ତୃତୀୟ ମାମଲା ଦାୟର ହୋଇଛି ା ମାଟିଖାଲ ର ଦଣ୍ଡପାଣି ପ୍ରଧାନ ଓ ଗୋପାଳ ପ୍ରଧାନ, ଆର୍ଯ୍ୟପଲ୍ଲୀର ଜି.ଭୀମ ବେହେରା, ଲକ୍ଷ୍ମୀପୁରର ଜେ. ରାଣୀ ଏବଂ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ମାମଲା (ଡବ୍ଲ୍ୟୁପିସି ନଂ-୮୭୮୭/୨୩) ହୋଇଛି ା ଏଥିପୂର୍ବରୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ପ୍ରଥମ ମାମଲା (ଡବ୍ଲ୍ୟୁପିସି ନଂ-୨୯୧୧୫/୨୨) ଏବଂ ବଡପୁଟି, ହରିପୁଣ, ତିଆରବସା , କାଳିପଲ୍ଳୀ ଓ ଅନ୍ୟାନ୍ୟ ଗ୍ରାମବାସୀଙ୍କ ପକ୍ଷରୁ ଦ୍ୱିତୀୟ ମାମଲା (ଡବ୍ଲ୍ୟୁପିସି ନଂ-୮୭୮୫/୨୩) ରୁଜୁ ହୋଇଥିଲା ା ପ୍ରଥମ ମାମଲା ର ଶୁଣାଣି ମାର୍ଚ୍ଚ ୨୩ ତାରିଖରେ ହାଇକୋର୍ଟରେ ଶୁଣାଣି ହୋଇଥିଲା ା ସେଥିରେ ମହକିଲ ଯୁକ୍ତି ବାଢିଥିଲେ ଯେ ୨୦୨୩ ଜାନୁଆରୀ ୧୮ରେ ସମସ୍ତ ପକ୍ଷକୁ କୈଫୟତ ନୋଟିସ ଓ ପିଟିଶନ କପି ଗ୍ରହଣ କରି ଏକମାସ ମଧ୍ୟରେ ଲିଖିତ ଉତ୍ତର ଦେବାକୁ କୁହାଯାଇଥିଲା। ଗଞ୍ଜାମ ଜିଲାପାଳ ଓ କେନ୍ଦ୍ର ସରକାରଙ୍କ ପରିବେଶ ବିଭାଗ ଲିଖିତ ଉତ୍ତର ଦେଇନାହାନ୍ତି ା ଏଥିସହ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ, ଚମାଖଣ୍ଡିରେ କୌଣସି ସ୍ବାର୍ଟକେମ୍‌ ଟେକ୍ନୋଲୋଜି କମ୍ପାନୀ ଅଫିସ ନାହିଁ ବୋଲି ଛତ୍ରପୁର ପୋଷ୍ଟଅଫିସ ନୋଟିସ ଫେରାଇ ଦେଇଥିଲେ। ଏଣୁ ସ୍ମାର୍ଟକେମ୍‌ ଟେକ୍ନୋଲୋଜି ପୁଣେର ମୁଖ୍ୟ କାର୍ଯ୍ୟାଳୟର ଜେନେରାଲ ମ୍ୟାନେଜର ଓ ଚମାଖଣ୍ଡି ବ୍ରାଞ୍ଚ ଅଫିସକୁ ନୋଟିସ ୩ ଦିନ ମଧ୍ୟରେ ରେଜିଷ୍ଟ୍ରି ପୋଷ୍ଟ ମାଧ୍ୟମରେ ପଠାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହାପରେ ସ୍ମାର୍ଟକେମ୍‌ କମ୍ପାନୀ ବିରୋଧରେ ଆଉ ୨ ମାମଲା ଦାୟର ହୋଇଥିବାରୁ ମୂଳ କେଶ ସହିତ ଏହାର ଏକତ୍ରିତ ଶୁଣାଣି ପାଇଁ ଏପ୍ରିଲ ୧୮ ତାରିଖରେ ଦିନ ଧାର୍ଯ୍ୟ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?