ବ୍ରହ୍ମପୁର ରେଳ ଷ୍ଟେଶନର ବିକାଶ, ଟର୍ମିନାଲ ନିର୍ମାଣ ଦାବି

ବ୍ରହ୍ମପୁର ଅଫିସ,୨୯।୩:  ବ୍ରହ୍ମପୁର ରେଳ ଷ୍ଟେଶନର ବିକାଶ, ରେଳ ଟର୍ମିନାଲ ନିର୍ମାଣ ଦାବିରେ ଓଡ଼ିଶା ଡେଭଲପ୍‌ମେଣ୍ଟ୍‌ ଫୋରମ୍‌ ପୂର୍ବତଟ ରେଲୱେ ଉପମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ଓ ସିପିଟିଏମ୍‌(ଚିଫ୍‌ ପାସେଞ୍ଜର ଟ୍ରାନ୍ସପ୍ରୋଟେକ୍‌ଶନ ମ୍ୟାନେଜର) ଜେ.ପି. ମିଶ୍ରଙ୍କ ସହ ଭୁବନେଶ୍ୱର ରେଲୱେ କାର୍ଯ୍ୟାଳୟଠାରେ ଆଲୋଚନା କରିଛନ୍ତି। ଏଥିସହ ଫୋରମ୍‌ ପକ୍ଷରୁ ଉପ ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିଗୁଡିକ ମଧ୍ୟରେ ବ୍ରହ୍ମପୁର ନିକଟବର୍ତ୍ତୀ ଜଗନ୍ନାଥପୁର କିମ୍ବା ସୋରଳରେ ରହଣି ଓ ଛାଡିବା ପାଇଁ ଟର୍ମିନାଲ ନିର୍ମାଣ, ୫ ଓ ୬ନଂ ପ୍ଲାଟଫର୍ମର ନିର୍ମାଣ, ଗରିବ ରଥ ଓ ସବୁ ଟ୍ରେନ୍‌ ରହଣିକୁ ସୁନିଶ୍ଚିତ କରିବା, ପ୍ରତି ପ୍ଲାଟଫର୍ମରେ ଲିଫ୍ଟ ଓ ଡିସ୍‌ପ୍ଲେ ବୋର୍ଡ, ଆଲୋକୀକରଣ, ପାନୀୟ ଜଳ ଓ ଖାଦ୍ୟ ବ୍ୟବସ୍ଥା ସହ ପ୍ଲାଟଫର୍ମ ଏବଂ ଷ୍ଟେଶନ ବାହାରେ ଶୌଚାଳୟ ସ୍ଥାପନ ପାଇଁ ଦାବି ହୋଇଛି।
ଆରମ୍ଭ ହୋଇଥିବା ମେମୁ ଟ୍ରେନ୍‌କୁ ଗୁଣପୁରକୁ ସମ୍ପ୍ରସାରିତ କରାଯିବାକୁ ଦାବି ହୋଇଥିଲା। ତତ୍‌ସହିତ ସ୍ବତନ୍ତ୍ର ମେମୁ ଟ୍ରେନ ଦ୍ୱାରା ବ୍ରହ୍ମପୁରଠାରୁ କଟକ, ଭୁବନେଶ୍ୱର, ପୁରୀ ଓ ବିଶାଖାପାଟଣାକୁ ସଂଯୋଗ କରିବା ପାଇଁ ଦାବି ହୋଇଛି। ଅନ୍ୟପଟେ ବ୍ରହ୍ମପୁର-ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନ ସମୟ ସୀମା ସକାଳ ୬ଟା ୩୦ରୁ କରାଯିବାକୁ ଦାବି ହୋଇଥିଲା। ଏଥିସହ ବହୁ ପ୍ରତୀକ୍ଷିତ ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ, ଗୋପାଳପୁର-ରାୟଗଡା, ଗୋପାଳପୁର-ତାଳଚେର ଭାୟା ତାରାତାରିଣୀ-ବୁଗୁଡା, ଗୁଣପୁର-ରାୟଗଡା, ଜୟପୁର-ମାଲକାନଗିରି-ନବରଙ୍ଗପୁର ରେଳପଥର କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଫୋରମ୍‌ ଦାବି କରିଥିଲା। ଏତଦ୍‌ ବ୍ୟତୀତ ଦକ୍ଷିଣ ଓଡ଼ିଶାର ଇଷ୍ଟଦେବୀ ତାରାତାରିଣୀ ସମେତ ଗଞ୍ଜାମର ବରପୁତ୍ର ଉପେନ୍ଦ୍ର ଭଞ୍ଜ, ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ଚକରା ବିଶୋଇଙ୍କ ନାମରେ ଦୂରଗାମୀ ଟ୍ରେନଗୁଡିକର ନାମକରଣ କରିବା ପାଇଁ ଫୋରମ୍‌ ଦାବି କରିଛି। ଏ ନେଇ ପୂର୍ବତଟ ରେଲୱେ ଉପମହାପ୍ରବନ୍ଧକ ବ୍ରହ୍ମପୁର-ବିଶାଖାପାଟଣା ଇଣ୍ଟରସିଟିର ସମୟ ପରିବର୍ତ୍ତନ ସହ ବ୍ରହ୍ମପୁର-କଟକ ଓ ପୁରୀ ପାଇଁ ଟ୍ରେନ୍‌ ବ୍ୟବସ୍ଥା ଏବଂ ବ୍ରହ୍ମପୁର ଷ୍ଟେଶନରେ କିଛି ଟ୍ରେନର ରହଣିକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶୁ୍ରତି ଦେଇଥିଲେ। ଏହି ଦାବିପତ୍ର ପ୍ରଦାନ ସମୟରେ ଫୋରମ୍‌ ସମ୍ପାଦକ ଭି. ସୋମେଶ୍ୱର ରାଓ, ସହସମ୍ପାଦକ ମାନସ ରଞ୍ଜନ ପାତ୍ର, ବି. ଶଙ୍କର ପାତ୍ରଙ୍କ ସମେତ ପ୍ରବୀଣ ପଟ୍ଟନାୟକ ଓ ବିନୋଦ ସାବତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri