ପ୍ରଥମ ଦିନରେ ଧରାହେଲେ ୮୪ ନାବାଳକ

କଟକ ଅଫିସ୍‌,୨୯ା୩: ରାଜ୍ୟରେ ଦୁର୍ଘଟଣା ରୋକିବାକୁ ମଙ୍ଗଳବାରଠାରୁ ସ୍ବତନ୍ତ୍ର ଡ୍ରାଇଭ୍‌ ଆରମ୍ଭ ହୋଇଛି। ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏବଂ ପୋଲିସର ମିଳିତ ସହଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ପ୍ରଥମ ଦିନରେ ୮୪ଜଣ ନାବାଳକ ଚାଳକ ଧରାପଡ଼ିଛନ୍ତି। ସବୁ ଜିଲାରେ ସକାଳୁ ରାତିଯାଏ ଧରପଗଡ଼ ଚାଲିଥିଲା। ସମସ୍ତ ୮୪ ଜଣ ନାବାଳକଙ୍କ ଗାଡ଼ି ଜବତ କରାଯାଇଛି। ଗାଡ଼ି ମାଲିକଙ୍କ ନାମରେ ୨୫ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ ପାଇଁ ଚାଲାଣ କଟାଯାଇଛି। କେତେକ ଗାଡ଼ି ମାଲିକ ୨୫ ହଜାର ଟଙ୍କା ଜରିମାନା ଦାଖଲ କରି ମଙ୍ଗଳବାର ଗାଡ଼ି ନେଇଥିବା ବେଳେ ଅନ୍ୟମାନଙ୍କ ଗାଡ଼ି ବୁଧବାର ଅଦାଲତଙ୍କୁ ହସ୍ତାନ୍ତର କରାଯିବ ବୋଲି ରାଜ୍ୟ ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ରାଜ୍ୟର ବିଭିନ୍ନ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ପୋଲିସ ସହାୟତାରେ ଚଢ଼ାଉ କରାଯାଇଥିଲା। ବେଆଇନ ଗାଡ଼ି ଚାଳକଙ୍କ ସମେତ ନାବାଳକ ଗାଡ଼ି ଚାଳକଙ୍କୁ ଧରିବା ଉପରେ ଜୋର୍‌ ଦିଆଯାଇଥିଲା। ଧରାପଡ଼ିଥିବା ୮୪ ଜଣ ନାବାଳକଙ୍କ ମଧ୍ୟରୁ ରାଉରକେଲାରେ ୧୧, ଝାରସୁଗୁଡ଼ାରେ ୫, ସମ୍ବଲପୁର ୩, ସୁନ୍ଦରଗଡ଼ ୧, ବାଲେଶ୍ୱର ୯, ଯାଜପୁର ୩, ଚଣ୍ଡିଖୋଲ ୨, ବରଗଡ଼ ୧, ଢେଙ୍କାନାଳ ୩, ଅନୁଗୋଳ ୧, ତାଳଚେର ୧, ବଡ଼ବିଲ ୫, କୋରାପୁଟ ୨, ନବରଙ୍ଗପୁର ୧, ରାୟଗଡ଼ା ୩, କଳାହାଣ୍ଡି ୫, ନୂଆପଡ଼ା ୧, ଗଞ୍ଜାମ ୧୨, ଭଞ୍ଜନଗର ୨, କଟକ ୭, ଭୁବନେଶ୍ୱର(୧) ୫ ଏବଂ ଭୁବନେଶ୍ୱର(୨) ଜଣେ ମିଶି ମୋଟ ୮୪ ଜଣ ଅଛନ୍ତି। କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବେଆଇନ ଗାଡ଼ି ଚାଳକଙ୍କୁ ଧରାଯାଇଛି। ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ୩ଜଣ ଚାଳକ ଧରାପଡ଼ିଛନ୍ତି। ସେମାନଙ୍କ ଗାଡ଼ିଗୁଡ଼ିକୁ ଜବତ କରାଯିବା ସହ ଜରିମାନା ବାବଦରେ ଚାଲାଣ କଟାଯାଇଛି। ଏହାବାଦ୍‌ ବସ୍‌ ଓ ଟ୍ରକ୍‌ ଚାଳକମାନଙ୍କୁ ସଚେତନ କରାଇବା ଲାଗି ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବେହେରା ସୂଚନା ଦେଇଛନ୍ତି। ଅଲ୍‌ ଓଡ଼ିଶା ଟ୍ରକ ଓନର୍ସ ଫେଡେରେଶନର ସଭାପତି ଶରତ ପ୍ରଧାନ, ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ଶତପଥୀ, ମାଲଗୋଦାମ ଟ୍ରକ ମାଲିକ ସଂଘ ସଭାପତି ସୁଜିତ ସେନାପତିଙ୍କ ସମେତ ଚାଳକ, ମାଲିକ ଓ ଏନ୍‌ଜିଓ ପ୍ରତିନିଧିମାନେ ଯୋଗଦେଇ ଜିରୋ ଫାଟାଲିଟି(ଶୂନ ମୃତ୍ୟୁ) ସପ୍ତାହ ପାଳନ ଉପରେ ଚାଳକମାନଙ୍କୁ ସଚେତନ କରାଇବା ନିମନ୍ତେ ଅବଗତ ହୋଇଥିଲେ। ସେହିପରି ଅଲ୍‌ ଓଡ଼ିଶା ବସ୍‌ ଓନର୍ସ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, କଟକ ଘରୋଇ ବସ୍‌ ମାଲିକ ସଂଘ ସଭାପତି ପ୍ରିୟବ୍ରତ ତ୍ରିପାଠୀ, ସାଧାରଣ ସମ୍ପାଦକ ନିରଞ୍ଜନ ସାହୁ, ଟ୍ରାଫିକ ଏସିପି ସୁଶାନ୍ତ ସିଂହ, ଏମ୍‌ଭିଆଇ ବିଶ୍ୱଜିତ ଦାଶ ପ୍ରମୁଖ ବସ୍‌ ପରିବହନ କ୍ଷେତ୍ରରେ ଜିରୋ ଫାଟାଲିଟି ଉପରେ ଗୁରୁତ୍ୱାରୋପ କରିଥିଲେ।
ପ୍ରକାଶ ଯେ, ନାବାଳକ ଗାଡ଼ି ଚଳାଇବା ଧରାପଡ଼ିଲେ ସେମାନଙ୍କୁ ୨୫ବର୍ଷ ହେବା ପର୍ଯ୍ୟନ୍ତ ଲାଇସେନ୍ସ ପ୍ରଦାନ ଉପରେ ରୋକ ଲଗାଯିବା ସହ ଅଭିଭାବକଙ୍କ ଠାରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ସୋମବାର ରାଜ୍ୟ ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲ୍‌ ମୋହନ ସେଠୀ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri