ଫୁଲବାଣୀ ଅଫିସ, ୨୯।୩: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଥିବା କିଓସ୍କ ବ୍ୟାଙ୍କି ସଂସ୍ଥା ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ଉଠାଇ ନେଇଛି ା ବାୟୋମେଟ୍ରିକ ପଦ୍ଧତି ଜରିଆରେ ୨୦ ରୁ ଅଧିକ ଗ୍ରାହକଙ୍କ ୭ ଲକ୍ଷରୁ ଅଧିକ ଟଙ୍କା ଠକି ନିଆଯାଇଛି। ଘଟଣା ଜଣାପଡିବା ପରେ କିଓସ୍କ ବ୍ୟାଙ୍କକୁ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ ବନ୍ଦ କରି ଦେଇଛନ୍ତି ା ହିତାଧିକାରୀମାନେ ଘଟଣା ସଂକ୍ରାନ୍ତରେ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ା ଫୁଲବାଣୀ ସହର ଅମଲାପଡାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଜନସେବା କେନ୍ଦ୍ରରେ କିଓସ୍କ ବ୍ୟାଙ୍କିଙ୍ଗ ଚାଲିଥିଲା। ଏହାର ସ୍ବତ୍ତ୍ୱାଧିକାର ରମାକାନ୍ତ ଦିଗାଲଙ୍କ ନାମରେ ରହିଛି ା ଏହି କିଓସ୍କ ବ୍ୟାଙ୍କରେ ପାଖାପାଖି ୬ ମାସ ଧରି ଏଭଳି ଠକେଇ ଚାଲିଛି। କିଛି ଦିନ ପୂର୍ବରୁ ନରେନ୍ଦ୍ର ବେହେରା ନାମକ ଜଣେ ଗ୍ରାହକ ଟଙ୍କା ଜମା କରିବା ପାଇଁ ଉକ୍ତ ବ୍ୟାଙ୍କକୁ ଯାଇ ବିଭିନ୍ନ ସମୟରେ ବାୟୋମେଟ୍ରିକ ବ୍ୟବସ୍ଥା ମାଧ୍ୟମରେ ୧୨ହଜାର ୫୦୦ ଟଙ୍କା ଜମା କରିଥିଲେ। ନରେନ୍ଦ୍ରଙ୍କ ଜମା ଖାତା ଅପଡେଟ ପାଇଁ କିଓସ୍କ ବ୍ୟାଙ୍କ କର୍ମଚାରୀ ରଖି ଦେଇଥିଲେ। ବହୁବାର ଖାତା ପାଇଁ ନରେନ୍ଦ୍ର ଦୌଡିବା ପରେ କିଓସ୍କ ବ୍ୟାଙ୍କ କର୍ମଚାରୀ ଖାତା ଅପଡେଟ ହୋଇ ପାରୁ ନାହିଁ କହି ଫେରାଇ ଦେଇଥିଲେ। ଖାତା ବ୍ୟାଙ୍କରେ ଅପଡେଟ କରିବା ବେଳେ ତାଙ୍କ ଆକାଉଣ୍ଟରୁ ୭୦ ହଜାର ଟଙ୍କା ହଡ଼ପ ହୋଇଥିବା ଜାଣିବା ପରେ ସେ ଟାଉନ ଥାନାରେ ଏତଲା ଦେଇଥିଲେ। ସେହିପରି ଅମେରେଶ କହଁର, ସ୍ନିଗ୍ଧାରାଣୀ ଦିଗାଲ, ମମତା ବେହାରା, ଜୟନ୍ତି ସେଠି, ରୁନି ମଲିକ, ପୂର୍ଣ୍ଣଚନ୍ଦ୍ର ଚନ୍ଦ୍ର ବେହେରା, ଗଣେଷ ଦେହୁରୀ, ସୁନିତା କହଁରଙ୍କ ଆଦି ହିତାଧିକାରୀଙ୍କ ଆକାଉଣ୍ଟରୁ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଉଠାଣ ହୋଇଛି। ବ୍ୟାଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି କିଓସ୍କ ରମାକାନ୍ତ ଦିଗାଲଙ୍କ ନାମରେ ଥିବା ବେଳେ ତାଙ୍କ ସ୍ତ୍ରୀ ସରସ୍ବତୀ ଏହାକୁ ଚଳାଉଥିଲେ। ଠକାମୀ ନେଇ ସୂଚନା ମିଳିବା ପରେ ଏହି କିଓସ୍କ ବ୍ୟାଙ୍କର ଆଇଡି ବ୍ଲକ କରାଯିବା ସହ କିଓସ୍କ ସାମନାରେ ନୋଟିସ ମରାଯାଇଛି ବୋଲି ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ପରିଚାଳକ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି ା ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରିଙ୍କୁ ପଚାରିବାରୁ ସରସ୍ବତୀ ଟଙ୍କା ସହ ନିଖୋଜ ହୋଇ ଯାଇଥିବା ନେଇ ସ୍ବାମୀ ରମାକାନ୍ତ ଗତ ୨୪ ତାରିଖରେ ଥାନାରେ ଏତଲା ଦେଇଛନ୍ତି। ଘଟଣାର ତଦନ୍ତ ଚାଲୁ ରହିଛି ବୋଲି କହିଛନ୍ତି ା
Posted inHome Left, ଆମ ଜିଲା ଖବର, କନ୍ଧମାଳ View All
ଦିଲ୍ଲୀ-ଏନ୍ସିଆର୍ରେ ଭୂକମ୍ପ ଝଟ୍କା: ଭୟରେ ଘରୁ ବାହାରି ଆସିଲେ ଲୋକେ
ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍ସିଆର୍ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍ରେ…
BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ
ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…
ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ
ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…
ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ
ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…
ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍ରେ
ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…
ଭିଏଚ୍ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ
ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍ଘାଟନୀ…
ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ
ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…
ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ
ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

