ଆମ ଜିଲା ଖବର

ଅନୁଗୋଳରେ ଗଢ଼ାହେଲା କ୍ୟାମ୍ପସ୍‌ କମିଟି

ଅନୁଗୋଳ ଅଫିସ, ୨୬।୧୦: ଦୀର୍ଘ ୪ ବର୍ଷ ହେବ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇ ନ ଥିବା ବେଳେ ଚଳିତବର୍ଷ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନୂତନ କ୍ୟାମ୍ପସ୍‌ କମିଟିମାନ ଗଢ଼ା ହେଉଛି। ଏଥିରେ…

ନିଶା ପାଇଁ ହେଉଛି ହତ୍ୟା

ବ୍ରହ୍ମପୁର ଅଫିସ,୨୬।୧୦: ଗଞ୍ଜାମ ଜିଲାରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଛି। ମଦ, ଗଞ୍ଜେଇ, ବ୍ରାଉନ୍‌ସୁଗାର ଭଳି ନିଶା କବଳରେ ପଡ଼ି ବହୁ ଲୋକ ବିପଥଗାମୀ ହେଉଛନ୍ତି। ପରିସ୍ଥିତି ଏମିତି ହେଉଛି, ନିଶାସକ୍ତମାନେ ନିଶା ସେବନ ପାଇଁ ହତ୍ୟା କରିବାକୁ…

୩ ବର୍ଷ ନ ପୂରୁଣୁ ରାସ୍ତା ଫାଟି ଆଁ

ବୁଗୁଡ଼ା,୨୬।୧୦(ଡି.ଏନ.ଏ.): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା ୩ ବର୍ଷ ନ ପୁରୁଣୁ ଫାଟି ଆଁ ହୋଇଗଲାଣି। ଏମିତି ଅବସ୍ଥା ଦେଖିବାକୁ ମିଳିଛି ବୁଗୁଡ଼ା ବୁଦ୍ଧଖୋଲ ରାସ୍ତାଠାରୁ ଆଦିପୁର ଗ୍ରାମକୁ ସଂଯୋଗ କରିବା ପାଇଁ…

ଗାଁରେ ହସ ଲିଭାଇଛି କିଡ୍‌ନୀ ରୋଗ

ଫୁଲବାଣୀ ଅଫିସ, ୨୬।୧୦: କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ସୁଡ୍ରୁକୁମ୍ପା ପଞ୍ଚାୟତ ରାଣୀପଥର ଗାଁରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଅଧିକାଂଶ ଆକ୍ରାନ୍ତ ହେଉଛନ୍ତି ପୁରୁଷ ା ଆଶା ଆଶଙ୍କାରେ ପ୍ରତି ମୁହୂର୍ତ୍ତ କଟୁଛି। ରାଣୀପଥର ଗାଁର ନୂଆସାହି, ବଙ୍ଗଳା ସାହି,…

ବିଜେଡି ମିଶ୍ରଣ ନାଁରେ ବିଭ୍ରାନ୍ତ କରୁଛି: ଭାଜପା

ଧାମନଗର,୨୬।୧୦ (ସ୍ବ.ପ୍ର./ଡି.ଏନ.ଏ.):  ଧାମନଗର ନିର୍ବାଚନମଣ୍ଡଳୀ ଭାଜପା କର୍ମୀଙ୍କ ଦଳ ଛାଡ଼ିବା ପ୍ରସଙ୍ଗ ତଥା ବିଜେଡିରେ ଭାଜପାର କର୍ମୀ, ସମର୍ଥକଙ୍କ ଯୋଗଦାନ ଘଟଣାକୁ ଖଣ୍ଡନ କରିଛି ଭାଜପା। ଭାଜପା ଧାମନଗର ବ୍ଲକ ଶହୀଦନଗରଠାରେ ସୋମବାର ଅପରାହ୍ନରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଏଭଳି…

ଗୋଠ ପୂଜା ପରେ ଅଣ୍ଡା ଉପରେ ଚାଲିଲେ ଗୋରୁ

କେନ୍ଦୁଝର/ପାଟଣା,୨୬।୧୦(ସ୍ବ.ପ୍ର.):  କାଳୀପୂଜା ବା ଦୀପାବଳିକୁ ଅନେକେ ବାଣ ଫୁଟାଇ, ବିଭିନ୍ନ ପ୍ରକାର ଆଲୋକରେ ସଜାଇ ପାଳନ କରିଥାନ୍ତି। କୁଡୁମୀ ତଥା ଅନ୍ୟ କେତେକ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏହାକୁ ଧୁମ୍‌ଧାମ୍‌ରେ କୃଷିଭିତ୍ତିକ ବାନ୍ଦନା ପରବ ଭାବେ ପାଳନ କରିଛନ୍ତି। ଏହାକୁ ମଧ୍ୟ…

ନିର୍ମାଣ କାର୍ଯ୍ୟ ମାସେ ନ ପୂରୁଣୁ ରାସ୍ତାରେ ଫାଟ

ନିମାପଡ଼ା,୨୬।୧୦(ଡି.ଏନ୍‌.ଏ.): ନିର୍ମାଣ କାର୍ଯ୍ୟ ମାତ୍ର ୧ ମାସ ନ ପୂରୁଣୁ ରାସ୍ତା ଫାଟି ଦୁଇ ଫାଳ ହୋଇଯାଇଥିବା ଦେଖିବାକୁ ମିଳିଛି। ରାସ୍ତା କାର୍ଯ୍ୟ ନିମ୍ନମାନର ଏବଂ ଏଥିରେ ବ୍ୟାପକ ଅନିୟମିତତା କରାଯାଇଥିବା ନେଇ ନିମାପଡ଼ା ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। ବ୍ଲକ…

ପୂର୍ବ ଶତ୍ରୁତାକୁ ନେଇ ଗୁଳି, ବୋମାମାଡ଼

ପିପିଲି,୨୬।୧୦(ଡି.ଏନ୍‌.ଏ./ସ୍ବ.ପ୍ର.): ପୁରୀ ଜିଲା ପିପିଲି ଅଞ୍ଚଳରେ ସୋମବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଓ ବୋମାମାଡ଼ ହୋଇଛି। ପ୍ରଥମେ ପିପିଲି ଏନ୍‌ଏସି ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିବାବେଳେ ଏଥିରେ ସ୍ଥାନୀୟ ଉଜାଣିପଡା ଗ୍ରାମର ସନାତନ ପ୍ରଧାନ ଓରଫ ସାନୁ ଗୁରୁତର…

ମାଓବାଦୀ-ଯବାନ ଗୁଳି ବିନିମୟ

ନୂଆପଡ଼ା ଅଫିସ,୨୬।୧୦: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଉଭୟଙ୍କ ମଧ୍ୟରେ ୨ ଥର ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ। ସ୍ଥାନୀୟ ଅଞ୍ଚଳରେ…

ମୃତ ଗାଈକୁ ଘୋଷାଡ଼ିଲା ଏନ୍‌ଏଚ୍‌ଏଆଇ ଗାଡ଼ି

ଛତ୍ରପୁର,୨୬ା୧୦(ଡି.ଏନ୍‌.ଏ.): ହିନ୍ଦୁ ଧର୍ମରେ ଗୋମାତାଙ୍କୁ ପୂଜା କରାଯାଉଥିବା ବେଳେ ଏକ ମୃତ ଗାଈକୁ ଗାଡ଼ି ପଛରେ ବାନ୍ଧି ଘୋଷାଡ଼ି ନିଆଯିବା ଦୃଶ୍ୟ ଆଘାତ ଦେଇଛି। ଗଞ୍ଜାମ ଜିଲା ଛତ୍ରପୁର ବାଇପାସ୍‌ ଜାତୀୟ ରାଜପଥରେ ଏପରି ଦୃଶ୍ୟ ଦେଖାଯାଇଛି। ଏହାର ଭିଡିଓ ପାଇବା…

ଜଣେ ଫାର୍ମାସିଷ୍ଟ, ଏକାଧିକ ଦୋକାନ

ଯାଜପୁର ଅଫିସ,୨୬ା୧୦: ଡ୍ରଗ୍ସ ଏବଂ କସ୍‌ମେଟିକ୍ସ ଆକ୍ଟ-୧୯୪୦ର ଧାରା ୬୫(୨), ୬୩(୩)(୧) ଏବଂ ୬୫(୯)(ଏ)ର ଉଲ୍ଲଂଘନ କରି କେତେଜଣ ଖୁଚୁରା ଏବଂ ହୋଲ୍‌ସେଲର ଔଷଧ ବିକ୍ରି କରୁଛନ୍ତି। ଏଥିରେ ସମ୍ପୃକ୍ତ ଡ୍ରଗ୍ସ ଇନ୍ସପେକ୍ଟରମାନେ ଜାଣିଶୁଣି ହାତବାନ୍ଧି ବସିଛନ୍ତି। ଏପରି କି ଫାର୍ମାସିଷ୍ଟମାନଙ୍କ…

ପଟିଆମାଳ ଜଙ୍ଗଲରୁ ଦନ୍ତାର ମୃତଦେହ ଠାବ

ଟାଙ୍ଗୀ(ଖୋର୍ଦ୍ଧା)/ନିରାକାରପୁର,: ୨୬ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନ ବିଭାଗ ରେଞ୍ଜ୍‌ ଅଧୀନ ପଟିଆମାଳ ଜଙ୍ଗଲରେ ସୋମବାର ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ବନ ବିଭାଗର ଏକ ଟିମ୍‌ ଓ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚିଥିଲେ। ହାତୀର ବ୍ୟବଚ୍ଛେଦ ପରେ ଉକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri