ପଞ୍ଚଲିଙ୍ଗେଶ୍ୱର ସଂରକ୍ଷିତ ଜଙ୍ଗଲରେ ବିଦେଶୀ ପକ୍ଷୀ ପାଏଡ଼ ଥ୍ରଶ

ନୀଳଗିରି,୧୭ା୪(ସ୍ବ.ପ୍ର.): ଓଡ଼ିଶାରେ ପ୍ରଥମ କରି ବାଲେଶ୍ୱର ଜିଲା ପଞ୍ଚଲିଙ୍ଗେଶ୍ୱରର ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ବିଦେଶୀ ପକ୍ଷୀ ପାଏଡ଼ ଥ୍ରଶ। ଏହାକୁ ବିଶିଷ୍ଟ ପକ୍ଷୀବିତ୍‌ ଓ କୁଲଡ଼ିହା ଗାଇଡ୍‌ ମନୋରଞ୍ଜନ ଦାସ ଚିହ୍ନଟ କରିଛନ୍ତି। ଏହି ପକ୍ଷୀର ଉଭୟ ପୁରୁଷ ଓ ମହିଳା ଦେଖିବାକୁ ମିଳିଛି। କୁଲଡ଼ିହା ପକ୍ଷୀ ସାରଣୀରେ ଆଉ ଏକ ବିଦେଶୀ ପକ୍ଷୀ ଯୋଡ଼ି ହୋଇଛି।
ପାଏଡ ଥ୍ରଶର ବୈଜ୍ଞାନିକ ନାମ ହେଉଛି ଗିଓକିଚଲା ୱାର୍ଡ଼ି ଓ ଏହା ଥ୍ରଶ ଫ୍ୟାମିଲିର ଅନ୍ତର୍ଭୁକ୍ତ। ଏହି ଥ୍ରସର ପୁରୁଷମାନେ ୨୨ସେମି ସ୍ପଷ୍ଟ ଭାବରେ କଳା ଏବଂ ଧଳା। ଉପର ଭାଗରେ ମୁଖ୍ୟତଃ କଳା, ପେଟ ପାଖରେ ମାଛ କାତି ପରି କଳା ଧଳା ରଙ୍ଗର ଆବରଣ ରହିବା ସହିତ ଆଖି ଉପରେ, ଡେଣା ଏବଂ ଲାଞ୍ଜ ଉପରେ ଧଳାର ପଟି ରହିଥାଏ, ଏହା ସହ ଗୋଡ଼ ହଳଦିଆ ରଙ୍ଗ ହୋଇଥାଏ। ନାରୀ ପକ୍ଷୀ ତଥା କିଶୋର ମାନେ ଦେଖିବାକୁ ପ୍ରାୟ ସମାନ ରହିବା ସହ ବାଦାମୀ ରଙ୍ଗ ଓ ଫିକା ବାଦାମୀ ରଙ୍ଗ ହୋଇଥାଏ। ଥଣ୍ଟଟି ସମ୍ପୂର୍ଣ୍ଣ ବଙ୍କା ହୋଇ ନ ଥାଏ। ଏହି ପକ୍ଷୀ ସାଧାରଣତଃ ଗ୍ରୀଷ୍ମ କାଳରେ ହିମାଳୟ ପାଦଦେଶ ତଥା ନେପାଳରେ ଖୁବ୍‌ ଅଧିକ ଦେଖିବାକୁ ମିଳିଥାଏ। ଏହାସହ ସେ ଶୀତ କାଳରେ ଦକ୍ଷିଣ ତଥା ଶ୍ରୀଲଙ୍କାରେ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ଏମାନେ ପ୍ରାୟତଃ ଏକ ଓ ସାଙ୍ଗ ହୋଇ ଖାଦ୍ୟ ଅନୁସନ୍ଧାନ କରିଥାନ୍ତି। ଏମାନେ କୀଟ, ପତଙ୍ଗ ଏବଂ ଫଳ ଖାଇବାକୁ ଅଧିକ ପସନ୍ଦ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri