୨ ନଡ଼ିଆ ଭୋଗ ପାଇଁ ୫ଶହ ଟଙ୍କା ଦକ୍ଷିଣା

ନୟାଗଡ଼ ଅଫିସ/ଓଡ଼ଗାଁ,୧୭।୪(ସ୍ବ.ପ୍ର.)ନୟାଗଡ଼ ଜିଲା ଓଡ଼ଗାଁର ରଘୁନାଥ ମନ୍ଦିରରେ ୨ଟି ନଡ଼ିଆ ଭୋଗ କରିବା ପାଇଁ ଭକ୍ତଙ୍କୁ ୫୦୦ ଟଙ୍କା ଦକ୍ଷିଣା ବାବଦରେ ମଗାଯାଇଥିବା ଅଭିଯୋଗ ହୋଇଛି । ଭକ୍ତ ୩୦୦ ଟଙ୍କା ଯାଚିବା ଓ ୫୦୦ ଟଙ୍କା ଦେଇ ପାରିବ ନାହିଁ ବୋଲି ଅସହାୟତା ପ୍ରକାଶ କରିବା ପରେ ବି ସେବାସୀ ଭୋଗ ନ କରି ଭକ୍ତଙ୍କୁ ଫେରାଇ ଦେଇଛନ୍ତି। ଶେଷରେ ଭକ୍ତ ଠାକୁରଙ୍କୁ ନିଜର ଦୁଃଖ ଜଣାଇ ବେଢ଼ାରେ ନଡ଼ିଆ ରଖି ଫେରିଛନ୍ତି । ଏଭଳି ଘଟଣା ସୋସିଆଲ ମିଡ଼ିଆରେ ପୋଷ୍ଟ ହେବା ପରେ ଓଡ଼ଗାଁ ମନ୍ଦିରର ସେବାସୀଙ୍କ ଦୌରାତ୍ମ୍ୟକୁ ନେଇ ସମାଲୋଚନା କରାଯିବା ସହ ସାଧାରଣରେ ଅସନ୍ତୋଷ ଓ ଉଦ୍‌ବେଗ ପ୍ରକାଶ ପାଇଛି । ଅନ୍ୟପକ୍ଷେ ମନ୍ଦିରରେ ଭକ୍ତଙ୍କୁ ଜୋରଜବରଦସ୍ତ ଦକ୍ଷିଣା ମାଗିବା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।
ସୋସିଆଲ ମିଡ଼ିଆରେ ପୋଷ୍ଟ ଅନୁସାରେ ବିଷ୍ଣୁ ଚରଣ ନାୟକଙ୍କ ଗାଁର ଜଣେ ବ୍ୟକ୍ତି ନିଜର ଛୋଟ ପୁଅକୁ ନେଇ ଓଡ଼ଗାଁର ରଘୁନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ମାନସିକ କରିଥିଲେ । ହେଲେ ଠାକୁର ଦର୍ଶନ ପାଇଁ ଅର୍ଥ ଅଭାବ ଯୋଗୁ ଯାଇ ପାରୁ ନ ଥିଲେ । ଏକଥା କହିବା ପରେ ୨ ଜଣ ସାଙ୍ଗଙ୍କ ସହ ସେହି ବାପ ପୁଅଙ୍କୁ ନେଇ ବିଷ୍ଣୁ ଚରଣ ଓଡ଼ଗାଁ ରଘୁନାଥଙ୍କୁ ୩ ଦିନ ତଳେ ଦର୍ଶନ କରିବାକୁ ଯାଇଥିଲେ । ଠାକୁର ଦର୍ଶନ ପାଇଁ ସମସ୍ତେ ମନ୍ଦିରକୁ ଗଲେ । ନିଜ ସୁବିଧା ଅନୁସାରେ ଠାକୁର ଦର୍ଶନ କଲେ । ତେବେ ବିଷ୍ଣୁ ଦର୍ଶନ କରି ଫେରିବାବେଳକୁ ମାନସିକଧାରୀ ବ୍ୟକ୍ତି ନଡ଼ିଆ ଭୋଗ ନ କରି ପାରି ନିଜର ଦୁଃଖ କହିଥିଲେ । ନଡ଼ିଆ ୨ଟା ଭୋଗ କରିବାକୁ ସେବାସୀ ୫୦୦ ଟଙ୍କା ମାଗିଥିଲେ । ଏତେ ଟଙ୍କା ଦେଇ ପାରିବେନି, କେଉଁଠୁ ଏତେ ଟଙ୍କା ଆଣିବେ ବୋଲି କହିବା ସହ ୩୦୦ ଟଙ୍କା ଦେବେ ବୋଲି କହିଥିଲେ । ହେଲେ ସେବାସୀ ୫୦୦ ଟଙ୍କାରୁ କମ ହେବନି କହି ରୋକଠୋକ୍‌ ଏଡାଇ ଯାଇଥିଲେ। ଏହାପରେ ମାନସିକଧାରୀ ବେଢ଼ାରେ ନଡ଼ିଆ ରଖି ଫେରିଥିଲେ । ଘଟଣା ସମ୍ପର୍କରେ ବିଷ୍ଣୁ ଓ ତାଙ୍କର ସାଙ୍ଗମାନେ ମନ୍ଦିର ସୁପରଭାଇଜରଙ୍କୁ ଅବଗତ କରିଥିଲେ ମଧ୍ୟ ସୁଫଳ ପାଇ ନ ଥିଲେ । ବିଷ୍ଣୁ କରିଥିବା ଭୋଗ ମାନସିକଧାରୀଙ୍କୁ ଦେଇ ଗାଁକୁ ଫେରିଥିଲେ। ବିଷ୍ଣୁଙ୍କ ଏଭଳି ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏନେଇ ଉପଜିଲାପାଳ ଶକ୍ତିକାନ୍ତ ରାୟ କୁହନ୍ତି, ଏଭଳି ଅଭିଯୋଗ ପାଇଛି। ନୟାଗଡ଼ ବିଧାୟକ ଅଭିଯୋଗ ସମ୍ପର୍କରେ ଅବଗତ କରାଇଛନ୍ତି। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?