ମହିଳାଙ୍କ ୧୨.୨୫ ଲକ୍ଷ ଋଣ ଟଙ୍କା ଆତ୍ମସାତ୍‌

ସୋନପୁର,୧୭।୪(ନି.ପ୍ର.): ମହିଳାଙ୍କ ଋଣ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ନିଉ ଅପର୍ଚୁନିଟି କନ୍‌ସଲଟାନ୍ସି ପ୍ରାଇଭେଟ୍‌ ଲିମିଟେଡ୍‌ ସୋନପୁର ଶାଖାର ପ୍ରାକ୍ତନ ପରିଚାଳକ ବିଭୁ ରଞ୍ଜନ ଦେହୁରୀ(୩୧)ଙ୍କୁ ସୋନପୁର ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ବିଭୁ ରଞ୍ଜନଙ୍କ ଘର ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ଅଇଁଳାଛାଟ ଅଞ୍ଚଳରେ । ନିଉ ଅପର୍ଚୁନିଟି କନ୍‌ସଲଟାନ୍ସି ପ୍ରାଇଭେଟ୍‌ ଲିମିଟେଡ ନାମକ ଅର୍ଥ ଲଗାଣକାରୀ ସଂସ୍ଥାର ମୁଖ୍ୟାଳୟ ମୁମ୍ବାଇରେ ଥିବା ବେଳେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ଏହାର ଶାଖା କାର୍ଯ୍ୟାଳୟ ଥିଲା । ଏହି ସଂସ୍ଥା ମହିଳାଙ୍କୁ ଗ୍ରୁପ୍‌ ଜରିଆରେ ଋଣ ପ୍ରଦାନ କରି ସୁଧ ସହିତ ଆଦାୟ କରୁଥିଲା । ସଂସ୍ଥାର ଶାଖା କାର୍ଯ୍ୟାଳୟ ପରବର୍ତ୍ତୀ ସମୟରେ ବୀରମହାରାଜପୁରରୁ ସୋନପୁର ସହରକୁ ଉଠି ଆସିଥିଲା। ଗ୍ରାମାଞ୍ଚଳର ନିରୀହ ମହିଳାମାନେ ୩ ରୁ ୪ ଜଣିଆ ଗୋଷ୍ଠୀ କରି ଏହି ଅଣ ବ୍ୟାଙ୍କିଙ୍ଗ୍‌ ସଂସ୍ଥାରୁ ୩୦ ରୁ ୩୫ ହଜାର ଟଙ୍କା ଲେଖାଏ ଋଣ ନେଇଥିଲେ। ଠିକ୍‌ ସମୟରେ ଋଣ ପରିଶୋଧ ମଧ୍ୟ କରୁଥିଲେ । ତେବେ ଶାଖା ପରିଚାଳକ ବିଭୁ ରଞ୍ଜନ କାଗଜପତ୍ର ନେଇ ଋଣ ମଞ୍ଜୁର କରିଥିଲେ ମଧ୍ୟ ୩୪ ଜଣ ମହିଳାଙ୍କୁ ଟଙ୍କା ପ୍ରଦାନ ନ କରି ନିଜେ ୧୦ଲକ୍ଷ ୪୬ହଜାର ୧୦୧ଟଙ୍କା ଆତ୍ମସାତ କରିଥିଲେ। ସେହିଭଳି ୧୨ଜଣ ମହିଳା ଋଣ ପରିଶୋଧ କରିଥିବା ୧ଲକ୍ଷ ୭୯ହଜାର ୫୦୬ଟଙ୍କାକୁ ଆତ୍ମସାତ କରିଥିଲେ ବୋଲି ସୁବର୍ଣ୍ଣପୁର ଏସ୍‌ପି ଅମରେଶ କୁମାର ପଣ୍ଡା ରବିବାର ସୋନପୁର ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏପରିକି ମହିଳା ଗ୍ରାହକଙ୍କ ଏଟିଏମ୍‌ କାର୍ଡ ରଖି ବିଭୁ ରଞ୍ଜନ ନିଜେ ଟଙ୍କା ଉଠାଇ ନେଉଥିଲେ। ଏ ସମ୍ପର୍କରେ ଜଣାପଡିବା ପରେ ନିଉ ଅପର୍ଚୁନିଟି କନ୍‌ସଲଟାନ୍ସି ପ୍ରାଇଭେଟ୍‌ ଲିମିଟେଡର ଆଞ୍ଚଳିକ ପରିଚାଳକ ଖୋର୍ଦ୍ଧା ଜିଲା ବୋଲଗଡ ଥାନା କୁଶପଲ୍ଲା ଅଞ୍ଚଳର ବିପିନ କୁମାର ସାହୁ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସାହୁ ଗତ ମାର୍ଚ୍ଚ ୩ ତାରିଖରେ ଅଭିଯୋଗ କରିଥିଲେ ଯେ, ମୋଟ ୧୨ଲକ୍ଷ ୨୫ହଜାର ୬୦୭ଟଙ୍କା ପ୍ରାକ୍ତନ ପରିଚାଳକ ଦେହୁରୀ ଆତ୍ମସାତ କରିଛନ୍ତି। ସୋନପୁର ଥାନାରେ ୪୭/୨୩ ମୂଳେ ଏକ ମାମଲା ରୁଜୁ ହୋଇଥିଲା । ସୋନପୁର ଆଇଆଇସି କୃଷ୍ଣଚନ୍ଦ୍ର ମେହେର ମାମଲାର ତଦନ୍ତ ଜାରି ରଖିଥିଲେ । ତେବେ ଅଭିଯୁକ୍ତ ବିଭୁ ରଞ୍ଜନ ଫେରାର ହୋଇ ଯାଇଥିଲେ । ଶେଷରେ ତାଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ଏହା ପୋଲିସ ପାଇଁ ବଡ ସଫଳତା । ତେବେ ମହିଳାମାନେ ଅଣ ବ୍ୟାଙ୍କିଙ୍ଗ୍‌ ସଂସ୍ଥାରୁ ଟଙ୍କା ଋଣ ନେବା ଓ ଋଣ ପରିଶୋଧ କରିବା ସମୟରେ ରସିଦ୍‌ ଓ ଅନ୍ୟାନ୍ୟ କାଗଜପତ୍ର ଭଲ ଭାବେ ଯାଞ୍ଚ କରିବାକୁ ଏସ୍‌ପି ପଣ୍ଡା ପରାମର୍ଶ ଦେଇଛନ୍ତି । ଏହି ଖବରଦାତା ସମ୍ମିଳନୀରେ ସୋନପୁର ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଓ ସୋନପୁର ଆଇଆଇସି କୃଷ୍ଣଚନ୍ଦ୍ର ମେହେର ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri