ଆମ ଜିଲା ଖବର

ରହସ୍ୟ ଘେରରେ ସରପଞ୍ଚ ଦୀପାଙ୍କ ମୃତ୍ୟୁ

ସାକ୍ଷୀଗୋପାଳ,୧୩।୩(ସ୍ବ.ପ୍ର.): ପୁରୀ ଜିଲା ନିମାପଡ଼ାର ଡେଲ୍‌ଟା ଛକରେ ସରପଞ୍ଚ ଦୀପା ବେହେରା(୩୨)ଙ୍କ ମୃତ୍ୟୁ ଘଟଣାକୁ ନେଇ ରହସ୍ୟ ବଢିବାରେ ଲାଗିଛି। ସଡ଼କ ଦୁର୍ଘଟଣାରେ ଦୀପାଙ୍କ ମୃତ୍ୟୁ ଘଟିଛି ନା ତାଙ୍କୁ ଯୋଜନାବଦ୍ଧ ଭାବେ ଗାଡ଼ି ଚଢ଼ାଇ ମାରିଦିଆଯାଇଛି ତାହା ଏବେ ସାଧାରଣରେ…

ବଢ଼ୁଛି ପରିସୀମା, ମିଳୁନାହିଁ ମୌଳିକ ସେବା

କେନ୍ଦ୍ରାପଡ଼ା ଅଫିସ, ୧୩ା୩:ଗତ ୧୦ ତାରିଖରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ୧୫୫ ବର୍ଷରେ ପାଦ ଥାପିଛି ା ହେଲେ ରାଜ୍ୟର ଅନ୍ୟ ସହର ପରି ଏହି ସହର ବିକଶିତ ହୋଇ ପାରିନାହିଁ। ମୌଳିକ ସମସ୍ୟାର ସୁଧାର ସହ କେନ୍ଦ୍ରାପଡ଼ା ରାଜ୍ୟର ୧ ନଂ.…

୨ ପଞ୍ଚାୟତବାସୀ ପାଣି କିଣୁଛନ୍ତି

ପାରାଦୀପ,୧୩।୩(ସ୍ବ.ପ୍ର.):ପାରାଦୀପରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଦ୍ରୁତ ଶିଳ୍ପାୟନ ଓ ଆଧୁନିକ ଜୀବନ ଶୈଳୀ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ପାରାଦୀପ ସହର ନିକଟ ଗ୍ରାମଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହି ସହର ପାଖରେ ଥିବା…

ପାରାସେଲିଂ କରି ପ୍ରେରଣା ସାଜିଲେ ଦୃଷ୍ଟିବାଧିତ ବାପିନା

କୋଣାର୍କ,୧୩ା୩ (ଡି.ଏନ୍‌.ଏ.): ଦୃଷ୍ଟିବାଧିତ ବ୍ୟକ୍ତି ଦୁନିଆର ଆଲୋକ ଦେଖିପାରେ ନାହିଁ ସତ, କିନ୍ତୁ ସେ ସାରା ଦୁନିଆକୁ ଆଲୋକ ଦେଖାଇପାରିଥାଏ। ସେମାନଙ୍କ ପାଖରେ ଥିବା ସୁପରପାଓ୍ବାରକୁ ନେଇ ସେମାନେ ଅସମ୍ଭବକୁ ସମ୍ଭବରେ ପରିଣତ କରିପାରନ୍ତି। ସେମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା…

ହାତୀ ଭୟ: ଖାଲି ହେଉଛି ଗାଁ

ଢେଙ୍କାନାଳ ଅଫିସ,୧୩ା୩: କି ଦିନ କି ରାତି, ଗାଁ ରାସ୍ତାରେ ପଲପଲ ହୋଇ ବୁଲୁଛନ୍ତି ହାତୀ। କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେବେ ଶୁଣ୍ଢରେ ଟେକି ନେଉଛନ୍ତି ଘରେ ସାଇତି ରଖାଯାଇଥିବା ଧାନ, ଚାଉଳ ବସ୍ତା। ରୋଷେଇ ଘରେ ହାଣ୍ଡିରେ…

ବିରିକଲାବାସୀଙ୍କୁ ଧୂଳିଧୂଆଁ, ଝାଡ଼ଖଣ୍ଡବାସିନ୍ଦାଙ୍କୁ ଚାକିରି

ଯୋଡ଼ା,୧୩ା୩(ଡି.ଏନ.ଏ): ଟାଟା ଷ୍ଟିଲ ଲଙ୍ଗ୍‌ ପ୍ରଡକ୍ଟ ଲିମିଟେଡ୍‌ (ଟିଏସ୍‌ଏଲ୍‌ପିଏଲ୍‌)ରେ ଡିପ୍ଲୋମା ଟ୍ରେନି ଇଞ୍ଜିନିୟର ଭାବେ ଯୋଗ ଦେବା ଲାଗି କମ୍ପାନୀ ପକ୍ଷରୁ ଅନ୍‌ଲାଇନ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏବେ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ବିରିକଲା ଖଣି ଅଞ୍ଚଳରେ ଜନ…

ଦୋଳବିମାନ ଉପରକୁ ମାଡ଼ିଗଲା ଗାଡ଼ି: ୨ ମୃତ, ୬ ଆହତ

କେନ୍ଦ୍ରାପଡ଼ା ଅଫିସ, ୧୩ା୩: ଦୋଳବିମାନ କାନ୍ଧେଇ ଯାଉଥିବା ଲୋକଙ୍କ ଉପରକୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ମାଡ଼ିଯିବା ଯୋଗୁ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ମେଡିକାଲରେ ଚିକିତ୍ସା କରାଯାଉଛି।…

ଉତ୍କଟ ଶବ୍ଦ କରୁଥିବା ୭ ବୁଲେଟ୍‌ ଜବତ

ସମ୍ବଲପୁର,୧୨ା୩(ବ୍ୟୁରୋ): ସମ୍ବଲପୁର ସହରରେ ଉତ୍କଟ ଶବ୍ଦ କରୁଥିବା ବାଇକ୍‌ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଟାଉନ ଥାନା ପୋଲିସ ସ୍ବତନ୍ତ୍ର ଅଭିଯାନ କରି ରବିବାର ୭ଟି ବୁଲେଟ୍‌ ଜବତ କରିଛି। ଏହାସହ ସମ୍ପୃକ୍ତ ମାଲିକଙ୍କ ନାମରେ ଜରିମାନା ଚାଲାଣ କଟାଇଛି।…

ନାବାଳିକାଙ୍କୁ ଟଣାଓଟରା: ପୂର୍ବତନ ସରପଞ୍ଚଙ୍କ ନାମରେ ମାମଲା

ହିଞ୍ଜିଳିକାଟୁ,୧୨।୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଶାସନ ଆମ୍ବଗାଁ ପଞ୍ଚାୟତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପୂର୍ବତନ ସରପଞ୍ଚ ମନ୍ଦ ଉଦ୍ଦେଶ୍ୟ ରଖି ଟଣାଓଟରା କରିଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଘଟଣାଟି ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ବେଳେ ଶନିବାର ନାବାଳିକାଙ୍କ…

ଗୁଳି, ଭୁଜାଲି ମାଡ଼ ମାମଲା: ପୁଣି ଗିରଫ ହେଲେ ୬ ଅଭିଯୁକ୍ତ

ବରଗଡ଼ ଅଫିସ,୧୨।୩: ବରଗଡ଼ ସହରର ବ୍ୟସ୍ତବହୁଳ ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଗୁରୁବାର ସଂଘଟିତ ଗୁଳି ଏବଂ ଭୁଜାଲି ମାଡ଼ ଘଟଣାରେ ପୋଲିସ ଗତ ୧୦ ତାରିଖ ୨ଜଣ ଅଭିଯୁକ୍ତ ପ୍ରମୋଦ ମଲ୍ଲିକ ଏବଂ ବିଷ୍ଣୁ ମହାପାତ୍ରଙ୍କୁ ଗିରଫ କରିଥିଲା। ଏହି ଘଟଣାରେ…

ମାଗଣାରେ କୋବି ବାଣ୍ଟିଲେ ଚାଷୀ

କୁତ୍ରା,୧୨।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଧୀନ ବିରିଙ୍ଗାଟୋଲ ପଞ୍ଚାୟତ ନକଟି ଗ୍ରାମର ଚାଷୀ ପଣ୍ଡିତ ଟପ୍ପୋ ଗରିବ ଲୋକଙ୍କୁ କୋବି ବାଣ୍ଟିଛନ୍ତି। ରବିବାର କୁତ୍ରାରେ ହାଟପାଳି ଥିବାବେଳେ ସେ ସକାଳୁ ଏକ ଅଟୋରେ ବନ୍ଧାକୋବି ଆଣିଥିଲେ। କୁତ୍ରା ଦେଇ ଯାଇଥିବା…

ସାଙ୍ଗଙ୍କୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ସାଙ୍ଗ

ବ୍ରଜରାଜନଗର,୧୨ା୩(ଡି.ଏନ୍‌.ଏ.): ବ୍ରଜରାଜନଗର ଥାନା ଅଧୀନ ରେମଜା ଗ୍ରାମର ରୋହିତ ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ଗୋକୁଳ ତପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?