ଗଚ୍ଛିତ ଚାଉଳକୁ ନେଇ ଅଡୁଆରେ ରିଟେଲର

ଚଣ୍ଡିଖୋଲ,୨୬।୪ (ଡି.ଏନ୍‌.ଏ.): କେନ୍ଦ୍ର ସରକାର ଗତ ଜାନୁୟାରୀରୁ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣା ଚାଉଳ ପ୍ରଦାନ କରିବା ପରେ ଚାଉଳ ଯୋଗାଣ ନିୟମ କଡ଼ାକଡ଼ି କରିଛନ୍ତି। ଏଥିନେଇ ଗତ ୧୯ତାରିଖରେ ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ବିଭାଗ ଅତିରିକ୍ତ ସଚିବ ନେତ୍ରମଣି ପଣ୍ଡା ପତ୍ର ସଂଖ୍ୟା ୬୬୯୧ରେ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଏପ୍ରିଲ, ମେ’ ଓ ଜୁନ୍‌ ମାସର ଚାଉଳ ହିତାଧିକାରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ରିଟେଲରଙ୍କ ନିକଟରେ ବଳକା ଥିବା ଚାଉଳକୁ ହିସାବ କରି ଯୋଗାଣ କରିବାକୁ ସୂଚନା ଦେଇଛନ୍ତି, ଯାହାକୁ ନେଇ ରିଟେଲରମାନେ ଅଡୁଆରେ ପଡ଼ିଛନ୍ତି।
ଅନ୍‌ଲାଇନ୍‌ ଯୋଗେ ପିଏସ୍‌ଓ ମେଶିନ୍‌ ମାଧ୍ୟମରେ ହିତାଧିକାରୀଙ୍କୁ ଚାଉଳ ଦେବାକୁ ନିର୍ଦ୍ଦେଶ ପରେ ଏହି ସର୍ଭରରୁ ଜଣାପଡ଼ିଛି କେଉଁକେଉଁ ରିଟେଲରଙ୍କ ନିକଟରେ କେତେ ଚାଉଳ ଗଚ୍ଛିତ ଅଛି। ସରକାରୀ ହିସାବ ଅନୁଯାୟୀ ବଡ଼ଚଣା ବ୍ଲକରେ ୭୭ ରିଟେଲରଙ୍କ ନିକଟରେ ୧୦୪୭ କୁଇଣ୍ଟାଲ ଚାଉଳ ଗଚ୍ଛିତ ରହିଛି। ସେଥିମଧ୍ୟରୁ ସୁରେନ୍ଦ୍ର ନାୟକ ନାମକ ରିଟେଲରଙ୍କ ନିକଟରେ ୧୨୫ କୁଇଣ୍ଟାଲ ଚାଉଳ ଗଚ୍ଛିତ ଥିବାବେଳେ ବିଜୟ ସାରଥି ପଣ୍ଡାଙ୍କ ନିକଟରେ ୧୩୪ କୁଇଣ୍ଟାଲ ଚାଉଳ ରହିଛି। ସେହିଭଳି ଦିଲୀପ ଜେନାଙ୍କ ନିକଟରେ ୩୨ କୁଇଣ୍ଟାଲରୁ ଅଧିକ, ଅଜୟ ଦାସଙ୍କ ନିକଟରେ ୨୮ କୁଇଣ୍ଟାଲ ଓ କୈଳାସ ଚନ୍ଦ୍ର ମଲ୍ଲିକଙ୍କ ନିକଟରେ ୪୧ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଚାଉଳ ଅଛି। ଅନ୍ୟମାନଙ୍କ ନିକଟରେ ୮ କୁଇଣ୍ଟାଲରୁ ୨୦ କୁଇଣ୍ଟାଲ ଭଳି ଚାଉଳ ଗଚ୍ଛିତ ଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି।
ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ତ୍ୟୋଦୋୟ ଯୋଜନା ଓ ଅନ୍ନପୂର୍ଣ୍ଣା ଯୋଜନା ହିତାଧିକାରୀ ସାମିଲ ଅଛନ୍ତି। କେବଳ ବଡ଼ଚଣା ବ୍ଲକ୍‌ରେ ୬୪୬ କୁଇଣ୍ଟାଲ ୧ କିଲୋ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ଚାଉଳ ରହିଥିବାବେଳେ ଅନ୍ତ୍ୟୋଦୋୟ ଯୋଜନାରେ ୨୫୨ କୁଇଣ୍ଟାଲ ୨୨ କେଜି, ରାଜ୍ୟ ସୁରକ୍ଷା ହିତାଧିକାରୀଙ୍କ ୧୧୦ କୁଇଣ୍ଟାଲ ଓ ଅନ୍ନପୂର୍ଣ୍ଣା ଯୋଜନାରେ ୩୮ କୁଇଣ୍ଟାଲ ୭୩ କେଜି ଚାଉଳ ଗଚ୍ଛିତ ରହିଛି। ତେବେ ଏହି ଚାଉଳ ରିଟେଲରଙ୍କ ପାଖରେ ନ ଥିବାବେଳେ ସରକାରଙ୍କ ରେକର୍ଡରେ ଗଚ୍ଛିତ ଥିବା ପ୍ରଦର୍ଶିତ ହୋଇଛି। ତେବେ କିପରି ସମସ୍ତ ଡିଲରଙ୍କ ପାଖରେ ଚାଉଳ ନ ଥିବା ନେଇ କାଗଜପତ୍ର ହାସଲ କରାଯିବ କରିବେ ସେଥିନେଇ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ବ୍ଲକରେ ୨ ଦଲାଲଙ୍କ ମାଧ୍ୟମରେ ଟଙ୍କା ଆଦାୟ ଚାଲିଥିବା ଜଣାପଡ଼ିଛି।
ସେହିଭଳି ଧାନମଣ୍ଡଳସ୍ଥିତ ଖାଦ୍ୟ ପଣ୍ୟାଗାରରୁ ନେଉଥିବା ବରୀ ବ୍ଲକରେ ୩,୯୭୫ କୁଇଣ୍ଟାଲ ୮୯ କେଜି, ଧର୍ମଶାଳାରେ ୨୨୦୯ କୁଇଣ୍ଟାଲ ୪୯ କେଜି ଗଚ୍ଛିତ ଥିବା ଦର୍ଶାଯାଇଛି। ରସୁଲପୁର ବ୍ଲକରେ ୮୦୭ କୁଇଣ୍ଟାଲ ୧୨ କେଜି ଚାଉଳ ଗଚ୍ଛିତ ଥିବା ଅତିରିକ୍ତ ସଚିବଙ୍କ ଚିଠିରୁ ଜଣାପଡ଼ିଛି। ସରକାରଙ୍କ ନିୟମ ମୁତାବକ ପ୍ରତ୍ୟେକ ୨ ଓ ୩ ମାସରେ ଥରେ ଲେଖାଏ ହିତାଧିକାରୀଙ୍କୁ ଚାଉଳ ଦେବାକୁ ଯୋଗାଣ ଠିକାଦାରଙ୍କ ମାଧ୍ୟମରେ ରିଟେଲରଙ୍କୁ ଦିଆଯାଇଥାଏ। ସେମାନେ ନେଇଥିବା ଚାଉଳକୁ ହିତାଧିକାରୀଙ୍କୁ ଦେଇସାରିବା ପରେ ପରବର୍ତ୍ତୀ ମାସ ପାଇଁ ଚାଉଳ ଗ୍ରହଣର ନିୟମ ରହିଛି। ତେବେ କିପରି ଏତେ ପରିମାଣର ଚାଉଳ ଠିକାଦାର ଓ ରିଟେଲରଙ୍କ ନିକଟରେ ଗଚ୍ଛିତ ରହୁଛି ତାହା ଆଶ୍ଚର୍ଯ୍ୟ ପ୍ରକଟ କରୁଛି। ଏ ସମ୍ପର୍କରେ ବଡ଼ଚଣା ଯୋଗାଣ ଅଧିକାରୀ ବିଶ୍ୱଜିତ୍‌ ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଚାଉଳ ଯୋଗାଣ ସମୟରେ ମେଶିନ୍‌ରେ କିଛି ତ୍ରୁଟି ଦେଖାଦେଇଛି। ତେବେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଗଚ୍ଛିତ ଥିବା ଚାଉଳକୁ ବାଦ୍‌ ଦେଇ ପରବର୍ତ୍ତୀ ଚାଉଳ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?