ନକଲି ଶିକ୍ଷକଙ୍କ ମାଷ୍ଟରମାଇଣ୍ଡ ନକଲି ବିଇଓ

ଯାଜପୁର ଅଫିସ/କୋରେଇ, (ଡି.ଏନ.ଏ.),୨୬।୪: ରାଜ୍ୟରେ ବିଭିନ୍ନ ଜିଲାରେ ନକଲି ପ୍ରମାଣପତ୍ରଧାରୀଙ୍କ ଉପରେ ତନାଘନା ତଦନ୍ତ ଚାଲିଛି। ହେଲେ ଯାଜପୁର ଜିଲାରେ ନକଲି ଆଦିବାସୀ ସାଜି ଶିକ୍ଷକତା କରୁଥିବା ବ୍ୟକ୍ତିିଙ୍କ ଉପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଶୀର୍ବାଦ ରହିଥିବା ଚର୍ଚ୍ଚା ହେଉଛି। ଏପରି କି କଟକ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର(ଆରଡିସି)ଙ୍କ କାର୍ଯ୍ୟାଳୟର ଜଣେ କିରାଣୀ ଏବଂ ଶିକ୍ଷା ବିଭାଗର କେତେକ କର୍ମଚାରୀ ମୋଟା ଅଙ୍କର ହାତଗୁଞ୍ଜା ନେଇ ନକଲି ପ୍ରମାଣପତ୍ରଧାରୀଙ୍କ ତାଲିକାକୁ ବାଦ ଦେଉଥିବା ଅଭିଯୋଗ ହେଉଛି। ଆଖପାଖ ଅଞ୍ଚଳରୁ ସ୍ବଳ୍ପ ଜମି କିଣି ସେହି ଜମି ପଟ୍ଟା ବଳରେ ତଫସିଲଭୁକ୍ତ କିମ୍ବା ତଫସିଲଭୁକ୍ତ ଜନଜାତି ପ୍ରମାଣପତ୍ର ହାସଲ ହେଉଛି। ଏହାର ତଦନ୍ତ ନିର୍ଦ୍ଦେଶ ହେଲେ ସମ୍ପୃକ୍ତ ତହସିଲଦାର ଗ୍ରାଉଣ୍ଡ ତଦନ୍ତ ବଦଳରେ ନିଜ ଅଫିସରେ ବସି କାଗଜପତ୍ର ଯାଞ୍ଚ କରି ରିପୋର୍ଟ ପ୍ରଦାନ କରୁଛନ୍ତି। ଯାଜପୁର ଜିଲା କୋରେଇ ଅଞ୍ଚଳର ବାସିନ୍ଦା ତଥା ଏବେ କେନ୍ଦ୍ରାପଡ଼ା ଜିଲାରେ ଅବସ୍ଥାପିତ ଜଣେ ନକଲି ବିଇଓ(ବ୍ଲକ ଶିକ୍ଷାଧିକାରୀ) ଏହି କାରବାରରେ ମାଷ୍ଟରମାଇଣ୍ଡ ସାଜି ଅନ୍ୟ ନକଲି ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ସୁରକ୍ଷା ଦେଉଛନ୍ତି। ଏହି ମର୍ମରେ ଅଞ୍ଚଳବାସୀ ଯାଜପୁର, କେନ୍ଦ୍ରାପଡା ଜିଲାର ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ନକଲି ଶିକ୍ଷକଙ୍କ ତଥ୍ୟ ଦେବାକୁ ରାଜ୍ୟର ସମସ୍ତ ଶିକ୍ଷାଧିକାରୀ (ଡିଇଓ), ଜିଲା ପ୍ରକଳ୍ପ ସଂଯୋଜକ (ଡ଼ିପିସି) ଏବଂ ବିଇଓମାନଙ୍କୁ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରାୟ ଶହେ ଥରରୁ ଊର୍ଦ୍ଧ୍ୱ ନିର୍ଦ୍ଦେଶ ଜାରି ହୋଇଛି । ହେଲେ ବିଡମ୍ବନାର ବିଷୟ ଯେଉଁଠି ଅଧିକାରୀ ନିଜେ ନକଲି ହୋଇଥିବେ ସେଭଳି ସ୍ଥଳେ ନକଲି ଶିକ୍ଷକଙ୍କ ତଦନ୍ତ କିପରି ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ଅସନଝର ଗ୍ରାମର ପୁରୁଷୋତ୍ତମ ଦଳେଇଙ୍କ ପୁଅ ହରିହର ଦଳେଇଙ୍କୁ ଏଠାରେ ଉଦାହରଣ ଭାବେ ନିଆଯାଇଛି। ସେହି ଗ୍ରାମର ସାମାଜିକ କର୍ମୀ ରଞ୍ଜନ ନାୟକ ଓ ଅନ୍ୟମାନଙ୍କ ଅଭିଯୋଗ ଅନୁସାରେ ହରିହରଙ୍କ ମୂଳ ଜମିପଟ୍ଟା ଅନୁସାରେ ସେ ଖଣ୍ଡୁଆଳ ଜାତିର ଏବଂ ଏହି ଜାତି ସମ୍ପ୍ରଦାୟର ଲୋକମାନେ ଓବିସି ବର୍ଗର। ହେଲେ ବିଇଓ ଦଳେଇ ଦୀର୍ଘ ବର୍ଷ ହେବ ନକଲି ଅନୁସୂଚିତ ଜନଜାତି (ଏସଟି) ସାର୍ଟିଫିକେଟ ହାସଲ କରି ଶିକ୍ଷା ବିଭାଗରେ ଚାକିରୀ କରି ସମସ୍ତ ସରକାରୀ ସୁବିଧା ଉପଭୋଗ କରୁଛନ୍ତି। ବିଇଓ ଦଳେଇ ପ୍ରଥମେ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବାବେଳେ ସେହି ନକଲି ଜାତିଗତ ପ୍ରମାଣପତ୍ର ବଳରେ ସେ ପଦୋନ୍ନତି ପାଇ ପ୍ରଥମେ ଯାଜପୁର ଜିଲା ବଡ଼ଚଣା ବ୍ଲକ ଶିକ୍ଷାଧିକାରୀ ଭାବେ ଦାୟିତ୍ୱ ନେଇଥିଲେ । ଜିଲାର କିଛି ସାମାଜିକ କର୍ମୀ ଏକାଧିକ ଥର ତାଙ୍କ ଜାତିଗତ ପ୍ରମାଣପତ୍ର ବାବଦରେ ସୂଚନା ଅଧିକାର ଆଇନ ବଳରେ ଯାଜପୁର ଜିଲା ଶିକ୍ଷାଧିକାରୀଙ୍କୁ ମାଗିଥିଲେ । ହେଲେ ଦଳେଇ ନିଜର ସମସ୍ତ ତଥ୍ୟ ହଜିଯାଇଥିବା ଦର୍ଶାଇ ଆବେଦନକାରୀଙ୍କୁ ଭୁଆଁ ବୁଲାଉଥିଲେ। ଚଞ୍ଚକତା କରି ବର୍ଷର ଅଧାଦିନ ଦେହ ଖରାପ ଦର୍ଶାଇ ସେ ଛୁଟିରେ ରହୁଥିଲେ। ଏଥିରେ ଯାଜପୁର ଜିଲା ଶିକ୍ଷାଧିକାରୀ ମଧ୍ୟ ସହଯୋଗ କରି ଆସୁଥିଲେ। ଏନେଇ ବଡ଼ଚଣା ଭାଜପା ନେତା ଅମର ନାୟକ ମଧ୍ୟ ଅଭିଯୋଗ କରିଥିଲେ, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଦିନକୁ ଦିନ ଏହି ନକଲି ବିଇଓଙ୍କ ନାମରେ ଅଭିଯୋଗ ବଢ଼ିବା ପରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକକୁ ବଦଳି କରାଯାଇଛି । ଏହି ନକଲି ବିଇଓଙ୍କ ଜାତିଗତ ପ୍ରମାଣପତ୍ର ସଠିକ ଭାବେ ଯାଞ୍ଚ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ଖାଲି ସେତିକି ନୁହେଁ ଏହି ନକଲି ବ୍ଲକ ଶିକ୍ଷାଧିକାରୀ ଜଣକ କୁଆଡ଼େ କୋରେଇ ଅଞ୍ଚଳର ଅନେକ ନକଲି ଶିକ୍ଷକଙ୍କ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ଉପରିସ୍ଥ ଅଧିକାରୀଙ୍କୁ ଧରାଧରି କରି ଏହି ବିଇଓ ଜଣକ ନିଜେ ସୁରକ୍ଷିତ ରହିବା ସହିତ ଏକାଧିକ ନକଲି ଶିକ୍ଷକଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି । ଏଥିସହିତ ନକଲି ଶିକ୍ଷକଙ୍କ ନିକଟରୁ ମାସିକ ମୋଟା ଅଙ୍କର ଅର୍ଥ ଅସୁଲ କରି ଅଧିକାରୀଙ୍କୁ ଲାଞ୍ଚ ଆକାରରେ ଦେଉଥିବା ଭଳି ସଙ୍ଗିନ ଅଭିଯୋଗ ଏହି ବିଇଓଙ୍କ ନାମରେ ପୂର୍ବରୁ ରହିଛି । ଯେତେବେଳେ ଜାଲ ସାର୍ଟିଫିକେଟକୁ ନେଇ ସାରା ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଛି ସେତେବେଳେ ଜଣେ ବିଇଓ କିଭଳି ନକଲି ଜାତିଗତ ପ୍ରମାଣପତ୍ର ବଳରେ ଦୀର୍ଘ ଦିନ ଧରି ଶିକ୍ଷା ବିଭାଗରେ କାର୍ଯ୍ୟରତ ଅଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିରେ ଜିଲାର ଜଣେ ପ୍ରଭାବଶାଳୀ ରାଜନେତା ମଧ୍ୟ ସହଯୋଗ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ବିଇଓ ଦଳେଇଙ୍କ ମତାମତ ନେବାକୁ ମଙ୍ଗଳବାର ସନ୍ଧ୍ୟା ୬ଟା ୨୦ ମିନିଟ ସମୟରେ ତାଙ୍କ ମୋବାଇଲକୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କଲ ଗ୍ରହଣ କରି ନ ଥିଲେ। ଏହାର ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ କରିବାକୁ କେତେଜଣ ସାମାଜିକ କର୍ମୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?