ଆମ ଜିଲା ଖବର

ଆସିଥିଲେ ଛାଡ଼ପତ୍ର ମାମଲାର ବିଚାର ପାଇଁ : କୋର୍ଟ ପରିସର ପାଲଟିଲା ରଣକ୍ଷେତ୍ର

ବାଲେଶ୍ୱର ଅଫିସ,୨୧।୨: ବାଲେଶ୍ୱର ଜିଲା ବାଲେଶ୍ୱର ପରିବାର ଅଦାଲତ ପରିସର ମଙ୍ଗଳବାର ରଣକ୍ଷେତ୍ର ପାଲଟିଛି। ପରିବାର ଅଦାଲତରେ ଛାଡ଼ପତ୍ର ମାମଲାର ବିଚାର ପାଇଁ ଆସିଥିବା ଦମ୍ପତିଙ୍କ ମଧ୍ୟରେ ମାରପିଟ୍‌ ହୋଇଥିବା ଦେଖିବାକୁ ମିଳିଛି। ବ୍ୟକ୍ତିଙ୍କ ହେଲମେଟ୍‌ ମାଡରେ ମହିଳା ଗୁରୁତର ହୋଇଛନ୍ତି।…

ନିର୍ବାଚନ ଖର୍ଚ୍ଚ ବାହାର କରିବାରେ ବ୍ୟସ୍ତ ନେତା, ନେତ୍ରୀ

ଦେବଗଡ଼, ୨୧ା୨(ଡି.ଏନ୍‌.ଏ.): ଜିଲାର ଏକମାତ୍ର ନିର୍ବାଚନ ମଣ୍ଡଳୀ ଦେବଗଡ଼। ତିନି ବ୍ଲକର ୭୦ପଞ୍ଚାୟତ ଏବଂ ଦେବଗଡ଼ ପୌରପାଳିକାର ୧୧ଟି ୱାର୍ଡକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ। ହେଲେ ରାଜନୀତିର ପଶାପାଲିେରେ ଆଜି ଏହି ନିର୍ବାଚନ ମଣ୍ଡଳୀ ଓ ଜିଲା ବହୁ ପଛରେ…

ଜେଲ ଗଲେ ଅଭିଯୁକ୍ତ ବାପା, ମା’ ଓ ପୁଅ

ଅମରପାଲି, ୨୧।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ କମିରା ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପ୍ରକାଶ ବିଶ୍ୱାଳ(୨୨)ଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ଘଟଣାରେ ଅଭିଯୁକ୍ତ ମା’,ବାପା ଓ ପୁଅଙ୍କୁ ଗିରଫ ପୋଲିସ କରି ସୋମବାର କୋର୍ଟଚାଲାଣ କରିଥିଲା। ଜାମିନ…

ଯୌତୁକ ଲାଗି ମୋ ଝିଅକୁ ମାରି ଟାଙ୍ଗିଦେଲେ ଜ୍ୱାଇଁ

ନିଶ୍ଚିନ୍ତକୋଇଲି, ୨୧।୨(ସ୍ବ.ପ୍ର.): ଅଧିକ ଯୌତୁକ ଦାବିରେ ବଧୂଙ୍କୁ ଶାଶୁ ଘର ଲୋକ ବିଭିନ୍ନ ନିର୍ଯାତନା ଦେବା ସହ ମାରି ଟାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କଟକ ଜିଲା ଭଦ୍ରେଶର ଥାନା ଅଧୀନ ଗୋପାଳପୁର ଗ୍ରାମରେ। ଗ୍ରାମର ସୁନୀଲ ପ୍ରଧାନଙ୍କ…

‘ଯାଯାବର’ଙ୍କ ପାଇଁ ସ୍ଥିତି ଜଟିଳ

ଢେଙ୍କାନାଳ ଅଫିସ, ୧୦।୨: ଓଡ଼ିଶାର ଶିମିଳିପାଳ ପରେ ହାତୀସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି ଢେଙ୍କାନାଳ। ଏଠାରେ ହାତୀ-ମଣିଷ ସଂଘର୍ଷ ମଧ୍ୟ କିଛି କମ୍‌ ନୁହେଁ। ଗଜ ଉପଦ୍ରବ ରୋକିବା ଲାଗି ଅଧ ଡଜନରୁ ଊର୍ଦ୍ଧ୍ୱ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ କୌଣସି…

ଅନୁଗୋଳର ୪ ଖେଳାଳି ଜାତୀୟସ୍ତରକୁ ମନୋନୀତ

ଅନୁଗୋଳ ଅଫିସ, ୨୧ା୨: ଜାତୀୟସ୍ତରରେ ହେବାକୁ ଥିବା ବ୍ୟାଡମିଣ୍ଟନ ପ୍ରତିଯୋଗିତା ନିମନ୍ତେ ଅନୁଗୋଳ ଜିଲାରୁ ୪ଜଣ ଖେଳାଳି ମନୋନୀତ ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ଅନୁଗୋଳରେ ଖୁସିର ଲହରି ଖେଳିଯାଇଛି। ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ (OSBA) ଦ୍ୱାରା ପ୍ରକାଶିତ…

ଖଣି କାର୍ଯ୍ୟ ରୋକିଲେ କ୍ଷତିଗ୍ରସ୍ତ

ଛେଣ୍ଡିପଦା,୨୧ା୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ରାଇଝରଣ ପଞ୍ଚାୟତର ରାଇଝରଣ, କାଉଁଶିିପ, ଗୋଳାଗାଡିଆ, ଧୋବାମଳିହା ଗ୍ରାମବାସୀ ନାଲ୍‌କୋ ପାଇଁ କୋଇଲା ଖନନ କରୁଥିବା ଘରୋଇ କମ୍ପାନୀରେ ନିଯୁକ୍ତି, କ୍ଷତିପୂରଣ ଓ ଥଇଥାନ ଦାବିରେ ସୋମବାର ଆନ୍ଦୋଳନ କରିଛନ୍ତି। ଫଳରେ ଖଣି କାର୍ଯ୍ୟ…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ

ଭଦ୍ରକ ଅଫିସ, ୨୧।୨: ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ପରିବାର ଆମରଣ ଅନଶନରେ ବସିଛନ୍ତି। ବିନା କବଲାରେ ଜମି ମାଲିକଙ୍କ ଅଗୋଚରରେ ଅନ୍ୟ ବ୍ୟକ୍ତିଙ୍କ ନାମକୁ ଜମି ଚାଲି ଯାଇଥିଲା। ଉକ୍ତ ଜମିକୁ ନିଜ ନାମକୁ ଫେରାଇ ଆଣିବା ପାଇଁ…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୨୧ା୨: ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଘଟଣାରେ ଫୁଲବାଣୀ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସିତ କୁମାର ବେହେରା ମାମଲାର ବିଚାର କରି ସୋମବାର ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ…

୭୫ ବର୍ଷ ଭିତରେ କେହି ଶିକ୍ଷିତ ହୋଇ ନ ଥିବା ଗାଁ

ପଟ୍ଟାଙ୍ଗି,୨୧ା୨(ଡି.ଏନ୍‌.ଏ.):ଶିକ୍ଷା ହିଁ ମଣିଷ ଜୀବନରେ ସର୍ବଶ୍ରେଷ୍ଠ ଆବଶ୍ୟକତା। ଶିକ୍ଷା ମଣିଷର ସାମାଜିକ ଓ ମାନସିକ ବିକାଶ ଘଟାଇଥାଏ । ଶିକ୍ଷାର ଉନ୍ନତି ଲାଗି ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ରମାନ ଖୋଲି ୩ବର୍ଷରୁ ୬ବର୍ଷ ବୟସର ଶିଶୁମାନଙ୍କ ପାଇଁ ପ୍ରାକ୍‌…

ପ୍ରକଳ୍ପ ଅଛି, କିନ୍ତୁ ସବୁ ଅଞ୍ଚଳକୁ ମିଳୁନି ପାଣି

ତେନ୍ତୁଳିଖୁଣ୍ଟି, ୨୧।୨(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ ସୋମବାର ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. କମଳ ଲୋଚନ ମିଶ୍ର, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନ୍ୟା ଦାସ, ଏସ୍‌ପି ଏସ୍‌.ସୁଶ୍ରୀ, ଡିଏଫ୍‌ଓ ଜି.ଜଗଦୀଶ ରାଓ, ଜିଲା…

୪ ବର୍ଷ ପରେ ବି ନିର୍ମାଣ ହୋଇପାରୁନି ଛାତ୍ରାବାସ

ରାୟଗଡ଼ା,୨୧ା୨(ସ୍ବ.ପ୍ର.):ଅନୁସୂଚିତ ଜାତି ଓ ଜନଜାତିଙ୍କ ଶିକ୍ଷା କ୍ଷେତ୍ରରେ ଜିଲା ମଙ୍ଗଳ ବିଭାଗ ସହାୟକ ହୋଇଥାଏ ା ହେଲେ ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଏହି ବିଭାଗର ଛାତ୍ରାବାସ ୪ ବର୍ଷ ପରେ ବି ନିର୍ମାଣ ହୋଇପାରୁନି। ଏଥିରୁ ଜିଲା ମଙ୍ଗଳ ବିଭାଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri