ବାଘ ସହ ତୃଣଭୋଜିଙ୍କ ଗଣନା ଆରମ୍ଭ

ନୟାଗଡ଼,୨୦।୬ (ଲୋକନାଥ ମିଶ୍ର): ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପକ୍ଷରୁ ମହାନଦୀ ବନ୍ୟପ୍ରାଣୀ ଡଭିଜନର କୁଶଙ୍ଗ, କୁଅଁାରିଅଁା, ଛାମୁଣ୍ଡିଆ, ବାଣିଗୋଛା(ପଶ୍ଚିମ) ଭଳି ୪ଟି ରେଞ୍ଜରେ ବାଘ ସମେତ ମାଂସାସୀ ପ୍ରାଣୀ ଓ ତୃଣଭୋଜୀ ପ୍ରାଣୀଙ୍କ ପ୍ରାକ୍‌ ମୌସୁମୀ ଗଣନା ଆରମ୍ଭ ହୋଇଛି। ଏହି ଗଣନା ଗତ ୧୭ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ହେଉଛି। ୬ଦିନ ଧରି ହେବାକୁ ଥିବା ସର୍ଭେରେ ଡିଜିଟାଲ ସର୍ଭେ ଓ ଆପର ବ୍ୟବହାର କରାଯାଇ ଗଣନା କରାଯିବ। ପ୍ରଥମ ପର୍ଯ୍ୟାୟ ସର୍ଭେ ମାଂସାସୀ ପ୍ରାଣୀ, ବଡ଼ ତୃଣଭୋଜୀ ପ୍ରାଣୀଙ୍କର ଜୁନ ୧୭ରୁ ଆରମ୍ଭ ହୋଇଛି। ଏହା ୧୯ରେ ଶେଷ ହେବ। ୨ୟ ପର୍ଯ୍ୟାୟ ସର୍ଭେ ଜୁନ୍‌ ୨୦ରୁ ୨୨ ପର୍ଯ୍ୟନ୍ତ ହେବ। ଏଥିରେ ତୃଣଭୋଜୀ ପ୍ରାଣୀ, ଟ୍ରାନଜିଟ୍‌ ଲାଇନ୍‌ ସହ ବୃକ୍ଷରାଜୀ, ଗୁଳ୍ମଲତା ରହିଛି। ଗଣନା କାର୍ଯ୍ୟରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ୧୧ବିଟରେ ୩୩ଜଣ, କୁଅଁାରଅଁାର ୭ଟି ବିଟ୍‌ରେ ୨୧ଜଣ, ଛାମୁଣ୍ଡିଆ ରେଞ୍ଜର ୧୧ବିଟରେ ୩୩ଜଣ ଏପରି ମୋଟରେ ୩୬ ବିଟରେ ୧୦୮ ଜଣ ବନ୍ୟପ୍ରାଣୀ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଗଣନାରେ ସୁବିଧା ପାଇଁ ୫୪୦ ସ୍ଥାନରେ ପାଦ ଚିହ୍ନ ନିରୀକ୍ଷଣ ବ୍ୟବସ୍ଥା ହୋଇଛି। ଏଥିପାଇଁ ପ୍ରତ୍ୟେକ ବିଟରେ ୩ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଗୋଟିଏ ଟ୍ରାନଜିଟ ଲାଇନର ଦୂରତା ୨ କିଲୋମିଟର ରହିଛି। ୩ ଜଣିଆ ଟିମ ଭୋର ସମୟରୁ ବାହାରି ବନ୍ୟପ୍ରାଣୀ ମହାବଳ ବାଘ, ଚିତା ବାଘ, କଲରାପତରିଆ ବାଘ, ବଣ କୁକୁର, ରାମଶିଆଳ ବିଭିନ୍ନ ପ୍ରଜାତିର ବାଘ ତଥା ମାଂସାସୀ ପ୍ରାଣୀ ଓ ତୃଣ ଭୋଜି ପ୍ରାଣୀଙ୍କ ପାଦ ଚିହ୍ନ, ମଳ, ଗର୍ଜନ, ରାମ୍ପୁଡା ଦାଗ ଚିହ୍ନଟ କରି ଡିଜିଟାଲ ସର୍ଭେ ଓ ଇକୋଲୋଜିକାଲ ମୋବାଇଲ ଆପ ସହାଯ୍ୟରେ ଗଣନା କରୁଛନ୍ତି ବୋଲି ମହାନଦୀ ବନ୍ୟପ୍ରାଣୀ ଡଭିଜନର ଡିଏଫ୍‌ଓ ଫାଲଗୁନ ସାରଥି ମଲ୍ଲିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?