ରଥାରୁଢ଼ ହେଲେ ଶ୍ରୀଜୀଉ

ଆରଡ଼ି, ୨୦।୬ :ଭଦ୍ରକ ଜିଲା ଶୈବପୀଠ ଆରଡ଼ି ସମେତ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ପବିତ୍ର ରଥଯାତ୍ରା ପାଳିତ ହୋଇଯାଇଛି। ଆରଡ଼ିରେ ଥିବା ଜଗନ୍ନାଥ ମନ୍ଦିରରେ ଦିନତମାମ ପୂଜା ଅନୁଷ୍ଠିତ ହୋଇଥିଲା। ଶହ ଶହ ଭକ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ସହ ପ୍ରସାଦ ସେବନ କରିଥିଲେ। ତପନ କୁମାର ପାଢ଼ୀଙ୍କ ସହାୟତାରେ ପୂଜାବିିଧି ସମ୍ପନ୍ନ ହୋଇଥିଲା। ଆରଡ଼ି ସନ୍ନିକଟ ଭୂଇଁପୁରରେ ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ରଥଯାତ୍ରା ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ଅପରାହ୍ନରେ ତିନିଠାକୁରଙ୍କୁ ଭକ୍ତମାନେ ଟାଣି ଟାଣି ମାଉସୀମା ମନ୍ଦିରକୁ ନେଇଥିଲେ। କୁଳେଇପଦାରେ ବାଇଧର ବିଶ୍ୱାଳ, ଓଳଗରେ ନାରାୟଣ ଜେନା ଓ ସୁବ୍ରତ ବିଳାସଙ୍କ ସହଯୋଗରେ ୨ ଗ୍ରାମର ଗ୍ରାମବାସୀ ୩ ସୁସଜ୍ଜିତ ରଥକୁ ଟାଣି ନେଇ ମାଉସୀମା ମନ୍ଦିରରେ ସନ୍ଧ୍ୟାରେ ପହଞ୍ଚାଇଥିଲେ। ଧାମନଗର ବ୍ଲକର ରଇପୁରରେ ପାରମ୍ପରିକ ରଥଯାତ୍ରା ଦେଖିବାକୁ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା। ରଇପୁରଠାରୁ ଭକ୍ତମାନେ ୩ କି.ମି. ରଥ ଟାଣି ସନ୍ଧ୍ୟାରେ ବେତାଳି ଗଁାରେ ଥିବା ମାଉସୀମା ମନ୍ଦିରରେ ପହଞ୍ଚାଇଥିଲେ। ସାହୁସାହିରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାରେ ପହଞ୍ଚିବା ପରେ, ତରୁଣ ଚୁଗ ସଂସଦର ପାହାଚରେ ମୁଣ୍ଡିଆ ମାରିଲେ

ନୂଆଦିଲ୍ଲୀ,୨୯।୬: ରାଜ୍ୟ ସଭା ଏମପି ଭାବରେ ଶପଥ ନେବା ପୂର୍ବରୁ, ତରୁଣ ଚୁଗ ସଂସଦ ଭବନର ଫାଟକରେ ମୁଣ୍ଡ ନଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭାଜପା ତାଙ୍କୁ…

ଟ୍ରାକ୍ଟର ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହସ୍ପିଟାଲ ଛକ ମୁଖ୍ୟରାସ୍ତାରେ ସୋମବାର ପୂର୍ବାହ୍ନ  ପ୍ରାୟ ୧୦ ଟାରେ ଏକ ବାଲି ବୋଝେଇ ଟ୍ରାକ୍ଟର (ନଂ. ଓଡ଼ି୦୭…

‘ହର୍ମୁଜକୁ କଣ୍ଟ୍ରୋଲ କରୁଛି ଇରାନୀ ସେନା, କୌଣସି ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ,’ ଟ୍ରମ୍ପଙ୍କୁ କଡ଼ା ଭାଷାରେ କହିଲେ ଆରାଘଚି

ତେହରାନ,୨୯।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତି ସତ୍ତ୍ୱେ, ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ଏପର୍ଯ୍ୟନ୍ତ କମି ନାହିଁ। ଏହି ସମୟରେ, ତେହରାନ ସ୍ପଷ୍ଟ କରିଛି ଯେ…

୧୩ ଜୁଆଙ୍ଗଙ୍କ ମୃତ୍ୟୁ, କେନ୍ଦୁଝରରେ କଂଗ୍ରେସର ପ୍ରତିବାଦ

କେନ୍ଦୁଝର,୨୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଦାଦନ ଖଟିବାକୁ ତାମିଲନାଡୁ ଯାଇ କେନ୍ଦୁଝର ଜିଲାର ୧୩ ଜଣ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଯୁବତୀଙ୍କ ମୃତ୍ୟୁ ଘଟଣାକୁ କଂଗ୍ରେସ ପକ୍ଷରୁ…

ପ୍ରଥମ ଥର ଗଜାନନ ବେଶ ଧାରଣ କଲେ ଶ୍ରୀଜଗନ୍ନାଥ: ନୂତନ ସ୍ନାନମଣ୍ଡପ ପ୍ରତିଷ୍ଠା

ଦାରିଙ୍ଗବାଡି, ୨୯।୬ (ଅରୁଣ ସାହୁ): ପବିତ୍ର ସ୍ନାନଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀ ସମେତ ସମଗ୍ର ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଭକ୍ତିଭାବର ସହ ପାଳିତ ହେଉଥିବା ବେଳେ କନ୍ଧମାଳ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ସହଜ ଉପାୟ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ…

୩ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ୬୫ ବର୍ଷୀୟ ବୃଦ୍ଧ, ପରେ ପଥରରେ ଛେଚି ମାରିଦେଲେ

ମୁମ୍ବାଇ,୨୯।୬: ପୁଣେରେ ଜଣେ ତିନି ବର୍ଷର ଶିଶୁ କନ୍ୟାକୁ ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ପୁଣେର ଏକ ସ୍ୱତନ୍ତ୍ର ଅଦାଲତ ୬୫…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଇତିହାସରେ ଏଲ୍‌ ନିନୋ : ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍‌ ନିନୋଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri