ନବକଳେବରରେ ଶ୍ରୀପତିତପାବନ ବାନା

କାକଟପୁର ମଙ୍ଗଳା ମନ୍ଦିର ବିଧି: ପ୍ରଥମେ ମା’ ମଙ୍ଗଳାଙ୍କର ମହାସ୍ନାନ କରାଯାଇଥାଏ। – ମହାସ୍ନାନ ପରେ ମା’ଙ୍କର ବଡ଼ ସିଂହାର ବେଶ କରାଯାଇଥାଏ। – ଏହାପରେ ମା’ ମଙ୍ଗଳାଙ୍କ ସେବକ ଶ୍ରୀମନ୍ଦିରର ଲେଙ୍କା ସେବକ ନେଇଥିବା ଶ୍ରୀସୁଦର୍ଶନ ମହାରାଜାଙ୍କୁ ଗ୍ରହଣ କରିଥାନ୍ତି। ମା’ ମଙ୍ଗଳାଙ୍କର ସିଂହାସନ ବାମ ପାର୍ଶ୍ୱରେ ଶ୍ରୀସୁଦର୍ଶନଙ୍କୁ ବିଜେ କରାଇ ନବକଳେବରର ସମସ୍ତ କାମ ସୁସମ୍ପାଦନ ନିମନ୍ତେ ନିଜକୁ ଶରଣାଗତ କରାଇଥାନ୍ତି। -ଶ୍ରୀମନ୍ଦିରରୁ ଯାଇଥିବା ମହାପ୍ରଭୁଙ୍କ ଶ୍ରୀମହାପ୍ରସାଦ ହରିବୋଲ ହୁଳହୁଳି ମଧ୍ୟରେ ମା’ଙ୍କୁ ସମର୍ପିତ ହୋଇଥାଏ। ସମର୍ପଣ ହେବାର ବିଧି ହେଉଛି ମହାପ୍ରଭୁଙ୍କର ଆଜ୍ଞା ମା’ଙ୍କୁ ଦିଆଗଲା। – ଏହାପରେ ଆସେ ଶରଣାଗତ ବିଧି। ଏହି ବିଧିରେ ବନଯାଗ ଯାତ୍ରୀମାନେ ମା’ମଙ୍ଗଳାଙ୍କ ମହାସ୍ନାନ ପାଦୁକ ସେବନ କରିଥାନ୍ତି। – ଶରଣାଗତ ହେବା ପରେ ବିଧି ମୁତାବକ ଶ୍ରୀମନ୍ଦିରରୁ ଯାଇଥିବା ଶ୍ରୀପତିତପାବନ ପତାକା ମା’ଙ୍କ ମନ୍ଦିରର ଶିଖର ଦେଶରେ ବନ୍ଧା ଯାଇଥାଏ। ଏହି ସମୟରେ ପୂର୍ବରୁ ଲାଗିଥିବା ପତାକା ଓଲାଗି ହୁଏ ନାହିଁ। ଅର୍ଥାତ୍‌ ପୁରୁଣା ପତାକା ସହିତ ଶ୍ରୀପତିତପାବନ ପତାକା ଏକାଠି ବନ୍ଧା ହୋଇ ରହେ। ଏହିଠାରେ ଜଗତର ମଙ୍ଗଳମୟ ଓ ମଙ୍ଗଳମୟୀ ଚେତନା ଏକାକାର ହୋଇଥାନ୍ତି। ମହାପ୍ରଭୁଙ୍କ ପ୍ରତିନିଧି କାକଟପୁର ମନ୍ଦିରର ସିଂହାସନରେ ଥିବାବେଳେ ତାଙ୍କ ପ୍ରତୀକ ଶ୍ରୀପତିତପାବନ ପତାକା ମନ୍ଦିର ଚୂଡ଼ାରେ ରହିଥାଏ। – ଶେଷରେ ସମସ୍ତେ ସେଠାରେ ସମର୍ପିତ ଭାବନାରେ ସାଷ୍ଟାଙ୍ଗ ପ୍ରଣାମ କରିବା ପରେ ମା’ଙ୍କ ସେବକ ଶ୍ରୀସୁଦର୍ଶନ ମହାରାଜାଙ୍କୁ ଲେଙ୍କା ସେବକଙ୍କୁ ହସ୍ତାନ୍ତର କରିଥାନ୍ତି। ଲେଙ୍କା ସେବକ ଶ୍ରୀସୁଦର୍ଶନଙ୍କୁ ଗ୍ରହଣ କରି ଶୋଭାଯାତ୍ରା ଆଗରେ ରହି ମଙ୍ଗଳାଙ୍କ ମନ୍ଦିରଠାରୁ ଶବରପଲ୍ଲୀକୁ ( ଦେଉଳି ମଠ) ଆସନ୍ତି। ଏହା ସାଧାରଣ ଭାବରେ ମା’ ମଙ୍ଗଳାଙ୍କର ମାଜଣା ରୂପରେ ପ୍ରସିଦ୍ଧ ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri