ଆମ ଜିଲା ଖବର

ବନ୍ଦ ଘରୁ ମିଳିଲା ୩ ମୃତଦେହ

ସମ୍ବଲପୁର,୧୩ା୫(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଘର ଭିତରୁ ଶନିବାର ସନ୍ଧ୍ୟାରେ ୩ ଜଣଙ୍କର ମୃତଦେହ ମିଳିଛି। ମୃତକମାନେ ହେଲେ ମା ସଜିଆ ପରବୀନ (୩୨), ପୁଅ ଅବଦୁଲ…

୭ ଦିନ ହେଲା ପାଇପ୍‌ରେ ପାଣି ଆସୁନି, ପ୍ରତିବାଦ କଲେ ମହିଳା

ଗଞ୍ଜାମ,୧୩ା୫(ଡି.ଏନ୍‌.ଏ.): ଦିନକୁ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି l ଖରାର ଉତ୍ତାପ ଏତେ ପ୍ରଖର ଯେ, ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି l ଏହି ଭଳି ପରିସ୍ଥିତିରେ ପାନୀୟ ଜଳ ସମସ୍ୟା ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ…

ମହିଳା ବିଷ ପିଇ ମୃତ୍ୟୁ ଘଟଣା: ସ୍ବାମୀ କୋର୍ଟ ଚାଲାଣ

କୋକସରା,୧୩ା୫(ଡି.ଏନ୍‌.ଏ.): ବିଷ ପିଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୃତ ଝିଅଙ୍କ ବାପା ପରୀକ୍ଷିତ ନାଏକ କୋକସରା ଥାନାରେ ଜ୍ବାଇଁ ଘାସିରାମଙ୍କ ନାଁରେ ଝିଅକୁ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ଶନିବାର…

ଆମ୍ବ ତୋଳିବାକୁ ଯାଇଥିଲେ, ମାରିଦେଲା ଭାଲୁ

କେନ୍ଦୁଝର,୧୩ା୫(ସ୍ବ.ପ୍ର.): ସଦର ରେଞ୍ଜ ଅନ୍ତର୍ଗତ ତିହାଡିପଶି ଗ୍ରାମ ଚାଷଜମି ନିକଟରେ ଶନିବାର ଏକ ବଣୁଆ ଭାଲୁ ଆକ୍ରମଣ କରିବାରୁ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ମୃତକଙ୍କ ନାମ ବିଦ୍ୟାଧର…

ଦେଶର ବୃହତ ବନ୍ଦର କ୍ଷେତ୍ରରେ ପାରାଦୀପ ୧ ନମ୍ବର

ପାରାଦୀପ,୧୩ା୫(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ)କୁ କେନ୍ଦ୍ର ବନ୍ଦର ଜାହାଜ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସାଗରଶ୍ରେଷ୍ଠ ସମ୍ମାନ ଆଓ୍ବାର୍ଡ ୩ ଟି କ୍ଷେତ୍ରରେ ମିଳିଛି। ଏ ନେଇ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନ୍ଧ ଶନିବାର ପ୍ରଶାସନିକ ଭବନର ବୋର୍ଡ ରୁମରେ…

ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ସଫଳତା,  ଓଡିଶାରେ ସପ୍ତମ ସ୍ଥାନରେ ସ୍ବୟଂଜିତ ପାଣିଗ୍ରାହୀ 

ପୁରୁଷୋତ୍ତମପୁର, ୧୩/୫(ଡିଏନଏ) ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟ (ସିବିଏସଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତା ଆଣି ଗୌରବାନ୍ବିତ ହୋଇଛି। ଏହି ବିଦ୍ୟାଳୟର ସ୍ବୟଂଜିତ ପାଣିଗ୍ରାହୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୪.୨ ପ୍ରତିଶତ ମାର୍କ ରଖି ସମଗ୍ର…

ଉଦ୍‌ଘାଟନ ହେଲା ଆଞ୍ଚଳିକ ଜୁଡିସିଆଲ ଏକାଡେମୀ

ବ୍ରହ୍ମପୁର ଅଫିସ,୧୩ା୫: ବ୍ରହ୍ମପୁର ଜିଲା ଜଜ୍‌ କୋର୍ଟ ପରିସରରେ ଶନିବାର ପୂର୍ବାହ୍ନରେ ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଉଦ୍‌ଘାଟନ କରିଛନ୍ତି। କଟକ ମର୍କତନଗରସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିସରରୁ ଆଭାସି ମାଧ୍ୟମରେ ସୁପ୍ରିମକୋର୍ଟ…

ପରଲୋକରେ ଅଧ୍ୟାପକ ନୀଳମଣି ଘଡ଼ାଇ

ଗମ୍ଭାରୀମୁଣ୍ଡା,୧୩।୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ପର୍ଶୁରାମ ମହାବିଦ୍ୟାଳୟ +୨ ଏଜୁକେଶନ ଅଧ୍ୟାପକ ନୀଳମଣି ଘଡ଼ାଇଙ୍କ ୫୩ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଜଣେ ଆଦର୍ଶ ଅଧ୍ୟାପକ ଥିଲେ। ଶୁକ୍ରବାର ବିଳମ୍ବିତ ରାତ୍ରିରେ ହଠାତ୍‌ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା।…

ବାପା ଉପରେ ଥାଇ ଆଶୀର୍ବାଦ କରିଛନ୍ତି, ମୁଁ ତାଙ୍କ ଅଧୁରା ସ୍ବପ୍ନପୂରଣ କରିବି

ଝାରସୁଗୁଡ଼ା ଅଫିସ, ୧୩।୫: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରତିକ୍ରିୟା ରଖିଛନ୍ତି। ଦୀପାଳି କହିଛନ୍ତି, ଏ ବିଜୟ ମୋ ବାପା ସ୍ବର୍ଗତ ନବ ଦାସଙ୍କୁ ଉତ୍ସର୍ଗୀକୃତ। ଏ ବିଜୟ କେବଳ ମୋର…

ବିଜୟ ମୁକୁଟ ପିନ୍ଧିଲେ ଦୀପାଳି

ଝାରସୁଗୁଡ଼ା ଅଫିସ, ୧୩।୫: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଲେ ଦୀପାଳି ଦାସ। ବିପୁଳ ସଂଖ୍ୟାର ଭୋଟରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିଜୟ ହାସଲ କରିଛନ୍ତି। ସେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୭୨୧ ଭୋଟ୍‌ରେ…

ବିବାହ ବନ୍ଧନରେ ବାନ୍ଧିହେଲେ ପାଲଲହଡା ବିଧାୟକ

ପାଲଲହଡ଼ା, ୧୩।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ହିନ୍ଦୁ ରୀତିନୀତି ଅନୁଯାୟୀ ଅନୁଗୋଳସ୍ଥିତ ଏକ ତାରକା ହୋଟେଲରେ ତାଙ୍କ ବିବାହ ଧୂମଧାମରେ ସମ୍ପନ୍ନ ହୋଇଛି । ବିଧାୟକ ପାଲ…

ଝାରସୁଗୁଡା ଉପନିର୍ବାଚନ: ୧୩ ରାଉଣ୍ଡ ସୁଦ୍ଧା ବି ବିଜେଡି ଆଗରେ…

ଝାରସୁଗୁଡା ଅଫିସ,୧୩।୫: ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ତେବେ ରାଉଣ୍ଡ ସୁଦ୍ଧା ବିଜେଡି ଭାଜପାଠାରୁ ୩୪,୨୯୫ ଖଣ୍ଡ ଭୋଟରେ ଆଗୁଆ ରହିଥିବା ଜଣାପଡିଛି। ବିଜେଡି ୭୬୯୮୪ ଭୋଟ ପାଇଥିବା ବେଳେ ଭାଜପା ୪୨୬୮୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?