Odisha Elections 2024

ପୋଖରୀରେ କୁଇଣ୍ଟାଲ କୁଇଣ୍ଟାଲ ମଲା ମାଛ

କବିସୂର୍ଯ୍ୟନଗର,୨୧ା୬(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ସିଆଳିଆ ପଞ୍ଚାୟତ ଅଧୀନ ସିଦ୍ଧେଶ୍ୱର ମନ୍ଦିର ନିକଟ ଲକ୍ଷ୍ମୀନାରାୟଣ ସାଗର ପୋଖରୀରେ ମାଛ ମଡ଼କ ଦେଖିବାକୁ ମିଳିଛି। ଶତାଧିକ ମାଛ ମରି ଭାସୁଥିବା ଦେଖି ଚାଷୀ ଆଖିରୁ ଲୁହ ଗଡ଼ାଉଛି। ଛୋଟ ମାଛଠୁ ବଡ଼ ରୋହି, ଭାକୁର ଭଳି ଅନେକ ପ୍ରଜାତିର ମାଛ ପାଣି ଉପରେ ମରି ଭାସୁଛନ୍ତି। ଏହି ସବୁ ମଲାମାଛକୁ ପୋଖରୀରୁ ବାହାର କରି ଟ୍ରାକ୍ଟର ଯୋଗେ ଦୂରସ୍ଥାନରେ ପକାଯାଉଛି। ମାଛ ଚାଷ କରି ଦୁଇପଇସା ରୋଜଗାର ଆଶା କରିଥିବା ଚାଷୀ ମୁଣ୍ଡରେ ହାତଦେଇ ବସିଛି।

ଏହି ପୋଖରୀକୁ ଦୁଇ ବର୍ଷ ଲିଜ ସୂତ୍ରରେ ମାଛ ଚାଷ ଲାଗି ନେଇଥିଲେ ସୁଶାନ୍ତ କୁମାର ବିଶ୍ୱାଳ। ସେ ଲକ୍ଷାଧିକ ଟଙ୍କା ବ୍ୟୟରେ ବିଭିନ୍ନ ପ୍ରଜାତିର ଯାଆଁଳ ଛାଡି ମାଛଚାଷ କରିଥିବା ବେଳେ ଆଉ କିଛିଦିନ ପରେ ରୋଜଗାର ଲକ୍ଷ୍ୟ ରଖିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ପୋଖରୀର କିଛି ମାଛ ମାରି ଭାସୁଥିବା ସେ ଦେଖିବାକୁ ପାଇଥିଲେ ଏବଂ ବୁଧବାର ସକାଳୁ ଏହାର ସଂଖ୍ୟା ବୃଦ୍ଧି ପାଇ ପୋଖରୀ ସାରା ମଲା ମାଛ ଭାସୁଥିବା ଦେଖିଥିଲେ। କିଭଳି ଏହାର କ୍ଷତିଭରଣା କରିବେ ଓ ମାଛ ଚାଷ ଲାଗି କରିଥିବା ଋଣ କିଭଳି ପରିଶୋଧ କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ସୁଶାନ୍ତ। ତେବେ ପୋଖରୀର ମାଛ ମରିବାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ସହିଥିବା ସୁଶାନ୍ତଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଦାବି କରିଛନ୍ତି ଅଞ୍ଚଳବାସୀ। ଅନ୍ୟପକ୍ଷରେ ଘଟଣା ନେଇ ଆମ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ପରେ ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ବ୍ଲକ ମତ୍ସ୍ୟ ସମ୍ପଦ ବିଭାଗ ଅଧିକାରୀ ଋଷିକୁଲ୍ୟା ସାହୁ। ଏତେ ସଂଖ୍ୟକ ମାଛ ମରିବା ଘଟଣା ନେଇ ସୁଶାନ୍ତ କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ

ଡେରାବିଶ, ୧୮ା୫(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ପ୍ରତିଷ୍ଠା ହୋଇଥିବା ଆଦର୍ଶ ବିଦ୍ୟାଳୟର ଦୁର୍ଦ୍ଦଶାର ଅନ୍ତ ଘଟୁନାହିଁ। ୨୦୨୨ ମସିହାରେ...

ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ମହିଳା

ରଘୁନାଥପୁର,୧୮ା୫(ରାଜେନ୍ଦ୍ର ନାରାୟଣ ସିଂହ):ପାଇଥିବା ମନିପର୍ସ ଫେରାଇ ସଚ୍ଚୋଟ ପଣିଆର ପରିଚୟ ଦେଇଛନ୍ତି ଜଣେ ମହିଳା। ସେ ହେଲେ ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମର ଅହମ୍ମଦ ରାଜା...

୮୬୭ ବୁଥ୍‌ରେ ହେବ ୱେବ୍‌କାଷ୍ଟିଂ

କେନ୍ଦ୍ରାପଡ଼ା,୧୮ା୫(ଜଗନ୍ନାଥ ଧଳ): ଜୁନ୍‌ ୧ରେ ସାଧାରଣ ନିର୍ବାଚନର ମତଦାନ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ୍‌ ୧୪୪୫ ମଧ୍ୟରୁ...

ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଆୟକର ବିଭାଗ ୪ ଘଣ୍ଟା...

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆଜି ସରିବ ପ୍ରଚାର

ଭୁବନେଶ୍ୱର,୧୮।୫: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସରିବ ପ୍ରଚାର। ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ...

ହୋଟେଲ ରୁମ୍‌ରେ ପୋଲିସ କନ୍‌ଷ୍ଟେବଲଙ୍କୁ ହତ୍ୟା

ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍‌ ନିକଟ ଏକ ହୋଟେଲ ରୁମ୍‌ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି।...

ସଫା ସଫା କହିଦେଲେ ଶାହା, ଏଥର ଆମେ ଓଡ଼ିଶାରେ ଏତିକି ଆସନ ଜିତିବୁ

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ଭାଜପା ୧୫ ଲୋକ ସଭା ଆସନ ଏବଂ ୭୫ଟି ବିଧାନସଭା ଆସନ ଜିତିବ ଭାଜପା। ଶୁକ୍ରବାର ପୁଣିଥରେ ଓଡ଼ିଶା ଗସ୍ତରେ ଆସି ଦମ୍ଭୋକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri