ଖରିଫ ଚାଉଳ ସଂଗ୍ରହରେ ବିଳମ୍ବ

ସମ୍ବଲପୁର,୨୨ା୬(ଶୁଭାଶିଷ ପାଢ଼ୀ) ଆର୍ଥତ୍କ ବର୍ଷ ୨୦୨୨-୨୩ ପାଇଁ ଖରିଫ ଧାନ ସଂଗ୍ରହ ଧାର୍ଯ୍ୟ ଓ ଅନୁମୋଦିତ ପରିମାଣ ଅନୁସାରେ ହୋଇଥିଲା। ତଦନୁଯାୟୀ ଜିଲା ତଥା ବାହାର ଜିଲାରୁ ଧାନ ସମ୍ବଲପୁର ଜିଲାର ମିଲ୍‌ଗୁଡିକୁ ଆସିଥିଲା। ହେଲେ ଏବେ ଚାଉଳ ସଂଗ୍ରହରେ ବିଳମ୍ବ ହେଉଛି। ଏଫ୍‌ସିଆଇ ଓ ରାଜ୍ୟ ସରକାର ମିଲର୍ସଙ୍କଠାରୁ ଚାଉଳ ସଂଗ୍ରହ କରିଥାନ୍ତି। ହେଲେ ଗୋଦାମ ଗୃହ ଓ ଅନ୍ୟାନ୍ୟ ସମସ୍ୟା ଦର୍ଶାଇ ଏଫ୍‌ସିଆଇ ଚାଉଳ ନେବାରେ ବିଳମ୍ବ କରୁଥିବାବେଳେ ରାଜ୍ୟ ସରକାର ମଧ୍ୟ ଅବହେଳା କରୁଥିବା ଅଭିଯୋଗ ହେଉଛି। ଫଳରେ ମିଲର୍ସଙ୍କ ଉପରେ ୧୪ଲକ୍ଷରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଚାଉଳ ବକେୟା ପଡିଛି।
ରାଜ୍ୟ ସରକାର ମୁଖ୍ୟତଃ ପିଡିଏସ୍‌ ଓ ମଧ୍ୟାହ୍ନଭୋଜନରେ ଚାଉଳ ଖର୍ଚ୍ଚ କରନ୍ତି। ଏହାସହ ଆବଶ୍ୟକ ପଡିଲେ ବାଲେଶ୍ୱର, କେନ୍ଦୁଝର, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ ଭଳି ଜିଲାକୁ ଚାଉଳ ଯୋଗାଣ କରନ୍ତି। ସମ୍ବଲପୁର ଜିଲାରେ ପିଡିଏସ୍‌ ଓ ଅନ୍ୟ ଯୋଜନାରେ ମାସକୁ ପ୍ରାୟ ୪୪ ହଜାର କୁଇଣ୍ଟାଲ ଚାଉଳ ଖର୍ଚ୍ଚ ହୋଇଥାଏ। ଏବେ ଚାଉଳ ସଂଗ୍ରହ ବିଳମ୍ବ ହେବାରୁ ମିଲର୍ସଙ୍କ ପାଇଁ ସମସ୍ୟା ହେଉଛି। ଯୋଗାଣ ବିଭାଗ ମଧ୍ୟ ଆଗକୁ ଅଡୁଆରେ ପଡିବ ବୋଲି ଆଲୋଚନା ହେଉଛି। ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ଗତ ଖରିଫ ଧାନର ଶତପ୍ରତିଶତ ଚାଉଳ ନ ଦେଲେ ମିଲରମାନେ ଆଗାମୀ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ। ଏହାସହ ଜିଲାରେ ଧାନ ସଂଗ୍ରହ ପରିମାଣ ମଧ୍ୟ ହ୍ରାସ ପାଇବ ବୋଲି ଚାଷୀମାନେ କହୁଛନ୍ତି।
ସୂଚନାଯୋଗ୍ୟ, ଗତ ଖରିଫରେ ସମ୍ବଲପୁର ଜିଲାରେ ୩୦ ଲକ୍ଷ ୬୬ ହଜାର ୭୯୯ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। ଏଥିରୁ ୬୮ ପ୍ରତିଶତ ଅର୍ଥାତ୍‌ ୧୪ ଲକ୍ଷ ୫୪ ହଜାର ୯୮ କୁଇଣ୍ଟାଲ ଚାଉଳ ମିଲଗୁଡିକ ନିଗମକୁ ଦେବା କଥା। ହେଲେ ଏବେ ଆଉ ୬ ଲକ୍ଷ ୩୧ ହଜାର ୩୨୪ କୁଇଣ୍ଟାଲ ଚାଉଳ ସଂଗ୍ରହ ହୋଇପାରି ନାହିଁ। ସେହିପରି ବାହାର ଜିଲାରୁ ୧୭ ଲକ୍ଷ ୩୫ ହଜାର ୩୦୮ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା। ନିୟମ ଅନୁସାରେ ୧୧ ଲକ୍ଷ ୮୦ ହଜାର ୧୦ କୁଇଣ୍ଟାଲ ଚାଉଳ ମିଲରମାନେ ଦେବେ। ହେଲେ ବର୍ତ୍ତମାନ ସୁଦ୍ଧା ମାତ୍ର ୩ ଲକ୍ଷ ୪୦ ହଜାର ୪୯୯ କୁଇଣ୍ଟାଲ ଚାଉଳ ସଂଗ୍ରହ ହୋଇଛି। ଜିଲା ଓ ଜିଲା ବାହାରୁ ସଂଗ୍ରହ ହୋଇଥିବା ଧାନରୁ ୧୪ ଲକ୍ଷ ୭୦ ହଜାର ୮୩୫ କୁଇଣ୍ଟାଲ ଚାଉଳ ମିଲରଙ୍କ ଉପରେ ବକେୟା ରହିଛି। ଏହାକୁ ନେଇ ଯୋଗାଣ ବିଭାଗ ଚିନ୍ତାରେ ପଡିଛି। ଅକ୍ଟୋବର ଶେଷ ସୁଦ୍ଧା ଶତପ୍ରତିଶତ ଚାଉଳ ସଂଗ୍ରହ ହେବାର ନିୟମ ରହିଛି। ନଚେତ୍‌ ମିଲର୍ସ ଧାନ ସଂଗ୍ରହରୁ ବାଦ୍‌ ପଡିବା ସହ ଜିଲାକୁ ଧାନ ସଂଗ୍ରହ ଧାର୍ଯ୍ୟ ପରିମାଣ କମିଯିବ। ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଲ ଇଣ୍ଡିଆ କିଷାନ ମୋର୍ଚ୍ଚା ସଦସ୍ୟ ଆଶୋକ କୁମାର ପ୍ରଧାନ କହିଛନ୍ତି, ଧାନ ସଂଗ୍ରହ ପ୍ରକ୍ରିୟା ଏକ ଗୋଲକ ଧନ୍ଦା। ସବୁବର୍ଷ ଖରିଫ ଚାଉଳ ସଂଗ୍ରହରେ ବିଳମ୍ବ ହୋଇଥାଏ। ବାସ୍ତବରେ ମିଲରଙ୍କ ପାଖରେ ଧାନ ନ ଥାଏ। ସେମାନେ ଖୋଲାରେ ବିକ୍ରି କରିଦେଇଥାନ୍ତି। ରବି ଧାନ ସଂଗ୍ରହ ସମୟରେ ସିଧାସଳଖ ଧାନ କିଣି ଚାଉଳ କରନ୍ତି। ରାଜ୍ୟ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରି ଧାନ ସଂଗ୍ରହ କରୁଛନ୍ତି। ହେଲେ ବାସ୍ତବରେ ପରିଚାଳନାଗତ ତ୍ରୁଟି ଓ ତଦାରଖ ନ ହେବାରୁ ଅନେକ ସମୟରେ କ୍ଷତି ଘଟୁଛି। ଉଚିତ ସମୟରେ ଧାନ ସଂଗ୍ରହ ନ ହେଲେ ଆଗାମୀ ଖରିଫ ଧାନ ସଂଗ୍ରହ ସମୟରେ ଚାଷୀମାନେ ଅଭାବୀ ବିକ୍ରି ସମସ୍ୟାରେ ପଡିବେ ବୋଲି ସେ କହିଥିଲେ। ଅନ୍ୟପଟେ ମିଲରମାନେ କହିଛନ୍ତି, ଚାଉଳ ସଂଗ୍ରହ ନ ହେବାରୁ ମିଲ୍‌ରେ ଅଚଳାବସ୍ଥା ଦେଖାଦେଇଛି। ସମୟ ଅତିବାହିତ ହେଉଛି। କମ୍‌ ସମୟରେ ଟାର୍ଗେଟ ପୂରା କରିବାକୁ ନିର୍ଦ୍ଦେଶ ଦିଆଯିବ। ହେଲେ ସେ ସମୟରେ ସମମ୍ୟା ହେବ। ଏବେ ଚାଉଳ ଉତ୍ପାଦନ କରି ରଖିଲେ ମଧ୍ୟ ଏହାର ମାନ ଖରାପ ହେବା ଭୟ ରହୁଛି। ତେଣୁ ଦ୍ୱନ୍ଦ୍ୱରେ ପଡିଯାଇଥିବା କହିଛନ୍ତି। ଅନ୍ୟପଟେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି, ଚାଉଳ ସଂଗ୍ରହରେ ବିଳମ୍ବ ହେଉଛି। ଏଥିପାଇଁ ଆଲୋଚନା ଚାଲିଛି। ଶୀଘ୍ର ସମାଧାନ ହୋଇଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri