ଓଡ଼ିଶା ଲୋକସେବା ଅଧିକାର ଆଇନ କାମରେ ଲାଗୁନି
ପାରାଦୀପ,୨୭ା୩ (ସ୍ବ.ପ୍ର.): ୨୦୧୧-୧୨ ମସିହାରେ ସମଗ୍ର ଦେଶରେ ଜନ ଲୋକପାଳ ଆଇନ୍ ପାଇଁ ଆନ୍ଦୋଳନ ହୋଇଥିଲା। ସେତେବେଳେ ଆନ୍ନା ହଜାରେ ଅନଶନ ମଧ୍ୟ କରିଥିଲେ। ଯେଉଁଥିପାଇଁ ୟୁପିଏ ସରକାର ପରବର୍ତ୍ତୀ ସମୟରେ ଶାସନରୁ ଯାଇଥିଲା ବୋଲି ଚର୍ଚ୍ଚା ହୁଏ। ସେହି ସମୟରେ…
ବଦଳି ହୋଇ ନ ଥିବା ଅଧିକାରୀଙ୍କ ସ୍ଥାନକୁ ପଟ୍ଟାଙ୍ଗି ବିଡିଓଙ୍କ ବଦଳି
ପଟ୍ଟାଙ୍ଗି,୨୭ା୩(ଡି.ଏନ.ଏ.):ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମାର୍ଚ୍ଚ ୨ରେ ପ୍ରକାଶ ପାଇଥିବା ବଦଳି ତାଲିକାରେ କୋରାପୁଟ ଜିଲା ପଟ୍ଟାଙ୍ଗି ବିଡିଓଙ୍କ ନାମ ରହିଥିଲା। ତେବେ ତାଙ୍କ ସ୍ଥାନକୁ ବଦଳି ହୋଇଥିବା ବିଡିଓ ସେ କାର୍ଯ୍ୟ କରୁଥିବା ସ୍ଥାନରୁ ଆସୁ ନ ଥିବାରୁ ପଟ୍ଟାଙ୍ଗିରେ…
ଦୁଃଖରେ ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତି
ମାଲକାନଗିରି,୨୭ା୩(ଡି.ଏନ.ଏ.):ପରିଣତ ବୟସରେ ସାହାରା ଖୋଜୁଛନ୍ତି ବୃଦ୍ଧ ଦମ୍ପତି। ନିରାଶ୍ରୟ ଅବସ୍ଥାରେ ସେମାନେ ଜିଇଁବାକୁ ୮୦ ବର୍ଷ ବୟସରେ କରୁଛନ୍ତି ସଂଘର୍ଷ ା ଏହି ବୃଦ୍ଧ ଦମ୍ପତି ହେଲେ ମାଲକାନଗିରି ଜିଲା କାଲିମେଳା ବ୍ଲକ ପୁଲିମେଟଲା ପଞ୍ଚାୟତ ଏମ୍ପିଭି-୬ ଗ୍ରାମର ମହେନ୍ଦ୍ର ମଣ୍ଡଳ…
ସରକାରୀ ବିଦ୍ୟାଳୟରେ ଅନିଶ୍ଚିତତା ଘେରରେ ପ୍ରି-ନର୍ସରି
ଜଗତ୍ସିଂହପୁର ଅଫିସ,୨୭ା୩: ୨୦୧୮ରେ କେନ୍ଦ୍ର ସରକାର ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଦେଶରେ ଏକକ ଶିକ୍ଷା ବ୍ୟବସ୍ଥା ତଥା ସମଗ୍ର ଶିକ୍ଷା ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ବିଦ୍ୟାଳୟଗୁଡ଼ିକରେ ପ୍ରି ନର୍ସରି ଖୋଲିବା ସାଙ୍ଗକୁ ଏକକ ଶିକ୍ଷାନୁଷ୍ଠାନରେ ସାଧାରଣ ଓ…
ହଜିବାକୁ ବସିଲାଣି କମାରଶାଳ
ଟିକିରି,୨୭ା୩(ଡି.ଏନ୍.ଏ.):କମାରଶାଳରେ ଆଉ ଆଗଭଳି ଶବ୍ଦ ଶୁଣୁନି। ପୂର୍ବରୁ ଲୋକେ ଦା’, ଟାଙ୍ଗିଆ, କୋଡ଼ି, ଆଦି ତିଆରି କରିବାକୁ କମାରଶାଳ ଆସୁଥିଲେ। ଏବେ ଆଉ ସେ ସବୁ ନାହିଁ। ଆଧୁନିକ ଯନ୍ତ୍ରପାତି ଲୁହା କାମ କରୁଥିବା ଲୋକଙ୍କ ବୃତ୍ତି ବୁଡ଼ାଇବାକୁ ବସିଲାଣି। ରାୟଗଡ଼ା…
ବିପଦକୁ ଡାକୁଛି ରାସ୍ତାରୁ ଉଠିଥିବା ଲୁହାଛଡ଼
ଉମରକୋଟ,୨୭ା୩(ଡି.ଏନ୍.ଏ.):ଉମରକୋଟ ପୌର ପରିଷଦର ୧୩ ନଂ ଓ୍ବାର୍ଡ ଡିଏନ୍କେସ୍ଥିତ ରାମକ୍ରିଷ୍ଣ ମିଶନ ଓ କଳିଙ୍ଗ ବିଦ୍ୟାପୀଠକୁ ସଂଯୋଗ କରୁଥିବା ରାସ୍ତା ଏବେ ମରଣଯନ୍ତା ପାଲଟିଛି । ବିଗତ ୧୨ବର୍ଷ ତଳେ ହୋଇଥିବା ଏହି ରାସ୍ତାର କଂକ୍ରିଟ ବାହାରିଗଲାଣି । ଏହା ପୌର…
ଗଛ ମୂଳେ ପିଲାଙ୍କ ଭବିଷ୍ୟତ ଗଢ଼ା
ନବରଙ୍ଗପୁର,୨୭ା୩(ବି.ପ୍ର.):ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ର୍ହିଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଗଛମୂଳେ ପାଠ ପଢ଼ୁଛନ୍ତି। ଏହାକୁ ନେଇ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିଲେ ମଧ୍ୟ ଜିଲା କିମ୍ବା ବ୍ଲକ ଶିକ୍ଷା ବିଭାଗ ପରିସ୍ଥିତି ସୁଧାରିବା…
ନାଟକ ଖୋଜୁଛି ମଞ୍ଚ
ଢେଙ୍କାନାଳ ଅଫିସ,୨୭ା୩: ମୁହଁରେ ରଙ୍ଗ ମାଖି ମଞ୍ଚ ଉପରକୁ ଚଢ଼ିଯିବା ପରେ କଳାକାର ଭିତରେ ସବାର ହୁଏ ଅଭିନୟର କାଳିଶୀ। ଉଜ୍ଜ୍ୱଳ ଆଲୋକ, ସଂଳାପଦର୍ଶକଙ୍କ କରତାଳିରେ ସେ ଭୁଲିଯାଏ ନିଜକୁ। ତେବେ ରିହର୍ସାଲରୁ ଆରମ୍ଭ ହୋଇ ପେଣ୍ଡାଲରେ ପହଞ୍ଚତ୍ବା ପର୍ଯ୍ୟନ୍ତ ନାଟକ…
ବିଜେଡିର ଜୋର୍ଦାର ପ୍ରଚାର, ୫ ବିଧାୟକ ସାମିଲ
ଢେଙ୍କାନାଳ ଅଫିସ, ୨୭।୩:ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍ଏସି ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖଉଛି, ପ୍ରଚାର ମଇଦାନରେ ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଶାସକ ବିଜେଡି ପୁନର୍ବାର କ୍ଷମତା ଦଖଲ କରିବାକୁ ଜୋର୍ଦାର ଉଦ୍ୟମ ଜାରି ରଖିଥିବାବେଳେ…
ପ୍ରଶାସନ ଶୁଣିଲାନି, ଗ୍ରାମବାସୀ ଘାଟି ରାସ୍ତା ନିର୍ମାଣ କଲେ
ଖଜୁରିପଡ଼ା,୨୭ା୩:ରାସ୍ତା ମରାମତି ପାଇଁ ବାରମ୍ବାର ଦରଖାସ୍ତ ଲେଖି ଗ୍ରାମବାସୀ ହତାଶ ହେଲେ। ବାରମ୍ବାର ରାସ୍ତା ପାଇଁ ପଲ୍ଲୀସଭାରେ କହି ନିରାଶ ହେଲେ। ଶେଷରେ ପ୍ରଶାସନ ଉପରୁ ଆଶା ଓ ଭରସା ଭାଙ୍ଗିଯିବା ପରେ ଗ୍ରାମସାଥୀ ପ୍ରଭାତ କହଁରଙ୍କ ଆହ୍ବାନ କ୍ରମେ ବାରିକୁମ୍ପା,…
ବିନା ସୂଚନା ଫଳକରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ
ବୁଗୁଡ଼ା,୨୭ା୩(ଡି.ଏନ.ଏ.):ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି। ଉକ୍ତ ନୂତନ କୋଠା ନିର୍ମାଣ ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ନିର୍ମାଣର ସମୟ ସୀମା କେଉଁ ଯାଏ ରହିଛି ତାହା ସର୍ବସାଧାରଣଙ୍କ…
ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଶୋଚନୀୟ
ବାଲିଗୁଡା,୨୭ା୩(ଡି.ଏନ.ଏ.):ବାଲିଗୁଡ଼ା ଣ୍ଡବସ୍ଷ୍ଟାଣ୍ଡ ନିକଟ ନୂଆସାହି ଓ ବୁଡ଼ାଗୁଡାକୁ ଯିବା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବେଳେ ଗତ ବର୍ଷା ଋତୁରେ ପ୍ରବଳ ବନ୍ୟା ପାଣି ଆସି ରାସ୍ତାର ପିଚୁ ଉଠିଯିବା…
Archives


